ଏଇ ଭାରତରେ

ସେ ମୁସଲମାନ, ପୁଣି ଦିବ୍ୟାଙ୍ଗ; ତଥାପି ଭାରତନାଟ୍ୟମ୍‌ର ଜଣେ ଶ୍ରେଷ୍ଠ ଡ୍ୟାନ୍ସର। ସେହି ସଫଳ କଳାକାର ହେଉଛନ୍ତି ଦିଲ୍ଲୀର ହୁସେନ। ହ୍ବିଲ୍‌ଚେୟାର ତାଙ୍କର ଶାହା ହେଲେ ମଧ୍ୟ ବହୁ ଘାତପ୍ରତିଘାତ ମଧ୍ୟରେ ହୁସେନ ନାଚ ଶିଖି ଏବେ ୯୦ରୁ ଅଧିକ ଲୋକଙ୍କୁ ନାଚ ଶିଖାଉଛନ୍ତି ଓ ସେମାନେ ମଧ୍ୟ ସମସ୍ତେ ଦିବ୍ୟାଙ୍ଗ। କେବଳ ଭାରତନାଟ୍ୟମ୍‌ ନୁହେଁ, ବରଂ ସାଲ୍‌ସା ନୃତ୍ୟଗୁରୁ ଭାବେ ତାଙ୍କର ବେଶ୍‌ ଖ୍ୟାତି ରହିଛି। ୨୦୧୬ରେ ‘ଓ୍ବି ଆର୍‌ ଓ୍ବାନ୍‌’ ଡ୍ୟାନ୍ସ ଏକାଡେମୀ ଗଠନ କରି ସେ ନୃତ୍ୟ ଶିକ୍ଷାଦେବା ଜାରି ରଖିଛନ୍ତି। ତାଙ୍କ ପାଖରେ ୮ରୁ ଆରମ୍ଭ କରି ୬୫ ବର୍ଷ ବୟସ ଯାଏ ଲୋକେ ଭାରତନାଟ୍ୟମ୍‌ ଓ ସାଲ୍‌ସା ଶିକ୍ଷା କରୁଛନ୍ତି। ୩୦ ବର୍ଷୀୟ ହୁସେନ କହନ୍ତି, ପଢ଼ିବା ଓ ନୃତ୍ୟ ଶିକ୍ଷା କରିବାରେ ତାଙ୍କୁ ଏକ ସଂଘର୍ଷମୟ ସମୟ ଦେଇ ଗତିକରିବାକୁ ହୋଇଛି। ଜନ୍ମର ବର୍ଷେ ଭିତରେ ସେ ପୋଲିଓ ଆକ୍ରାନ୍ତ ହୋଇଥିଲେ। ସେ ଫିଜିକାଲ ଓ୍ବିଥ୍‌ ଡିଜାବିଲିଟି (ପିଡବ୍ଲ୍ୟୁଡି) ପିଲାମାନଙ୍କ ସହ ଶିକ୍ଷା ଲାଭ କରି ଭାରତନାଟ୍ୟମ୍‌ ମଧ୍ୟ ଶିକ୍ଷା କରିଥିଲେ। ପରେ ବିଭିନ୍ନ କାର୍ଯ୍ୟକ୍ରମରେ ତାହା ପ୍ରଦର୍ଶନ କରିବା ସହ ନିଜେ ‘ଓ୍ବି ଆର୍‌ ଓ୍ବାନ୍‌’ ଡ୍ୟାନ୍ସ ଏକାଡେମୀ ଗଠନ କରି ଅନ୍ୟ ଦିବ୍ୟାଙ୍ଗଙ୍କୁ ଡ୍ୟାନ୍ସ ପ୍ରତି ଆକୃଷ୍ଟ କରିପାରିଛନ୍ତି। ସେ ଓ ତାଙ୍କ ସାଥୀ ଛାତ୍ରମାନେ ଏବେ ସୁଦ୍ଧା ୮ଟି ଦେଶରେ ୧,୫୦୦ରୁ ଊର୍ଦ୍ଧ୍ୱ ଶୋ’ରେ ଭାଗ ନେଇଛନ୍ତି। ହ୍ବିଲ୍‌ଚେୟାରରେ ତାଙ୍କର ଡ୍ୟାନ୍ସ ପ୍ରଦର୍ଶନ ବେଶ୍‌ ଆକର୍ଷଣୀୟ ହେଉଛି। ସେ ମଧ୍ୟ ହ୍ବିଲ୍‌ଚେୟାରରେ ମଣିପୁରୀ ସମରକଳା ଏବଂ ଯୋଗ ପ୍ରଦର୍ଶନ କରିବାରେ ଧୁରନ୍ଧର। ଦିଲ୍ଲୀ ବ୍ୟତୀତ ଭାରତର ବିଭିନ୍ନ ସହରରେ ଅଧିକ ଡ୍ୟାନ୍ସ ସେଣ୍ଟର ଖୋଲି ଦିବ୍ୟାଙ୍ଗମାନଙ୍କୁ ଭାରତନାଟ୍ୟମ୍‌ ଶିକ୍ଷା ଦେବା ଲାଗି ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଦ୍ଧ ଶାକାହାର ଓ ସ୍ବାସ୍ଥ୍ୟ

ମାନେକା ଗାନ୍ଧୀ ପ୍ରତିଦିନ ହଜାର ହଜାର ଲୋକ ଶୁଦ୍ଧ ଶାକାହାରୀ ହେଉଥିବା ଯୋଗୁ ମାଂସାହାରୀମାନେ ପଛରେ ପଡିଯାଇଛନ୍ତି। ସେମାନେ ପୁଣି ତାଙ୍କ ସ୍ଥାନକୁ ଫେରିଆସିବା ଲାଗି...

ଗ୍ରାମୀ ବିଜୟିନୀ

ପିଲାବେଳେ ସେ ସାଇକେଲ୍‌ରେ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଅଧିକ ଯନ୍ତ୍ରଣା ଅନୁଭବ କରିବାରୁ ସେଥିରୁ ଉପଶମ ପାଇବା ସକାଶେ...

କାଳ କବଳରେ କୋଣାର୍କ

ଡ.ପ୍ରଫୁଲ୍ଲ କୁମାର ସାହୁ ଐତିହ୍ୟ ହେଉଛି ସଭ୍ୟତାର ପରିଚାୟକ। ଗୋଟିଏ ଜାତିର ଗର୍ବ ଓ ଗୌରବ। ସଭ୍ୟତା ଆରମ୍ଭରୁ ମଣିଷ ତା’ର କଳାବୋଧ ଓ ସର୍ଜନଶୀଳ...

ଦୁଶ୍ଚିନ୍ତାରେ ଯବାନ

ନାଗାଲାଣ୍ଡ ମନ୍‌ ଜିଲାର ଟିରୁ ଅଞ୍ଚଳରେ ୪ ଡିସେମ୍ବର ସନ୍ଧ୍ୟାରେ ସେନାର ଅତର୍କିତ ଆକ୍ରମଣରେ ୧୩ ଜଣ ସାଧାରଣ ଲୋକଙ୍କ ପ୍ରାଣହାନି ଘଟିଥିବା ବେଳେ ୧୧...

ଶିଶୁଙ୍କ ପାଇଁ ସୃଜନାତ୍ମକ ଶିକ୍ଷା

ଲୋକନାଥ ପଣ୍ଡା କରୋନା ମହାମାରୀକୁ ଆଖିରେ ରଖି ଗତ ଦୁଇ ତିନିମାସ ମଧ୍ୟରେ ଶିଶୁଙ୍କ ନିମନ୍ତେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। କେହି ଚିତ୍ର...

ଭାରତ ଅଧିକ ବିପଦାପନ୍ନ

କୋଭିଡ୍‌-୧୯ ଭୂତାଣୁ ବିଶ୍ୱକୁ କଲବଲ କରିଦେଇଥିବାରୁ ସବୁ ରାଷ୍ଟ୍ରର ଆର୍ଥିକ ଓ ସ୍ବାସ୍ଥ୍ୟଜନିତ ସମସ୍ୟା ବଢ଼ିଯାଇଛି। ଏଭଳି ସମୟରେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ନେଇ...

ଏଇ ଭାରତରେ

ବାଉଁଶ ତିଆରି ଜିନିଷ ପ୍ରସ୍ତୁତ କରି ପ୍ଲାଷ୍ଟିକ ବର୍ଜ୍ୟ ଦୂର କରିବାକୁ ଯୋଗେଶ ସିନ୍ଦେଙ୍କ ନିଆରା ପଦକ୍ଷେପ ସ୍ବାଗତଯୋଗ୍ୟ। ବାଉଁଶ ଜିନିଷ ବ୍ୟବହାର ବୃଦ୍ଧି କରି...

ଏଇ ଭାରତରେ

ଛତିଶଗଡ଼ର ବସ୍ତର ଅଞ୍ଚଳ ନାଁ ଶୁଣିଲେ ମାଓବାଦୀ ଭୟ ଆସେ, କିନ୍ତୁ ଜଣେ ସାମାଜିକ କର୍ମୀଙ୍କ ହାତତିଆରି ବାଉଁଶ ସାଇକେଲ ସେଠାକାର ଲୁକ୍କାୟିତ ହସ୍ତକଳା ପରିଚୟକୁ...

Advertisement
Archives

Model This Week