ଏଇ ଭାରତରେ

ତାମିଲନାଡୁର ଦିବ୍ୟାଙ୍ଗ ମହିଳା ଡି. ଇନ୍ଦ୍ରା। ଜୀବନର ପ୍ରତିକୂଳ ସ୍ଥିତିକୁ ସାମନା କରି ଦିବ୍ୟାଙ୍ଗ ଶିଶୁଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଯେଉଁ ନିଷ୍ଠାପର ପ୍ରୟାସ ଜାରି ରଖିଛନ୍ତି ତାହା ବାସ୍ତବିକ ପ୍ରଶଂସନୀୟ। ଇନ୍ଦ୍ରା ହ୍ବିଲଚେୟାରରେ ଯିବାଆସିବା କରନ୍ତି। ରହନ୍ତି କାଞ୍ଚତ୍ପୁରମ ଜିଲା ସରୁନାଲୁର ଗାଁରେ। ସେଠାରେ ‘ପ୍ରେମ୍‌ଇଲମ’ ନାମକ ଆଶ୍ରୟସ୍ଥଳି ପ୍ରତିଷ୍ଠା କରି ୩୦୦ ଦିବ୍ୟାଙ୍ଗ ଶିଶୁକନ୍ୟାଙ୍କ ସାହାରା ପାଲଟିଛନ୍ତି। ସେଠାରେ ପିଲାଙ୍କର ଖାଇବା, ଚିକିତ୍ସା ଓ ଶିକ୍ଷା ଲାଗି ଆବଶ୍ୟକ ଖର୍ଚ୍ଚ ନିଜେ ବହନ କରୁଛନ୍ତି। ବଡ଼ କଥା ହେଉଛି ପିଲାମାନେ କିଭଳି ପୁଷ୍ଟିକର ଖାଦ୍ୟ ଖାଇବେ ସେଥିପାଇଁ ସେ ଜୈବିକ ଚାଷ କରୁଛନ୍ତି। ଆଶ୍ରୟସ୍ଥଳୀର କର୍ମଚାରୀଙ୍କ ସହାୟତାରେ ଧାନ, ଫଳ ଓ ପନିପରିବା ଚାଷ କରି ପିଲାମାନଙ୍କୁ ଖାଇବାକୁ ଦେଉଛନ୍ତି। ଇନ୍ଦ୍ରା ସ୍ନାତ୍ତୋକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ସ୍ବାବଲମ୍ବୀ ହେବାକୁ ପ୍ରଥମେ ସେ ଚାକିରି କରିଥିଲେ। ହେଲେ ଦିବ୍ୟାଙ୍ଗ ପିଲାଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଚାକିରି ଛାଡ଼ି ‘ପ୍ରେମ ଇଲମ’ ପ୍ରତିଷ୍ଠା କରିଥିଲେ। ବ୍ୟକ୍ତିଗତ ଉଦ୍ୟମରେ ପାଣ୍ଠି ଯୋଗାଡ଼ କରି ଏହି ଆଶ୍ରୟସ୍ଥଳୀ ପରିଚାଳନା କରୁଛନ୍ତି। ସେ ଉତ୍ପାଦିତ ଖାଦ୍ୟଶସ୍ୟରେ ନିୟମିତ ଆଶ୍ରମର ଆବଶ୍ୟକତାଠାରୁ ଅଧିକ ଖାଦ୍ୟ ପ୍ରସ୍ତୁତ କରି ନିକଟସ୍ଥ ଅସହାୟ ଲୋକଙ୍କୁ ଦେଉଛନ୍ତି। ୯୦ ପ୍ରତିଶତ ଦିବ୍ୟାଙ୍ଗ ଇନ୍ଦ୍ରାଙ୍କ ବୟସ ୩୬। ଜନ୍ମର ୫ ମାସ ବେଳକୁ ସେ ପୋଲିଓରେ ଆକ୍ରାନ୍ତ ହୋଇଥିଲେ। ହେଲେ ସବୁପ୍ରକାର ଆହ୍ବାନକୁ ସମ୍ମୁଖୀନ ହୋଇ ସଫଳତା ପାଇବାରେ ଜଣଙ୍କୁ ସାହାଯ୍ୟ କର ବୋଲି କହନ୍ତି ଇନ୍ଦ୍ରା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶିକ୍ଷା କେବଳ ସରକାରୀ ଚାକିରି ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଆତ୍ମନିର୍ଭରଶୀଳତା ସକାଶେ ବାଟ କଢ଼ାଇ ନିଏ, ଯାହା ପ୍ରମାଣ କରିଛନ୍ତି କଶ୍ମୀରର ଜଣେ ମହିଳା। ବନ୍ଦିପୋରାର…

ବାମପନ୍ଥୀ ଓ ସାମ୍ୟବାଦ

ବାମପନ୍ଥୀ ଚିନ୍ତାଧାରାର ସ୍ରଷ୍ଟା କାର୍ଲ ମାର୍କ୍ସ ନୁହନ୍ତି, ବରଂ ସେ ହେଉଛନ୍ତି ଅନେକ ବାମପନ୍ଥୀଙ୍କ ପରି ଜଣେ। ବାମପନ୍ଥୀ ଓ ଦକ୍ଷିଣ ପନ୍ଥୀ କଥା ପ୍ରଥମେ ଆଲୋଚନାକୁ…

ରାଜନୀତିର ଚତୁର ବ୍ୟବସାୟୀ

ଓଡ଼ିଆ ଲୋକସାହିତ୍ୟ ଓ ଗ୍ରାମୀଣ ଚେତନାରେ ଏକ ଢଗ ରହିଛି-‘ପାନ ଗୁଆ ଖଇର ଗୁଆକାତି, ଭଲ ବ୍ୟବସାୟ ରାଜନୀତି।’ ସମସାମୟିକ ସାମାଜିକ ଓ ରାଜନୈତିକ ବ୍ୟବସ୍ଥାରେ ଏହି…

ପାକୁଆ ପାଟିରେ ମାଂସ

ନିଜର ବୟସ ବଢ଼ିଯିବା ଓ ରାଜନୀତି ଏବେ ‘ଅତ୍ୟଧିକ ପ୍ରଦୂଷିତ’ ହୋଇଯାଇଥିବା ଦର୍ଶାଇ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୭୯ ବର୍ଷୀୟ ସିଦ୍ଦାରାମୈୟା ୨୦୨୮ ବିଧାନସଭା ନିର୍ବାଚନ ଲଢ଼ିବେ…

ଏଇ ଭାରତରେ

ଉତ୍ତରପ୍ରଦେଶ କାନପୁର, ପ୍ରୟାଗରାଜ ଓ ଫାରୁଖାବାଦର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ୧୦,୦୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଥିବାବେଳେ ସେଥିରୁ ୭୫ ପ୍ରତିଶତ ଗଛ ବଞ୍ଚାଇବାରେ ସଫଳ ହୋଇଛନ୍ତି ପିଲମାନେ।…

ସବୁଜ ବିକାଶର ଭିତ୍ତିଭୂମି

ଧୁନିକ ଯୁଗରେ ଶକ୍ତି ହେଉଛି ବିକାଶର ମୂଳ ଆଧାର। ବିଦ୍ୟୁତ୍‌ ବିନା ଆଜିର ଜୀବନଯାତ୍ରାକୁ କଳ୍ପନା କରିବା ଅସମ୍ଭବ। କିନ୍ତୁ ଜନସଂଖ୍ୟା ବୃଦ୍ଧି, ଶିଳ୍ପାୟନ ଓ ସହରୀକରଣ…

ବିଭବେ ସ୍ବଭାବ ନଷ୍ଟ

ମଣିଷର ସ୍ବଭାବ ବା ପ୍ରକୃତି ଜନ୍ମଗତ, ଯାହାକୁ ନେଇ ସେ ଜନ୍ମ ହୋଇଥାଏ ଏବଂ ମୃତୁ୍ୟୁ ପର୍ଯ୍ୟନ୍ତ ଛାଡ଼ି ପାରେନା। ତେଣୁ ହୁଏତ କୁହାଯାଏ ‘ମଣିଷ ପ୍ରକୃତି…

ଯୁଦ୍ଧର ଦେୟ ମହଙ୍ଗା ପଡ଼ିପାରେ

ପ୍ରଥମ ବିଶ୍ୱଯୁଦ୍ଧ (ଜୁଲାଇ ୧୯୧୪- ନଭେମ୍ବର ୧୯୧୮)ର ଅବସାନ ହୋଇଥାଏ, ଏବେ କ୍ଳାନ୍ତି ମେଣ୍ଟାଇବାର ସମୟ। ୩ ମିତ୍ରଶକ୍ତି ପ୍ରାୟ ଛଅ ମିଲିୟନ ମାନବ ସମ୍ବଳ ହରେଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri