ଏଇ ଭାରତରେ

କର୍ପୋରେଟ୍‌ ଚାକିରିର ଉଚ୍ଚ ଦରମାଠାରୁ ଅସହାୟ ପିଲାମାନଙ୍କ ଶିକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରିଛନ୍ତି କୁଶଲ ରାଜ ଚକ୍ରବର୍ତ୍ତୀ। ବେଙ୍ଗାଲୁରୁର ଏହି ବ୍ୟକ୍ତି ଜଣକ ୧୨୦୦ ଗରିବ ପିଲାଙ୍କ ସାହାରା ପାଲଟିଛନ୍ତି। ସେମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ଲାଗି ଚାକିରି ଛାଡ଼ିଦେଇଛନ୍ତି। ‘ଲୋଟସ ପେଟାଲ’ ଏନ୍‌ଜିଓ ଗଠନ କରି ତା’ ମାଧ୍ୟମରେ ବେଙ୍ଗାଲୁରୁ ଓ ଆଖପାଖ ଅଞ୍ଚଳର ଗରିବ ପିଲାଙ୍କ ଶିକ୍ଷା ଲାଗି ସାହାଯ୍ୟ କରୁଛନ୍ତି। ସେମାନଙ୍କ ସ୍ବାସ୍ଥ୍ୟର ଯତ୍ନ ନେବା ସହ ଜବ୍‌ ଟ୍ରେନିଂ ଓ ମେଣ୍ଟାଲ ହେଲ୍‌ଥ ଲାଗି ମଧ୍ୟ କାର୍ଯ୍ୟକ୍ରମ ଚଳାଉଛନ୍ତି। ଏଥିପାଇଁ ସେ ନିଜ ଆୟ ତଥା ସାଙ୍ଗସାଥୀଙ୍କ ଦାନରେ ମିଳୁଥିବା ଅର୍ଥକୁ ଖର୍ଚ୍ଚ କରୁଛନ୍ତି। ୨୦୧୧ରେ ‘ଲୋଟସ୍‌ ପେଟାଲ’ ଗଠନ କରି ସେ ବିଭିନ୍ନ ବସ୍ତି ଓ ସରକାରୀ ସ୍କୁଲରେ ପଢ଼ୁଥିବା ପିଲାମାନଙ୍କ ପାଇଁ ବହିଖାତା, ପେନ୍‌ସିଲ, ପୋଷାକ ଆଦି ଯୋଗାଉଛନ୍ତି। ସେ ଅସହାୟ ପିଲାମାନଙ୍କୁ ଇଂରାଜୀ ମାଧ୍ୟମରେ ଶିକ୍ଷା ପ୍ରଦାନ କରିବାକୁ ‘ପ୍ରତିଷ୍ଠାନ’ ଗଠନ କରିଛନ୍ତି, ଯେଉଁଥିରେ ଏବେ ଅନେକ ପିଲା ପଢ଼ୁଛନ୍ତି। ଏଥିପାଇଁ ଶିକ୍ଷକ ନିଯୁକ୍ତି ଠାରୁ ଆରମ୍ଭ କରି ପିଲାଙ୍କ ଖର୍ଚ୍ଚ ନିଜେ ବହନ କରୁଛନ୍ତି। ତେବେ କୁଶଲଙ୍କ ସାଥିରେ ସାଲୋନି ଭରଦ୍ୱାଜ ଯୋଗଦେଇ ଏହି କାର୍ଯ୍ୟକୁ ଆଗକୁ ବଢ଼ାଉଛନ୍ତି। କୁଶଲଙ୍କୁ ତାଙ୍କର ଜଣେ ସାଙ୍ଗ ୧ ଏକର ଜମି ଦାନ କରିବା ପରେ ସେଠାରେ ସେ ସ୍କୁଲ ନିର୍ମାଣ କରୁଛନ୍ତି। ଏଥିରେ ଏକ ମିଲିୟନ ଇଟା ଲାଗିବ ଓ ଏହାକୁ ସେ ‘ମିଲିୟନ ବ୍ରିକ୍ସ’ ପ୍ରୋଜେକ୍ଟ ନାମ ଦେଇ ସମସ୍ତଙ୍କଠାରୁ ଦାନ ଆକାରରେ ଅର୍ଥ ସଂଗ୍ରହ କରୁଛନ୍ତି। ତେବେ କୁଶଲଙ୍କ ଏହି ଅଭିଯାନ ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri