ନେପୋଟିଜମ୍‌: ମାନବିକତାର କଳଙ୍କିତ ଅଧ୍ୟାୟ

ଡ.ମୌସୁମୀ ପରିଡ଼ା

ଆଜିକାର ମିଡିଆରେ ବହୁ ଚର୍ଚ୍ଚିତ ଶବ୍ଦ ‘ନେପୋଟିଜିମ୍‌’, ଯାହା ପ୍ରିୟାପ୍ରୀତିତୋଷଣ ବା ପକ୍ଷପାତିତାକୁ ନେଇ ଝଡ଼ ସୃଷ୍ଟି କରିଛି। ଏହି ନେପୋଟିଜିମ୍‌ ଶବ୍ଦଟି ଲାଟିନ୍‌ ଭାଷା ‘ନିପୋଟେ’ ଶବ୍ଦରୁ ଉଦ୍ଧୃତ (ନେଫ୍ୟୁ), ଯାହାର ଅର୍ଥ ଭଣଜା ବା ପୁତୁରା। ‘ଇଜ୍‌ମ’ ଅର୍ଥ ବାଦ। ଏ ଦୁଇଟିକୁ ମିଶେଇଲେ ଯେଉଁ ଅର୍ଥଟି ପରିପ୍ରକାଶ ହୁଏ ତାହା ହେଉଛି ଆକ୍ଷରିକ ଅର୍ଥରେ ଭଣଜା ବା ପୁତୁରାଙ୍କୁ ପଦପଦବୀ, କ୍ଷମତା ଆଦି ପ୍ରଦାନ କରିବା କିମ୍ବା ସେହିଭଳି ପ୍ରକ୍ରିୟା; ଯାହାକୁ ଆମେ ଆଜିକାଲି ସାଧାରଣତଃ ପ୍ରିୟାପ୍ରୀତିତୋଷଣ ବା ପକ୍ଷପାତିତା କହିପାରିବା। ହିନ୍ଦୀ ଭାଷାରେ ଏହାକୁ ‘ଭାଇଭତିଜା ବାଦ’ ମଧ୍ୟ କୁହାଯାଇଥାଏ। ଗୁଣ ନ ଥାଇ ଆତ୍ମୀୟଙ୍କୁ ପଦପଦବୀ ପ୍ରଦାନ କରିବା ଏହାର ଅନ୍ତର୍ଭୁକ୍ତ, ଯେଉଁ ପରମ୍ପରାରେ ନିଜ ପ୍ରଭାବ ଓ ପତିଆରା ବଜାୟ ରଖିବା ପାଇଁ ଭଣଜା ବା ପୁତୁରାକୁ ଉତ୍ତରାଧିକାରୀ ରୂପେ ବଛାଯାଏ କିମ୍ବା ବିଭିନ୍ନ ପଦପଦବୀ ପ୍ରଦାନ କରାଯାଏ। ଏହା ଅନୁଚିତ ପ୍ରକ୍ରିୟା ହେଲେ ମଧ୍ୟ ସେଥିପାଇଁ ସେମିତି କିଛି ଦୃଢ ନ୍ୟାୟିକ ବ୍ୟବସ୍ଥା ନ ଥିବାରୁ ପ୍ରତିଷ୍ଠିତ ଲୋକେ କାଳକାଳରୁ ଏହାର ଫାଇଦା ଉଠାଇ ଆସିଛନ୍ତି।
ରାଜନୀତି, ଖେଳକୁଦ, ବ୍ୟବସାୟ, ଧର୍ମ, କଳା ତଥା ସାହିତ୍ୟ କ୍ଷେତ୍ରରେ ମଧ୍ୟ ନେପୋଟିଜିମ୍‌ ନିଜର ପ୍ରାଧାନ୍ୟ ବିସ୍ତାର କରିଛି। ଏହି ପରମ୍ପରା ଖ୍ରୀଷ୍ଟିଆନମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବାର ଇତିହାସ ଥିଲେ ମଧ୍ୟ ପରବର୍ତ୍ତୀ କାଳରେ ଦେଶ, ଧର୍ମ, କାଳ, ବର୍ଣ୍ଣ ନିର୍ବିଶେଷରେ ପ୍ରାୟ ସମସ୍ତ ସ୍ତରରେ ଏହା ପ୍ରାଧାନ୍ୟ ବିସ୍ତାର କରିବାରେ ଲାଗିଛି। ଯଦିଓ ଆରିଷ୍ଟଟଲ୍‌, କନ୍‌ଫୁସିଅସ୍‌, ଥିରୁଭଲ୍ୟୁଭର୍‌ଙ୍କ ପରି କିଛି ଦାର୍ଶନିକ ଓ ବୁଦ୍ଧିଜୀବୀ ଏହା ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଥିଲେ ତେବେ ବି ଏହା ଆଜି ପର୍ଯ୍ୟନ୍ତ ବଳବତ୍ତର ରହିଛି। ସମୟାନୁସାରେ ଏହା ବିପକ୍ଷରେ ଯେତେ ପ୍ରତିକ୍ରିୟା ଆସିଲେ ବି ଏହାର ମୂଳୋପତ୍ାଟନ ହୋଇପାରିନାହିଁ କିମ୍ବା ହେବାର ସମ୍ଭାବନା ମଧ୍ୟ ନାହିଁ। ପ୍ରଖ୍ୟାତ ତାମିଲ୍‌ କବି ତଥା ଦାର୍ଶନିକ ଥିରୁଭଲ୍ୟୁଭର୍‌ଙ୍କ ମତରେ ‘ଯଦି ତୁମେ ଜଣେ ଅଯୋଗ୍ୟ ଲୋକକୁ ଯୋଗ୍ୟ ବିବେଚନା କରୁଛ, ତୁମେ ତାକୁ ଭଲପାଅ ଓ ପସନ୍ଦ କର ବୋଲି, ତେବେ ସେ ତୁମକୁ ସୀମାହୀନ ଅଜ୍ଞତା ବା ମୂର୍ଖତା ଆଡକୁ ନେଇଯିବ। ନେପୋଟିଜିମ୍‌ ଅନୈତିକ, ଅସତ୍‌ ଓ ଅନୁପଯୋଗୀ।’ ଅନେକ ସ୍ଥଳରେ ଏହା କୌଣସି ବିଧ୍ୱଂସୀ ଭୂତାଣୁ ପରି ଭୟଙ୍କର।
ଇତିହାସ ଅନୁସାରେ ମଧ୍ୟଯୁଗଠାରୁ ସପ୍ତଦଶ ଶତାବ୍ଦୀର ଶେଷ ପର୍ଯ୍ୟାୟ ଭିତରେ କିଛି କ୍ୟାଥୋଲିକ୍‌ ପୋପ୍‌ ବା ବିଶପ୍‌ମାନେ ବ୍ରହ୍ମଚର୍ଯ୍ୟରେ ବ୍ରତୀ ଥିବାରୁ ପ୍ରାୟତଃ ସେମାନଙ୍କର ସନ୍ତାନସନ୍ତତି ନ ଥିଲେ। ସେଥିପାଇଁ ଭଣଜା, ପୁତୁରା ବା ନିଜର ସମ୍ପର୍କୀୟଙ୍କୁ ଉତ୍ତରାଧିକାରୀ ରୂପେ ଚୟନ କରୁଥିଲେ କିମ୍ବା ବିଭିନ୍ନ ପଦପଦବୀରେ ଅଭିଷିକ୍ତ କରାଉଥିଲେ। ନିଜର ପତିଆରା ବନାଇ ରଖିବାକୁ ଏହା ଏକ ସହଜ ଉପାୟ ରୂପେ ଅତୀତରେ ଥିଲା ଏବଂ ଏବେ ମଧ୍ୟ ରହିଛି। ଅବଶ୍ୟ କ୍ରମଶଃ ଏହାର ଆକାର ପ୍ରକାର କିଛି ପରିମାଣରେ ବଦଳିଛି। ନିଜ ଆମତ୍ୀୟ କିମ୍ବା ଅନୁଗତମାନଙ୍କୁ ବିଭିନ୍ନ ପ୍ରକାରର ସୁଖସୁବିଧା ସହିତ ପଦପଦବୀ ବଣ୍ଟନ କରାଯାଉଛି। କ୍ଷମତାର ଅପବ୍ୟବହାର କରି ନିଜକୁ ଅଧିକ ଶକ୍ତିଶାଳୀ କରିବାକୁ ହୀନ ଚକ୍ରାନ୍ତ କରାଯାଉଛି।
ଅତ୍ୟଧିକ କ୍ଷମତାଲାଳସାରୁ ନେପୋଟିଜିମ୍‌ର ଜନ୍ମ ବୋଲି ଜଣାଯାଏ। ଆମ ଦେଶରେ ମଧ୍ୟ ରାଜରାଜୁଡା ଅମଳରୁ ଏସବୁ ଚାଲିଆସୁଛି। ମହାଭାରତ ଯୁଦ୍ଧକୁ ବିଚାର ପରିସରଭୁକ୍ତ କଲେ ଏଥିରେ ବି ନେପୋଟିଜିମ୍‌ ଦେଖିବାକୁ ମିଳେ। ଧୃତରାଷ୍ଟ୍ରଙ୍କ ରାଜା ନ ହେବାର କାରଣ ପଛରେ ଥିଲା ତାଙ୍କ ଦୃଷ୍ଟିହୀନ ହେବାର ବିଡମ୍ବନା। ଏଥିପାଇଁ ସେ କମ୍‌ ଅସନ୍ତୁଷ୍ଟ ନ ଥିଲେ! ନିୟମତଃ କନିଷ୍ଠ ଭ୍ରାତା ପଣ୍ଡୁ ଥିଲେ ରାଜସିଂହାସନର ଅଧିକାରୀ। ତାଙ୍କ ଅବର୍ତ୍ତମାନରେ ଧୃତରାଷ୍ଟ୍ର ତାଙ୍କ ପ୍ରତିନିଧି ରୂପେ ରାଜ୍ୟ ଚଳାଉଥିଲେ। କିନ୍ତୁ ଉଭୟଙ୍କ ପୁତ୍ରମାନେ ଜନ୍ମ ନେବା ପରେ ସିଂହାସନର ମୋହ ଉଭୟ ଧୃତରାଷ୍ଟ୍ର ଓ ତାଙ୍କ ପୁତ୍ରମାନଙ୍କ ଭିତରେ ବୃଦ୍ଧି ପାଇବାକୁ ଲାଗିଲା। ସେ ଭାବିନେଲେ ଯେ ସେ ରାଜା ପଣ୍ଡୁଙ୍କ ପ୍ରତିନିଧି ନୁହନ୍ତି, ଖୋଦ୍‌ ରାଜା। ତେଣୁ ଉତ୍ତରାଧିକାରୀ ତାଙ୍କ ପୁତ୍ର ହିଁ ହେବା ଉଚିତ, ପଣ୍ଡୁପୁତ୍ର ନୁହନ୍ତି। ସେମାନଙ୍କ ଭିତରେ ରାଜସିଂହାସନର ମୋହ ଆଶାତୀତ ଭାବେ ବୃଦ୍ଧି ପାଇବାର କାରଣ ହେଉଛି ମହାଭାରତ ଯୁଦ୍ଧ। କ୍ଷମତା ହାସଲ କରିବାକୁ ଅତୀତରେ ଅନେକ ଯୁଦ୍ଧ ସଂଘଟିତ ହୋଇଛି। କେବେକେବେ ନେପୋଟିଜିମ୍‌ ଏହାର କାରଣ ହୋଇ ଛିଡାହୋଇଛି।
ଇତିହାସ ସାକ୍ଷୀ ଏହା ବିଭିନ୍ନ ଦେଶମାନଙ୍କରେ କି କି ଅଘଟଣ ନ ଘଟାଇଛି! ମଣିଷ ନିଜ କ୍ଷମତାର ଅପବ୍ୟବହାର କରି ଆମତ୍ୀୟମାନଙ୍କୁ କ୍ଷମତାଶାଳୀ କରିଛି, ସେମାନେ ଅଯୋଗ୍ୟ ଥିଲେ ବି। ଏକବିଂଶ ଶତାବ୍ଦୀର ଅତ୍ୟାଧୁନିକ ଯୁଗରେ ମଧ୍ୟ ଏଭଳି କୁତ୍ସିତ ପରମ୍ପରା କମିନାହିଁ ବରଂ ଆଶାତୀତ ଭାବେ ବୃଦ୍ଧି ପାଇଛି। ରାଜନୀତିଠାରୁ ଆରମ୍ଭ କରି ନ୍ୟାୟିକ ବ୍ୟବସ୍ଥା ତଥା ବିଭିନ୍ନ ଅନୁଷ୍ଠାନ, ସେ କଳା ହେଉ ବା ବ୍ୟବସାୟ ସମ୍ବନ୍ଧୀୟ, ସବୁଠାରେ ଆଜିକାଲି ନେପୋଟିଜିମ୍‌ର ଝଲକ। ରାଜନୀତିରେ ଏହାର ପ୍ରକୃଷ୍ଟ ଉଦାହରଣମାନ ଦେଖିବାକୁ ମିଳେ। କାରଣ ଗଣତନ୍ତ୍ର ଶାସନ ଆଢୁଆଳରେ ବି କୋଉଠି ନା କୋଉଠି ଏକଚ୍ଛତ୍ରବାଦ ଚାଲିଥିଲା ପରି ମନେହୁଏ। ଏହା ସହ ବିଭିନ୍ନ ସରକାରୀ, ବେସରକାରୀ କ୍ଷେତ୍ରରେ ସର୍ବତ୍ର ଚିହ୍ନାଜଣାମାନଙ୍କୁ ପ୍ରାଧାନ୍ୟ ଦିଆଯାଏ। ତେଣୁ ଯୋଗ୍ୟ ବ୍ୟକ୍ତିମାନେ ବାଦ୍‌ ପଡନ୍ତି।
ଏହି ନେପୋଟିଜିମ୍‌ର କଳଙ୍କ ଆଜିକାଲି ଚରମ ଶିଖରକୁ ସ୍ପର୍ଶ କରି ସ୍ଥଳବିଶେଷରେ ଜୀବନ ନେଉଛି। ଅବଶ୍ୟ ଏହି ବ୍ୟବସ୍ଥା ଏବେ ଆଉ ଭଣଜା ବା ପୁତୁରାଙ୍କୁ ନେଇ ଚାଲିନି, ବରଂ ନିଜ ସନ୍ତାନସନ୍ତତି ବା ଅନୁଗତମାନଙ୍କୁ ନେଇ ଚାଲିଛି। ସଦ୍ୟତମ ଅଘଟଣଟିଏ ଏଭଳି କୁତ୍ସିତ କାରନାମାକୁ ପୁଣିଥରେ ପଦାରେ ପକେଇଛି! ହିନ୍ଦୀ ଫିଲ୍ମ ତଥା ଟିଭି ପରଦାର ଲୋକପ୍ରିୟ ଉଦୀୟମାନ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁ ଏହି ନେପୋଟିଜିମ୍‌ ଯୋଗୁ ହୋଇଛି ବୋଲି କିଛି ଫିଲ୍ମ କଳାକାରଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ସେ ନିଜ ଅଦମ୍ୟ ସାହସ ଓ ପରିଶ୍ରମ ବଳରେ ଶିଖର ଛୁଇଁବାର ଦମ୍ଭ ରଖିଥିଲେ ବୋଲି କେତେକ ନିର୍ଦ୍ଦେଶକ ତଥା ତାରକା ଅଭିନେତାଙ୍କ ଷଡ଼ଯନ୍ତ୍ରର ଶିକାର ହୋଇ ମାନସିକ ଭାରସାମ୍ୟ ହରାଇ ଆମତ୍ହତ୍ୟାକୁ ଏକମାତ୍ର ପନ୍ଥା ଭାବେ ବାଛି ନେଇଥିଲେ। ପ୍ରଚ୍ଛଦରେ ଏଭଳି ଘୃଣ୍ୟ ପରମ୍ପରାକୁ କିଛି ପ୍ରଭାବଶାଳୀ ବ୍ୟକ୍ତି ପ୍ରୋତ୍ସାହିତ କରୁଥିବାର ବିଶ୍ୱାସ ହେଉଛି। ଖାଲି ଫିଲ୍ମ ଇଣ୍ଡଷ୍ଟ୍ରି କାହିଁକି ପ୍ରାୟ ଅଧିକାଂଶ କ୍ଷେତ୍ରରେ ଏଭଳି ମାନସିକତା ବଳବତ୍ତର ରହିଥିବାରୁ ଉଦୀୟମାନ ବ୍ୟକ୍ତିମାନେ ବଳି ପଡୁଛନ୍ତି!
ଏଥିପାଇଁ କ୍ଷମତାଶାଳୀ ଲୋକେ ହିଁ ଦାୟୀ, ଯେଉଁମାନେ ଶକ୍ତି ବଳ ଓ କ୍ଷମତାର ଅପବ୍ୟବହାର କରି ଅଳ୍ପଯୋଗ୍ୟ ବା ଅଯୋଗ୍ୟ ଲୋକମାନଙ୍କୁ ପଦାସୀନ କରି ପରୋକ୍ଷରେ ନିଜ ସାମ୍ରାଜ୍ୟ ପ୍ରତିଷ୍ଠା କରିଛନ୍ତି। ଏହା କ’ଣ ମାନବିକତାର ଅବକ୍ଷୟ ନୁହେଁ? ବିଦ୍ୟାବୁଦ୍ଧିର ଦେବୀ ମା’ ସରସ୍ବତୀଙ୍କ ଅବମାନନା ନୁହେଁ? ବିଭିନ୍ନ ଷଡଯନ୍ତ୍ର ରଚି କ୍ଷମତା ଉପଭୋଗ କରୁଥିବା ଲୋକଙ୍କ ସମ୍ପର୍କୀୟ ଭାବେ କିମ୍ବା ଆବଶ୍ୟକ ସ୍ଥଳେ ସେମାନଙ୍କ ଶିଷ୍ୟତ୍ୱ ଗ୍ରହଣ ପୂର୍ବକ ଗୁଣଗାନ କରି ସର୍ବତ୍ର ବିରାଜମାନ କରୁଥିବା କିଛି ନ୍ୟସ୍ତ ସ୍ବାର୍ଥପର ବ୍ୟକ୍ତିବିଶେଷଙ୍କର ଲାଭ କାଳେ କାଳେ। ସେମାନଙ୍କର ନିଜ ବୁଦ୍ଧି ଉପରେ କାଣିଚାଏ ବିଶ୍ୱାସ ନ ଥାଏ ବୋଲି ହୁଏତ ଛଳନା ଆଚରନ୍ତି। ସବୁ ପ୍ରକାରର ସୁଯୋଗ ହାତେଇବାରେ ସମର୍ଥ ହୁଅନ୍ତି।
ଏଠି ମେଧା, ବିଦ୍ୟା, କଳା ସବୁ କ୍ଷମତାଶାଳୀ ଲୋକମାନଙ୍କ କବ୍ଜାରେ। ସେମାନେ ଯାହାକୁ ବାଛିପାରିବେ ସେ ହିଁ କ୍ଷମତା ଉପଭୋଗ କରିପାରିବ। କ୍ଷମତା ହାସଲ କରୁଥିବା ନବାଗତମାନେ ସେମାନଙ୍କୁ ଗଡ୍‌ଫାଦର ବୋଲି ଗ୍ରହଣ କରି ନିଜର କାୟା ବିସ୍ତାର କରିବେ। ଫଳରେ ମୁକ୍ତ ହୋଇପାରିବନି ଏ ସମାଜ ନେପୋଟିଜିମ୍‌ର କରାଳ ଛାୟାରୁ। ଯୋଗ୍ୟ ଲୋକଟେ ରହିଯିବ ଅନ୍ଧାକାରର ଘେରରେ, ଯାହାକୁ ନେଇ ଆଜିକାଲି ସୋସିଆଲ୍‌ ମିଡିଆରେ ତର୍କବିତର୍କ। ନେପୋଟିଜିମ୍‌ ଯୋଗୁ ସୁଶାନ୍ତ ସିଂ ରାଜପୁତ୍‌ କେତୋଟି ଫିଲ୍ମ ହରାଇ ମାନସିକ ଅବସାଦ ଭୋଗୁଥିଲେ। କେହି ଦିଗ୍‌ଦର୍ଶକ ନ ଥିବା କାରଣରୁ ତାଙ୍କୁ ସହଯୋଗର ହାତ କେହି ବଢାଇ ନ ଥିଲେ।
ଫଳରେ ଅସୁରକ୍ଷିତ ଭାବନା ନେଇ ସେ ଆମତ୍ହତ୍ୟା କଲେ। ଯଦିଓ ଆମତ୍ହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, କିନ୍ତୁ ସେସବୁ ଦୁଃସ୍ଥିତି ସୃଷ୍ଟି କରିଥିବା ଓ ତା’ର କାରଣ ପାଲଟିଥିବା ଲୋକେ ନିଶ୍ଚିତ ଭାବେ ଦାୟୀ। କିଛିଦିନ ତଳେ ପ୍ରତିଷ୍ଠିତ ଗାୟକ ସୋନୁ ନିଗମ୍‌ଙ୍କ ପ୍ରସଙ୍ଗ ବି ମନରେ ହଇଚଇ ସୃଷ୍ଟି କରିଥିଲା। ତାହା ହେଲା- ଖୁବ୍‌ଶୀଘ୍ର ସଙ୍ଗୀତ କ୍ଷେତ୍ରରେ ମଧ୍ୟ ନେପୋଟିଜିମ୍‌ ଯୋଗୁ ଏଭଳି ଖବର ଆସିପାରେ।
ଏ ସମ୍ପର୍କିତ କିଛି ପ୍ରଶ୍ନ ମନଭିତରକୁ ସ୍ବତଃ ପଶିଆସେ। ଯେଉଁ କାରଣରୁ ଯୋଗ୍ୟ ମଣିଷ ଅଲୋଡ଼ା ସେ ପରମ୍ପରା ଏ ଜାତିକୁ ଉଚିତ ଦିଗ୍‌ଦର୍ଶନ ଦେଇପାରିବ ତ? କ୍ଷମତାଲିପ୍ସୁ ବ୍ୟକ୍ତିମାନେ ମାନବିକତାକୁ ଅନ୍ଧାରକୁ ଠେଲିଦେଇ ନିଜ କର୍ତ୍ତବ୍ୟ ଠିକ୍‌ଭାବରେ ସଂପାଦନ କରୁଛନ୍ତି ବୋଲି ଛାତିରେ ହାତ ଦେଇ କହିପାରିବେ! ସମୟ ସବୁ ସିଦ୍ଧ କରେ। କ୍ଷମତାରେ ସବୁଦିନ ପାଇଁ କେହି ରହିପାରିନି କି ପାରିବନି। କୌଣସି ସମୟ ସବୁକାଳ ପାଇଁ ରହେନାହିଁ। ଏ ନିୟମାନୁଯାୟୀ ଅସ୍ଥାୟୀ ସିଂହାସନରୁ ବିଦାୟ ନେଇଥିବା ଅଧିକାରୀମାନେ ପରିଣତ ବୟସରେ ନିଜକୁ ମୁହଁ ଦେଖେଇପାରିବେ ତ? ନିଜ ବିବେକକୁ କହିପାରିବେ ଯେ ସେମାନେ ଭୁଲ୍‌ କରିନାହାନ୍ତି ବୋଲି! କିଛି ପ୍ରଶ୍ନ ମୃତ୍ୟୁ ପର୍ଯ୍ୟନ୍ତ ଘାରିବ ନିଶ୍ଚୟ ଓ ଉଚିତ ବି।
ଏହା ଭିତରେ ନେପୋଟିଜିମ୍‌ର କାୟା ବୃଦ୍ଧି ହେଉଥିବ। କାରଣ ସେ କ୍ଷମତା ଅପବ୍ୟବହାରକାରୀଙ୍କ ଅନୁଗତମାନେ କ୍ଷମତାସୀନ ହୋଇ ସାରା ସଂସାରକୁ ଅନ୍ଧକାରମୟ କରିଚାଲିଥିବେ। ଯୋଗ୍ୟ ବ୍ୟକ୍ତିଟେ ନ୍ୟାଯ୍ୟ ଅଧିକାରରୁ ବାରମ୍ବାର ବଞ୍ଚିତ ହେଉଥିବ। ଏ ସମସ୍ୟାରୁ ନିସ୍ତାର ନାହିଁ, ଯାହା ଦୁର୍ନୀତିକୁ ପ୍ରଶ୍ରୟ ଦେବା ସହିତ ପ୍ରିୟାପ୍ରୀତିତୋଷଣ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରୋତ୍ସାହିତ କରିଚାଲୁଥିବ।

ଜିଲା ମୁଖ୍ୟ ଚିକିତ୍ସାଳୟ ପରିସର,
୩ଆର/୪୧, ଜଗତ୍‌ସିଂହପୁର


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?