ଏଇ ଭାରତରେ

କର୍ନାଟକରେ ଧର୍ମୀୟ ଭାଇଚାରାର ଏକ ଦୃଷ୍ଟାନ୍ତ ସାମ୍‌ନାକୁ ଆସିଛି। କାଲାବୁରଗି ଜିଲାରେ ଅବସ୍ଥିତ ଦରଗାହ ପରିସରରେ ଉଭୟ ଶିବରାତ୍ରି ପାଳନ କରାଯିବା ସହ ନମାଜ ପାଠ କରାଯାଇଛି। ଦରଗାହରେ ହିନ୍ଦୁମାନଙ୍କୁ ଶିବରାତ୍ରି ପାଳନ କରିବା ଏବଂ ମୁସଲମାନମାନଙ୍କୁ ନମାଜ ପାଠ କରିବା ପାଇଁ ୱାକଫ୍‌ ଟ୍ରିବ୍ୟୁନାଲ ଶୁକ୍ରବାର ଅନୁମତି ଦେଇଥିଲେ। ଡେପୁଟି କମିଶନର ଯଶବନ୍ତ ଗୁରୁକରଙ୍କ ଅନୁଯାୟୀ, ଶନିବାର ଉର୍ସ ପର୍ବ ପାଇଁ ମୁସଲମାନମାନଙ୍କୁ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସମୟ ଦିଆଯାଇଥିବାବେଳେ ଶିବରାତ୍ରି ପୂଜା ପାଇଁ ହିନ୍ଦୁମାନଙ୍କୁ ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ଏଣ୍ଡୋଲା ମଠର ସିଦ୍ଧଲିଙ୍ଗ ସ୍ବାମୀ ଏବଂ ହିନ୍ଦୁ ସମ୍ପ୍ରଦାୟର ଅନ୍ୟ ୧୪ ଜଣ ଦରଗାହ ଭିତରେ ପୂଜା କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚତୁର୍ଦ୍ଦଶ ଶତାବ୍ଦୀର ସୁଫି ସନ୍ଥଙ୍କ ନାମରେ ଏହି ଦରଗାହର ନାମକରଣ କରାଯାଇଛି, ଯିଏ ତାଙ୍କର ଦାର୍ଶନିକ ଦୃଷ୍ଟିକୋଣ ପାଇଁ ପ୍ରସିଦ୍ଧ ଥିଲେ। ୧୫ ଶତାବ୍ଦୀର ସାଧୁ ରାଘବ ଚୈତନ୍ୟଙ୍କ ସମାଧି ମଧ୍ୟ ଏଠାରେ ଅଛି। ଏଠାରେ ଭଗବାନ ଶିବଙ୍କର ଏକ ପ୍ରାଚୀନ ମନ୍ଦିର ମଧ୍ୟ ରହିଛି। ବହୁ ବର୍ଷ ଧରି ମୁସଲମାନ ଏବଂ ହିନ୍ଦୁମାନଙ୍କ ପାଇଁ ଏହା ଏକ ସାଧାରଣ ପୂଜାପାଠ ସ୍ଥଳ ହୋଇଆସୁଛି। ତେବେ ୨୦୨୧ ମସିହାରେ ଏହି ଦରଗାହକୁ ନେଇ ଉତ୍ତେଜନା ଦେଖାଦେଇଥିଲେ ବି ଏହାର ସମାଧାନ କରି ପୁନର୍ବାର ଉଭୟ ସମ୍ପ୍ରଦାୟ ସେମାନଙ୍କ ପର୍ବ ମହାଆନନ୍ଦରେ ପାଳନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?