ଏଇ ଭାରତରେ

ପେସାରେ ଗଣିତ ଶିକ୍ଷକ, ହେଲେ ଆବିଷ୍କାର କରିବାର ନିଶା ତାଙ୍କ ଜୀବନର ଏକ ପ୍ରମୁଖ ଅଙ୍ଗ। ଏମିତି ଜଣେ ଶିକ୍ଷକ ହେଉଛନ୍ତି କଶ୍ମୀରର ବିଲାଲ ଅହମ୍ମଦ। ସେ ୧୩ ବର୍ଷ ପରିଶ୍ରମ କରି ତାଙ୍କ ୧୯୯୮ର ନିଶାନ ମାଇକ୍ରା କାର୍‌କୁ ଏକ ସୋଲାର୍‌ କାର୍‌ କରିପାରିଛନ୍ତି। ଏବେ ଅନେକ ମୋଟର କମ୍ପାନୀ ଇଭି ମଡେଲ କାର୍‌ ଓ ବାଇକ୍‌ ନିର୍ମାଣ କରିବାରେ ଲାଗିଥିବାବେଳେ ବିଲାଲ ବହୁ ପୂର୍ବରୁ ଏଭଳି କାର୍‌ ନିର୍ମାଣ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ଏହି କାର୍‌ ସମ୍ପୂର୍ଣ୍ଣ ଭାବେ ଆଧୁନିକ ଗେଜେଟ୍‌ ଦ୍ୱାରା ସଞ୍ଚାଳିତ। ଏହାର ପୂରା ବାହାର ଭାଗରେ କଳା ରଙ୍ଗର ସୋଲାର ପ୍ୟାନେଲ ଲଗାଇଛନ୍ତି। ଏହା ଅଧିକ ସୂର୍ଯ୍ୟ କିରଣ ଥିବା ଯେ କୌଣସି ଦିଗକୁ ଆପେ ଆପେ ଘୂରିପାରୁଛି। କଶ୍ମୀରରେ କମ୍‌ ସୌର କିରଣ ରହୁଥିବାରୁ ବିଶେଷକରି ମନୋକ୍ରିଷ୍ଟାଲାଇନ ସୋଲାର ପ୍ୟାନେଲ ଉପଯୋଗ କରିଛନ୍ତି। କାର୍‌ଟି ୧ କିଲୋଭୋଲ୍ଟ ମୋଟରରେ ସଞ୍ଚାଳିତ ହେଉଛି ଓ ଏଥିରେ ଏକ ଚାର୍ଜ ହେବା ଭଳି ବ୍ୟାଟେରି ଲଗାଇଛନ୍ତି। ଏହି କାର୍‌ ନିର୍ମାଣରେ ସେ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଏହାକୁ ଅଧିକ ସଂଖ୍ୟାରେ ନିର୍ମାଣ କରାଗଲେ ତାହାର ମୂଲ୍ୟ ପାଖାପାଖି ୬ରୁ ୮ ଲକ୍ଷ ଟଙ୍କା ହେବ ବୋଲି କହନ୍ତି ବିଲାଲ। କେବଳ ଏତିକି ନୁହେଁ ବିଲାଲ ମଧ୍ୟ ୨୦୦୯ରେ ଏଲ୍‌ପିଜି ନିୟନ୍ତ୍ରଣ ସୁରକ୍ଷା ଉପକରଣ ନିର୍ମାଣ କରିଛନ୍ତି। ଗ୍ୟାସ୍‌ର ରେଗୁଲେଟର ବନ୍ଦ କରିବାକୁ ଭୁଲି ଯାଇଥିଲେ ବି ତାଙ୍କ ଦ୍ୱାରା ନିର୍ମିତ ଏଲ୍‌ପିଜି କଣ୍ଟ୍ରୋଲ ଡିଭାଇସ ଗ୍ୟାସ୍‌କୁ ବନ୍ଦ କରିପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାଓପ୍ରବଣ ଅଞ୍ଚଳରେ ପାଦ ଦେଲେ ଆଉ ଫେରିବ ନାହିଁ ବୋଲି ଅନେକେ କହୁଥିଲେ ଡ. ନିଲମ ଗୁପ୍ତାଙ୍କୁ। କିନ୍ତୁ ସେ କାହା କଥା ନ ମାନି...

ଜମି ମାଲିକାନା କୃଷକ ହାତକୁ ଯାଉ

ଶେଖ୍‌ ଫରିଦ୍‌ଉଦ୍ଦିନ୍‌   ଓଡ଼ିଶାରେ ପ୍ରାୟ ୭୫ ପ୍ରତିଶତ ଅଧିବାସୀ ଗ୍ରାମାଞ୍ଚଳରେ ବାସ କରନ୍ତି। ସେଥିମଧ୍ୟରୁ ୬୫ ପ୍ରତିଶତ କେବଳ କୃଷିଜୀବୀ। ଗ୍ରାମାଞ୍ଚଳରେ ଅଧିକାଂଶ ଗରିବଙ୍କ...

ଏଇ ଭାରତରେ

ହିନ୍ଦୁ ଧର୍ମରେ ମୃତ୍ୟୁ ପରେ ଶ୍ରାଦ୍ଧ ଦିଆଯିବାର ପରମ୍ପରା ରହିଥିବାବେଳେ ଗୁଜରାଟର ଏକ ଗାଁରେ ମୃତ୍ୟୁ ପୂର୍ବରୁ ତିନି ଜଣ ବୃଦ୍ଧଙ୍କୁ ଶ୍ରାଦ୍ଧ ଦେବା ଘଟଣା...

ଅଙ୍ଗଦାନ ମହାପୁଣ୍ୟ

ଡା. ଉମେଶ ଚନ୍ଦ୍ର ପାତ୍ର ଅଙ୍ଗଦାନ ଏପରି ଏକ ପ୍ରକ୍ରିୟା ଯେଉଁଥିରେ ଜଣେ ବ୍ୟକ୍ତି (ମୃତ ଓ ଜୀବିତ) ଠାରୁ ସୁସ୍ଥ ଅଙ୍ଗ ଏବଂ ଟିସୁକୁ...

ଛୁଇଁବା ନାହିଁ ତ କି ଶୁଶ୍ରୂଷା

ସହଦେବ ସାହୁ   କରୋନା ଭାଇରସ ମଣିଷଠୁ ମଣିଷକୁ ସଂକ୍ରମଣ କରୁଥିବାରୁ ଏହାକୁ ରୋକିବାର ମୁଖ୍ୟ ଉପାୟ ଭିତରେ ଅନ୍ୟତମ ହେଉଛି ସଙ୍ଗରୋଧ ବା ସୋସିଆଲ୍‌...

ଖାଦ୍ୟାଭାବ ବନାମ ଖାଦ୍ୟନଷ୍ଟ

ନିରଞ୍ଜନ ସାହୁ କେତେ ଜଣ ଖାଦ୍ୟ ବିଷୟରେ ଟିକିଏ ନିୟନ୍ତ୍ରଣ ରଖିପାରନ୍ତି ନାହିଁ। ପାଖରେ କିଏ କିଛି ଖାଦ୍ୟ ଜିନିଷ ରଖିଦେଲେ ଅଜାଣତରେ ହାତଟି ସେଇଟିକୁ...

ସତ୍ୟାଗ୍ରହର ଶକ୍ତି

ଡ. ପ୍ରଫୁଲ୍ଲ କୁମାର ସାହୁ ମହାମାନବ ମହାତ୍ମା ଗାନ୍ଧୀ । ବିଶ୍ୱ ଇତିହାସର ସର୍ବମାନ୍ୟ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ। ଜଣେ ସତ୍ୟନିଷ୍ଠ ମୁକ୍ତିଯୋଦ୍ଧା, ଜଣେ ସମାଜ ସଂସ୍କାରକ,...

ଯୋଗଃ କର୍ମସୁ କୌଶଳମ୍‌: ଏକ ଭିନ୍ନ ଦୃଷ୍ଟି

ଡ. ଛାୟାକାନ୍ତ ଷଡ଼ଙ୍ଗୀ ଭଗବଦ୍‌ଗୀତାରେ ଯୋଗର ବିଭିନ୍ନ ସଂଜ୍ଞା ମଧ୍ୟରେ ଗୋଟିଏ ବହୁଳ ଉଦ୍ଧୃତ ସଂଜ୍ଞା ହେଉଛି ”ଯୋଗଃ କର୍ମସୁ କୌଶଳମ୍‌।“ ଏହାକୁ ଅନ୍ବୟ କରାଗଲେ...

Advertisement
Archives

Model This Week