ଏଇ ଭାରତରେ

ଇ-ବର୍ଜ୍ୟର ପୁନଃ ଉପଯୋଗ କରି ଆକର୍ଷଣୀୟ ହସ୍ତକଳାର ପରିଚୟ ଦେଇଛନ୍ତି ବେଙ୍ଗାଲୁରୁର ବିଶ୍ୱନାଥ ମାୟାବାଡ଼ି ଦାଭାଙ୍ଗେର। ସେ ଅଦରକାରୀ କମ୍ପ୍ୟୁଟର, ଲାପଟପ୍‌, ଫୋନ୍‌ ସହ ପ୍ଲାଷ୍ଟିକ ଓ ଧାତବ ବର୍ଜ୍ୟରୁ ସୁନ୍ଦର ଗହଣା, ମୂର୍ତ୍ତି, ପ୍ରାଣୀଙ୍କ ପ୍ରତିକୃର୍ତ୍ତି, ବିଭିନ୍ନ ପ୍ରକାର ପାତ୍ର ଓ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଛନ୍ତି। ଏପରିକି ରୋବ ମଧ୍ୟ ତିଆରି କରିଛନ୍ତି ବିଶ୍ୱନାଥ। ଏବେ ସୁଦ୍ଧା ସେ ୨୦୦ କେଜି ଇ-ବର୍ଜ୍ୟର ପୁନଃ ଉପଯୋଗ କରିସାରିଲେଣି। ବିଶ୍ୱନାଥଙ୍କ ବୟସ ୬୦। ସେ ଓ୍ବିପ୍ରୋରେ ଜଣେ ଏକ୍‌ଜିକ୍ୟୁଟିଭ ଭାବେ କାର୍ଯ୍ୟ କରି ଅବସର ନେବାପରେ ଏହି କାର୍ଯ୍ୟ କରୁଛନ୍ତି। ସେ ସ୍କ୍ରାପ୍‌ ଡିଲରମାନଙ୍କଠାରୁ ଇ-ବର୍ଜ୍ୟ ସଂଗ୍ରହ କରନ୍ତି। ଏବେ ତାଙ୍କ ହସ୍ତକଳାର ଆଦର ବଢ଼ିଛି ଓ ଏହାକୁ ସେ ଦେଶରେ ଏବଂ ୟୁରୋପ, ଆମେରିକାରେ ବିକ୍ରି କରିପାରୁଛନ୍ତି। ଏଯାବତ୍‌ ୫୦୦ରୁ ଊର୍ଦ୍ଧ୍ୱ ପ୍ରକାର ଜିନିଷ ତିଆରି କରିସାରିଲେଣି। ତାଙ୍କ ଆକର୍ଷଣର କଳାକୃତି ମଧ୍ୟରେ ସବୁଠୁ ଆଦୃତି ଲାଭ କରିଛି ୪୨x୩୮ ଇଞ୍ଚର କାମଧେନୁ। ଏହି କଳାକୃତି ତିଆରି କରିବା ପରେ ତାଙ୍କ କାରିଗରୀ କୌଶଳର ପରିଚୟ ଦେବା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, ବର୍ଜ୍ୟ ବ୍ୟବହାର କରି ପରିବେଶକୁ ସୁରକ୍ଷା କରିବା ତାହାଠାରୁ ମହତ୍ୱପୂର୍ଣ୍ଣ ବୋଲି କହନ୍ତି ବିଶ୍ୱନାଥ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

ଶେୟାର ବଜାରରେ ଯୁବପିଢ଼ି

ଭାରତୀୟ ଶେୟାର ବଜାର କେବଳ ଏକ ଆର୍ଥିକ ପ୍ରତିଷ୍ଠାନ ନୁହେଁ, ଏହା ଦେଶର ବିକାଶ, ଶିଳ୍ପାୟନ ଏବଂ ସମୃଦ୍ଧିର ଏକ ପ୍ରମୁଖ ଇଞ୍ଜିନ। ଏହା ହେଉଛି ଏପରି…

ସାଧୁ ଓ ଲେଖକ

ଭାଗବତ ବାଣୀ ଅଛି – ‘ସାଧୁ ଯେ ମଳୟ ପବନ, କାଷ୍ଠକୁ କରଇ ଚନ୍ଦନ’। ସାଧୁ ଶବ୍ଦଟି ଅତ୍ୟନ୍ତ ପୂତ ପବିତ୍ର। ସାଧୁ ସତ୍‌ ପୁରୁଷ। ସାଧୁ…

ଇସ୍ରାଏଲ ପାଇଁ ସମସ୍ୟା

ଆମେରିକା ଏବଂ ଇରାନ ମଧ୍ୟରେ ପ୍ରାରମ୍ଭିକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସୃଷ୍ଟି କରିଥିବା ସଙ୍କଟରୁ ମୁକୁଳିବା ପାଇଁ କେତେ ବ୍ୟାକୁଳ…

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri