ଏଇ ଭାରତରେ

ଅସହାୟ ଓ ଗରିବଙ୍କ ପାଇଁ ଏକ ସମର୍ପିତ ଜୀବନ ଜିଉଛନ୍ତି ଶିମ୍‌ଲାର ସରବ୍‌ଜିତ ସିଂ। ସେ ରୋଗୀ ଓ ଅସହାୟଙ୍କ ସାହାରା ପାଲଟିଛନ୍ତି। ସରବ୍‌ଜିତ ଶବବାହକ ସାଜି ମୃତ ବ୍ୟକ୍ତିଙ୍କୁ ଶ୍ମଶାନକୁ ବିନା ଦେୟରେ ତାଙ୍କ ଗାଡ଼ିରେ ନେଉଛନ୍ତି। ଗରିବ ରୋଗୀଙ୍କୁ ମାଗଣାରେ ଆମ୍ବୁଲାନ୍ସ ସେବା ଯୋଗାଇ ଦେଉଛନ୍ତି। ଏତଦ୍‌ବ୍ୟତୀତ ସେ ରୋଗୀ ଓ ଭୋକିଲାମାନଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି। ନିଜ ଖର୍ଚ୍ଚରେ ମେଡିକାଲ ସହଯୋଗରେ ବ୍ଲଡ୍‌କ୍ୟାମ୍ପର ଆୟୋଜନ ମଧ୍ୟ କରୁଛନ୍ତି। ତାଙ୍କର ଶିମ୍‌ଲାରେ ଏକ ଛୋଟ ଚପଲ ଦୋକାନ ଅଛି। ସରବ୍‌ଜିତ ସିଂ ବର୍ତ୍ତମାନ ସୁଦ୍ଧା ୧ ହଜାରରୁ ଊର୍ଦ୍ଧ୍ୱ ମୃତଦେହ ଶ୍ମଶାନକୁ ନେଇସାରିଲେଣି। ସେ ‘ଅଲ୍‌ମାଇଟ୍‌ ବ୍ଲେସିଂସ୍‌’ ସଂସ୍ଥା ଗଠନ କରି ସହରର ୪ଟି ସ୍ଥାନରେ କ୍ୟାଣ୍ଟିନ ଖୋଲିଛନ୍ତି। ପୂରା ହିମାଚଳର ବିଭିନ୍ନ ହସ୍ପିଟାଲକୁ ଆସୁଥିବା ରୋଗୀ ଏବଂ ସ୍ବଜନଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି। ତାଙ୍କୁ ଲୋକେ ବବି ନାମରେ ଜାଣନ୍ତି। ସମୟ ଥିଲା, ତାଙ୍କୁ ଲୋକେ ବି ବେଲା (ଜମା କାମ କରୁ ନ ଥିବା ଲୋକ) ଡାକୁଥିଲେ। ତେବେ ବେଲା ହୁଅନ୍ତୁ କି ବବି, କମ୍‌ ଆୟରେ ଏତେସବୁ କାର୍ଯ୍ୟ କରୁଥିବାରୁ ସେ ଶିମ୍‌ଲା କାହିଁକି ପୂରା ରାଜ୍ୟ ଓ ଦେଶରେ ସ୍ବତନ୍ତ୍ର ପରିଚିତି ପାଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri