ଏଇ ଭାରତରେ

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଢ଼ୁଛନ୍ତି ଏବଂ ସମୟ ବାହାର କରି ବୁଲାକୁକୁରଙ୍କୁ ଖାଇବାକୁ ଦେବା ସହ ଆହତ କୁକୁରଙ୍କୁ ଉଦ୍ଧାର କରୁଛନ୍ତି ଯଶଦୀପ କୌର ଏବଂ ଇଶାନ ଜୋଶୀ। ଏବେ ସୁଦ୍ଧା ସେମାନେ ୧୦୦୦ରୁ ଊର୍ଦ୍ଧ୍ୱ କୁକୁରଙ୍କୁ ଉଦ୍ଧାର କରିସାରିଲେଣି। ପ୍ରଥମେ ସେମାନେ ୨୦ଟି କୁକୁରଙ୍କୁ ନିଜେ ରୋଷେଇ କରି ଖାଇବାକୁ ଦେବା ଆରମ୍ଭ କରିଥିଲେ। ପରେ ୨୦୨୦ରେ ‘ପରିବାର’ ସଂସ୍ଥା ଗଠନ କରି ତା’ ମାଧ୍ୟମରେ ଲକ୍ଷ୍ମୀବାଈ ନଗରରେ ୨୦୦ରୁ ଅଧିକ କୁକୁରଙ୍କୁ ପ୍ରତିଦିନ ଖାଇବାକୁ ଦେଉଛନ୍ତି। ଏଥିପାଇଁ ସେମାନେ ରୋଷେଇ ବ୍ୟବସ୍ଥା କରିବା ସହ ଜଣେ ରୋଷେୟା ନିଯୁକ୍ତ କରିଛନ୍ତି। ଅପରାହ୍ନରେ ଖାଦ୍ୟ ପ୍ରସ୍ତୁତ କରିବା ପରେ ରାତିରେ କୁକୁରଙ୍କୁ ଖାଇବାକୁ ଦିଆଯାଉଛି। ଏହି କାର୍ଯ୍ୟରେ ସେମାନଙ୍କୁ ସ୍ଥାନୀୟ ଅଞ୍ଚଳର ଶ୍ରମିକମାନେ ସହଯୋଗ କରୁଛନ୍ତି। ଦିନକୁ ୧୮ରୁ ୨୦ କେ.ଜି. ଚିକେନ୍‌ ଏବଂ ୨୫ରୁ ୩୦ କେ.ଜି. ଚାଉଳ ରୋଷେଇ ହେଉଛି। ଏ ବାବଦରେ ସମସ୍ତ ଖର୍ଚ୍ଚ ଯଶଦୀପ ଓ ଇଶାନ ବହନ କରୁଛନ୍ତି। ଅନ୍ୟମାନେ ବି ଏହି ଦୁଇ ଜଣଙ୍କୁ ଆର୍ଥିକ ସାହାଯ୍ୟ କରୁଛନ୍ତି। ‘ପରିବାର’ ମାଧ୍ୟମରେ ମଧ୍ୟ ୧୧୩ ବୁଲାକୁକୁରଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଖୁବ୍‌ଶୀଘ୍ର ପ୍ରାଣୀମାନଙ୍କ ପାଇଁ ଏକ ଆଶ୍ରୟସ୍ଥଳୀ ଖୋଲିବା ସହ ଦିଲ୍ଲୀର ଅନ୍ୟ ସ୍ଥାନଗୁଡ଼ିକରେ ଅଧିକ କୁକୁରଙ୍କୁ ଖାଇବାକୁ ଦେବା ଲାଗି ଯୋଜନା କରିଛନ୍ତି ବୋଲି ଇଶାନ କହିଛନ୍ତି। କୁକୁରଙ୍କ ବ୍ୟତୀତ ଇଶାନ ଓ ଯଶଦୀପ ପ୍ରତି ସପ୍ତାହରେ ଦୁଇ ଦିନ ମାଙ୍କଡ଼ ଓ ବୁଲା ଗୋରୁଙ୍କୁ ଖାଇବାକୁ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମୃତ୍ୟୁ ଧମକକୁ ଖାତିର ନ କରି ସୁମିତା ବାନାର୍ଜୀ କୋଲକାତାର ରବୀନ୍ଦ୍ର ସରୋବର ସୁରକ୍ଷା ଲାଗି ଯେଉଁଭଳି ସଂଗ୍ରାମ କରୁଛନ୍ତି ତାହା ବାସ୍ତବିକ ପ୍ରେରଣାଦାୟୀ। ପଶ୍ଚିମବଙ୍ଗ...

ପରିବେଶ ଅନୁକୂଳ ଅନ୍ତିମ ସଂସ୍କାର

ମାନେକା ଗାନ୍ଧୀ ଯେଉଁଦିନ କୋଭିଡ୍‌ ଟେଷ୍ଟିଂ ଟିମ୍‌ ମୋର ପଜିଟିଭ୍‌ ଥିବା ଘୋଷଣା କଲା, ଠିକ୍‌ ତା’ପରେ ମୋତେ ମୃତ୍ୟୁ ଚିନ୍ତା ଘାରିଲା। ମୋ ଜାଣିବାରେ...

ଏଇ ଭାରତରେ

ନିଷ୍ଠା, ତ୍ୟାଗ ଓ ସମର୍ପଣ ଭାବରେ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ। ଏଭଳି ମନ୍ତ୍ରକୁ ଆଧାର କରି ଗୁଜରାଟ ବନାଶକାଣ୍ଠ ଜିଲା ନିବାସୀ ନବଲବେନ୍‌ ଚୌଧୁରୀ...

ଆମ ସ୍ଥିତି କେଉଁଠି

ଡ. ସନ୍ତୋଷ କୁମାର ମହାପାତ୍ର ନିକଟରେ ଦିଲ୍ଲୀରେ ଓଡ଼ିଶାର ପର୍ବ ତିନିଦିନ ଧରି (ମାର୍ଚ୍ଚ ୨୪-୨୬ ପର୍ଯ୍ୟନ୍ତ) ମହା ଆଡ଼ମ୍ବରରେ ପାଳିତ ହୋଇଛି। ଓଡ଼ିଶାର କଳା,...

ଇମ୍ୟୁନିଟି ବେପାର

ରୁଦ୍ର ପ୍ରସନ୍ନ ରଥ କରୋନା କାଳରେ ଯେଉଁ କେତୋଟି ଶବ୍ଦ ବେଶ୍‌ ଜୋରରେ ଶୁଣିବାକୁ ମିଳୁଛି ତାହା ମଧ୍ୟରୁ ବୋଧହୁଏ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା...

ଏଇ ଭାରତରେ

ବୟସ ୬୭। ଏକୁଟିଆ ନିଜ ଖର୍ଚ୍ଚରେ ଏକ ଜଙ୍ଗଲ କରିପାରିଛନ୍ତି। ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି କେରଳ ତ୍ରିଶୂର ଜିଲାର ଗୋପାଳକ୍ରିଷ୍ଣନ କେ.ଆର୍‌.। ବ୍ୟାଙ୍କ କର୍ମଚାରୀ...

Dillip Cherian

ନୋବେଲ ଚିନ୍ତା

ତିନି କୃଷି ଆଇନ ବିରୋଧରେ କୃଷକ ସଂଗଠନଗୁଡ଼ିକ ଏକ ବର୍ଷରୁ ଅଧିକ ସମୟ ଧରି ଆନ୍ଦୋଳନ ଜାରି ରଖିବା ପରେ ଏବେ ତାହାକୁ ଶେଷ କରିଛନ୍ତି।...

ସମାଜର ଦୃଶ୍ୟ

ଡ. ସିଦ୍ଧାର୍ଥ କାନୁନ୍‌ଗୋ ନିକଟରେ ଦୁଇଟି ଦୁଃଖଦାୟକ ଖବର ଆମ ଭଳି ସାଧାରଣ ଲୋକଙ୍କୁ ଖୁବ୍‌ ବ୍ୟସ୍ତବିବ୍ରତ କଲା। ଦୁଇଟି ଯାକ ଖବର ସ୍ବାସ୍ଥ୍ୟବିଭାଗକୁ ନେଇ।...

Advertisement
Archives

Model This Week