ଏଇ ଭାରତରେ

ବିବାହ ଭଳି ଏକ ସ୍ବତନ୍ତ୍ର ଦିନରେ ଭଲ ପୋଷାକ ପିନ୍ଧି କନ୍ୟାବେଶରେ ସଜେଇ ହେବାକୁ ଅନେକ ମହିଳାଙ୍କ ସ୍ବପ୍ନ ଥାଏ। କିନ୍ତୁ ବହୁ ସମୟରେ ଅର୍ଥାଭାବରୁ ଏହା ସମ୍ଭବ ହୋଇପାରି ନ ଥାଏ। ହେଲେ କେରଳର ପେରିଥଲମାନା ନିବାସୀ ନାସର ଥୁଥା ଗରିବ କନ୍ୟାମାନଙ୍କ ସ୍ବପ୍ନକୁ ପୂରଣ କରୁଛନ୍ତି। ସେ ‘ଡ୍ରେସ୍‌ ବ୍ୟାଙ୍କ୍‌’ ଆରମ୍ଭ କରି ମହିଳାମାନଙ୍କୁ ମାଗଣାରେ ଭଲ ପୋଷାକ ଦେଉଛନ୍ତି। ଏହି ଡ୍ରେସ୍‌ ବ୍ୟାଙ୍କକୁ ଧନୀ ପରିବାରଗୁଡ଼ିକ ପୋଷାକ ଦାନ କରୁଛନ୍ତି। ସେହି ପୋଷାକକୁ ଗରିବ ଝିଅମାନେ ନେଉଛନ୍ତି। ଏବେ ସୁଦ୍ଧା ୨୦୦ କନ୍ୟା ଏହି ଡ୍ରେସ୍‌ ବ୍ୟାଙ୍କରୁ ପୋଷାକ ନେଇସାରିଲେଣି। ଏଥିପାଇଁ କୌଣସି ଦେୟ ଦେବାକୁ ପଡ଼ୁନାହିଁ। ଏପର୍ଯ୍ୟନ୍ତ ୧,୦୦୦ ବିବାହ ପୋଷାକ ହିନ୍ଦୁ, ମୁସଲମାନ୍‌ ଓ ଖ୍ରୀଷ୍ଟିଆନ୍‌ କନ୍ୟାଙ୍କ ଲାଗି ସଂଗ୍ରହ କରାଯାଇଛି, ଯାହାର ବଜାର ଦର ୫,୦୦୦ରୁ ୫୦,୦୦୦ ଟଙ୍କା। ଅନ୍ୟ ରାଜ୍ୟ ତଥା ବିଦେଶରେ ଥିବା ଭାରତୀୟମାନେ ମଧ୍ୟ ପୋଷାକ ଦାନ କରୁଛନ୍ତି। ଲୋକମାନଙ୍କଠାରୁ ପୋଷାକ ଗ୍ରହଣ କରିବା ପାଇଁ ନାସର ଏକ ସ୍ବେଚ୍ଛାସେବୀ ନେଟ୍‌ଓ୍ବର୍କ ଖୋଲିଛନ୍ତି। ସେ କେବେ ବି କନ୍ୟାମାନଙ୍କୁ ପୋଷାକ ଫେରାଇବାକୁ କହନ୍ତିନାହିଁ, ବରଂ ତାହାକୁ ଅନ୍ୟ ଗରିବ ଝିଅଙ୍କୁ ଦେବାଲାଗି କହିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚ ମଣିଷର ନୀଚ ପ୍ରବୃତ୍ତି

ବୈକୁଣ୍ଠନାଥ ମିଶ୍ର ସରକାରୀ ସ୍ତରରେ ଦରିଦ୍ରର ସଂଜ୍ଞା ନିରୂପଣ ପାଇଁ ଏକ ସ୍ବତନ୍ତ୍ର ବିଧିବ୍ୟବସ୍ଥା ରହିଛି। ଉକ୍ତ ସଂଜ୍ଞା ଅନୁଯାୟୀ ଯେଉଁମାନେ ଦାରିଦ୍ର୍ୟ ସୀମାରେଖା ତଳେ...

ମହାମାରୀ ରୋକିବାର ବାଟ

ଜୋସେ ମାନୁଏଲ୍‌ ବାରୋସୋ ଶତାବ୍ଦୀର ସବୁଠୁ ଘାତକ କୋଭିଡ୍‌-୧୯ ମହାମାରୀ ଦୁଇ ବର୍ଷ ହେବ ସାରା ବିଶ୍ୱକୁ କଲବଲ କରୁଛି। ଏହା ଯୋଗୁ ବିଶ୍ୱ ଏକ...

ତ୍ୱରିତ ନ୍ୟାୟ ନାଁରେ ଏନ୍‌କାଉଣ୍ଟର

ନିକଟରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ଅବସରପ୍ରାପ୍ତ ବିଚାରପତି ଭି.ଏସ୍‌. ଶ୍ରୀପୁରକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ କମିଶନ ୨୦୧୯ରେ ହାଇଦ୍ରାବାଦରେ ଘଟିଥିବା ଏକ ବହୁଚର୍ଚ୍ଚିତ ପୋଲିସ...

ଅଣ୍ଡା ଦେଖିଲେ ଡର ମାଡୁଛି

ଲଳିତେନ୍ଦୁ ପଲାଉରୀ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସରକାରଙ୍କୁ ସମାଲୋଚନା ହେଉ କି ନେତା, ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କିମ୍ବା ଟମାଟୋ, ଆଉ ଅଣ୍ଡାମାଡ଼ ଘଟଣା କିଛି...

ବିଧ୍ୱଂସୀ ପଙ୍ଗପାଳ

ଅଜୟ କୁମାର ସାହୁ କରୋନା ଦାଉରୁ ଭାରତ ଉଦ୍ଧାର ପାଇ ନ ଥିବା ବେଳେ ପଙ୍ଗପାଳ ଦଳ ଆକ୍ରମଣ ଆରମ୍ଭ କରିଦେଇଛନ୍ତି। ଭାରତୀୟ ଚାଷୀ ତ୍ରାହି...

ପୁଞ୍ଜିବାଦ ଓ ପ୍ରତିଯୋଗିତା

ରୁବେନ୍‌ ମ୍ୟାକ୍ସିମିଆନୋ ଜୋ ବାଇଡେନ୍‌ ଆମେରିକାର ରାଷ୍ଟ୍ରପତି ହେବା ଏକ ବର୍ଷରୁ ଊର୍ଦ୍ଧ୍ୱ ହୋଇଗଲାଣି। ଏହି ସମୟ ମଧ୍ୟରେ ଲଗାତର ତାଙ୍କୁ ଫ୍ରାଙ୍କଲିନ୍‌ ଡେଲାନୋ ରୁଜ୍‌ଭେଲ୍ଟଙ୍କ...

ଏଇ ଭାରତରେ

ବିଲୁପ୍ତପ୍ରାୟ ପକ୍ଷୀଙ୍କ ପାଇଁ ରହିଛି ରେସ୍ତୋରଁା। ଏ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ଆମ ଦେଶର କାନପୁରର ଜୁଲୋଜିକାଲ ପାର୍କରେ ଖୋଲିଛି ଏହି ରେସ୍ତୋରଁା।...

ନୂଆ ଶୀତଳଯୁଦ୍ଧ

ଦକ୍ଷିଣ ଚାଇନା ସାଗର ବା ସାଉଥ୍‌ ଚାଇନା ସି’ ହେଉଛି ପ୍ରଶାନ୍ତ ମହାସାଗରର ଏକ ଅଂଶ। ବିଶ୍ୱର ଏକ ତୃତୀୟାଂଶ ଜାହାଜ ଏହି ବାଟ ଦେଇ...

Advertisement
Archives

Model This Week