ବିଫଳ ରଣନୀତି

୨୦୧୮ରେ ଭାରତ ସରକାର ନୀତି ଆୟୋଗ ଦ୍ୱାରା ଇଣ୍ଡିଆ @୭୫ ଶୀର୍ଷକ ରିପୋର୍ଟ ପ୍ରକାଶ କରିଥିଲେ। ଏଥିରେ ସରକାର ତାଙ୍କ ନିଜର ଲକ୍ଷ୍ୟ ସ୍ଥିର କରି ୨୦୨୨ ସୁଦ୍ଧା ତାହା ହାସଲ କରିବେ ବୋଲି ଦର୍ଶାଇଥିଲେ। ୨୩୦ ପୃଷ୍ଠାର ଉକ୍ତ ରିପୋର୍ଟରେ ଆରମ୍ଭରୁ ପ୍ରଧାନମନ୍ତ୍ରୀଙ୍କ ଆଲେଖ୍ୟ ରହିଛି। ସେ ଲେଖିଛନ୍ତି, ୨୦୨୨ ସୁଦ୍ଧା ଏକ ନୂଆ ଭାରତ ଗଠନ ପାଇଁ ଲୋକଙ୍କ ପ୍ରୟାସରେ କେନ୍ଦ୍ର ସରକାରଙ୍କ ସକ୍ରିୟ ଭାଗୀଦାରି ଅଛି; ଆସନ୍ତୁ ଉଲ୍ଲିଖିତ ରଣନୀତିରେ ଥିବା ଲକ୍ଷ୍ୟଗୁଡ଼ିକୁ ହାସଲ କରିବା ଲାଗି ଟିମ୍‌ ଇଣ୍ଡିଆ ସ୍ପିରିଟ୍‌ରେ ଆମର ସବୁ ଶକ୍ତି ଏକାଠି କରିଦେବା। ତାଙ୍କ ପରେ ନୀତି ଆୟୋଗ ଅଧ୍ୟକ୍ଷ ଲେଖିଲେ, ବିଗତ ୪ ବର୍ଷ ମଧ୍ୟରେ ପରିବର୍ତ୍ତନ କରାଯାଇଆସୁଛି। ବାସ୍ତବରେ ଦେଖିବାକୁ ଗଲେ ବିଗତ ୪ ବର୍ଷ(୨୦୧୪-୨୦୧୮) ମଧ୍ୟରେ ଯେଉଁ ପରିଣାମ ମିଳିଥିଲା ତାହା ଅଧିକ ସମୟ ଧରି ଜାରି ରହିବ। ତେବେ ସରକାର ଯେଉଁ କ୍ଷେତ୍ରରେ ତାଙ୍କ ଲକ୍ଷ୍ୟ ସ୍ଥିର କରିଥିଲେ ଓ ତାହାର ପରିଣାମ ସବୁ କ’ଣ ହେଲା ତାହା ଦେଖିବା। ପ୍ରଥମଟି ଥିଲା ମୋଟ ଘରୋଇ ଉପତ୍ାଦ (ଜିଡିପି)ର ଅଭିବୃଦ୍ଧି ହାରରେ ଉନ୍ନତି। ଉକ୍ତ ରିପୋର୍ଟ ପ୍ରକାଶ କରିଥିଲା ଯେ, ୨୦୧୭-୧୮ରେ ଥିବା ଜିଡିପିର ନିବେଶ ହାର (ଜିଡିପିର ଅଂଶ ଭାବେ ମୋଟ ସ୍ଥାୟୀ ପୁଞ୍ଜି) ପାଖାପାଖି ୨୯%ରୁ ବୃଦ୍ଧି ଘଟାଇ ୨୦୨୨-୨୩ ସୁଦ୍ଧା ପାଖାପାଖି ୩୬% କରାଯିବ ଏବଂ ଏଥିପାଇଁ ଉଭୟ ଘରୋଇ ଓ ସାର୍ବଜନୀନ ନିବେଶକୁ ପ୍ରୋତ୍ସାହିତ କରିବାକୁ ଅନେକ ପଦକ୍ଷେପ ନେବାକୁ ହେବ। ସମ୍ଭବତଃ, ଏହି ପଦକ୍ଷେପଗୁଡ଼ିକ ନିଆଯାଇଥିଲା। ତେବେ ଏଥିରୁ କି ଫଳ ମିଲିଲା? ୨୦୨୧ରେ ଏହା ୨୯% ବୋଲି ବିଶ୍ୱବ୍ୟାଙ୍କର ସଦ୍ୟତମ ତଥ୍ୟରୁ ଜଣାପଡ଼ିଛି; ଯେଉଁଥିରୁ ବୁଝାପଡ଼ୁଛି କିଛି ପରିବତ୍ତର୍ର୍ନ ହୋଇନାହିଁ। କାରଣ ଏହା ୨୦୧୪ରେ ଥିଲା ୩୦%, ଅର୍ଥାତ୍‌ ତା’ଠାରୁ କମିଛି। ସାମଗ୍ରିକ ଭାବେ ୨୦୧୮ରେ ଜିଡିପି ଅଭିବୃଦ୍ଧି ହ୍ରାସ ପାଇବା ଆରମ୍ଭ ହୋଇଥିଲା ଏବଂ କୋଭିଡ୍‌ ମହାମାରୀ ପ୍ରକାଶ ପାଇବା ସମୟ ୨୦୨୦ ମାର୍ଚ୍ଚକୁ ମିଶାଇ ଲଗାତର ୯ଟି ତ୍ରୈମାସିକରେ ଅଭିବୃଦ୍ଧି ତଳକୁ ଖସିଥିଲା। ଅବଶ୍ୟ ସେତେବେଳେ ଏହି ରିପୋର୍ଟ ଲେଖାହେଲାବେଳକୁ ଲେଖକମାନେ ଏହା ବୋଧହୁଏ ଜାଣି ନ ଥିଲେ। ଏହା ବ୍ୟତୀତ ସେମାନେ କହିଛନ୍ତି, ଟ୍ୟାକ୍ସ-ଜିଡିପି ଅନୁପାତ ୧୭% ଯାହା ଓଇସିଡି ଦେଶଗୁଡ଼ିକର(୩୫%) ତୁଳନାରେ ଅଧା। ଏପରି କି ଏହା ଅନ୍ୟ ବିକାଶଶୀଳ ଅର୍ଥବ୍ୟବସ୍ଥା ବ୍ରାଜିଲ(୩୪%), ଦକ୍ଷିଣ ଆଫ୍ରିକା(୨୭%) ଏବଂ ଚାଇନା(୨୨%) ତୁଳନାରେ କମ୍‌। ଏଣୁ ସାର୍ବଜନୀନ ନିବେଶ ବୃଦ୍ଧି କରିବାକୁ ଭାରତ ୨୦୨୨ ସୁଦ୍ଧା ଟ୍ୟାକ୍ସ-ଜିଡିପି ହାର ଅତି କମ୍‌ରେ ୨୨%କୁ ବୃଦ୍ଧି କରିବା ଦରକାର। କିନ୍ତୁ ଗତ ବର୍ଷ ମୋଟ ଟ୍ୟାକ୍ସ – ଜିଡିପି ଅନୁପାତ ଥିଲା ୧୭%। ବୁଝାପଡ଼ୁଛି, ଏଥିରେ ବି କିଛି ପରିବର୍ତ୍ତନ ହୋଇନାହିଁ।
ଅଭିବୃଦ୍ଧି ରଣନୀତିରେ ଆଉ ଏକ ଅଧ୍ୟାୟ ଭାବେ ସରକାର ବେରୋଜଗାର ସଙ୍କଟ ସମାଧାନ କରିବାକୁ ଦାବି କରିଥିଲେ। ଏହାର ପରିଣାମ ସମ୍ପର୍କରେ ମୁଁ ପୂର୍ବରୁ ଲେଖିଥିଲେ ବି ପୁନର୍ବାର ସଂକ୍ଷେପରେ ଦୋହରାଉଛି। ଏକ ସରକାରୀ ସର୍ଭେ ଅନୁଯାୟୀ ୨୦୧୮ରେ ବେରୋଜଗାର ହାର ୬% ଥିଲା ଓ ସେବେଠାରୁ ଏହା ଅଧିକ ରହିଆସିଛି। ୨୦୧୭ ପରଠାରୁ ପ୍ରତିବର୍ଷ କୃଷିକୁ ଫେରୁଥିବା ଲୋକଙ୍କ ହାର ବୃଦ୍ଧି ପାଇବାରେ ଲାଗିଛି। ଏହାପରେ ରିପୋର୍ଟ ମାନୁଫାକ୍‌ଚରିଂକୁ ଫେରିଛି। ୨୦୨୨ ସୁଦ୍ଧା ମୋଦି ସରକାର ମାନୁଫାକ୍‌ଚରିଂ ସେକ୍ଟରରେ ଅଭିବୃଦ୍ଧି ଦୁଇଗୁଣ କରିବାକୁ ଚାହାନ୍ତି ବୋଲି ଏହା ଦର୍ଶାଇଛି। କିନ୍ତୁ ୨୦୧୮ରେ ମାନୁଫାକ୍‌ଚରିଂ ଅଭିବୃଦ୍ଧି ହାର ଥିଲା ୧୬% ଓ ଏବେ ଏହା ୧୪%। ଅର୍ଥାତ୍‌ ବୃଦ୍ଧିପାଇବା ବଦଳରେ ଏହା କମିଛି। ଏହାପରେ ରିପୋର୍ଟରେ କୃଷକଙ୍କ ଦୁଇଗୁଣ ଆୟ ବିଷୟ ବି ରହିଛି। ଏହା ଉପରେ ଅଧିକ ସମୟ ନଷ୍ଟ କରିବା ଉଚିତ ନୁହେଁ, କାରଣ କୃଷକମାନେ ଏକ ଦୀର୍ଘ ସଫଳ ପ୍ରତିବାଦରେ ସେମାନଙ୍କ ମତ ପ୍ରକାଶ କରିସାରିଛନ୍ତି।
ଭାରତକୁ ବିଭିନ୍ନ ଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ଆଗମନ ହାର ୧.୧୮%ରୁ ୩%କୁ ବୃଦ୍ଧି କରାଯିବା ପାଇଁ ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଏହା ମଧ୍ୟ ଉଲ୍ଲେଖ କରାଯାଇଥିଲା ଯେ, ଭାରତକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୮୮ ଲକ୍ଷରୁ ବୃଦ୍ଧି କରି ୧.୨ କୋଟି କରାଯିବ। ହେଲେ ଏସବୁ ହୋଇପାରିଲା ନାହିଁ। ଏହି ରିପୋର୍ଟ ଏମିତି ବହୁ ବିଷୟରେ ପ୍ରତିଶ୍ରୁତି ଦେଇଛି,ଯାହା ବାସ୍ତବତାରୁ ବହୁ ଦୂରରେ। ୨୦୨୨ ଆସି ଚାଲିଗଲାଣି ଓ ଆମେ ସବୁ ପରିଣାମ ଦେଖିବାକୁ ପାଇଛୁ। କିନ୍ତୁ ଏବେ ଏହି ରିପୋର୍ଟ ସମ୍ପର୍କରେ କେହି ଆଲୋଚନା କରୁଥିବା କେବେ ଶୁଣିଛନ୍ତି କି? ମନେରଖିବାକୁ ହେବ, ଏହାକୁ ସ୍ବୟଂ ପ୍ରଧାନମନ୍ତ୍ରୀ ସବୁଜ ସଙ୍କେତ ଦେଇଥିଲେ। କେରଳର ସାହିତ୍ୟ ଉତ୍ସବରେ ୨୦୧୪ ପରଠାରୁ ସମସ୍ତ ତଥ୍ୟ ଉପସ୍ଥାପନ କରିବା ପରେ ଜଣେ ମୋତେ ପଚାରିଲେ, କାହିଁକି ଏସବୁ ବିଷୟରେ ଅଧିକ ଲୋକ ଜାଣିପାରିଲେ ନାହିଁ। କିନ୍ତୁ ବାସ୍ତବରେ ସେମାନେ ଏହା ଜାଣିଛନ୍ତି। ଏ ସମ୍ପର୍କିତ ଅଧିକ ସୂଚନା ଓ ତଥ୍ୟ ସରକାର ପକ୍ଷରୁ ହିଁ ପ୍ରକାଶପାଇଛି। ପିିରିୟଡିକ୍‌ ଲେବର ଫୋର୍ସ ସର୍ଭେ ସ୍ବୀକାର କରିଛି, ଆଧୁନିକ ଅର୍ଥ ବ୍ୟବସ୍ଥାରେ ସାମିଲ ହେବା ବଦଳରେ ଅଧିକ ଲୋକ କୃଷି ମୁହଁା ହୋଇଛନ୍ତି। ନିବେଶ ହାର, ପର୍ଯ୍ୟଟକ ଆଗମନ ଓ ଜିଡିପି ଅଭିବୃଦ୍ଧି ହାର ଏବଂ ଟ୍ୟାକ୍ସ-ଜିଡିପି ଅନୁପାତ ସମ୍ପର୍କରେ ତଥ୍ୟ ମଧ୍ୟ ସରକାର ତାଙ୍କ ପକ୍ଷରୁ ପ୍ରକାଶ କରିଛନ୍ତି। ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ କାହିଁକି ତା’ ପାଇଁ ଉତ୍ତରଦାୟୀ ହେଉନାହାନ୍ତି କିମ୍ବା ସେ ସମ୍ପର୍କରେ କିଛି କହୁ ନାହାନ୍ତି ତାହା ଭାବିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ। ବାସ୍ତବରେ ଭାରତର ଜଟିଳ ସମସ୍ୟାଗୁଡ଼ିକୁ କିଭଳି ସମାଧାନ କରିବାକୁ ହେବ ସେ ସମ୍ପର୍କରେ ସରକାରଙ୍କର କୌଣସି ଧାରଣା ନାହିଁ। ଯଦି ଆମେ ନୀତି ଆୟୋଗର ରଣନୀତି କଥା ବିଚାର କରିବା ଓ ସେଥିରୁ ନିର୍ଯାସ କ’ଣ ଆସିଲା ସେଥିରେ ବି ଯେ କେହି ଆଶ୍ଚର୍ଯ୍ୟ ହେବେ। ପ୍ରକୃତ କଥା ହେଉଛି, ନୀତି ଆୟୋଗର କିଛି ଯୋଜନା ନାହିଁ। ପୁନଶ୍ଚ, ନୀତି ଆୟୋଗ ତା’ ବିଫଳତାକୁ ନେଇ ଉତ୍ତରଦାୟୀ ହେବା ପାଇଁ କୌଣସି ଚାପରେ ଥିବାଭଳି ମନେ ହେଉନାହିଁ। ବାସ୍ତବତା ହେଉଛି, ସରକାର ଅତୀତରେ ଯାହା କରିଥିଲେ ତାହାକୁ ଏଡ଼ାଇ ଯାଇ କେବଳ ଆଗ କଥା କହୁଥିବାରୁ ସରକାରଙ୍କୁ ଉତ୍ତରଦାୟୀ କରିବା କଷ୍ଟକର


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?