ଏଇ ଭାରତରେ

ବହୁ ସମୟରେ ଚାଷୀମାନେ ମାର୍କେଟ ତଥା ଶୀତଳଭଣ୍ଡାର ଅଭାବରୁ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇ କୃଷିଜାତ ଉପତ୍ାଦ ନଷ୍ଟ କରିଦିଅନ୍ତି। ଏଭଳି ସ୍ଥିତିରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉତ୍ତରାଖଣ୍ଡର ନିଧି ପନ୍ଥଙ୍କ ପରିବେଶ ଉପଯୋଗୀ ଫୁଡ୍‌ ପ୍ରୋସେସିଂ ପଦ୍ଧତି ଅନେକାଂଶରେ ଉପଯୋଗୀ ହୋଇପାରିଛି। ନିଧି ଓ ତାଙ୍କର ୬ ଜଣ କଲେଜ ସାଙ୍ଗ ମିଶି ଏକ କୃଷିଭିତ୍ତିକ ଷ୍ଟାଟଅପ୍‌ ‘ସାଇନ୍ସ ଫର୍‌ ସୋସାଇଟି’ ଗଠନ କରିଛନ୍ତି। ନଷ୍ଟ କରିଦିଆଯାଉଥିବା ପନିପରିବା ଚାଷୀଙ୍କଠାରୁ ଆଣି ତାହାକୁ ପ୍ରୋସେସିଂ କରି ବିକ୍ରି କରୁଛନ୍ତି। ଗରିବ ମହିଳା ଏବଂ ଜଳବାୟୁ ପରିବର୍ତ୍ତନରେ ପ୍ରଭାବିତ ସମୁଦାୟର ମହିଳାମାନଙ୍କୁ ଏହାର ବିକ୍ରି କାର୍ଯ୍ୟରେ ନିୟୋଜିତ କରିଛନ୍ତ ନିଧି। ଏହା ବ୍ୟତୀତ ଏହି ପଦ୍ଧତି ସମ୍ପର୍କରେ ପ୍ରଶିକ୍ଷଣ ଦେଇ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାରେ ୨୦୦୦ ମହିଳାଙ୍କୁ ଉଦ୍ୟୋଗୀ ଭାବେ ସଶକ୍ତ କରାଇଛନ୍ତି। ପରୋକ୍ଷରେ ୬୦୦୦ କ୍ଷୁଦ୍ରଚାଷୀ ମଧ୍ୟ ଉପକୃତ ହେଉଛନ୍ତି। ବଡ଼କଥା ହେଉଛି, ନିଧି କୌଣସି କେମିକାଲ ବ୍ୟବହାର ନ କରି ଏ ସବୁର ପ୍ରୋସେସିଂ କରୁଛନ୍ତି। ଏଥିଲାଗି କେବଳ ସୌର ବିଦ୍ୟୁତ୍‌ ବ୍ୟବହାର କରୁଛନ୍ତି। ସେ ଟମାଟୋ ପାଉଡର, ପିଆଜ ଫ୍ଲେକ୍‌ ଏବଂ ଅଦା ଦାନା ପ୍ରସ୍ତୁତ କରୁଛନ୍ତି। ଏହାକୁ ଫୁଡ୍‌ ଏବଂ ପାନୀୟ ଇଣ୍ଡଷ୍ଟ୍ରିକୁ ଯୋଗାଉଛନ୍ତି। ନିଧି ଏହି କାର୍ଯ୍ୟ ଲାଗି ଏସିଆ ଓ ଭାରତର ୩୦ ବର୍ଷରୁ କମ୍‌ ଉଦ୍ୟୋଗୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?