ଏଇ ଭାରତରେ

ସହରୀକରଣ ପ୍ରଭାବରେ ପକ୍ଷୀବଂଶ ଲୋପ ପାଉଥିବାରୁ ଏମାନଙ୍କୁ ରକ୍ଷା କରିବା ପରିବେଶ ଲାଗି ହିତକର ବୋଲି ଅନୁଭବ କରିଛନ୍ତି ଦିଲ୍ଲୀର ଦୁଇ ଭାଇ ଅମିତ ଓ ଅଭିଷେକ ଜୈନ। ସେମାନେ ସହରର ବିଭିନ୍ନ ସ୍ଥାନରୁ ଆହତ ପକ୍ଷୀମାନଙ୍କୁ ଉଦ୍ଧାର କରୁଛନ୍ତି। ପରେ ସେମାନଙ୍କ ଚିକିତ୍ସା କରି ଛାଡି ଦେଉଛନ୍ତି। ଅମିତ ଜଣେ କେମିଷ୍ଟ ଓ ଅଭିଷେକଙ୍କର ଏକ ଦୋକାନ ରହିଛି। ନିଜ ପେସା ସହ ପକ୍ଷୀ ଉଦ୍ଧାର କରିବା ସେମାନଙ୍କ ନିଶା ପାଲଟିଯାଇଛି। ଏବେ ସୁଦ୍ଧା ଦୁଇ ଭାଇ ୧୫୦୦ରୁ ଊର୍ଦ୍ଧ୍ୱ ପକ୍ଷୀଙ୍କୁ ଉଦ୍ଧାର କରିସାରିଲେଣି। ୨୦୧୮ରେ ସେମାନେ ଏହି କାର୍ଯ୍ୟ ଆରମ୍ଭ କରିଥିଲେ। ‘ବିଦ୍ୟାସାଗର ଜୀବ ଦୟା ପରିବାର’ ଟ୍ରଷ୍ଟ ଗଢ଼ି ତା’ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ପ୍ରତିଦିନ ଏମାନଙ୍କ ପାଖକୁ ୫ରୁ ୧୦ କଲ୍‌ ଆସୁଛି। କଲ୍‌ ପାଇବା କ୍ଷଣି ସେମାନେ ସ୍ବେଚ୍ଛାସେବୀଙ୍କ ସହ ସେଠାରେ ପହଞ୍ଚି ପକ୍ଷୀକୁ ଉଦ୍ଧାର କରୁଛନ୍ତି। ଏମାନଙ୍କ ସହ ବହୁ ସ୍ବେଚ୍ଛାସେବୀ ଯୋଡ଼ି ହୋଇଛନ୍ତି। ଦିଲ୍ଲୀ, ଏନ୍‌ସିଆର୍‌ରେ ଏମାନେ ପକ୍ଷୀ ଉଦ୍ଧାର କାର୍ଯ୍ୟ କରିବା ସହ ବିଭିନ୍ନ ସ୍ଥାନରେ ପାରାମାନଙ୍କୁ ପ୍ରତିଦିନ ଖାଇବାକୁ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri