ଏଇ ଭାରତରେ

କେରଳର ଏକ ଓପନ୍‌ ଜେଲ ବା ମୁକ୍ତାକାଶ କାରାଗାର ଚାଷରୁ ବର୍ଷକୁ ପାଖାପାଖି ୨ କୋଟି ଟଙ୍କା ରୋଜଗାର କରିବା କିଛି କମ୍‌ କଥା ନୁହେଁ। ଥିରୁଭାନନ୍ତପୁରମ୍‌ ସହରଠାରୁ ୩୫ କି.ମି. ଦୂର ନେତୁକାଲଥେରିସ୍ଥିତ ମୁକ୍ତାକାଶ କାରାଗାରର ୩୯୦ ଜଣ ଅନ୍ତେବାସୀ ଚାଷରେ ଲାଗିଛନ୍ତି। ୧୯୬୨ରେ ପ୍ରତିଷ୍ଠା କରାଯାଇଥିବା ଏହି ଜେଲରେ ଲକ୍‌ଅପ୍‌ ବଦଳରେ ଡର୍ମିଟୋରୀ ସିଷ୍ଟମ୍‌ ରହିଛି। ଏଠାରେ ବିଚାରାଧୀନ କଏଦୀଙ୍କ ସହ ୨୫୦ରୁ ଊର୍ଦ୍ଧ୍ୱ କଏଦୀ ଆଜୀବନ କରାଦଣ୍ଡ ଭୋଗୁଛନ୍ତି। କାରାଗାର ଚାରିପାଖରେ ଥିବା ୪୭୪ ଏକର ଜମି ସେମାନେ ଚାଷ କରୁଛନ୍ତି। ୨୦୦ ଏକର ଜମିରେ ରବର ଗଛ ଲଗାଇଛନ୍ତି। ୨୦ ଏକରରେ ପରିବା ଚାଷ କରିବା ସହ ଏକ ଡାଏରି ଫାର୍ମ, ଛେଳି ଫାର୍ମ, କୁକୁଡା ଫାର୍ମ ରହିଛିି। ସେମାନେ ଏକ ଚେକ୍‌ ଡ୍ୟାମ୍‌ ନିର୍ମାଣ କରି ଜଳସେଚନ ସୁବିଧା କରିବା ସହ ସେଥିରେ ମାଛ ଚାଷ ବି କରୁଛନ୍ତି। ରାଜ୍ୟର ସବୁ ଜିଲାରୁ କଏଦୀମାନଙ୍କୁ ଚୟନ କରାଯାଇ ଏହି ଜେଲରେ ସେମାନଙ୍କୁ ଚାଷରେ ଲଗାଯାଉଛି। ସେମାନଙ୍କ ଉତ୍ପାଦିତ ଶସ୍ୟ ଓ ପନିପରିବା ଜେଲ ମେସ୍‌ରେ ଲାଗିବା ପରେ ବଳକାକୁ ବିକ୍ରି କରି ବର୍ଷକୁ ୧୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ୨୦୦ ଏକର ରବର ଚାଷରୁ ବର୍ଷକୁ ୧ କୋଟି ଟଙ୍କା ମିଳୁଛି। ସବୁ ପ୍ରକାର ଚାଷରୁ ବର୍ଷକୁ ପାଖାପାଖି ୨ କୋଟି ଟଙ୍କା ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

ସୁନାପିଲା

ପିଲାଦିନେ ଭାରି ଭଲ ଲାଗୁଥିଲା ଶୁଣିବାକୁ। ସୁନାପିଲା ବୋଲି ମୋତେ କେହି କହିଦେଲେ ଛାତି ଭିତରଟା କୁରୁଳି ଉଠେ। ମୋତେ ଆଙ୍ଗୁଠି ଦେଖାଇ ଆମ ଘରକୁ ବୁଲି…

ବିଲୁପ୍ତି ପଥେ ପୂର୍ବଜଙ୍କ ସମ୍ପଦ

ପ୍ରାୟ ଆମେ ସମସ୍ତେ ଆମ ପୂର୍ବପୁରୁଷଙ୍କ ସମ୍ପଦକୁ ନେଇ ବର୍ତ୍ତମାନର ଜୀବନ ବଞ୍ଚୁଛେ। ପୂର୍ବପୁରୁଷ ରହୁଥିବା ଘର, ସେମାନଙ୍କ ଦ୍ୱାରା ଅର୍ଜିତ କୃଷିକ୍ଷେତ୍ର, ଜାଗାବାଡ଼ି ଏପରିକି ଅନେକ…

ବାଗ୍‌ଦାଦରେ ମହାକାଳ

ତ୍ରୟୋଦଶ ଶତାବ୍ଦୀର ପ୍ରାରମ୍ଭିକ ମୁସଲିମ ଶାସକମାନେ ନିଜକୁ ସୁଲତାନ ବୋଲି କହୁଥିଲେ। କିନ୍ତୁ ୧୬ଶ ଶତାବ୍ଦୀରେ ମୋଗଲମାନେ ନିଜକୁ ବାଦଶାହ ବୋଲି କହିଲେ। ଏହାର କାରଣ ହେଉଛି…

ଶିକ୍ଷାରେ ବହୁ ଭାଷା

ଭାରତୀୟ ଶିକ୍ଷା, ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ(ଏନ୍‌ସିଇଆର୍‌ଟି) ମାଧ୍ୟମିକ ସ୍ତରରେ ତିନୋଟି ଭାଷା ଶିକ୍ଷାକରିବା ଲାଗି ନିୟମ କଲାପରେ ଏହାକୁ ନେଇ କେତେକ ରାଜ୍ୟରେ ପ୍ରତିବାଦର ସ୍ବର…

ମୋ ଭାରତ ବଦଳୁଛି

ସମୟ ବଦଳିବା ସହିତ ଦେଶର ଚିତ୍ର ଓ ଚରିତ୍ର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ବଦଳୁଛି ସମୟ, ବଦଳୁଛି ସ୍ଥିତି, ବଦଳୁଛି ମୋ ଦେଶର ଭାଗ୍ୟ ଓ…

ଦିଗହରା ଆମେରିକା

ଇରାନ ଉପରେ ୨୮ ଫେବୃଆରୀ ୨୦୨୬ରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ହୋଇଥିବା ଘମାଘୋଟ ଯୁଦ୍ଧ ବେଳେ ଗତ ୬୦ ଦିନିଆ ଅସ୍ତ୍ରବିରତି ସାମୟିକ…

ଏଇ ଭାରତରେ

ତୃଣମୂଳସ୍ତରରେ ଜଣେ ସରପଞ୍ଚ ଭାବେ ନିରୁ ଯାଦବ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ନିରୁ ରାଜସ୍ଥାନର ଲାମ୍ବି ଅହିର ଗ୍ରାମପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri