ଚିକିତ୍ସା ବିଜ୍ଞାନକୁ ସହଜ କରିଛି ରେଡିଓଲୋଜି

ଚିକିତ୍ସା ବିଜ୍ଞାନରେ ରେଡିଓଲୋଜି ଏବେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଛି । ଏକ୍ସ-ରେ ଦ୍ୱାରା ରେଡିଓଲୋଜି ସହଜ ହୋଇପାରିଛି। ୧୮୯୫ ନଭେମ୍ବର ୮ରେ ୱିଲହେଲମ କନରାଡ ରୋଣ୍ଟଜେନ ଜର୍ମାନୀର ୟୁୟେର୍ଜବୁର୍ଗ ବିଶ୍ୱବିଦ୍ୟାଳୟରେ କ୍ୟାଥୋଡ ରଶ୍ମିର ଉଦ୍ଭାବନ କରିଥିଲେ। ଏହି ସମୟରେ ଏକ୍ସ-ରେ ସମ୍ପର୍କରେ ଜଣାପଡ଼ିଥିଲା। ଏକ୍ସ-ରେ ସହିତ ରେଡିଓଲୋଜିର ଡାକ୍ତରୀ ଚିକିତ୍ସାରେ ବ୍ୟବହାର ପାଇଁ ମୂଳଦୁଆ ପଡ଼ିଥିଲା। ଏହା ଯୋଗୁ ଚିକିତ୍ସା ବିଜ୍ଞାନରେ ଇମେଜିଂ ପ୍ରଣାଳୀର ବିଭିନ୍ନ ପଦ୍ଧତିକୁ ଅନ୍ତର୍ଭୁକ୍ତ କରିବା ଏବଂ ଆଧୁନିକ ଚିକିତ୍ସାର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭାବରେ ପ୍ରତିଷ୍ଠିତ କରିବା କାର୍ଯ୍ୟ ସମ୍ଭବ ହୋଇପାରିଥିଲା।

ଚିକିତ୍ସା ବିଜ୍ଞାନ ସହିତ ଜଡ଼ିତ ଥିବା ଏକ୍ସ-ରେ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ନଭେମ୍ବର ୮କୁ ଅନ୍ତର୍ଜାତୀୟ ରେଡିଓଲୋଜି ଦିବସ ପାଳନ କରାଯାଇଥାଏ।

ୟୁରୋପୀୟ ସୋସାଇଟି ଅଫ ରେଡିଓଲୋଜି (ଇଏସ୍‌ଆର୍‌), ରେଡିଓଲୋଜିକାଲ ସୋସାଇଟି ଅଫ ଉତ୍ତର ଆମେରିକା (ଆର୍‌ଏସ୍‌ଏନ୍‌ଏ) ଏବଂ ଆମେରିକୀୟ କଲେଜ ଅଫ ରେଡିଓଲୋଜି (ଏସିଆର୍‌) ର ମିଳିତ ସହଯୋଗରେ ୨୦୧୨ ନଭେମ୍ବର ୮ ଠାରୁ ଏହା ପାଳିତ ହୋଇ ଆସୁଛି।

ଅନ୍ତର୍ଜାତୀୟ ରେଡିଓଲୋଜି ଦିବସ ୟୁରୋପୀୟ ରେଡିଓଲୋଜି ଦ୍ୱାରା ୨୦୧୧ରେ ଆରମ୍ଭ କରାଯାଇଥିଲା। ପ୍ରଥମ ୟୁରୋପୀୟ ରେଡିଓଲୋଜି ଡେ ୨୦୧୧ ଫେବୃଆରୀ ୧୦ରେ ରୋଣ୍ଟଜେନଙ୍କ ମୃତ୍ୟୁ ବାର୍ଷିକୀ ପାଳନ ଅବସରରେ ଅନୁଷ୍ଠିତ ହୋଇଥିଲା। ତେବେ ଉତ୍ସବର ତାରିଖକୁ ରୋଣ୍ଟଜେନଙ୍କ ମୃତ୍ୟୁ ବାର୍ଷିକୀରୁ ଏକ୍ସ-ରେ ଆବିଷ୍କାର ତାରିଖକୁ ଘୁଞ୍ଚାଇବା ଲାଗି ପ୍ରସ୍ତାବ ଆଗତ ହୋଇଥିଲା। ୨୦୧୧ ନଭେମ୍ବର ୨୮ରେ ସିକାଗୋରେ ବାର୍ଷିକ ଆର୍‌ଏସ୍‌ଏନ୍‌ଏ ବୈଠକରେ ଏହାକୁ ସ୍ବୀକୃତି ମିଳିଥିଲା। ଫଳରେ ୨୦୧୨ ନଭେମ୍ବର ୮ରେ ଏହି ଦିବସ ପାଳିତ ହୋଇ ଆସୁଛି।
ଏହି ଅବସରରେ ପ୍ରଦର୍ଶନୀ, କର୍ମଶାଳା, ବକ୍ତୃତା, ଏବଂ ସୋସିଆଲ ମିଡିଆ ଅଭିଯାନ କରାଯାଇ ରେଡିଓଲୋଜିଷ୍ଟଙ୍କ ଦ୍ୱାରା ସାଧାରଣ ଜନତାଙ୍କୁ ରେଡିଓଲୋଜି ବିଷୟରେ ଅଧିକ ଜାଣିବା ପାଇଁ ପ୍ରୟାସ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?