ଏଇ ଭାରତରେ

୨୦ ଟଙ୍କା ପାଇଁ ୨୨ ବର୍ଷ ନ୍ୟାୟିକ ଲଢ଼େଇ କଥା ଶୁଣିଛନ୍ତି କି? ଏମିତି ଏକ ଘଟଣା ସାମ୍ନାକୁ ଆସିଛି ମଥୁରାରେ। ସେଠାରେ ରହୁଥିବା ତୁଙ୍ଗନାଥ ଚତୁର୍ବେଦୀ ଏମିତି କେସ୍‌ ଲଢ଼ିଛନ୍ତି। ୨୦ ଟଙ୍କା ଫେରିପାଇବା ବଡ଼ କଥା ନୁହେଁ, ବରଂ ଭ୍ରଷ୍ଟାଚାରକୁ ପରାସ୍ତ କରି ନ୍ୟାୟ ଲାଗି ସେ ଏହି ସଂଗ୍ରାମ ଜାରି ରଖିଥିଲେ। ୨୫ ଡିସେମ୍ବର ୧୯୯୯ରେ ତୁଙ୍ଗନାଥ ମୋରଦାବାଦ ଯିବାର ଥିଲା ଓ ସେ ମଥୁରା ରେଲଓ୍ବେ ଷ୍ଟେଶନରେ ଦୁଇଟିି ଟିକେଟ କରିଥିଲେ। ଟିକେଟ କାଉଣ୍ଟରରେ ଥିବା କ୍ଲର୍କ ତାଙ୍କଠାରୁ ୯୦ ଟଙ୍କା ନେଇଥିଲେ। କିନ୍ତୁ ବାସ୍ତବରେ ଏହି ଦୁଇ ଟିକେଟର ମୂଲ୍ୟ ଥିଲା ୭୦ ଟଙ୍କା। ଏହା ଜାଣିବା ପରେ ତୁଙ୍ଗନାଥ ସେହି କ୍ଲର୍କଙ୍କୁ ୨୦ଟଙ୍କା ଫେରାଇବା ଲାଗି କହିଥିଲେ ଓ ବହୁ ଯୁକ୍ତିତର୍କ ବି ହୋଇଥିଲା । ଇତିମଧ୍ୟରେ ଟ୍ରେନ ଆସିଯିବାରୁ ସେ ଚାଲିଯାଇଥିଲେ। ପରେ ତୁଙ୍ଗନାଥ ମଥୁରା ଷ୍ଟେଶନ ମାଷ୍ଟର, ଉତ୍ତରପୂର୍ବ ରେଲଓ୍ବେ ମହାପ୍ରବନ୍ଧକଙ୍କୁ ଏ ସମ୍ପର୍କରେ ଜଣାଇବା ପରେ କୌଣସି ଫଳ ନ ମିଳିବାରୁ ସେ କଞ୍ଜ୍ୟୁମର ଫୋରମରେ ମାମଲା ଦାୟର କରିଥିଲେ। ତୁଙ୍ଗନାଥ ପେସାରେ ଜଣେ ଓକିଲ। ଏହି ମାମଲାର ୧୨୦ରୁ ଅଧିକ ଥର ଶୁଣାଣି ହୋଇଥିଲା। ଶେଷରେ କୋର୍ଟ ତାଙ୍କ ସପକ୍ଷରେ ରାୟ ଦେଇଛନ୍ତି ଓ ଆର୍ଥିକ ଖର୍ଚ୍ଚ ଲାଗି ପ୍ରତି ବର୍ଷ ୨୦ ଟଙ୍କାର ୧୨ ପ୍ରତିଶତ ସୁଧ ସହ ୧୫,୦୦୦ ଟଙ୍କା ଜରିମାନା କରି ୩୦ ଦିନରେ ପଇଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri