ଏଇ ଭାରତରେ

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଢ଼ୁଛନ୍ତି ଏବଂ ସମୟ ବାହାର କରି ବୁଲାକୁକୁରଙ୍କୁ ଖାଇବାକୁ ଦେବା ସହ ଆହତ କୁକୁରଙ୍କୁ ଉଦ୍ଧାର କରୁଛନ୍ତି ଯଶଦୀପ କୌର ଏବଂ ଇଶାନ ଜୋଶୀ। ଏବେ ସୁଦ୍ଧା ସେମାନେ ୧୦୦୦ରୁ ଊର୍ଦ୍ଧ୍ୱ କୁକୁରଙ୍କୁ ଉଦ୍ଧାର କରିସାରିଲେଣି। ପ୍ରଥମେ ସେମାନେ ୨୦ଟି କୁକୁରଙ୍କୁ ନିଜେ ରୋଷେଇ କରି ଖାଇବାକୁ ଦେବା ଆରମ୍ଭ କରିଥିଲେ। ପରେ ୨୦୨୦ରେ ‘ପରିବାର’ ସଂସ୍ଥା ଗଠନ କରି ତା’ ମାଧ୍ୟମରେ ଲକ୍ଷ୍ମୀବାଈ ନଗରରେ ୨୦୦ରୁ ଅଧିକ କୁକୁରଙ୍କୁ ପ୍ରତିଦିନ ଖାଇବାକୁ ଦେଉଛନ୍ତି। ଏଥିପାଇଁ ସେମାନେ ରୋଷେଇ ବ୍ୟବସ୍ଥା କରିବା ସହ ଜଣେ ରୋଷେୟା ନିଯୁକ୍ତ କରିଛନ୍ତି। ଅପରାହ୍ନରେ ଖାଦ୍ୟ ପ୍ରସ୍ତୁତ କରିବା ପରେ ରାତିରେ କୁକୁରଙ୍କୁ ଖାଇବାକୁ ଦିଆଯାଉଛି। ଏହି କାର୍ଯ୍ୟରେ ସେମାନଙ୍କୁ ସ୍ଥାନୀୟ ଅଞ୍ଚଳର ଶ୍ରମିକମାନେ ସହଯୋଗ କରୁଛନ୍ତି। ଦିନକୁ ୧୮ରୁ ୨୦ କେ.ଜି. ଚିକେନ୍‌ ଏବଂ ୨୫ରୁ ୩୦ କେ.ଜି. ଚାଉଳ ରୋଷେଇ ହେଉଛି। ଏ ବାବଦରେ ସମସ୍ତ ଖର୍ଚ୍ଚ ଯଶଦୀପ ଓ ଇଶାନ ବହନ କରୁଛନ୍ତି। ଅନ୍ୟମାନେ ବି ଏହି ଦୁଇ ଜଣଙ୍କୁ ଆର୍ଥିକ ସାହାଯ୍ୟ କରୁଛନ୍ତି। ‘ପରିବାର’ ମାଧ୍ୟମରେ ମଧ୍ୟ ୧୧୩ ବୁଲାକୁକୁରଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଖୁବ୍‌ଶୀଘ୍ର ପ୍ରାଣୀମାନଙ୍କ ପାଇଁ ଏକ ଆଶ୍ରୟସ୍ଥଳୀ ଖୋଲିବା ସହ ଦିଲ୍ଲୀର ଅନ୍ୟ ସ୍ଥାନଗୁଡ଼ିକରେ ଅଧିକ କୁକୁରଙ୍କୁ ଖାଇବାକୁ ଦେବା ଲାଗି ଯୋଜନା କରିଛନ୍ତି ବୋଲି ଇଶାନ କହିଛନ୍ତି। କୁକୁରଙ୍କ ବ୍ୟତୀତ ଇଶାନ ଓ ଯଶଦୀପ ପ୍ରତି ସପ୍ତାହରେ ଦୁଇ ଦିନ ମାଙ୍କଡ଼ ଓ ବୁଲା ଗୋରୁଙ୍କୁ ଖାଇବାକୁ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?