ଏଇ ଭାରତରେ

ସେ ମୁସଲମାନ, ପୁଣି ଦିବ୍ୟାଙ୍ଗ; ତଥାପି ଭାରତନାଟ୍ୟମ୍‌ର ଜଣେ ଶ୍ରେଷ୍ଠ ଡ୍ୟାନ୍ସର। ସେହି ସଫଳ କଳାକାର ହେଉଛନ୍ତି ଦିଲ୍ଲୀର ହୁସେନ। ହ୍ବିଲ୍‌ଚେୟାର ତାଙ୍କର ଶାହା ହେଲେ ମଧ୍ୟ ବହୁ ଘାତପ୍ରତିଘାତ ମଧ୍ୟରେ ହୁସେନ ନାଚ ଶିଖି ଏବେ ୯୦ରୁ ଅଧିକ ଲୋକଙ୍କୁ ନାଚ ଶିଖାଉଛନ୍ତି ଓ ସେମାନେ ମଧ୍ୟ ସମସ୍ତେ ଦିବ୍ୟାଙ୍ଗ। କେବଳ ଭାରତନାଟ୍ୟମ୍‌ ନୁହେଁ, ବରଂ ସାଲ୍‌ସା ନୃତ୍ୟଗୁରୁ ଭାବେ ତାଙ୍କର ବେଶ୍‌ ଖ୍ୟାତି ରହିଛି। ୨୦୧୬ରେ ‘ଓ୍ବି ଆର୍‌ ଓ୍ବାନ୍‌’ ଡ୍ୟାନ୍ସ ଏକାଡେମୀ ଗଠନ କରି ସେ ନୃତ୍ୟ ଶିକ୍ଷାଦେବା ଜାରି ରଖିଛନ୍ତି। ତାଙ୍କ ପାଖରେ ୮ରୁ ଆରମ୍ଭ କରି ୬୫ ବର୍ଷ ବୟସ ଯାଏ ଲୋକେ ଭାରତନାଟ୍ୟମ୍‌ ଓ ସାଲ୍‌ସା ଶିକ୍ଷା କରୁଛନ୍ତି। ୩୦ ବର୍ଷୀୟ ହୁସେନ କହନ୍ତି, ପଢ଼ିବା ଓ ନୃତ୍ୟ ଶିକ୍ଷା କରିବାରେ ତାଙ୍କୁ ଏକ ସଂଘର୍ଷମୟ ସମୟ ଦେଇ ଗତିକରିବାକୁ ହୋଇଛି। ଜନ୍ମର ବର୍ଷେ ଭିତରେ ସେ ପୋଲିଓ ଆକ୍ରାନ୍ତ ହୋଇଥିଲେ। ସେ ଫିଜିକାଲ ଓ୍ବିଥ୍‌ ଡିଜାବିଲିଟି (ପିଡବ୍ଲ୍ୟୁଡି) ପିଲାମାନଙ୍କ ସହ ଶିକ୍ଷା ଲାଭ କରି ଭାରତନାଟ୍ୟମ୍‌ ମଧ୍ୟ ଶିକ୍ଷା କରିଥିଲେ। ପରେ ବିଭିନ୍ନ କାର୍ଯ୍ୟକ୍ରମରେ ତାହା ପ୍ରଦର୍ଶନ କରିବା ସହ ନିଜେ ‘ଓ୍ବି ଆର୍‌ ଓ୍ବାନ୍‌’ ଡ୍ୟାନ୍ସ ଏକାଡେମୀ ଗଠନ କରି ଅନ୍ୟ ଦିବ୍ୟାଙ୍ଗଙ୍କୁ ଡ୍ୟାନ୍ସ ପ୍ରତି ଆକୃଷ୍ଟ କରିପାରିଛନ୍ତି। ସେ ଓ ତାଙ୍କ ସାଥୀ ଛାତ୍ରମାନେ ଏବେ ସୁଦ୍ଧା ୮ଟି ଦେଶରେ ୧,୫୦୦ରୁ ଊର୍ଦ୍ଧ୍ୱ ଶୋ’ରେ ଭାଗ ନେଇଛନ୍ତି। ହ୍ବିଲ୍‌ଚେୟାରରେ ତାଙ୍କର ଡ୍ୟାନ୍ସ ପ୍ରଦର୍ଶନ ବେଶ୍‌ ଆକର୍ଷଣୀୟ ହେଉଛି। ସେ ମଧ୍ୟ ହ୍ବିଲ୍‌ଚେୟାରରେ ମଣିପୁରୀ ସମରକଳା ଏବଂ ଯୋଗ ପ୍ରଦର୍ଶନ କରିବାରେ ଧୁରନ୍ଧର। ଦିଲ୍ଲୀ ବ୍ୟତୀତ ଭାରତର ବିଭିନ୍ନ ସହରରେ ଅଧିକ ଡ୍ୟାନ୍ସ ସେଣ୍ଟର ଖୋଲି ଦିବ୍ୟାଙ୍ଗମାନଙ୍କୁ ଭାରତନାଟ୍ୟମ୍‌ ଶିକ୍ଷା ଦେବା ଲାଗି ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?