ଏଇ ଭାରତରେ

ଜଣେ ଦୃଷ୍ଟିବାଧିତ ଅନ୍ୟମାନଙ୍କ ପାଇଁ ଆଶାବାଡ଼ି ହୋଇପାରନ୍ତି ଏହାର ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଗୁଜରାଟରେ। ଏହି ବ୍ୟକ୍ତି ଜଣକ ହେଉଛନ୍ତି ୨୩ ବର୍ଷୀୟ ଭବେଶ ଭାଟିଆ । ଦୃଷ୍ଟିଶକ୍ତି ହରାଇବା ପରେ ଭାଙ୍ଗି ନ ପଡ଼ି ସେ ‘ସନ୍‌ରାଇଜ କ୍ୟାଣ୍ଡେଲସ୍‌’ ଆରମ୍ଭ କରି ସେଥିରେ ୯,୫୦୦ ଦୃଷ୍ଟିବାଧିତଙ୍କୁ ନିଯୁକ୍ତ କରିଛନ୍ତି। ଭବେଶ ପ୍ରଥମେ ଏକ ହୋଟେଲରେ ଚାକିରି କରିଥିଲେ। ଦୃଷ୍ଟିଶକ୍ତି ହରାଇବା ପରେ ତାଙ୍କ ଚାକିରି ଚାଲିଯାଇଥିଲା। ବଞ୍ଚିବା ଲାଗି ବାଟ ଖୋଜି ସେ ମୁମ୍ବାଇ ନ୍ୟାଶନାଲ ଆସୋସିଏଶନ ଫର୍‌ ବ୍ଲାଇଣ୍ଡ୍‌ରେ ନାମ ଲେଖାଇ ମହମବତି ତିଆରି କୌଶଳ ଶିକ୍ଷା କରିଥିଲେ। ପରେ ନିଜେ ମହମବତି ତିଆରି କରି ବିକ୍ରି କରିବା ସହ ୧୫,୦୦୦ ଟଙ୍କା ଋଣ ଆଣି ‘ସନ୍‌ରାଇଜ କ୍ୟାଣ୍ଡେଲସ୍‌’ ସଂସ୍ଥା ଗଠନ କରି କେବଳ ଦୃଷ୍ଟିବାଧିତ ଲୋକଙ୍କୁ ନିଯୁକ୍ତ କରିବା ଓ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ। ତାଙ୍କର ସେହି କ୍ଷୁଦ୍ର ବ୍ୟବସାୟିକ ସଂସ୍ଥା ଏବେ ଢେର ବଢ଼ିପାରିଛି ଓ ସେଥିରେ ୯,୫୦୦ ଦୃଷ୍ଟିବାଧିତ ବ୍ୟକ୍ତି ରୋଜଗାର ପାଇଛନ୍ତି। ୧୪ଟି ରାଜ୍ୟରେ ଏହାର ୭୧ଟି ଉପତ୍ାଦନ କେନ୍ଦ୍ର ରହିଛି ଏବଂ ତାଙ୍କ ଉପତ୍ାଦିତ ମହମବତି ଏବେ ପାଖାପାଖି ୬୭ଟି ଦେଶକୁ ରପ୍ତାନି ହେଉଛି। କେବଳ ବ୍ୟବସାୟ ନୁହେଁ, ଏହି ପ୍ରେରଣାଦାୟୀ ବ୍ୟକ୍ତି ଜଣଙ୍କ ମଧ୍ୟ ପାରା ଅଲିମ୍ପିକ ଖେଳରେ ଜାତୀୟ ସ୍ତରରେ ବହୁ ପଦକ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri