ଏଇ ଭାରତରେ

ଜାଳେଣି ଗ୍ୟାସ୍‌ର ଚାହିଦା ଦିନକୁ ଦିନ ବଢ଼ି ଚାଲିଥିବାବେଳେ ଏହାର ବ୍ୟାପକ ବ୍ୟବହାର ପରିବେଶକୁ କ୍ଷତି ପହଞ୍ଚାଉଛି। ଏଲ୍‌ପିଜି କୁକିଂ ଷ୍ଟୋଭରୁ କାର୍ବନ ମନୋକ୍ସାଇଡ ଓ ନାଇଟ୍ରୋଜେନ ଅକ୍ସାଇଡ ଭଳି ମାରାମତ୍କ ଗ୍ୟାସ୍‌ ନିିର୍ଗମନ ହେବାଦ୍ୱାରା ବାୟୁ ପ୍ରଦୂଷଣ ବଢୁଛି। ଏହାର ସମାଧାନ ଲାଗି ଆଇଆଇଟି ଗୁଆହାଟୀର ପ୍ରାଧ୍ୟାପକ ପି. ମୁଥୁ କୁମାର ଓ ତାଙ୍କ ଟିମ୍‌ ଏକ ଷ୍ଟୋଭ୍‌ ଡିଜାଇନ କରିଛନ୍ତି, ଯାହା ୫୦% ପର୍ଯ୍ୟନ୍ତ ଇନ୍ଧନ ଓ ୩୦% ସମୟ ବଞ୍ଚାଇପାରୁଛି। ଏହାର ନାମ ରଖାଯାଇଛି ପୋରସ ରେଡିୟାଣ୍ଟ ବର୍ନର ( ପିଆର୍‌ବିଏସ୍‌)। ଏହି ବର୍ନର ଉପଯୋଗ କରି ଏଲ୍‌ପିଜି, ବାୟୋଗ୍ୟାସ୍‌ କିମ୍ବା କିରୋସିନ ଭଳି ଇନ୍ଧନ ୨୫ରୁ ୫୦% ଯାଏ ବଞ୍ଚାଯାଇପାରିବ। ଏହା ୮୦% ଅଧିକ ଶକ୍ତି ଦକ୍ଷ। ପୋରସ ରେଡିୟାଣ୍ଟ ବର୍ନର ଉପଯୋଗ ଦ୍ୱାରା ପୂରା ଦେଶରେ ପ୍ରତିଦିନ ୧୩ ଲକ୍ଷ ଏଲ୍‌ପିଜି ସିଲିଣ୍ଡର ବଞ୍ଚାଯାଇପାରିବ। ଗବେଷକମାନେ ବେଙ୍ଗାଲୁରୁର ଅଗ୍ନିମୁଖ ଏନର୍ଜି ସଲ୍ୟୁଶନ ପ୍ରାଇଭେଟ୍‌ ଲିମିଟେଡ ଭାଗୀଦାରିରେ ଏହି ଷ୍ଟୋଭ ନିର୍ମାଣ କରିଛନ୍ତି। ଛୋଟ ବର୍ନରରେ ଘରେ ରୋଷେଇ କରାଯିବା ସହ ବଡ଼ ବର୍ନରକୁ ଦାହ ସଂସ୍କାରରେ ବ୍ୟବହାର କରାଯାଇପାରିବ। ୨୦୦୬ରୁ ଉକ୍ତ ବର୍ନର ନିର୍ମାଣ ଉପରେ ଗବେଷଣା ଆରମ୍ଭ ହୋଇ ଏହାର ଡିଜାଇନ ୨୦୧୮ରେ ଶେଷ ହୋଇଥିଲା ଓ ଏବେ ବ୍ୟବସାୟିକ ଉଦ୍ଦେଶ୍ୟରେ ଏହାକୁ ବଜାରକୁ ଛଡ଼ାଯିବାର ଯୋଜନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?