ଏଇ ଭାରତରେ

ପବନରୁ ମିଳୁଥିବା ପାଣି ଜଳ ସଙ୍କଟ ଦୂର କରିବ। ଏଥିପାଇଁ ବିଶ୍ୱ ସ୍ତରରେ ଅଭିନବ ଉପାୟ ଅବଲମ୍ବନ କରୁଛନ୍ତି ବୈଜ୍ଞାନିକମାନେ। ହେଲେ ଭାରତର ଏକ ଷ୍ଟାର୍ଟଅପ୍‌ ଏ କ୍ଷେତ୍ରରେ କିଛି ପାଦ ଆଗକୁ ବଢ଼ିଛି। ବେଙ୍ଗାଲୁରୁସ୍ଥିତ ଷ୍ଟାର୍ଟଅପ୍‌ ‘ଉରାଭୁ ଲ୍ୟାବ୍‌’ର ୪ ଜଣ ଇଞ୍ଜିନିୟରଙ୍କ ଦ୍ୱାରା ଏହା ସମ୍ଭବ ହୋଇଛି। ସେମାନେ ଏକ ପ୍ରୋଟୋଟାଇପ ନିର୍ମାଣ କରିଛନ୍ତି; ଯାହା ପବନରୁ ଦିନକୁ ୫ ଲିଟର ପାଣି ସଂଗ୍ରହ କରୁଛି। ଏହାର ନାମ ରଖାଯାଇଛି ଉରାଭୁ ଏମ୍‌ଡବ୍ଲ୍ୟୁଜି। ସବୁଠୁ ବଡ଼ କଥା ହେଉଛି, ଏହି ମେଶିନ୍‌ ଶତପ୍ରତିଶତ ଅକ୍ଷୟ ଶକ୍ତି ଦ୍ୱାରା ପରିଚାଳିତ। ନ୍ୟାଶ୍‌ନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍‌ନୋଲୋଜି (ଏନ୍‌ଆଇଟି), କାଲିକଟର ସ୍ବପ୍ନିଳ ଶ୍ରୀବାସ୍ତବ ଏବଂ ଭେଙ୍କଟେଶ ଆର୍‌ ପ୍ରଥମେ ବର୍ଷାଜଳ ଅମଳ ଏବଂ ଓ୍ବେଷ୍ଟ ଓ୍ବାଟର ଟ୍ରିଟମେଣ୍ଟ୍‌ ଉପରେ କାମ କରୁଥିଲେ। ପରେ ସେମାନେ ଏହାକୁ ଆରମ୍ଭ କରିଛନ୍ତି। ୨୦୧୯ରେ ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ, ମାସାଚ୍ୟୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜିର ପ୍ରଦୀପ ଗର୍ଗ ଓ କୋଏମ୍ବାଟୁର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜିର ଗୋବିନ୍ଦ ବାଲାଜୀ ଯୋଗ ଦେବା ପରେ ସେମାନେ ଏହାକୁ ଚୂଡାନ୍ତ ରୂପ ଦେଇପାରିଛନ୍ତି। ସେମାନେ ଦୁଇପ୍ରକାର ମେଶିନ ନିର୍ମାଣ କରିଛନ୍ତି। ଏହାକୁ ଘରେ ଓ ବିଭିନ୍ନ ଅନୁଷ୍ଠାନରେ ଲଗାଯାଇପାରିବ। ଉରାଭୁ ଇଣ୍ଟର୍‌ନ୍ୟାଶନାଲ ଅର୍ଗାନାଇଜେଶନ ଫର୍‌ ଷ୍ଟାଣ୍ଡାର୍ଡାଇଜେଶନ (ଆଇଏସ୍‌ଓ) ଏବଂ ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ(ଡବ୍ଲ୍ୟୁଏଚ୍‌ଓ)ର ମାନକ ଅନୁଯାୟୀ ପିଟ କରାଯାଇଛି। ପବନରୁ ସଂଗୃହୀତ ଜଳ ମଧ୍ୟ ନ୍ୟାଶ୍‌ନାଲ ଆକ୍ରିଡେଶନ ବୋର୍ଡ ଫର୍‌ ଟେଷ୍ଟିଂ ଆଣ୍ଡ୍‌ କ୍ୟାଲିବରେଶନ ଲାବୋରେଟୋରିଜ (ଏନ୍‌ଏବିଏଲ୍‌)ର ସ୍ବୀକୃତି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାମରାଜ୍ୟକୁ ରାସ୍ତା

ପ୍ରସଙ୍ଗଟି ଆରମ୍ଭ କରୁଛି ରାମାୟଣ କଥାରୁ। ଚଉଦବର୍ଷ ବନବାସ ପରେ ଅଯୋଧ୍ୟାର ରାଜା ପ୍ରଭୁ ରାମଚନ୍ଦ୍ର ଏକ ସ୍ବତନ୍ତ୍ରସଭା ଡାକି ଉପସ୍ଥିତ ଗରୁ ବଶିଷ୍ଠ, ବ୍ରାହ୍ମଣଗଣ ଓ…

ହାଜତ ହିଂସା ଗଣତନ୍ତ୍ର ପାଇଁ କଳଙ୍କ

ଗତ ଏକ ମାସ ମଧ୍ୟରେ ଆମ ରାଜ୍ୟର ବିଭିନ୍ନ ଥାନା ହାଜତରେ ପୋଲିସ ଦ୍ୱାରା ବର୍ବରୋଚିତ ଅତ୍ୟାଚାର ବା ତଥାକଥିତ ଥାର୍ଡ ଡିଗ୍ରୀ ପ୍ରୟୋଗର ଖବର ଚର୍ଚ୍ଚାର…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

ଏଇ ଭାରତରେ

ଆସାମର ମୋରିଗାଁ ଜିଲାର ସବୁ ସ୍କୁଲରେ ପିଲାଙ୍କୁ ଖୋ ଖୋ ପ୍ରତି ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି ଅନ୍ଧୁରାମ ଦାସ। ଏବେ ତାଙ୍କୁ ବୟସ ୮୫।…

ବିପଜ୍ଜନକ ଆହ୍ବାନ

ନିକଟରେ ସିଙ୍ଗାପୁରରେ ଅନୁଷ୍ଠିତ ଶାଙ୍ଗ୍ରି-ଲା ଡାଇଲଗ୍‌ ବା ଏସିଆ ସୁରକ୍ଷା ଶିଖର ସମ୍ମିଳନୀରେ ଆମେରିକାର ପ୍ରତିରକ୍ଷା ସଚିବ ପିଟ ହେଗ୍‌ସେଥ୍‌ ଯୋଗଦେଇଥିଲେ। ସେ ଆମେରିକାର ଏସୀୟ ସହଯୋଗୀ…

ଗାଁ କଳି ଥାନାମୁହାଁ

ଆଉ ଗାଁ ହୋଇ ନାହିଁ। ଗାଁର ଶାନ୍ତ ସୁନ୍ଦର ପରିବେଶ ଆଜି ଅଶାନ୍ତ ଓ ବିଶୃଙ୍ଖଳିତ। ରାଜନୀତିର ପ୍ରାବଲ୍ୟ, ନିଶାଗ୍ରସ୍ତ ଲୋକଙ୍କ ଦୌରାତ୍ମ୍ୟ ସର୍ବୋପରି ଚୋର, ଖଣ୍ଟ…

ଭଲ ମଣିଷ ଖୋଜା ଚାଲିଛି

ଏକ ଓଡ଼ିଆ ମଞ୍ଚ ନାଟକର ଉପରୋକ୍ତ ନାମକରଣ ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ପୃଥିବୀରେ ମଣିଷ ସଂଖ୍ୟା ସିନା ବଢି ଚାଲିଛି ହେଲେ ଭଲ ମଣିଷଙ୍କ ସଂଖ୍ୟା କ୍ରମଶଃ ହ୍ରାସ…

ପଖିଆ

‘ପଖିଆ’ କହିଲେ କ’ଣ ଓ କାହାକୁ ବୁଝାଏ, ଏ କଥା ଆଜି କାଲିର ପିଲାମାନେ ଜାଣିପାରିବେନି କି କହିପାରିବେନି l କିନ୍ତୁ ଏହା ଏକ ଅତ୍ୟାବଶ୍ୟକ ବସ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri