ଏଇ ଭାରତରେ

ଖତ କିମ୍ବା ରନ୍ଧନ ଗ୍ୟାସ୍‌ ଉପତ୍ାଦନରେ ଗୋବରକୁ ସୀମିତ ନ ରଖି ସେଥିରୁ ରିସାଇକେଲ ଯୋଗ୍ୟ ମୂର୍ତ୍ତି ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ତାମିଲନାଡୁର କୃଷକ ପି. ଗଣେଶନ। ମଦୁରାଇର ପେରୁଗମନାଲୁର ଗାଁରେ ରହୁଛନ୍ତି ଗଣେଶନ । ସେ ୫ ଏକର ଜମିରେ ଜୈବିକ ଚାଷ କରିବା ସହ ଗୋ ପାଳନ କରୁଛନ୍ତି। ଗୋମୂତ୍ର ଓ ଗୋବରରୁ ଜୀବାମୃତ ଓ ପଞ୍ଚଗବ୍ୟ ଜୈବିକ ଖତ ପ୍ରସ୍ତୁତ କରୁଛନ୍ତି। ଏହା ବ୍ୟତୀତ ସେ ୫ ବର୍ଷ ପୂର୍ବେ ପ୍ରଥମେ ଗୋବରରେ ଗଶେଶ ମୂର୍ତ୍ତି କରିଥିଲେ ଏବଂ ୬୦ଟି ମୂର୍ତ୍ତି ବିକ୍ରି କରି ପାଇଥିଲେ ୧୨,୦୦୦ ଟଙ୍କା। ପରେ ଗଶେଶ ମୂର୍ତ୍ତିରୁ ସେ ଦ୍ୱିତୀୟ ବର୍ଷ ୨୫,୦୦୦ ଟଙ୍କା ଓ ତୃତୀୟ ବର୍ଷ ୭୫,୦୦୦ ଟଙ୍କା ରୋଜଗାର କରବା ପରେ ଅନ୍ୟ ସାମଗ୍ରୀ ତିଆରି କରିବା ଆରମ୍ଭ କରିଥିଲେ। ସେ କୁକୁମ ବକ୍ସ, ମସଲା ବକ୍ସ, ପେନ୍‌ ଷ୍ଟାଣ୍ଡ, ଫ୍ରୁଟ୍‌ ଷ୍ଟାଣ୍ଡ, ଓ୍ବାଲ ହ୍ୟାଙ୍ଗିଙ୍ଗ, ଡୋର ହ୍ୟାଙ୍ଗିଙ୍ଗ, ଧର୍ମୀୟ ସଙ୍କେତ, ଦେବୀଦେବଙ୍କ ମୂର୍ତ୍ତି ଓ ମୁଖା ଆଦି ୧୫୦ ପ୍ରକାର ଉପତ୍ାଦ ତିଆରି କରୁଛନ୍ତି। ଏବେ ସେ ୩୦ ଫୁଟ୍‌ ଉଚ୍ଚର ବୁଦ୍ଧମୂର୍ତ୍ତି ତିଆରି କରିଛନ୍ତି। ଏସବୁ କଳାକୃତି ୧୦ ବର୍ଷ ଯାଏ ରହିପାରିବ ବୋଲି କହନ୍ତି ଗଣେଶନ। ଏଗୁଡ଼ିକୁ ସେ ୩ ଟଙ୍କାରୁ ଆରମ୍ଭ କରି ୩,୦୦୦ ଟଙ୍କା ମୂଲ୍ୟରେ ବିକ୍ରି କରୁଛନ୍ତି। ଆଶ୍ଚର୍ଯ୍ୟର କଥା ସେ ଏହିସବୁ ସାମଗ୍ରୀ ତିଆରି କରିବା ଲାଗି କେବଳ ଗୋମୂତ୍ର ଓ ଗୋବର ହିଁ ବ୍ୟବହାର କରୁଛନ୍ତି। ଅନ୍ୟ କିଛି ଉପାଦାନ ସେ ଏଥିରେ ମିଶାଉ ନାହାନ୍ତି। ସଜ ଗୋବର ସଂଗ୍ରହ କରି ୧-୨ ଘଣ୍ଟା ମଧ୍ୟରେ ସେଥିରୁ ଏସବୁ ସାମଗ୍ରୀ ନିର୍ମାଣ କରାଯାଉଛି ଓ ୨୦ ଦିନ ପରେ ବିକ୍ରି ଯୋଗ୍ୟ ହୋଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri