ବାମରା ପାଲଟିଲା ରଣକ୍ଷେତ୍ର

କୁଚିଣ୍ଡା,୨୪ା୨(ଡି.ଏନ.ଏ.):ସମ୍ବଲପୁର ଜିଲା ବାମରା ରେଳ ଷ୍ଟେଶନରେ ଏକ୍ସପ୍ରେସ ଟ୍ରେନ ରହଣି ଦାବିରେ ବୁଧବାର ୧୧ଘଣ୍ଟା ଧରି ରେଳରୋକୋ ହୋଇଥିଲା। ଚକ୍ରଧରପୁର ରେଳବାଇ କର୍ତ୍ତୃପକ୍ଷ ଓ ବାମରା ରେଳ କ୍ରିୟାନୁଷ୍ଠାନ କମିଟିର ବୁଝାମଣା ପରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇଥିଲା। ମାତ୍ର ପୂର୍ବରୁ ବାମରା ଷ୍ଟେଶନରେ ରହିଆସୁଥିବା ସମସ୍ତ ଟ୍ରେନ୍‌ର ଗୁରୁବାର ସକାଳୁ ରହଣି ବାତିଲ କରାଯିବାରୁ ଯାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରତ୍ୟହ ରାଉରକେଲା-ଭୁବନେଶ୍ବର ଇଣ୍ଟରସିଟି ଟ୍ରେନ୍‌ରେ ଯାତାୟାତ କରୁଥିବା ଶତାଧିକ ମହିଳା ଓ ପୁରୁଷ ଶ୍ରମିକ ଗନ୍ତବ୍ୟସ୍ଥଳକୁ ଯିବାରେ ବଞ୍ଚତ୍ତ ହେବାରୁ ଉତ୍ତେଜିତ ହୋଇ ଟିକେଟ କାଉଣ୍ଟର ଓ ପେନାଲ ରୁମ୍‌କୁ ଧସେଇ ପଶି ଭଙ୍ଗାରୁଜା କରିଥିଲେ। ପରେ ସେମାନେ କର୍ମଚାରୀଙ୍କୁ ବାହାର କରିଦେଇ ତାଲା ପକାଇ ଦେଇଥିଲେ। ଏହି
ଷ୍ଟେଶନରେ ଶତାଧିକ ମହିଳାପୁରୁଷ ପହଞ୍ଚି ଆନ୍ଦୋଳନ ଚଳାଇଥିଲେ। ପୋଲିସ-ଆନ୍ଦୋଳନକାରୀ ମୁହାଁମୁହିଁ ହେବା ଫଳରେ ଷ୍ଟେଶନ ପରିସର ରଣକ୍ଷେତ୍ର ପାଲଟିଥିଲା। ଫଳରେ ଆଗକୁ ଯିବା ପାଇଁ ସିଗ୍‌ନାଲ ନ ପାଇ କେତେକ ଟ୍ରେନ୍‌ ବାମରା ଷ୍ଟେଶନରେ ହିଁ ଅଟକି ରହିଥିଲା।
ବୁଧବାର ଆଲୋଚନା ପରେ ଗୁରୁବାରଠାରୁ ରେଳ ରହଣି ସ୍ବାଭାବିକ ହେବା ପରିବର୍ତ୍ତେ ହଠାତ୍‌ ରେଳବାଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ଉପେକ୍ଷା କରି ଷ୍ଟେଶନର ୧, ୨, ୩ନଂ. ପ୍ଲାଟଫର୍ମ ଅସୁରକ୍ଷିତ ଥିବା ଦର୍ଶାଯାଇ ବାମରା ଷ୍ଟେଶନ କର୍ତ୍ତୃପକ୍ଷଙ୍କୁ କୁଆଡେ ଟ୍ରେନ ରହଣି ବାତିଲ ପାଇଁ ନିର୍ଦ୍ଦେଶ ଆସିଥିଲା। ଏ ନେଇ ବାମରା ଷ୍ଟେଶନ ପକ୍ଷରୁ ମଧ୍ୟ ଘୋଷଣା କରାଯାଇଥିଲା। ଦୀର୍ଘ ଦିନରୁ ବିଭିନ୍ନ ସମସ୍ୟା ନେଇ ରେଳବାଇ କର୍ତ୍ତୃପକ୍ଷଙ୍କ ପ୍ରତି ରହିଥିବା ପୁଞ୍ଜୀଭୂତ ଅସନ୍ତୋଷ ପୁଣି ଦେଖିବାକୁ ମିଳିଥିଲା। ଉପଜିଲାପାଳ ବିଭୂତିଭୂଷଣ ନାୟକ, ବାମରା ତହସିଲଦାର ଅନିଲ କୁଲୁ, ବିଡିଓ ପୁଷ୍ପକ ପ୍ରଧାନ, କୁଚିଣ୍ଡା ତହସିଲଦାର ପ୍ରସନ୍ନ ଟେଟେ, ଏସ୍‌ଡିପିଓ ରାଜକିଶୋର ମିଶ୍ର, ସମ୍ବଲପୁର ଅତିରିକ୍ତ ଏସ୍‌ପି ତପନ ପ୍ରଧାନ, ରେଳବାଇ ସିକ୍ୟୁରିଟି କମାଣ୍ଡାଣ୍ଟ ଓମ୍‌କାର ସିଂ ପ୍ରମୁଖ ବାମରା ରେଳ ଷ୍ଟେଶନରେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ମାତ୍ର ଉତ୍ତ୍ୟକ୍ତ ଲୋକେ ଡିଆର୍‌ଏମ୍‌ ଆସି ଆଲୋଚନା କରିବାକୁ ଜିଦ୍‌ ଧରିଥିଲେ। ଅପରାହ୍ନ ପ୍ରାୟ ସାଢେ ୨ଟା ବେଳେ ଚକ୍ରଧରପୁର ମଣ୍ଡଳ ଡିଆର୍‌ଏମ୍‌ ଅରୁଣ ଜେ ରାଠୋର ବାମରା ଆସି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ପର୍ଯ୍ୟାୟକ୍ରମେ ରେଳ ରହଣି କରାଯିବାକୁ କହିଥିଲେ। ମାତ୍ର ଏହାକୁ ନେଇ ଆନ୍ଦୋଳନକାରୀ ଓ ନିୟୋଜିତ ଥିବା ଆର୍‌ପିଏଫ୍‌ଙ୍କ ମଧ୍ୟରେ କଥା କଟାକଟି ହୋଇ ପରବର୍ତ୍ତୀ ସମୟରେ ଜନତା ଓ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ଟେକାପଥର ମାଡ କରିବାରୁ ପୋଲିସ ପକ୍ଷରୁ ମୃଦୁ ଲାଠିଚାଳନା କରାଯାଇଥିଲା। ଲୋକଙ୍କ ପଥର ମାଡ଼ରେ ୯ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ପୋଲିସ ଲାଠି ମାଡ଼ରେ ୬ଜଣ ଆନ୍ଦୋଳନକାରୀ ଆହତ ହୋଇଥିବା ସୂଚନା ମିଳିଛି। ଆନ୍ଦୋଳନକାରୀ କୁଚିଣ୍ଡା ପୋଲିସ ଏସ୍‌ଡିପିଓଙ୍କ ଗାଡି ସହ ଅନ୍ୟ କେତେକ ପୋଲିସ ଗାଡିକୁ ଭାଙ୍ଗିରୁଜି ଦେଇଛନ୍ତି। ଉତ୍ତେଜନା ଲାଗିଥିବାରୁ ବାମରା ରେଳ ଷ୍ଟେଶନଠାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଆନ୍ଦୋଳନକାରୀ ଷ୍ଟେଶନରେ ଟାୟାର ଜାଳି ଆନ୍ଦୋଳନ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଲକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ଆଜି ମିଳିଲା ମୃତଦେହ, ହତ୍ୟା ଅଭିଯୋଗ ଆଣି…

ପାଟଣାଗଡ଼,୧୨ା୧୦(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୋଏଲପିଟା ଗାଁର ଜାମଜୋର ନଦୀ ପାର୍ଶ୍ୱରୁ ସୋମବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ…

ବାୟାବାବା କଲେଜ ନିର୍ବାଚନ: ବିସିଜେଡି-ଏବିଭିପି କଡ଼ା ଟକ୍କର, ଭୋଟ୍‌ ହାତେଇବାକୁ ଆପଣାଉଛନ୍ତି ଏହି…

ମହାକାଳପଡ଼ା, ୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଛାତ୍ର ସଂସଦ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ସଦର ମହକୁମାସ୍ଥିତ ବାୟା ବାବା କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଛି। ସଂସଦ…

ବଡ଼ ଖୁଲାସା କଲେ ପୂର୍ବତନ କ୍ରିକେଟର, ବିରାଟଙ୍କ ଟେଷ୍ଟ ସନ୍ନ୍ୟାସ ପଛରେ ଥିଲା ଏହି ବ୍ୟକ୍ତିଙ୍କ ହାତ

ନୂଆଦିଲ୍ଲୀ,୧୨।୧୦: ଭାରତୀୟ କ୍ରିକେଟ୍‌ର ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା ଏବେ ବି କ୍ରିକେଟ୍‌ପ୍ରେମୀଙ୍କ ମନରେ ରହିଛି…

ଆଖିରୁ ଝରାଇଲାଣି ଲୁହ, କେବେ କମିବ ପିଆଜ ଦର? ଆସିଲା ବଡ଼ ଅପଡେଟ

ନୂଆଦିଲ୍ଲୀ,୧୨।୧୦: ଦଶହରା, ଦୀପାବଳି ଏବଂ ଛଠ ପରି ପ୍ରମୁଖ ପର୍ବପର୍ବାଣୀ ଗୋଟିଏ ପରେ ଗୋଟିଏ ଆସୁଥିବା ବେଳେ, ପିଆଜର ବୃଦ୍ଧି ପାଉଥିବା ଦର ସାଧାରଣ ଲୋକଙ୍କ ପାଇଁ…

କେଶୁରାରେ ସିରିଜ୍‌ ଦୁର୍ଘଟଣା ନୁହେଁ, ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଲା ସାଂଘାତିକ ସତ, ଫିଲ୍ମ ଷ୍ଟାଇଲ୍‌ରେ…

ଭୁବନେଶ୍ୱର,୧୨ା୧୦: ରାଜଧାନୀର କେଶୁରା ଅଞ୍ଚଳରେ ଘଟିଥିବା ସିରିଜ ଦୁର୍ଘଟଣାରେ ଆସିଛି ନୂଆ ଟୁଇଷ୍ଟ୍‌। ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଛି ସାଙ୍ଘାତିକ ସତ। ପ୍ରଥମେ ଏହାକୁ ସିରିଜ୍‌ ଦୁର୍ଘଟଣା…

କାହିଁକି ବିରୋଧୀ ଦଳକୁ ଭେଟିବାକୁ ମନା କଲେ CJI ସୂର୍ଯ୍ୟ କାନ୍ତ? ଏହି ୫ କାରଣ ମାଧ୍ୟମରେ ବୁଝନ୍ତୁ ସମ୍ପୂର୍ଣ୍ଣ ଘଟଣାକୁ

ନୂଆଦିଲ୍ଲୀ,୧୨।୧୦: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତ ବିରୋଧୀ ଦଳର ନେତାମାନଙ୍କୁ ଭେଟିବାକୁ ମନା କରିଦେଇଛନ୍ତି। ରାହୁଲ ଗାନ୍ଧୀଙ୍କ ବ୍ୟତୀତ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଅନ୍ୟାନ୍ୟ କଂଗ୍ରେସ…

ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୭ ଠିକଣାରେ ଚଢ଼ାଉ

ଧର୍ମଶାଳା,୧୨।୧୦(ଶିବପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍ । ମୋଟ ୭ଟି ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ରହିଛି । ଆୟ ବହିର୍ଭୂତ…

ବଲାଙ୍ଗୀର-ଦେଓଗାଁ ରାସ୍ତାରେ ଦୁର୍ଘଟଣା, ଜଙ୍ଗଲକୁ ପଶିଗଲା ଟମାଟୋ ବୋଝେଇ ଟ୍ରକ୍

ବଲାଙ୍ଗୀର,୧୨।୧୦(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର-ଦେଓଗାଁ ମୁଖ୍ୟ ରାସ୍ତା ଏନଏଚ ୨୬ରେ ଦୁର୍ଘଟଣା ଘଟିଛି । ଦେଓଗାଁ ଚିନିକଳ କଲୋନୀ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଜଙ୍ଗଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?