ଏଇ ଭାରତରେ

କେରଳର ଏକ ଓପନ୍‌ ଜେଲ ବା ମୁକ୍ତାକାଶ କାରାଗାର ଚାଷରୁ ବର୍ଷକୁ ପାଖାପାଖି ୨ କୋଟି ଟଙ୍କା ରୋଜଗାର କରିବା କିଛି କମ୍‌ କଥା ନୁହେଁ। ଥିରୁଭାନନ୍ତପୁରମ୍‌ ସହରଠାରୁ ୩୫ କି.ମି. ଦୂର ନେତୁକାଲଥେରିସ୍ଥିତ ମୁକ୍ତାକାଶ କାରାଗାରର ୩୯୦ ଜଣ ଅନ୍ତେବାସୀ ଚାଷରେ ଲାଗିଛନ୍ତି। ୧୯୬୨ରେ ପ୍ରତିଷ୍ଠା କରାଯାଇଥିବା ଏହି ଜେଲରେ ଲକ୍‌ଅପ୍‌ ବଦଳରେ ଡର୍ମିଟୋରୀ ସିଷ୍ଟମ୍‌ ରହିଛି। ଏଠାରେ ବିଚାରାଧୀନ କଏଦୀଙ୍କ ସହ ୨୫୦ରୁ ଊର୍ଦ୍ଧ୍ୱ କଏଦୀ ଆଜୀବନ କରାଦଣ୍ଡ ଭୋଗୁଛନ୍ତି। କାରାଗାର ଚାରିପାଖରେ ଥିବା ୪୭୪ ଏକର ଜମି ସେମାନେ ଚାଷ କରୁଛନ୍ତି। ୨୦୦ ଏକର ଜମିରେ ରବର ଗଛ ଲଗାଇଛନ୍ତି। ୨୦ ଏକରରେ ପରିବା ଚାଷ କରିବା ସହ ଏକ ଡାଏରି ଫାର୍ମ, ଛେଳି ଫାର୍ମ, କୁକୁଡା ଫାର୍ମ ରହିଛିି। ସେମାନେ ଏକ ଚେକ୍‌ ଡ୍ୟାମ୍‌ ନିର୍ମାଣ କରି ଜଳସେଚନ ସୁବିଧା କରିବା ସହ ସେଥିରେ ମାଛ ଚାଷ ବି କରୁଛନ୍ତି। ରାଜ୍ୟର ସବୁ ଜିଲାରୁ କଏଦୀମାନଙ୍କୁ ଚୟନ କରାଯାଇ ଏହି ଜେଲରେ ସେମାନଙ୍କୁ ଚାଷରେ ଲଗାଯାଉଛି। ସେମାନଙ୍କ ଉତ୍ପାଦିତ ଶସ୍ୟ ଓ ପନିପରିବା ଜେଲ ମେସ୍‌ରେ ଲାଗିବା ପରେ ବଳକାକୁ ବିକ୍ରି କରି ବର୍ଷକୁ ୧୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ୨୦୦ ଏକର ରବର ଚାଷରୁ ବର୍ଷକୁ ୧ କୋଟି ଟଙ୍କା ମିଳୁଛି। ସବୁ ପ୍ରକାର ଚାଷରୁ ବର୍ଷକୁ ପାଖାପାଖି ୨ କୋଟି ଟଙ୍କା ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri