ଏଇ ଭାରତରେ

ଜୀବନ କେମିତି ଗଢ଼ିବାକୁ ହୁଏ, ଜୀବିକା ଲାଗି ସଂଗ୍ରାମ କରି ନିଜେ ବଞ୍ଚି ଅନ୍ୟମାନଙ୍କ ମୁହଁରେ କେମିତି ହସ ଫୁଟାଇବାକୁ ହୁଏ; ତାହାର ଏକ ଦୃଷ୍ଟାନ୍ତ ହେଉଛନ୍ତି ମଧୁମିତା ଶ। ପିପଲ ଟ୍ରି ସଂସ୍ଥା ମାଧ୍ୟମରେ ହସ୍ତକଳା ବ୍ୟବସାୟ କରି ଏବେ ସେ ବର୍ଷକୁ ୬୦ ଲକ୍ଷ ଟଙ୍କା ରୋଜଗାର କରିବା ସହ ଅନେକ ଶହ ମହିଳାଙ୍କୁ ନିଯୁକ୍ତି ଦେଇଛନ୍ତି। ତାଙ୍କ ବ୍ୟବସାୟ ପଛରେ ଏକ କାହାଣୀ ବି ରହିଛି। ଝାଡ଼ଖଣ୍ଡର ଜାମସେଦପୁର ଘଟଶିଳା ନିବାସୀ ମଧୁମିତା ୨୦୧୨ରେ ବିବାହ କରିବାର ୬ ମାସ ପରେ ଶାଶୁଘର ଲୋକେ ତାଙ୍କ ବାପାଙ୍କଠାରୁ ୧ ଲକ୍ଷ ଟଙ୍କା ଆଣିବା ଲାଗି କହିବାରୁ ସେ ରୋକ୍‌ଠୋକ ମନା କରିଦେଇଥିଲେ। ପରେ ତାଙ୍କୁ ସେଠାରେ ଅଣଦେଖା କରାଗଲା ଓ ଶେଷରେ ଶାଶୁଘର ଛାଡ଼ିବାକୁ ପଡ଼ିଲା। ଏହାପରେ ମଧୁମିତା ଭାଙ୍ଗି ନ ପଡ଼ି ୨୦୧୫ରେ ପ୍ରଥମେ ୩ ଜଣ ଆଦିବାସୀ ମହିଳାଙ୍କୁ ନେଇ ହସ୍ତକଳା ସାମଗ୍ରୀ ବ୍ୟବସାୟ ଆରମ୍ଭ କରିଥିଲେ। ପରେ ପିପଲ ଟ୍ରି ଗଢ଼ି ଅଧିକ ଆଦିବାସୀ ମହିଳାଙ୍କୁ ନିଯୁକ୍ତ କରି ଚାବି ରିଙ୍ଗ, କାଠ ଟ୍ରେ, ପେନ୍‌ ଷ୍ଟାଣ୍ଡ ଆଦି ୨୦୦ ପ୍ରକାର ସାମଗ୍ରୀ ତିଆରି କରି ବିକ୍ରି କରୁଛନ୍ତି। ଏଥିପାଇଁ ସେ ୨୦୦ ମହିଳାଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି ଓ ସେମାନେ ମାସିକ ୧୫,୦୦୦ ଟଙ୍କା ରୋଜଗାର କରିବାକୁ ସକ୍ଷମ ହୋଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri