ଏଇ ଭାରତରେ

କଦଳୀ ବର୍ଜ୍ୟରୁ ଆକର୍ଷଣୀୟ ଜିନିଷ ତିଆରିକରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମଧ୍ୟପ୍ରଦେଶର ମେହୁଲ ଶ୍ରଫ୍‌। ସେ ପରିବେଶ ଉପଯୋଗୀ ଷ୍ଟାର୍ଟଅପ୍‌ ‘ମେହୁଲ ଇଣ୍ଡଷ୍ଟ୍ରିଜ୍‌’ ପ୍ରତିଷ୍ଠା କରି ତା’ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। କଦଳୀ ବର୍ଜ୍ୟର ତନ୍ତୁରୁ ସୁନ୍ଦର ଝୁଡି, ବ୍ୟାଗ୍‌, ଦଉଡ଼ି, ଝାଡୁ, କାନ୍ଥଘଣ୍ଟା ଫ୍ରେମ୍‌, ମ୍ୟାଟ୍‌, ଯୋଗ ମ୍ୟାଟ୍‌ ଆଦି ଜିନିଷ ତିଆରି କରାଯାଉଛି। ପ୍ରତିମାସରେ ୫ ଟନ୍‌ କଦଳୀ ବର୍ଜ୍ୟର ଉପଯୋଗ ହେଉଛି ଓ ଏହି ବ୍ୟବସାୟରୁ ମେହୁଲ ବର୍ଷକୁ ୩୦ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରୁଛନ୍ତି। ଏମ୍‌ବିଏ ଶେଷକରି ମେହୁଲ ତାଙ୍କ ପାରିବାରିକ ବିଜ୍‌ନେସରେ ଯୋଗଦେଇଥିଲେ। କିନ୍ତୁ ପରେ ତାଙ୍କ ଅଞ୍ଚଳରେ ବିପୁଳ ପରିମାଣର କଦଳୀ ବର୍ଜ୍ୟକୁ କାମରେ ଲଗାଇବା ପାଇଁ ଯୋଜନା କରିଥିଲେ। ବୁରୁହଁାପୁରସ୍ଥିତ ନଭସାରି କୃଷି ବିଶ୍ୱବିଦ୍ୟାଳୟର କର୍ମଶାଳାରେ ଯୋଗ ଦେଇ କଦଳୀ ବର୍ଜ୍ୟର ଉପଯୋଗ ବିଷୟରେ ପ୍ରଶିକ୍ଷଣ ହାସଲ କରିବା ପରେ ୨୦୧୮ରେ ମେହୁଲ ଇଣ୍ଡଷ୍ଟ୍ରିଜ୍‌ ପ୍ରତିଷ୍ଠା କରିଥିଲେ। ବୁରୁହଁାପୁରରେ ୧୬,୦୦୦ ହେକ୍ଟର ଜମିରେ କଦଳୀ ଚାଷ ହେଉଥିବାରୁ ସେ ସହଜରେ ବର୍ଜ୍ୟ ପାଇପାରୁଛନ୍ତି ଓ କୃଷକମାନେ ବି ଆର୍ଥିକ ଦୃଷ୍ଟିରୁ ଲାଭବାନ୍‌ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri