ଏଇ ଭାରତରେ

କାଲିକଟ୍‌ ଏନ୍‌ଆଇଟିିର ଗବେଷକମାନେ ପରିବେଶ ସୁରକ୍ଷା ଲାଗି ଏକ ପ୍ରକାର ସ୍ମାର୍ଟ ସୋଲାର ଷ୍ଟୋଭ୍‌ ନିର୍ମାଣ କରିଛନ୍ତି। ଏହାକୁ ଘରେ, ରେସ୍ତୋରଁାରେ ଏବଂ ରାସ୍ତକଡ଼ ବ୍ୟବସାୟୀମାନେ ବ୍ୟବହାର କରିପାରିବେ। ଏଲ୍‌ପିଜିର ଅହେତୁକ ମୂଲ୍ୟ ବୃଦ୍ଧିରୁ ଏହି ଷ୍ଟୋଭ୍‌ ରକ୍ଷା କରିବ। ଏହା ସୌର ଶକ୍ତିରେ ଚାଲୁଛି ଓ ଏଥିରୁ କୌଣସି କ୍ଷତିକାରକ ଗ୍ୟାସ୍‌ ନିର୍ଗମନ ହେଉ ନାହିଁ। ଏହାକୁ ପରିବେଶ ଉପଯୋଗୀ ଇଣ୍ଡକ୍‌ସନ ଢାଞ୍ଚାରେ ନିର୍ମାଣ କରାଯାଇଛି। ଏହାର ସିଙ୍ଗଲ୍‌ ଓ ଡବଲ୍‌ ଭର୍ସନ ରହିଛି। ସିଙ୍ଗଲ ଭର୍ସନ ଷ୍ଟୋଭ୍‌ର ମୂଲ୍ୟ ୧୦,୦୦୦ ଓ ଡବଲ ଭର୍ସନର ଦାମ୍‌ ରଖାଯାଇଛି ୧୫,୦୦୦ ଟଙ୍କା। ରାସ୍ତାକଡ଼ ଦୋକାନୀମାନଙ୍କ ଲାଗି ସ୍ବତନ୍ତ୍ର ଭାବେ ନିର୍ମାଣ କରାଯାଇଥିବା ଡବଲ ଷ୍ଟୋଭ୍‌ ଭର୍ସନରେ ଏଲ୍‌ଇଡି ଲ୍ୟାମ୍ପ ଖଞ୍ଜା ହୋଇଛି। ରାତିରେ ଏହି ଷ୍ଟୋଭ୍‌ରେ ରୋଷେଇ କରଯାଇପାରିବ। କାରଣ ଏଥିରେ ସୋଲାର ଏନର୍ଜି ଗଚ୍ଛିତ ରହିବା ଲାଗି ବ୍ୟବସ୍ଥା କରାଯାଇଛି। ଫୋଲ୍ଡ ହୋଇପାରୁଥିବା ସୋଲାର ପ୍ୟାନେଲ ଲଗାଯାଇଥିତ୍ବାରୁ ଏହି ଷ୍ଟୋଭ୍‌କୁ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri