ଏଇ ଭାରତରେ

ବୟସ ୬ ଛୁଇଁବା କ୍ଷଣି ସବୁକିଛି ଓଲଟପାଲଟ ହୋଇଗଲା। ଓଷ୍ଟ୍ରିଓଜେନେସିସ୍‌ ଇମ୍ପରଫେକ୍ଟା(ଏକପ୍ରକାର ଅସ୍ଥିଗତ ସମସ୍ୟା)ରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହେଲେ ବାରାଣସୀର ଶ୍ୱେତା ମୟୂର। ସେବେଠୁ ଆଉ ସେ ଶଯ୍ୟାରୁ ଉଠିପାରୁନାହାନ୍ତି, ହେଲେ ଦେଶର ବିଭିନ୍ନ ଅଞ୍ଚଳରେ ଅସହାୟ ଓ ଆହତ ପ୍ରାଣୀମାନଙ୍କ ଉଦ୍ଧାର କାର୍ଯ୍ୟ ସଞ୍ଚାଳନ କରୁଛନ୍ତି। ଆସ୍ଥା ଲଭିଂ କାଇଣ୍ଡ୍‌ନେସ୍‌ ଆଣ୍ଡ୍‌ କମ୍ପାଶନ୍‌ (ଏଏଲ୍‌କେସି) ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ଶ୍ୱେତାଙ୍କ ବୟସ ଏବେ ୩୫। ସେ ଡାକ୍ତର ହେବା ସ୍ବପ୍ନ ଦେଖିଥିଲେ ବି ରୋଗ ଯୋଗୁ ସମ୍ଭବ ହୋଇପାରିଲା ନାହିଁ। ୨୦୧୨ରେ ଯେତେବେଳେ ତାଙ୍କ ଭାଇ ଏକ ଫେସ୍‌ବୁକ ଆକାଉଣ୍ଟ ଖୋଲିଦେଲେ ସେତେବେଳେ ସେ ‘ଆଡପ୍ଟ ଏ ପେଟ୍‌’ ପେଜ୍‌ ଦେଖିଲେ। ସେଥିରେ ଏକ କୁକୁରକୁ ନିର୍ମମ ଭାବେ ବାଡ଼ାଯାଉଥିବା ଦୃଶ୍ୟ ଦେଖି ଫେସ୍‌ବୁକ୍‌ର ଅନ୍ୟ ଗ୍ରୁପ୍‌ ସହ ଯୋଗାଯୋଗ କରି ଚିକିତ୍ସା ଯୋଗାଇ ଦେବାର ବ୍ୟବସ୍ଥା କରିଥିଲେ। ଏହା ଥିଲା ତାଙ୍କର ପ୍ରଥମ ଉଦ୍ଧାର କାର୍ଯ୍ୟ। ପରେ ସେ ଏଏଲ୍‌କେସି ଗଠନ କରି ପ୍ରାଣୀ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଶ୍ୱେତା ହଜାର ହଜାର ଆହତ ପ୍ରାଣୀଙ୍କୁ ଉଦ୍ଧାର କରିବା ସହ କୁକୁରଙ୍କ ପାଇଁ ଏକ ସୁରକ୍ଷିତ ଘର ନିର୍ମାଣ କରିଛନ୍ତି । ଉଦ୍ଧାର କାର୍ଯ୍ୟରେ ଜଡ଼ିତ ୧୦୦ ଗ୍ରୁପ୍‌ ସହ ଯୋଗାଯୋଗ ସ୍ଥାପନ କରି ଏହା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୈତିକ ଦୁର୍ବଳତାର ପ୍ରତୀକ

ଚୌହାନ ଚଳଚ୍ଚିତ୍ରର ଟିଜର ହେଉଛି ସଂଖ୍ୟାବହୁଳବାଦ ସମ୍ପର୍କରେ ପ୍ରଚାର କରୁଥିବା ସିନେମାଗୁଡ଼ିକ ମଧ୍ୟରେ ଏକ ସଦ୍ୟତମ ଦୃଷ୍ଟାନ୍ତ। ଏଥିରେ କୁହାଯାଇଛି ଯେ, ଲୁହବୁହା ଗ୍ୟାସ୍‌ର ପ୍ରଭାବ ନାହିଁ।…

ପିଲା ଖୋଜୁଛନ୍ତି ସାର୍‌ଙ୍କୁ

ପ୍ରତି ଶିକ୍ଷା ବର୍ଷ ଆରମ୍ଭରେ ପିଲାମାନେ ସାର୍‌ଙ୍କୁ ଖୋଜନ୍ତି। କାହଁିକିନା ସେମାନଙ୍କର ପାଠପଢ଼ା ଆରମ୍ଭ ହେବ। ସାର୍‌ ନ ଥିଲେ ପାଠପଢ଼ା ସମ୍ଭବ ନୁହେଁ। ଅବଶ୍ୟ ଆଜିକାଲି…

ସବୁଜିମା ସୁରକ୍ଷାର ମହତ୍ତ୍ୱ

ସବୁଜିମା ସୃଷ୍ଟିର ଏକ ଅସାଧାରଣ ଦୃଷ୍ଟାନ୍ତର ଅବତାରଣା ଏଠାରେ ଅତ୍ୟନ୍ତ ପ୍ରଯୁଜ୍ୟ। ଦିବା ତାପମାତ୍ରା ୬୦ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରୁଥିବା ଏବଂ ରାତିରେ ହଠାତ୍‌ ଶୀତଳ…

କାର୍ଯ୍ୟକାଳ ବୃଦ୍ଧିରେ ଦ୍ୱନ୍ଦ୍ୱ

ହରିୟାଣା ସରକାର ମୁଖ୍ୟ ଶାସନ ସଚିବ ଅନୁରାଗ ରସ୍ତୋଗୀଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ୧ ବର୍ଷ ପାଇଁ ବୃଦ୍ଧି କରିବା ସକାଶେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।…

ଏଆଇ ବନାମ ଓଡ଼ିଆ ସାହିତ୍ୟ

ସଭ୍ୟତାର ବିକାଶ କ୍ରମରେ ମଣିଷ ନିଜର ବୁଦ୍ଧିମତ୍ତାକୁ ବ୍ୟବହାରକରି ଅନେକ ଅସାଧ୍ୟକୁ ସାଧନ କରିଛି। ସେଇ ପରିପ୍ରେକ୍ଷୀରେ ଚଳନ୍ତି ସମୟରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ)…

ନାଟୋ ଓ ପ୍ରତିରକ୍ଷା ବଜାର

୧୯୩୯ ମସିହାରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ସେତେବେଳେ କାନାଡ଼ା ପାଖରେ କୌଣସି ଆଖିଦୃଶିଆ ସାମରିକ ଶିଳ୍ପ ନ ଥିଲା। ହେଲେ ୬ ବର୍ଷ ପରେ,…

ମୁଇଁ ପାଠ ପଢ଼ିନି ଆଜ୍ଞା

ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ତୃତୀୟ ସ୍ବର୍ଣ୍ଣକ୍ଷେତ୍ର ଦିବସ ପାଳନ ଅବସରରେ ସମ୍ବର୍ଦ୍ଧିତ ହୋଇଥିଲେ ମାଣ୍ଡିଆ ରାଣୀ ନାମରେ ପରିଚିତା ଡ. ରାଇମତୀ ଘିଉରିଆ। କୋରାପୁଟ ଜିଲା କୁନ୍ଦୁରା…

ଏଇ ଭାରତରେ

ଏକତା ନହର ରହୁଛନ୍ତି ନଏଡାର ଏକ ଆପାର୍ଟମେଣ୍ଟରେ। ପେସାରେ ସେ ଜଣେ ଚିତ୍ରଶିଳ୍ପୀ। ଏବେ ତାଙ୍କୁ ବୟସ ୩୫। ବିଲୁପ୍ତିର ଦ୍ୱାର ଦେଶରେ ଥିବା କେତେକ ପ୍ରଜାତିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri