ଆଇନ ସଂଶୋଧନ ନେଇ ସନ୍ଦେହ

ଅଲେଖ ଚନ୍ଦ୍ର ସାମଲ

୨୦୧୨ରୁ ପ୍ରତି ବର୍ଷ ଡିସେମ୍ବର ୪ ତାରିଖରେ ପାଳିତ ହେଉଛି ବିଶ୍ୱ ବନ୍ୟ ପ୍ରାଣୀ ସଂରକ୍ଷଣ ଦିବସ। ଏଥିପାଇଁ ପ୍ରଥମେ ପ୍ରସ୍ତାବ ଦେଇଥିଲେ ହିଲାରି କ୍ଲିଣ୍ଟନ। ବହୁ ଉଦ୍ୟମ ସତ୍ତ୍ୱେ ବନ୍ୟ ପ୍ରାଣୀ ଶିକାର ରୋକାଯାଇପାରୁନାହିଁ। ସାରା ବିଶ୍ୱରେ ବନ୍ୟ ପ୍ରାଣୀ ଶିକାରଜନିତ ବେଆଇନ କାରବାରର ପରିମାଣ ବାର୍ଷିକ ସାତ ଶହରୁ ଏକ ହଜାର କୋଟି ଡଲାର। କେବଳ ୨୦୧୧ରେ ଆଫ୍ରିକାରେ ୨୫୦୦ ହାତୀ ଶିକାରୀଙ୍କ ହାତରେ ପ୍ରାଣ ହରାଇଥିଲେ। ଅବୈଧ ଶିକାର ରୋକା ନ ଗଲେ ୨୦୨୫ ସୁଦ୍ଧା କଂଗୋରୁ ଗରିଲା ଲୋପ ପାଇଯିବ ବୋଲି ନିକଟରେ ଏକ ଆନ୍ତର୍ଜାତିକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ତେଣୁ ଏ ବାବଦରେ ସଚେତନତା ସୃଷ୍ଟି କରିବା, ଏହି ଦିବସ ପାଳନର ଲକ୍ଷ୍ୟ।
ଦିନକୁ ଦିନ ଓଡ଼ିଶା ସମେତ ଦେଶରେ ବନ୍ୟପ୍ରାଣୀ ଅପରାଧ ବଢ଼ିବାରେ ଲାଗିଛି। ଆଇନରେ ଥିବା ଗଳାବାଟରେ ଅପରାଧୀମାନେ ସହଜରେ ଖସିଯାଉଛନ୍ତି। ତେଣୁ ଆଇନକୁ କିପରି କଡ଼ାକଡ଼ି କରାଯାଇପାରିବ ସେ ନେଇ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିବାବେଳେ ଏବେ କେନ୍ଦ୍ର ସରକାର ସଂସଦରେ ଉପସ୍ଥାପନା କରିବାକୁ ଯାଉଛନ୍ତି ବନ୍ୟଜୀବ (ସଂରକ୍ଷଣ) ସଂଶୋଧନ ଅଧିନିୟମ, ୨୦୨୧ ବିଲ୍‌ । ସଂସଦର ଉଭୟ ସଦନରେ ସରକାରୀ ଦଳ ଭାଜପା ଓ ଏହାର ସହଯୋଗୀଙ୍କ ସଂଖ୍ୟାକୁ ଦେଖିଲେ ଏହି ବିଲ୍‌ ଯେ ବିନା ବାଧାବିଘ୍ନରେ ପାରିତ ହୋଇଯିବ ଏଥିରେ କାହାର ସନ୍ଦେହ ନାହିଁ। ହେଲେ ଏହାକୁ ନେଇ ପରିବେଶବିତ ଓ ବନ୍ୟପ୍ରାଣୀପ୍ରେମୀ ସନ୍ଦିହାନ ହୋଇପଡ଼ିଛନ୍ତି। ସାରା ଦେଶରେ ବିଭିନ୍ନ ରାଜ୍ୟରୁ ଏ ନେଇ ପ୍ରତିବାଦର ସ୍ବର ମଧ୍ୟ ଉଠିଲାଣି। ବିଶେଷଜ୍ଞଙ୍କ କହିବାନୁସାରେ ଗତ ୭ ବର୍ଷ ଭିତରେ କେନ୍ଦ୍ରୀୟ ୱାଇଲ୍‌ଡଲାଇଫ ବୋର୍ଡର ଥରେ ହେଲେ ବି ବୈଠକ ବସିନାହିଁ। ବିନା ବୈଠକରେ ବନ୍ୟପ୍ରାଣୀ ଆଇନର ଉଲ୍ଲଂଘନ କରି ଜଙ୍ଗଲ ଜମି ପ୍ରକଳ୍ପ କାମ ପାଇଁ ପରିବେଶ ମଞ୍ଜୁରୀ କରିନେଉଛନ୍ତି। ସଂଶୋଧନ ଅଧିନିୟମ ବିଲ୍‌ରେ କେଉଁ ସିଡ୍ୟୁଲରେ କ’ଣ ରହିବ ତାହା ପ୍ରଥମେ ସାର୍ବଜନୀନ କରିବାର ଥିଲା ବୋଲି ସେମାନେ କହିଛନ୍ତି।
ରାଜ୍ୟଗୁଡ଼ିକୁ ଦିଆଯାଇଥିବା ଡ୍ରାଫ୍ଟ ଅନୁଯାୟୀ ଏହି ନୂତନ ଅଧିନିୟମରେ ଅନେକ ସଂଶୋଧନ ପ୍ରସ୍ତାବ ରହିଛି। ସେଥିମଧ୍ୟରୁ ଧାରା ୮ରେ ରାଜ୍ୟ ବନ୍ୟଜୀବ ବୋର୍ଡର ଷ୍ଟାଣ୍ଡିଂ କମିଟି ଗଠନ ପ୍ରସ୍ତାବ ରହିଛି। ପୂର୍ବରୁ ଥିବା ରାଜ୍ୟ ବନ୍ୟଜୀବ ବୋର୍ଡ ସହ ଏକ ନୂଆ ଷ୍ଟାଣ୍ଡିଂ କମିଟି ରହିବ। ଏଥିରେ ଭାଇସ ଚେୟାରମ୍ୟାନ, ମେମ୍ବର, ସେକ୍ରେଟାରୀ ଏବଂ ସର୍ବାଧିକ ଦଶ ଜଣ ସଦସ୍ୟ ରହିବେ। ସେହିପରି ଧାରା ୩୪କୁ ସଂଶୋଧନ କରାଯାଇ ଅଭୟାରଣ୍ୟର ୧୦ କିମି ପରିସରରେ ରହୁଥିବା ବ୍ୟକ୍ତିଙ୍କ ବନ୍ଧୁକ ଲାଇସେନ୍ସ ଶେଷ ହେବା ପରେ ମୁଖ୍ୟ ବନ୍ୟଜୀବ ତତ୍ତ୍ୱାବଧାରକଙ୍କ ବିନା ଅନୁମତିରେ ନବୀକରଣ କରାଯିବ ନାହିଁ। ଧାରା ୪୨-ଏ ଏକ ନୂତନ ଧାରା, ଯେଉଁଥିରେ ୪ଟି ଉପନିୟମ ରହିଛି। ଏଥିରେ ଯେଉଁ ବ୍ୟକ୍ତି ବନ୍ୟପ୍ରାଣୀ ବା ବନ୍ୟପ୍ରାଣୀ ଅଙ୍ଗପ୍ରତ୍ୟଙ୍ଗ ରଖିଥିବେ ସେମାନେ ମୁଖ୍ୟ ବନ୍ୟଜୀବ ତତ୍ତ୍ୱାବଧାରକଙ୍କ ନିକଟରେ ସାତ ଦିନର ନୋଟିସ ଦେଇ ତାହାକୁ ସରେଣ୍ଡର କରିପାରିବେ। ତେବେ ଏଥିପାଇଁ କିଛି କ୍ଷତିପୂରଣ ମିଳିବ ନାହିଁ। ସେହିପରି ବନ୍ୟଜୀବମାନଙ୍କର ସିଡ୍ୟୁଲ ତାଲିକାରେ କେନ୍ଦ୍ର ସରକାର ପରିବର୍ତ୍ତନ କରିବାକୁ ଯାଉଥିବା ଜଣାପଡ଼ିଛି। ଆଗରୁ ମୋଟ ୧ରୁ ୬ ସିଡ୍ୟୁଲରେ ବନ୍ୟପ୍ରାଣୀଙ୍କୁ ବିଭକ୍ତ କରାଯାଇଥିଲା। ୧ରୁ ୪ ସିଡ୍ୟୁଲରେ ତାଲିକାଭୁକ୍ତ ହୋଇଥିବା ପ୍ରାଣୀମାନଙ୍କୁ ଶିକାର କଲେ ଦଣ୍ଡନୀୟ ଥିଲା। ସିଡ୍ୟୁଲ ୫ରେ ମୂଷା, ବାଦୁଡ଼ି, କାଉ ଆଦି ଜୀବଙ୍କୁ ଭରମିନ ତାଲିକାରେ ରଖାଯାଇଥିଲା, ଯାହାଙ୍କୁ ଶିକାର କଲେ ଦଣ୍ଡନୀୟ ନ ଥିଲା। ସେହିପରି ସିଡ୍ୟୁଲ ୬ରେ କିଛି ଉଦ୍ଭିଦଙ୍କୁ ରଖାଯାଇଥିଲା। ନୂତନ ସଂଶୋଧନରେ ମାତ୍ର ୨ଟି ସିଡ୍ୟୁଲରେ ପ୍ରାଣୀମାନଙ୍କୁ ବିଭକ୍ତ କରାଯାଇଛି। ସିଡ୍ୟୁଲ ୩ରେ ଏଥର ଉଦ୍ଭିଦ ମାନଙ୍କୁ ରଖିବା ପାଇଁ ବ୍ୟବସ୍ଥା ହେଉଛି। ସିଡ୍ୟୁଲ ୪ରେ ନୂଆ କରି କନ୍‌ଭେନଶନ ଅନ୍‌ ଇଣ୍ଟରନ୍ୟାଶନାଲ ଟ୍ରେଡ୍‌ ଇନ୍‌ ଏନ୍‌ଡେଞ୍ଜର୍‌ଡ ସ୍ପେସିସ୍‌ ଅନ୍ତର୍ଭୁକ୍ତ ପ୍ରଜାତିମାନଙ୍କୁ ରଖାଯିବ। ଏହି ସିଡ୍ୟୁଲରେ ବିଦେଶୀ ବା ଏକ୍‌ଜୋଟିକ ଜୀବମାନଙ୍କୁ ରଖାଯିବ ବୋଲି ଆପାତତଃ ସ୍ଥିର ହୋଇଛି। କେଉଁ ପ୍ରଜାତିର ଜୀବକୁ କେଉଁ ସିଡ୍ୟୁଲରେ ରଖାଯିବ ଏ ନେଇ ଜୁଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆକୁ ତଜର୍ମା କରି ତାଲିକା ପ୍ରସ୍ତୁତ କରିବା ପାଇଁ ଦିଆଯାଇଛି। ବନ୍ୟପ୍ରାଣୀଙ୍କ ପାଇଁ ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ। କେବଳ ପ୍ରଶାସନ ବା ସରକାରଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଦେଲେ ଚଳିବ ନାହିଁ।
ପୂର୍ବତନ ଡିଏଫ୍‌ଓ (କେନ୍ଦୁଲିଫ୍‌), ପଲାଇ, ବାଲିଚନ୍ଦ୍ରପୁର, ଯାଜପୁର
ମୋ: ୯୪୩୭୨୫୭୧୨୩


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?