ଏଇ ଭାରତରେ

କଦଳୀ ଉତ୍ପାଦନ ପରେ ଏହାର ଗଣ୍ଡିକୁ ଫିଙ୍ଗି ଦିଆଯାଉଥିବା ବେଳେ ଉତ୍ତର ପ୍ରଦେଶ ଲଖିମପୁର ଖେରିର ପୁନମ୍‌ ସେଥିରୁ ଫାଇବର ପ୍ରସ୍ତୁତ କରୁଛନ୍ତି। ସମୌସା ଗାଁର ପୁନମ୍‌ ଦେବୀ ସରସ୍ବତୀ ସ୍ବୟଂସହାୟକ ଗୋଷ୍ଠୀ ଗଠନ କରି ୨୭ ଜଣ ମହିଳାଙ୍କୁ ଏହି କାର୍ଯ୍ୟରେ ସାମିଲ କରିଛନ୍ତି। ପୁନମ୍‌ ସେହି ଗୋଷ୍ଠୀର ଅଧ୍ୟକ୍ଷା ରହିଛନ୍ତି। ଏବେ ସେହି ମହିଳାମାନେ ଦିନକୁ ୫୦୦ ଟଙ୍କା ରୋଜଗାର କରୁଛନ୍ତି। ସମୌସା ଗାଁର ଆଖପାଖରେ ପ୍ରାୟ ୧୦୦୦ ଏକର ଜମିରେ କଦଳୀ ଚାଷ ହେଉଛି। ଏଥିରୁ ବାହାରୁଥିବା କଦଳୀ ଗଣ୍ଡିକୁ ଏମାନେ ସଂଗ୍ରହ କରି ମେଶିନ ମାଧ୍ୟମରେ ଫାଇବର ପ୍ରସ୍ତୁତ କରି କେଜି ପ୍ରତି ୨୦୦୦ ଟଙ୍କାରେ ବିକ୍ରି କରୁଛନ୍ତି। ଫାଇବର ଉତ୍ପାଦନ କାର୍ଯ୍ୟରେ ପ୍ରାୟତଃ କଦଳୀ ଚାଷୀ ପରିବାରର ମହିଳାମାନେ ରହିଥିବାରୁ ସେମାନଙ୍କ ଆୟରେ କଦଳୀ ଚାଷ ପରେ କ୍ଷେତ୍ର ସଫା କରିବା ପାଇଁ ଏବଂ ଆବଶ୍ୟକ ଅନ୍ୟାନ୍ୟ ଖର୍ଚ୍ଚ ହୋଇପାରୁଛି। ଫଳରେ ଖେରି ଅଞ୍ଚଳରେ କଦଳୀ ଚାଷ ବଢ଼ିବା ସଙ୍ଗେ ସଙ୍ଗେ ପୁନମ୍‌ଙ୍କ ନେତୃତ୍ୱରେ ଫାଇବର ପ୍ରସ୍ତୁତି କାର୍ଯ୍ୟ ଅନ୍ୟ ଗାଁକୁ ସମ୍ପ୍ରସାରିତ ହୋଇପାରିଛି। ଏହି ଫାଇବରରୁ ପାପୋଛ, ବ୍ୟାଗ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି କରାଯାଉଛି, ଯାହା ବିଘଟନଯୋଗ୍ୟ ଓ ପରିବେଶ ସହନୀୟ। ପ୍ରତିଦିନ ମହିଳାମାନେ ୩୫ରୁ ୪୦ କେଜି ଫାଇବର ତିଆରି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧୁରା ସ୍ବପ୍ନ

ଦ୍ୱିତୀ ଚନ୍ଦ୍ର ସାହୁ ସ୍ବପ୍ନ କାଳେ କ୍ଷଣ ସ୍ଥାୟୀ ଠିକ୍‌ କଳାହାଣ୍ଡିଆ ମେଘ ପରି । ଆସିବ ରାଝିଯିବ । ନ ହେଲେ ପବନ ସହ...

ବିଚରା ବାବାମାନେ

ଡ. କୁଳାଙ୍ଗାର ଜଗତର କଲ୍ୟାଣ ପାଇଁ ବାବାମାନେ ବା ହେବା ଓ ବାପା ହେବା ପ୍ରଥାକୁ ପରିତ୍ୟାଗ କରି ସାଧନାରେ ବ୍ରତୀ ହୁଅନ୍ତି ବୋଲି ଦାବି...

ତେଲ ବ୍ୟସ୍ତ କରୁଛି

ଭାରତର କେତେକ ପ୍ରାନ୍ତରରେ ପେଟ୍ରୋଲ ଓ ଡିଜେଲ ଦର ଶତକ ଛୁଇଁଥିବା ବେଳେ ଓଡ଼ିଶା ସେହି ଦିଗରେ ମୁହଁାଇଛି। ଏହି ସମୟରେ ଏଲ୍‌ପିଜି ମୂଲ୍ୟ ୫୦...

ପ୍ରବାସୀଙ୍କ ସ୍ବାସ୍ଥ୍ୟ ସମସ୍ୟା

ଡ. ରାମଚନ୍ଦ୍ର ରାଉତ ପ୍ରଖ୍ୟାତ କଣ୍ଠଶିଳ୍ପୀ ଲକ୍ଷ୍ମୀଶଙ୍କରଙ୍କର ଗୋଟିଏ ମଧୁର ପୁରୁଣା ଗୀତରେ ‘କିଆ କେତକୀ ବନେ କହଇ କେ କାନେ କାନେ- ପରବାସୀ ବନ୍ଧୁ...

ଏଇ ଭାରତରେ

ମୁମ୍ବାଇରେ ଫୁଡ୍‌ ଫରେଷ୍ଟ ସୃଷ୍ଟି କରି ଜର୍ଜ ରେମିଡିଓସ୍‌ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଜର୍ଜଙ୍କ ବୟସ ୩୬। ସେ ୬ ବର୍ଷରେ ମୁମ୍ବାଇରେ ୧୦ଟି...

ଅତ୍ୟଧିକ କ୍ଷମତା ହିଁ ବିପଦ

ଆପରାଧିକ ନ୍ୟାୟ ପ୍ରକ୍ରିୟା ବା ବ୍ୟବସ୍ଥା ଅଭିଯୁକ୍ତଙ୍କ ଅଧିକାରକୁ ସୁରକ୍ଷା ଦେବା ଲାଗି ପ୍ରସ୍ତୁତ କରାଯାଇଛି। କିନ୍ତୁ ଆମ ଦେଶରେ ଏହାକୁ ସେଭଳି ଦେଖାଯାଉ ନାହିଁ...

ଶାକାହାର ବନାମ ମାଂସାହାର

ମାନେକା ଗାନ୍ଧୀ ବ୍ରିଟେନ୍‌ର ବୃହତ୍ତମ ବେକରି ଗ୍ରେଗ୍‌ସ ବଜାରକୁ ଏକ ଭିଗନ୍‌(ଶୁଦ୍ଧ ଶାକାହାର) ସସେଜ୍‌ ରୋଲ୍‌ ଆଣିବାବେଳେ ତାହାକୁ ଜଣେ ବରିଷ୍ଠ ରିପୋର୍ଟର ତୀବ୍ର ବିରୋଧ...

ଏଇ ଭାରତରେ

ବିହାରର ମୁଜଫରପୁର ଅଞ୍ଚଳରେ ଭାଇଚାରା ଓ ସାମ୍ପ୍ରଦାୟିକ ସଦ୍‌ଭାବନାର ପରିଚୟ ଦେଇଛନ୍ତି ସେଠାରେ ବାସ କରୁଥିବା ମୁସଲମାନ୍‌ମାନେ। ଶ୍ରାବଣ ମାସ ଶେଷ ସୋମବାରରେ ବକ୍ରିଦ୍‌ର ପ୍ରଥମ...

Advertisement
Archives

Model This Week