ଚିଠିକୁ ନେଇ ଚାଷୀ ଅସନ୍ତୋଷ

ବରଗଡ଼ ଅଫିସ୍‌,୨୪ା୨:ଚାଷୀଙ୍କୁ ବକେୟା ବିଦ୍ୟୁତ୍‌ ଦେୟ ଛାଡ଼ ଦାବି ନେଇ ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଚାଷୀମାନେ ଦାବି କରିଆସୁଛନ୍ତି। ଏ ନେଇ ବିଭିନ୍ନ ଚାଷୀ ସଙ୍ଗଠନ ବିକ୍ଷୋଭ ପ୍ରଦର୍ଶନ, ସ୍ମାରକପତ୍ର ପ୍ରଦାନ ମାଧ୍ୟମରେ ଜିଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଅନ୍ୟପଟେ ପରିଚୟପତ୍ର ପଞ୍ଜୀକରଣ ସମୟରେ ଚାଷୀଙ୍କଠାରୁ ବକେୟା ବିଦ୍ୟୁତ୍‌ ଦେୟ ପଇଠ ସମ୍ପର୍କିତ ରସିଦ ରଖିବା ଏବଂ ବକେୟା ବିଦ୍ୟୁତ୍‌ ଦେୟ ପଇଠ କରି ନ ଥିବା ସମ୍ପୃକ୍ତ ଚାଷୀଙ୍କ ପରିଚୟପତ୍ର ପଞ୍ଜୀକରଣ ନ କରିବାକୁ ବିଦ୍ୟୁତ୍‌ ବିଭାଗ ଟାଟା ପାୱାର ୱେଷ୍ଟର୍ଣ୍ଣ ଓଡ଼ିଶା ଡିଭିଜନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ) ବରଗଡ଼ର ନିର୍ବାହୀ ଯନ୍ତ୍ରୀ ସମବାୟ ଉପନିବନ୍ଧକ (ଡିଆର୍‌ସିଏସ୍‌) ଏବଂ ଅନ୍ୟ ପଦାଧିକାରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିବା ଜଣାପଡ଼ିଛି। ଏହାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଟିପିଡବ୍ଲ୍ୟୁଓଡିଏଲ ବରଗଡ଼ର ନିର୍ବାହୀ ଯନ୍ତ୍ରୀଙ୍କ ପତ୍ରସଂଖ୍ୟା-୧୩୦(୨୪), ତା:୧୩।୨।୨୩ରେ ଉଲ୍ଲେଖ ରହିଛି, ବରଗଡ଼ ଜିଲାର ଉଠାଜଳସେଚନ ମାଧ୍ୟମରେ ଚାଷ କରୁଥିବା ଚାଷୀଙ୍କ ଉପରେ ବହୁ ପରିମାଣର ବିଦ୍ୟୁତ୍‌ ଦେୟ ବକେୟା ପଡ଼ିଛି। ଚାଷୀ ପରିଚୟପତ୍ର ପଞ୍ଜୀକରଣ ସମୟରେ ସମସ୍ତ ବକେୟା ବିଦ୍ୟୁତ୍‌ ଦେୟ ପଇଠ ରସିଦ ଯାଞ୍ଚ କରିବା ଏବଂ ବକେୟା ବିଦ୍ୟୁତ୍‌ ଦେୟ ପଇଠ ହୋଇଥିଲେ ଚାଷୀ ପରିଚୟପତ୍ର ପ୍ରସ୍ତୁତ କରିବାକୁ ବିଭାଗ ପକ୍ଷରୁ ପ୍ରଶାସନକୁ ଅନୁରୋଧ କରାଯାଇଛି। ଏହି ଚିଠି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଚାଷୀ ତଥା ସଚେତନ ନାଗରିକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଚାଷୀନେତା କିଶୋର ଦେବତା କହିଛନ୍ତି, ଅନ୍ୟବର୍ଷ ଚାଷୀମାନେ ବିଦ୍ୟୁତ୍‌ ଦେୟ ବାବଦ କିଛି ଟଙ୍କା ପଇଠ କରି ସେହି ରସିଦ୍‌ ପରିଚୟପତ୍ର ପ୍ରସ୍ତୁତି ବେଳେ ଦେଖାଉଥିଲେ। ମାତ୍ର ଏଥର ଚିଠିରେ ସମ୍ପୂର୍ଣ୍ଣ ବକେୟା ବିଦ୍ୟୁତ୍‌ ବିଲ୍‌ ଅସୁଲ କରିବାକୁ ସମବାୟ ଉପନିବନ୍ଧକଙ୍କୁ ଟିପିଡବ୍ଲ୍ୟୁଓଡିଏଲ ଅନୁରୋଧ କରିବା ଚାଷୀଙ୍କୁ ବ୍ୟଥିତ କରିଛି। ଅନ୍ୟ ଜଣେ ଚାଷୀନେତା ରମେଶ ମହାପାତ୍ର କହିଛନ୍ତି, ବକେୟା ବିଦ୍ୟୁତ୍‌ ବିଲ୍‌ ଅସୁଲ ପାଇଁ ଏକ ଘରୋଇ କମ୍ପାନୀ ଜିଲା ପ୍ରଶାସନକୁ ଚିଠି ଲେଖିବା ବିଡ଼ମ୍ବନାର ବିଷୟ। ଏହାକୁ ଆମେ ବିରୋଧ କରୁଛୁ। ଯଦି ଏହି ନିଷ୍ପତ୍ତିରୁ ଟିପିଡବ୍ଲ୍ୟୁଓଡିଏଲ ନ ଓହରିବ କିମ୍ବା ବିଦ୍ୟୁତ୍‌ ଦେୟ ପାଇଁ ପ୍ରଶାସନ ଚାଷୀଙ୍କୁ ବାଧ୍ୟ କରିବ ତେବେ ଚାଷୀମାନେ ତାର ଉପଯୁକ୍ତ ଜବାବ ଦେବେ ବୋଲି ମହାପାତ୍ର କହିଛନ୍ତି। ଏ ସମ୍ପର୍କରେ ଟିପିଡବ୍ଲ୍ୟୁଓଡିଏଲ ବରଗଡ଼ର ନିର୍ବାହୀ ଯନ୍ତ୍ରୀ ସତ୍ୟବତ୍ର ପଣ୍ଡାଙ୍କୁ ପଚାରିବାରୁ ସେହି ଚିଠି ନୂଆ ନୁହେଁ, ଅନ୍ୟବର୍ଷ ମଧ୍ୟ ବିଦ୍ୟୁତ୍‌ ଦେୟ ଅସୁଲ ପାଇଁ ସେଭଳି ଚିଠି ହୋଇଆସୁଥିଲା ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ଏ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଟିପିଡବ୍ଲ୍ୟୁଓଡିଏଲ ନିର୍ବାହୀ ଯନ୍ତ୍ରୀ ପଣ୍ଡା ଗୁରୁବାର ବରଗଡ଼ ସମବାୟ ଉପନିବନ୍ଧକଙ୍କୁ ଆଉ ଏକ ଚିଠି କରି ପୂର୍ବ ଚିଠିକୁ ପ୍ରତ୍ୟାହାର କରିନେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri