କିଶୋରୀ ମାତୃତ୍ୱ ଚିନ୍ତା

ରାଜୀବ କୁମାର ନାୟକ

ଜାତୀୟ ପରିବାର ଓ ସ୍ବାସ୍ଥ୍ୟ ସ୍ଥିତି ରିପୋର୍ଟ ଅନୁସାରେ ୧୫ରୁ ୧୯ବର୍ଷ ବୟସର କିଶୋରୀମାନଙ୍କଠାରେ ମାତୃତ୍ୱ ହାର ଯଥେଷ୍ଟ ବୃଦ୍ଧି ପାଇଥିବା ଜଣାଯାଏ। ଜାତୀୟ ପରିବାର ଓ ସ୍ବାସ୍ଥ୍ୟ ସ୍ଥିତି (ଏନ୍‌.ଏଫ୍‌.ଏଚ୍‌.ଏସ୍‌.) ରିପୋର୍ଟ ୫ ଓ ୪କୁ ତୁଳନା କଲେ ଜଣାଯାଏ ଯେ ରାଜ୍ୟରେ ବାଲ୍ୟ ବିବାହ କମିଛି ହେଲେ କିଶୋରୀ ମାତୃତ୍ୱ ବୃଦ୍ଧି ପାଇଛି। ଜାତୀୟ ପରିବାର ଓ ସ୍ବାସ୍ଥ୍ୟ ସ୍ଥିତି ରିପୋର୍ଟ ୫ ଅନୁସାରେ ମୟୂରଭଞ୍ଜରେ କିଶୋରୀ ମାତୃତ୍ୱ ହାର ପୂର୍ବରୁ ୧୬.୧ ଥିବା ବେଳେ ଚଳିତ ରିପୋର୍ଟରେ ତାହା ୧୭.୨, ବୌଦ୍ଧରେ ୮.୨ରୁ ବଢ଼ି ୧୩.୭, ଅନୁଗୋଳରେ ୯.୯ରୁ ୧୨.୨, ଗଞ୍ଜାମରେ ୧୦ରୁ ୧୧.୪, ଢେଙ୍କାନାଳରେ ୫.୩ରୁ ୯.୩କୁ ବୃଦ୍ଧି ପାଇଛି। ଠିକ୍‌ ସେହିପରି କିଶୋରୀ ମାତୃତ୍ୱ ବୃଦ୍ଧି ତାଲିକାରେ ସୁବର୍ଣ୍ଣପୁର, ଭଦ୍ରକ, କଟକ, ପୁରୀ, ନୂଆପଡ଼ା, ବରଗଡ, ଜଗତ୍‌ସିଂହପୁର ଇତ୍ୟାଦି ରହିଥିବା ଜଣାଯାଏ। ଅନ୍ୟ ଦିଗରୁ ଦେଖିଲେ ଆଜି ମଧ୍ୟ ଓଡ଼ିଶାର ଅନେକ ଜିଲାରେ ବାଲ୍ୟ ବିବାହର ମାତ୍ରା ଯଥେଷ୍ଟ ରହିଛି। ନବରଙ୍ଗପୁର, ନୟାଗଡ଼, କୋରାପୁଟ, ମାଲକାନଗିରି, ରାୟଗଡା, ମୟୂରଭଞ୍ଜ, କେନ୍ଦୁଝର, ଗଜପତି, ବାଲେଶ୍ୱର, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ ଇତ୍ୟାଦି ଜିଲାରେ ଏହି ହାର ଜାତୀୟ ହାରଠାରୁ ଯଥେଷ୍ଟ ଉପରେ ରହିଛି। ଗୋଟିଏ ଦିଗରେ ବାଲ୍ୟ ବିବାହ ଅନ୍ୟ ଦିଗରେ ମହିଳା ହିଂସା ସମସ୍ୟା ବୃଦ୍ଧି ପାଉଛି। ଟେଲିଫୋନ, ଇଣ୍ଟରନେଟ ତଥା ଗଣମାଧ୍ୟମର ପ୍ରଭାବ ଫଳରେ ପୁଅ ଝିଅଙ୍କ ମଧ୍ୟରେ ଯୌନ ସମ୍ପର୍କ ସ୍ଥାପନ କିଶୋରୀ ମାତୃତ୍ୱ ବୃଦ୍ଧି କରିବାରେ ସହାୟକ ହେଉଛି। ଅନେକ ସମୟରେ ସଚେତନତାର ଅଭାବ ମଧ୍ୟ କିଶୋରୀ ମାତୃତ୍ୱକୁ ଏଡ଼ାଇବାରେ ଅସମର୍ଥ ହେଉଛି। ବିଦ୍ୟାଳୟରେ ଯୌନ ଶିକ୍ଷା ଦିଆ ଯାଉ ନ ଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ତଥା ମହିଳା ଏବଂ ଶିଶୁ ବିକାଶ ବିଭାଗ ତରଫରୁ କୈଶୋର ସ୍ବାସ୍ଥ୍ୟ ସମ୍ବନ୍ଧରେ ଯେତିକି ପ୍ରୟାସ କରା ଯାଉଛି ତାହା ଯଥେଷ୍ଟ ହୋଇ ପାରୁ ନାହିଁ। ଅଙ୍ଗନଓ୍ବାଡି କେନ୍ଦ୍ର ମାଧ୍ୟମରେ କିଶୋରୀ କ୍ଲବ ଗଠନ କରାଯାଇଅଛି ସତ ହେଲେ ଆନ୍ତରିକତାର ଅଭାବରୁ ଏ ବିଷୟରେ ନିୟମିତ ଚର୍ଚ୍ଚା ହୋଇ ପାରୁନାହିଁ। ଅନେକ ସ୍ଥଳେ କିଶୋରୀମାନେ ବିଭିନ୍ନ କାରଣରୁ ନିୟମିତ ବୈଠକକୁ ଆସିବା ଦେଖା ଯାଇ ନ ଥାଏ। ଆଜି ମଧ୍ୟ ଅନେକ କିଶୋରୀ ବିଶେଷ କରି ଗ୍ରାମାଞ୍ଚଳରେ ବସବାସ କରୁଥିବା ତଥା ଖୁବ୍‌ କମ୍‌ ପାଠ ପଢ଼ିଥିବା କିଶୋରୀମାନେ ଗର୍ଭ ନିରୋଧକ ସମ୍ବନ୍ଧରେ ବିଶେଷ ସଚେତନ ନୁହନ୍ତି। ସହରାଞ୍ଚଳରେ ସାମାଜିକ କଟକଣାର ଅଭାବ, ପୁଅଝିଅଙ୍କ ମଧ୍ୟରେ ଅବାଧ ମିଳାମିଶା, ଯୌନସମ୍ପର୍କ ସ୍ଥାପନ ନିମନ୍ତେ ଅହେତୁକ ଉତ୍କଣ୍ଠା ଇତ୍ୟାଦି କିଶୋରୀ ଗର୍ଭଧାରଣ ତଥା ମାତୃତ୍ୱ ବୃଦ୍ଧି କରାଇବାରେ ସହାୟକ ହେଉଛି।
ଝିଅଟିଏ ଯେତେବେଳେ ଗର୍ଭବତୀ ହେଉଛି ପ୍ରାଥମିକ ଲକ୍ଷଣ ସ୍ବରୂପ ତା’ର ମାସିକ ଋତୁସ୍ରାବ ବନ୍ଦ ହେବ ହିଁ ହେବ ଏବଂ ଏଭଳି ଘଟଣା ଘଟିଲେ ଜଣେ କୋମଳମତି କିଶୋରୀ ଅନ୍ୟ କାହାକୁ ଜଣାଇବ କି ନାହିଁ ତା’ ଉପରେ ନିର୍ଭର କରୁଛି। ଯଦି ସେ ବିବାହ କରିଥିବ ତ ସହଜରେ କଥାଟି ପ୍ରକାଶ କରିବ କିନ୍ତୁ ସେ ଯଦି ଅବିବାହିତ ଥିବ ସେ ଖୁବ୍‌ ଡରିଯିବ କାରଣ ଆମ ସମାଜରେ ଏହା ଏକ ଅପବାଦ। ଏଭଳି ଝିଅଙ୍କୁ ସହଜରେ କେହି ବାହା ହେବେନି। ମାତାପିତା ଏବଂ ସନ୍ତାନସନ୍ତତିଙ୍କ ମଧ୍ୟରେ ଥିବା ବ୍ୟବଧାନ କାରଣରୁ ଝିଅଟେ ସହଜରେ ଗର୍ଭବତୀ ହେବା କଥାକୁ ମା’ବାପାଙ୍କ ସାମନାରେ ପ୍ରକାଶ କରି ପାରେନି। ଏପଟେ ଶେଷ ଆଶ୍ରୟ ସ୍ବରୂପ ଲୁଚାଇ ଗର୍ଭପାତ କଲେ ବିପଦର ସମ୍ଭାବନାକୁ ଏଡା ଯାଇ ନ ପାରେ ଓ ସେଥିପାଇଁ ମଧ୍ୟ ସାହସ ସହିତ ସଚେତନତା ରହିଥିବା ଆବଶ୍ୟକ। ଆଉ ଯଦିଓ ୬ ମାସ ୧୫ ଦିନ ପୂର୍ବରୁ ଗର୍ଭ ନଷ୍ଟ ହେଲେ ଗର୍ଭପାତ କହୁଛୁ କିନ୍ତୁ ଗର୍ଭପାତ କରାଯିବା କ୍ଷେତ୍ରରେ ୧୨ସପ୍ତାହ ପୂର୍ବରୁ ଜଣେ ଡାକ୍ତରଙ୍କ ମାଧ୍ୟମରେ ଏବଂ ଦୁଇଟି ଡାକ୍ତରଙ୍କ ମାଧ୍ୟମରେ ୧୨ରୁ ୨୦ ସପ୍ତାହ ମଧ୍ୟରେ ଏହା କରା ଯାଇପାରିବ। ତେଣୁ ଏହି ସମୟ ଯଦି ଅତିକ୍ରାନ୍ତ ହୋଇ ଯାଇଥିବ ତା’ହେଲେ ଗର୍ଭପାତର ସମ୍ଭାବନା କ୍ଷୀଣ। ଏହି କାରଣରୁ ମଧ୍ୟ ଅନେକ କିଶୋରୀ ମା’ ହେଉଛନ୍ତି, କାରଣ ଆରମ୍ଭରୁ ଲୁଚାଇବାର ଚେଷ୍ଟା ଏବଂ ପରବର୍ତ୍ତୀ ସମୟରେ ଘରଲୋକଙ୍କ ନଜରରେ ଆସିଲା ବେଳକୁ ନେଡିଗୁଡ କହୁଣିକୁ ବୋହି ଯାଇଥିବ। ଏପରିକି ସମାଜର ଭୟରେ ସାଙ୍ଗ ସାଥୀଙ୍କଠାରୁ ମଧ୍ୟ ଏହି କଥାଟି ଅନେକେ ଲୁଚେଇ ଥାନ୍ତି। କିନ୍ତୁ ଏହି ଲୁଚାଇବା କଥାଟି ସେତେବେଳେ ଘଟିବ, ଯେତେବେଳେ ଝିଅଟି ତା’ର ପ୍ରଜନନ ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ଥିବ ଏବଂ ସେ ଗର୍ଭବତୀ ବୋଲି ଜାଣି ପାରିବ। ଏହାର ସମାଧାନ ବାଟ ଜାଣିଥିଲେ ତାହାକୁ ଲୁଚାଇ ରଖି ଏଥିରୁ ମୁକୁଳିପାରିବ। ଜଣେ ପ୍ରଜନନ ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ଥିଲେ, ତା’ର ଇଚ୍ଛାରେ ହେଉ ବା ଅନିଚ୍ଛାରେ ହେଉ ଅନ୍ୟ କାହା ସହିତ ଶାରୀରିକ ସମ୍ପର୍କ ରହିଲେ ସେ ଗର୍ଭ ନିରୋଧକ ବ୍ୟବହାର, ଜରୁରିକାଳୀନ ଗର୍ଭ ନିରୋଧକ ବଟିକା ସେବନ ବା ଗର୍ଭପାତ ଭଳି ବ୍ୟବସ୍ଥାକୁ ଆପଣେଇ ନେବା କଥା। ଅନ୍ୟ ଦିଗରେ ଗର୍ଭଧାରଣ ସମ୍ବନ୍ଧରେ ଅବଗତ ଥାଇ ନିର୍ଦ୍ଦିଷ୍ଟ ସମୟାନ୍ତରରେ ସ୍ବାସ୍ଥ୍ୟ ପରୀକ୍ଷା ନ କରିବା, ଟିଟାନସ ଟକ୍ସାଇଡ ନ ନେବା ଇତ୍ୟାଦି ନିହାତି ଭାବରେ ସୂଚିତ କରୁଛି ଯେ ବାଳିକାଟି ତା’ର ପ୍ରଜନନ ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ନୁହଁ। କିଶୋରୀ ଗର୍ଭ ଧାରଣ ଏବଂ ମାତୃତ୍ୱକୁ ରୋକିବା ନିମିତ୍ତ ସ୍ବାସ୍ଥ୍ୟ ବିଭାଗ ତରଫରୁ ଗର୍ଭ ନିର୍ଣ୍ଣୟ ତଥା ଗର୍ଭବତୀ ପଞ୍ଜୀକରଣକୁ ବାଧ୍ୟତାମୂଳକ କରା ଯାଇଅଛି କିନ୍ତୁ ଝିଅମାନଙ୍କ ବିବାହ ବୟସ ଆଇନ ଅନୁଯାୟୀ ୧୮ବର୍ଷ ଥିବା କାରଣରୁ ସ୍ବାସ୍ଥ୍ୟକର୍ମୀମାନେ ବୟସ ହୋଇ ନ ଥିଲେ ମଧ୍ୟ ସ୍ବାସ୍ଥ୍ୟ ସୁବିଧା ଯୋଗାଇବା ନିମନ୍ତେ ବୟସ ବଢ଼ାଇ ୧୮ବର୍ଷ ଲେଖି ଦେଉଥିଲେ ଯାହାକି ବର୍ତ୍ତମାନ ପରିଚୟ ପତ୍ର ଯାଞ୍ଚ କାରଣରୁ ପ୍ରାୟତଃ ସମ୍ଭବ ହୋଇ ପାରୁନାହିଁ। ତେଣୁ କଥା ସବୁ ଆହୁରି ଲୋକଲୋଚନକୁ ଆସୁଛି। ନିକଟ ଅତୀତରେ ସରକାରଙ୍କ ତରଫରୁ ପ୍ରକାଶିତ ଏକ ରିପୋର୍ଟରେ ୧୮ ବର୍ଷରୁ କମ୍‌ ବୟସରେ ଗର୍ଭବତୀ କାରଣରୁ ମମତା ଯୋଜନାର ହିତାଧିକାରୀ ହୋଇ ପାରି ନ ଥିବା ବିଷୟ ଲୋକଲୋଚନକୁ ଆସିଥିଲା।
ଯଦି ଆଇନରେ ପରିବର୍ତ୍ତନ ହୁଏ ଏବଂ ସରକାର ଉଭୟ ପୁଅ ତଥା ଝିଅଙ୍କ ଆଇନତଃ ବିବାହ ବୟସକୁ ସମାନ ରଖିବା ନିମିତ୍ତ ଝିଅମାନଙ୍କ ବିବାହ ବୟସକୁ ୧୮ରୁ ୨୧କୁ ବୃଦ୍ଧି କରନ୍ତି ତା’ ହେଲେ କୁମାରୀ ମାତୃତ୍ୱର ମାତ୍ରା ଆହୁରି ବୃଦ୍ଧି ଘଟିବ। ତେଣୁ କୁମାରୀ ମାତୃତ୍ୱକୁ ରୋକିବା ନିମିତ୍ତ ବ୍ୟାପକ ସଚେତନତା ହିଁ ଏକମାତ୍ର ବିକଳ୍ପ। ଏଥି ସହିତ ବାଳିକାମାନଙ୍କ ମଧ୍ୟରେ ପାଠପଢ଼ା ନିମିତ୍ତ ଆଗ୍ରହ ବୃଦ୍ଧି, ଶିକ୍ଷାଦାନ ମଧ୍ୟରେ ଆଦର୍ଶବାନ୍‌ ହେବା ତଥା ଚାରିତ୍ରିକ ସ୍ଖଳନ ଯେପରି ନ ହୁଏ ସେଥିନିମିତ୍ତ ନୈତିକ ଶିକ୍ଷା ପ୍ରଦାନ କରିବା, ଯୌନ ହିଂସାର ଶିକାର ଭଳି ଜରୁରିକାଳୀନ ପରିସ୍ଥିତିରେ ପ୍ରାଥମିକ ଚିକିତ୍ସା ତଥା ସମ୍ଭାବ୍ୟ ଗର୍ଭଧାରଣକୁ ଏଡ଼ାଯିବା ନିମିତ୍ତ ଆବଶ୍ୟକ ବ୍ୟବସ୍ଥା ସମ୍ବନ୍ଧରେ ସଚେତନତା ନିହାତି ଆବଶ୍ୟକ। ଆହୁରି ମଧ୍ୟ କୁସଙ୍ଗ, ମୋବାଇଲ ତଥା ଇଣ୍ଟରନେଟର ଦୁରୁପଯୋଗ ଯେପରି ନ ହୁଏ ସେଥିପ୍ରତି ମାତାପିତା ସନ୍ତାନଙ୍କ ଉପରେ ତୀକ୍ଷ୍‌ଣ ନଜର ରଖିବା ନିମିତ୍ତ ଯତ୍ନଶୀଳ ରହିବା ଆବଶ୍ୟକ।
ପଦରପଡ଼ା, ବୌଦ୍ଧ


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri