ଏଇ ଭାରତରେ

ଗୋଟିଏ ପଟେ ଶିକ୍ଷାଦାନ ଓ ଅନ୍ୟପଟେ ପରିବେଶ ସୁରକ୍ଷା ପାଇଁ ଚେଷ୍ଟିତ ଜଣେ ଶିକ୍ଷକଙ୍କ ଜୀବନ ଗାଥା ନିଶ୍ଚୟ ପ୍ରେରଣାଦାୟକ। ଏହି ଶିକ୍ଷକ ଜଣକ ହେଉଛନ୍ତି କେରଳର ରଫି ରାମନାଥ। ଆଲ୍‌ଫୁଜା ଜିଲା ବିଜ୍ଞାନ ବିଳାସିନୀ ହାୟର ସେକଣ୍ଡାରୀ ସ୍କୁଲ୍‌( ଭିଭିଏଚ୍‌ଏସ୍‌ଏସ୍‌)ରେ ବିଜ୍ଞାନ ଶିକ୍ଷକ ରହିଛନ୍ତି। ସେ ପିଲାମାନଙ୍କୁ ପଢ଼ାଇବା ସହିତ ସ୍କୁଲରେ ଏକ ହର୍ବାଲ ଗାର୍ଡେନ କରିଛନ୍ତି। ଏଥିରେ ୧୫୦ରୁ ଊର୍ଦ୍ଧ୍ୱ ଔଷଧୀୟ ବୃକ୍ଷ ଲଗାଇଛନ୍ତି। କେବଳ ଏତିକି ନୁହେଁ ସ୍କୁଲ ପରିସରରେ ସେ ୧୧୨ ପ୍ରକାରର ୪୫୦ରୁ ଅଧିକ ଫଳଜାତୀୟ ଗଛ ମଧ୍ୟ ଲଗାଇ ଏକ ମିନିଜଙ୍ଗଲ କରିଛନ୍ତି। ମୁଖ୍ୟତଃ ଆମ୍ବ, ପଣସ, ଜାମୁ ଆଦି ଗଛ ସେ ଉତାରିଛନ୍ତି । ୨୦୦୪ରେ ରଫି ଭିଭିଏଚ୍‌ଏସ୍‌ଏସ୍‌ରେ ଯୋଗଦେବା ପରେ ୨୦୦୯ରେ ଇକୋ କ୍ଲବ୍‌ ସହ ଜଡ଼ିତ ହୋଇଥିଲେ। ସେବେଠାରୁ ସେ ବୃକ୍ଷରୋପଣ ଆରମ୍ଭ କରି ଏହି ସଫଳତା ହାସଲ କରିପାରିଛନ୍ତି। ରଫି ମଧ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଚଳାଇଥିବା ଏକ ଏନ୍‌ଜିଓର କୋଅର୍ଡିନେଟର ଭାବେ ଆଲ୍‌ଫୁଜା ଜିଲାରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ବୃକ୍ଷରୋପଣ କରିସାରିଛନ୍ତି। ସେ ମଧ୍ୟ ଉକ୍ତ ଏନ୍‌ଜିଓ ମାଧ୍ୟମରେ ଏକ ଚାରା କେନ୍ଦ୍ର ପ୍ରତିଷ୍ଠା କରି ୨ ଲକ୍ଷ ଚାରା ମାଗଣାରେ ବାଣ୍ଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁର ରାଜତାରକା

ଭାରତସାରା ଚର୍ଚ୍ଚା ହେଉଛି ଯେ ଦୁଇବର୍ଷ ତଳେ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଜାଗମ୍‌ (ଟିଭିକେ) ଗଢ଼ି ଅଭିନେତାରୁ ରାଜନେତା ପାଲଟିଥିବା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟ ଗ୍ରୀନ୍‌…

ନିର୍ବାଚନ ପ୍ରକ୍ରିୟାରେ ଭୋଟର

”ଆଜିକାଲି ଜଣେ ଗୃହହୀନ ବ୍ୟକ୍ତିଙ୍କ ବାସସ୍ଥାନର ଆବଶ୍ୟକତା ପୂରଣ କରିବାକୁ ହେଲେ ବିଏଲ୍‌ଓ (ବୁଥ ସ୍ତରୀୟ ଅଧିକାରୀ) ରାତିରେ ଯାଇ ସେହି ବ୍ୟକ୍ତି ପ୍ରକୃତରେ ତାଙ୍କ ପ୍ରଦତ୍ତ…

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri