Posted inଜାତୀୟ

ଝିଅ-ପୁଅଙ୍କ ସହ ଆଜି ଭାଜପାରେ ସାମିଲ ହେବେ କ୍ୟାପଟେନ, ଏମ୍‌ପି ପତ୍ନୀ ରହିବେ କଂଗ୍ରେସରେ

ଜଳନ୍ଧର,୧୯ ।୯: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଦଳ ସୋମବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ବିଲିନ ହୋଇଯିବ । କ୍ୟାପଟେନ ଦିଲ୍ଲୀସ୍ଥିତ ଭାଜପା ମୁଖ୍ୟ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିବେ । କ୍ୟାପଟେନଙ୍କ ସହ ପଞ୍ଜାବର ୬ ଜଣ ପୂର୍ବତନ ବିଧାୟକ, କ୍ୟାପଟେନଙ୍କ ପୁଅ ରଣ ଇନ୍ଦର ସିଂ, ଝିଅ ଜୟ ଇନ୍ଦର କୌର, ନାତି ନିର୍ବାଣ ସିଂ ବି ଭାଜପାରେ ସାମିଲ ହେବେ । ହେଲେ କ୍ୟାପଟେନଙ୍କ ପତ୍ନୀ ଏମ୍‌ପି ପରନିତ କୌର ଏବେ କଂଗ୍ରେସରେ ରହିବେ ।
ସୂଚନାଯୋଗ୍ୟ, ଗତ ବିଧାନସଭା ନିର୍ବାଚନରେ କ୍ୟାପଟେନ କଂଗ୍ରେସ ଛାଡି ପଞ୍ଜାବ ଲୋକ କଂଗ୍ରେସ ଦଳ ଗଠନ କରି ଭାଜପା ସହ ମେଣ୍ଟ କରିଥିଲେ । ସେ ସମୟରେ ତାଙ୍କ ପୁଅ ରଣ ଇନ୍ଦର ସିଂ ଭାଜପା ସହ ତାଳ ମେଳ କରି ଟିକେଟ ବାଣ୍ଟିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ହେଲେ ପଞ୍ଜାବରେ ଆମ ଆଦମୀ ପାର୍ଟି(ଏଏପି)ର ଝଡରେ କ୍ୟାପଟେନଙ୍କ ଦଳ ସହ ଭାଜପା ବି ଉଡି ଯାଇଥିଲା ।
ଏବେ ପଞ୍ଜାବରେ ଭାଜପା ଏଏପି ବିରୋଧରେ ଅପରେଶନ ଲୋଟସ ଚଳାଇଥିବା ବେଳେ କ୍ୟାପଟେନଙ୍କ ଭାଜପା ମିଶ୍ରଣ ଗୁରୁତ୍ୱ ରଖେ ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

‘ଆପ୍‌’ରେ କଳି: କେଜ୍‌ରିଓ୍ବାଲଙ୍କୁ ହଟାଇବା ଦାବି ଜୋର ଧରିଲା

ନୂଆଦିଲ୍ଲୀ, ୨୬।୫: ଲୋକ ସଭା ନିର୍ବାଚନରେ ଦିଲ୍ଲୀରୁ ଆମ ଆଦମୀ ପାର୍ଟି(ଆପ୍‌) ଗୋଟିଏ ବି ଆସନ ହାତେଇପାରିନାହିଁ। ଏହାକୁ ନେଇ ଦଳରେ କନ୍ଦଳ ସୃଷ୍ଟି ହୋଇଛି।...

ଭିନ୍ନକ୍ଷମ ଭୋଟରଙ୍କ ପାଇଁ ପାଲିଙ୍କିର ବ୍ୟବସ୍ଥା କଲେ ନିର୍ବାଚନ କମିଶନ

ନାହାନ,୧୯।୫: ଲୋକ ସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ରବିବାର ଚାଲିଥିବା ବେଳେ ଏଥିରେ ଭିନ୍ନକ୍ଷମମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନେ କିପରି ସୁରୁଖୁରୁରେ...

ଏନଭିଏସ-୧ର ସଫଳ ଉତକ୍ଷେପଣ…

ହାଇଦ୍ରାବାଦ,୨୯।୫ : ନାଭିଗେଶନ ଉପଗ୍ରହ ଏନଭିଏସ-୧ର ସଫଳ ଉତକ୍ଷେପଣ କରାଯାଇଛି। ଏହା ଦ୍ୱାରା ନାବିକ ଏବଂ ଯବାନମାନଙ୍କର ଶକ୍ତି ବୃଦ୍ଧି ପାଇବ। ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ...

ଅସଦଙ୍କୁ ହତ୍ୟା କରିବାର କ’ଣ କାରଣ ଥିଲା: କପିଲ ସିବଲ…

ନୂଆଦିଲ୍ଲୀ,୧୬।୪ : ଅତିକ ଅହମ୍ମଦଙ୍କ ପୁଅ ଅସଦଙ୍କ ଏନକାଉଣ୍ଟର ଉପରେ ପ୍ରଶ୍ନ ଉଠାଇ ରାଜ୍ୟସଭା ଏମପି କପିଲ ସିବଲ କହିଛନ୍ତି ଯେ ୧୯ ବର୍ଷ ବୟସର...

ଉତ୍ତର ପ୍ରଦେଶର ସରକାରୀ କର୍ମଚାରୀଙ୍କ ପାଇଁ ଯୋଗୀ ସରକାରଙ୍କ ନୂଆ ନିୟମ, ଉଲ୍ଲଂଘନ କଲେ ବନ୍ଦ ରହିବ ପଦନ୍ନୋତି

ଲକ୍ଷ୍ନୌ,୨୪।୮: ପାରଦର୍ଶିତା ଓ ଉତ୍ତରଦାୟିତ୍ୱ ନିର୍ଦ୍ଧାରିତ କରି ରାଜ୍ୟରେ ଜନସେବା କାର୍ଯ୍ୟରେ ନିୟୋଜିତ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାରଙ୍କ ସମସ୍ତ ବିଭାଗର ଅଧିକାରୀ ଏବଂ...

ଇତିହାସ ରଚିବେ ନୀତିଶ

ପାଟନା,୧୧।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ବିଜୟ ସହିତ ନୀତୀଶ କୁମାର ଆଉ ଏକ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ସେ ୭...

ଭାଜପାକୁ ଝଟକା: କଂଗ୍ରେସ ଶିବିରରେ ଜଗଦୀଶ ଶେଟାର..

ବେଙ୍ଗାଲୁରୁ,୧୭।୪ : କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟାର କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ତାଙ୍କୁ ଦଳର ସଦସ୍ୟତା ପ୍ରଦାନ କରିଛନ୍ତି।...

ପାକିସ୍ତାନ-ଚାଇନାରୁ ଭାରତକୁ ଆସୁଛି ଡ୍ରଗ୍ସ୍‌

ନୂଆଦିଲ୍ଲୀ, ୧୪।୯: ଦେଶରେ ଡ୍ରଗ୍ସ୍‌ କାରବାର ଯୋଗୁ ଯୁବପିଢ଼ିଙ୍କ ଉପରେ ନକରାତ୍ମକ ପ୍ରଭାବ ପଡୁଛି। ପାକିସ୍ତାନ ଏବଂ ଚାଇନାରୁ ଭାରତକୁ ଚୋରାରେ ଡ୍ରଗ୍ସ୍‌ ଆସୁଛି। ଏନେଇ...

Advertisement
Archives

Model This Week