ଏଇ ଭାରତରେ

ଡେରାଡୁନ୍‌ର ପ୍ରକୃତିପ୍ରେମୀ ମହେଶ ଚନ୍ଦ୍ର ଏବେ ଗଛଗୁଡ଼ିକୁ ଲୁହା ବନ୍ଧନରୁ ମୁକ୍ତି କରିବା ଲାଗି ଯେଉଁ ବାଟ ଦେଖାଇଛନ୍ତି ତାହା ବାସ୍ତବିକ ପ୍ରେରଣାଦାୟକ। ମହେଶ ଜଣେ ଅବସରପ୍ରାପ୍ତ ପୋଲିସ ଇନ୍ସପେକ୍ଟର। ଟ୍ରି ଗାର୍ଡରେ ବାନ୍ଧି ହୋଇଯାଇଥିତ୍ବା ଗଛର ପୀଡାକୁ ଅନୁଭବ କରି ପ୍ରଥମେ ସେ ଉତ୍ତରାଖଣ୍ଡର ମୁଖ୍ୟ ସଚିବ ଓ ରାଜ୍ୟପାଳଙ୍କୁ ଏ ସମ୍ପର୍କରେ ଅବଗତ କରିଥିଲେ। କିନ୍ତୁ ସୁଫଳ ନ ମିଳିବାରୁ ପିଏମ୍‌ଓକୁ ଅବଗତ କରିଥିଲେ। ପିଏମଓ ଏହା ଉପରେ ପଦକ୍ଷେପ ନେବା ଲାଗି ପରିବେଶ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେବା ପରେ ମନ୍ତ୍ରଣାଳୟ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଆଦେଶ ଜାରି କରିଛନ୍ତି। ୨୦ ବର୍ଷ ତଳେ ସହର ଓ ଗ୍ରାମଗୁଡ଼ିକରେ ରୋପଣ କରାଯାଇଥିବା ଗଛଗୁଡ଼ିକର ସୁରକ୍ଷା ଲାଗି ଟ୍ରି ଗାର୍ଡ ଲଗାଯାଇଥିଲା। ଗଛ ବଡ଼ ହେବା ପରେ ଗାର୍ଡକୁ ବାହାର ନ କରିବାରୁ ତାହା ଗଛ ମଧ୍ୟରେ ପଶି ରହିଛି। ତେଣୁ ଗଛଗୁଡ଼ିକ ଭଲରେ ବଢ଼ିବା ଲାଗି ଏହାକୁ ହଟାଇବାର୍‌ ଲକ୍ଷ୍ୟରେ ମହେଶ ଏଭଳି ଅଭିଯାନ ଆରମ୍ଭ କରି ସଫଳ ହୋଇଛନ୍ତି। କେତେକ ରାଜ୍ୟରେ ଏହା ଉପରେ କାର୍ଯ୍ୟ ଆରମ୍ଭ ହୋଇଗଲାଣି। ଉତ୍ତରାଖଣ୍ଡରେ ମଧ୍ୟ ଗଛଗୁଡ଼ିକୁ ଟ୍ରି ଗାର୍ଡ ବେଡିରୁ ମୁକ୍ତ କରାଯିବା ଲାଗି କାର୍ଯ୍ୟ ଆରମ୍ଭ କରାଯାଇଛି। ମହେଶଙ୍କ ଏହି ପ୍ରୟାସକୁ ସବୁ ସ୍ତରରେ ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

ବିଜ୍ଞାନର ଆଧ୍ୟାତ୍ମିକତା

ଅନେକ ଶତାବ୍ଦୀ ଧରି ମାନବ ସଭ୍ୟତା ବିଜ୍ଞାନ ଏବଂ ଆଧ୍ୟାତ୍ମିକତାକୁ ଦୁଇଟି ପରସ୍ପର ବିରୋଧୀ ମାର୍ଗ ଭାବରେ ଦେଖିଆସିଛି। ଗୋଟିଏ ପଟେ ବିଜ୍ଞାନ, ଯାହା ପ୍ରମାଣ, ପରୀକ୍ଷା,…

ବୈଦିକ ଭୂମିରେ ହିନ୍ଦୁଧର୍ମ

ସିନ୍ଧୁ ନଦୀର ଶାଖାନଦୀଗୁଡ଼ିକ ଦ୍ୱାରା ପ୍ଳାବିତ ପଞ୍ଜାବ ମୂଳ ବୈଦିକ ଭୂମି ଥିଲା। ହେଲେ ଏବେ ଯମୁନା-ଗଙ୍ଗା ଧୋୟାଞ୍ଚଳ ସହିତ ବେଦକୁ ଅଧିକ ଜଡ଼ିତ କରାଯାଉଥିବାବେଳେ ଅନ୍ୟପକ୍ଷରେ…

ବ୍ୟକ୍ତିନୀତି-ଗଣନୀତି-ଦୈବୀନୀତି

ପ୍ରାକ୍‌ ସ୍ବାଧୀନତା କାଳରେ ରାଜନୀତିର ସଂଜ୍ଞା ଓ ସ୍ବରୂପ ନିରୂପଣ କରିବା ଆଦୌ କଠିନ ନ ଥିଲା, ବରଂ ଅତ୍ୟନ୍ତ ସହଜ ସାଧ୍ୟ ଥିଲା। ମାତ୍ର ସ୍ବାଧୀନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?