Posted inUncategorized

ଘର କରିବାର ସ୍ବପ୍ନ

ରୁଦ୍ର ପ୍ରସନ୍ନ ରଥ

ଭାରତବର୍ଷରେ ଦ୍ରୁତ ସହରୀକରଣର ଯୁଗ କାହିଁ କେବେଠାରୁ ଆରମ୍ଭ ହୋଇଯାଇଛି। ଗାଁରୁ ସବୁ ଦିନ ଲକ୍ଷ ଲକ୍ଷ ଲୋକ ଭଲକରି ଗଣ୍ଡେ ଖାଇବାକୁ ଆଉ ଖଣ୍ଡେ ପିନ୍ଧିବାକୁ ସହରରେ ପାଦ ଦେଉଛନ୍ତି। ସହରରେ ପାଦ ଦେଲାମାତ୍ରେ ନିଜ ପାଇଁ ସ୍ଥାୟୀ ଚାକିରି ଆଉ ଅସ୍ଥାୟୀ ବାସସ୍ଥାନ ଖଣ୍ଡେ ଯୋଗାଡ଼ କରିବାକୁ ଲାଗିପଡୁଛନ୍ତି। ସମୟର ଚକ ଗଡ଼ିଚାଲିବା ସହିତ ଗଁାରୁ ସହରୀ ହୋଇ ସାରିଥିବା ମଣିଷଟି ନିଜ ପାଇଁ କ୍ରମେ କ୍ରମେ ସ୍ଥାୟୀ ବାସସ୍ଥାନ ଖଣ୍ଡେ ଖୋଜିବା ହିଁ ତା’ର ଜୀବନର ସର୍ବଶ୍ରେଷ୍ଠ ଧେୟ ହୋଇଯାଉଛି।
ସହରରେ ଟିକିଏ ପାଦ ଲାଗିଗଲା ବେଳକୁ ମଣିଷ ମନରେ ଘର କରିବାର ସ୍ବପ୍ନ ଉଙ୍କି ମାରୁଛି। ଗାଁରେ ଘର ଛପର ନ ହୋଇଥାଉ ପଛେ, ସହରରେ ନିଜର ବଳକା ଜମାପୁଞ୍ଜି ସବୁକୁ ସମୟର ପଶାପାଲିରେ ଗଡ଼ାଇ ଦେଇ ମଣିଷ ନିଜ ପାଇଁ ସ୍ବପ୍ନର ଘର କରିବାକୁ ମସ୍‌ଗୁଲ ରହୁଛି। ଘର କରିବାର ନିଶା ଏତେ ଅଧିକ ଯେ ମଣିଷ ଏଥିପାଇଁ ମୋଟା ଅଙ୍କର ଲୋନ୍‌ ନେବାକୁ ବସୁଛି। ଶନିବାର କିମ୍ବା ରବିବାର ହେଲାମାତ୍ରେ ମଣିଷ ଗାଡ଼ି ଧରି ନିଜର ଈପସିତ୍‌ ଘର କରିବା କିମ୍ବା ଜମି କିଣିବା ନିମନ୍ତେ ଦୌଡ଼ିବା ଆରମ୍ଭ କରିଦେଉଛି। ଖାଇବା ପିଇବା ଛାଡ଼ି ଘର ପରେ ଘର, ଜମି ପରେ ଜମି ଦେଖି ଦେଖି ସନ୍ଧ୍ୟାରେ ହତାଶ ହୋଇ ଘରକୁ ଫେରୁଛି। କେଉଁଠି ଜମି କିମ୍ବା ଘରର ମୂଲ୍ୟ ଆକାଶଛୁଆଁ ତ ଆଉ କେଉଁଠି ଦେଖିଥିବା ଜମି କିମ୍ବା ଘର ବହୁତ ଦୂରରେ। ପୁଣି ଏମିତି ବି ହୁଏ, ଘର କିମ୍ବା ଜମି ପସନ୍ଦ ଆସିଲେ ବି ସେ ସବୁର କାଗଜପତ୍ର ଠିକ୍‌ ନାହିଁ ବୋଲି ଅନୁମାନ ହୁଏ।
ତଥାପି ଗାଁରୁ ଆସିଥିବା କିଛି କିଛି ଲୋକଙ୍କର ସହରରେ ଘର କରିବାର ସ୍ବପ୍ନ ସାର୍ଥକ ହୁଏ। ଅବଶ୍ୟ ଏଥିପାଇଁ ତାକୁ ଅନେକ ମୂଲ୍ୟ ଦେବାକୁ ହୁଏ। ଘର ପାଇଁ ଋଣ ଦେଇ ବ୍ୟାଙ୍କ ଲାଭବାନ୍‌ ହୁଏ। ବିଲ୍ଡର ତା’ର ଲାଭ ପାଇଯାଏ। ଘର ବିକୁଥିବା ଦଲାଲ କମିଶନି ନେଇଯାଏ। ପୁଣି ଘର ପାଇଁ ବିଜୁଳି ସଂଯୋଗଠାରୁ ଆରମ୍ଭ କରି ଅନ୍ୟାନ୍ୟ କାମ ପାଇଁ ବେଳେବେଳେ ମୋଟା ଅଙ୍କର ଲାଞ୍ଚ ବି ଦେବାକୁ ହୁଏ। ଏତେ ସବୁ ବ୍ୟବସ୍ଥା ଭିତରେ ମଣିଷଟା ଘର କିଣେ ସତ, ହେଲେ ସେ ନୂଆ ଘରେ ରହିବାର ନିଶା ଉତୁରି ଯାଇଥାଏ।
ସହରରେ ଥିବା ଛଦ୍ମବେଶୀ ମଣିଷଗୁଡ଼ା ଗାଁରୁ ଆସିଥିବା ସେ ମଧ୍ୟବିତ୍ତକୁ ଠକିବାକୁ ଠିକା ନେଇଥା’ନ୍ତି ଯେମିତି। ଦଲାଲମାନେ ତାକୁ ଗୋଟିଏ ଜମି ଦେଖାଇ ଆଉ ଗୋଟିଏ ଜମି ବିକନ୍ତି। ବିଲ୍ଡର ସବୁ ପଇସା ନେଇ ସାରିଲା ପରେ ବି କାମ ସାରି ଘର ଦେବାକୁ ଲୁଚକାଳି ଖେଳିବୁଲେ। କମ୍ପାନୀ ହେଉ ବା ସୁପରଭାଇଜର, ସମସ୍ତେ ନିଜ ନିଜ ବାଟରେ ଠକିବାକୁ ଜାଲ ବସେଇଥା’ନ୍ତି। ସେମାନଙ୍କର ଜାତି କିମ୍ବା ଧର୍ମ ଭିନ୍ନ ହୋଇପାରେ, ତେବେ ଅଧିକାଂଶଙ୍କର ଲକ୍ଷ୍ୟ ସମାନ। ନିରୀହ ଭଦ୍ର ମଧ୍ୟବିତ୍ତ ପାଖରୁ ତା’ର ଜମାପୁଞ୍ଜି ସବୁକୁ କାଇଦାରେ ବାହାର କରିନେବା। ସେ ଦଲାଲ ମିଶ୍ରବାବୁ ହୁଅନ୍ତୁ କି ବିଲ୍‌ଡର ହୁସେନ୍‌ବାବୁ ପଇସା ପାଇବାମାତ୍ରେ ନିଜ ନିଜର ପ୍ରକୃତ ରଙ୍ଗ ଦେଖାଇବା ଆରମ୍ଭ କରିଥାଆନ୍ତି। ଯେଉଁ ମୁହଁରେ ଜମି ଆଉ ଘର ବିକିବା ପୂର୍ବରୁ ଘିଅ ଆଉ ମହୁର ପ୍ରତିଶ୍ରୁତି ଦେଇଥାଆନ୍ତି, ସେହି ମୁହଁକୁ ଲୁଚାଇ ବୁଲିଥାଆନ୍ତି। ଆଜି କରିଦେବା, କାଲି କରିଦେବା ନ୍ୟାୟରେ ଦିନ ପରେ ଦିନ ଗଡ଼େଇ ଚାଲିଥାଆନ୍ତି। ବେଳେବେଳେ ଗୁଣ୍ଡା ଲଗାଇ ଜମି କିମ୍ବା ଘର କିଣିଥିବା ଲୋକଙ୍କୁ ପିଟିବା କିମ୍ବା ଯଦି କେହି ଟଙ୍କା ଫେରାଇବାକୁ ଅନୁରୋଧ କରେ, ତେବେ ତାଙ୍କ ଟଙ୍କା ନ ଫେରାଇ ତାକୁ ବିଭିନ୍ନ କାରଣ କହି ଦିନ ପରେ ଦିନ ଦୌଡ଼ାଇବା ଏବଂ ସ୍ଥଳ ବିଶେଷରେ ଆଦୌ ପଇସା ନ ଫେରାଇବା ଏବେ ତ ବେଶ୍‌ ସାଧାରଣ କଥା ହୋଇଗଲାଣି। ସ୍ଥିତି ଏପରି ଯେ, ଲୋକ ପୋଲିସ୍‌ଠାରୁ ବି ବିଶେଷ ନ୍ୟାୟ ପାଇବାର ଆଶା ନ ରଖି ନିଜ ଭାଗ୍ୟକୁ ଆଦରି ପଡି ରହୁଛନ୍ତି।
ଆମ ବିଧିବ୍ୟବସ୍ଥା ଏତେ ଭୟଙ୍କର ଯେ, ଏଠାରେ ତୁରନ୍ତ ପୀଡ଼ିତକୁ ନ୍ୟାୟ ମିଳିବା କଷ୍ଟକର। ଥରେ ଘର କିମ୍ବା ଜମି କିଣିବା ପାଇଁ ଅଗ୍ରିମ ଦେଇ ସାରିଲା ପରେ ନିଜେ ଲୁଟି ହେବା ଛଡ଼ା ମଧ୍ୟବିତ୍ତ ପାଖରେ ବିଶେଷକିଛି କରିବାର ନଥାଏ। କାଳେ ଘର କିମ୍ବା ଜମି ମିଳିବାକୁ ଡେରି ହେବ, ସେହି ଭୟରେ ପୋଲିସ୍‌ କିମ୍ବା ନ୍ୟାୟାଳୟରେ ଅଭିଯୋଗ କରିବାକୁ ଡରେ। ଥରେ ନ୍ୟାୟାଳୟକୁ ଗଲେ ନ୍ୟାୟ ମିଳିବାକୁ ବହୁତ ସମୟ ଲାଗିଯାଏ ଆଉ ସେହି ସମୟଯାକ ଘର କିଣିଥିବା ମଧ୍ୟବିତ୍ତ ପାଇଁ ବେଶ୍‌ କଷ୍ଟକର ସମୟ ପାଲଟି ଯାଇଥାଏ। କାରଣ ଘର କରିବା ପାଇଁ ସେ ଯେଉଁ ଋଣ ବ୍ୟାଙ୍କରୁ ନେଇଥାଏ, ସେଥିପାଇଁ ବ୍ୟାଙ୍କ ତାହାର ସୁଧ ଛାଡ଼ିନଥାଏ। ଏକ ସମୟରେ ଘରଭଡ଼ା ଆଉ ବ୍ୟାଙ୍କ ସୁଧ ଦେବା ବେଳେ ମଧ୍ୟବିତ୍ତ ଜଣଙ୍କର ସହରରେ ଘର କରିବାର ସ୍ବପ୍ନର ଇମାରତ୍‌ ଭୁଶୁଡ଼ିଗଲା ପରି ଲାଗିଥାଏ।
ସରକାର ଯଦିଓ ଗତ କିଛି ବର୍ଷ ତଳେ ଏହି ଜମିଜମା ଏବଂ ଘର କିଣାବିକା କାରବାରକୁ ନିୟନ୍ତ୍ରଣକୁ ଆଣିବା ପାଇଁ ରିଏଲ ଇଷ୍ଟେଟ୍‌ ରେଗୁଲେଟୋରି ଅଥରିଟି ଗଠନ କରିଥିଲେ, ତେବେ ଏହା ଏବେଯାଏ ପୂର୍ଣ୍ଣଭାବେ କାର୍ଯ୍ୟକ୍ଷମ ହେବାରେ ସମର୍ଥ ହୋଇନାହିଁ। ଆଇନରେ ଥିବା ଗଳାବାଟ ଦେଇ ଦଲାଲମାନେ ଖସି ଯାଉଥିବାବେଳେ ଆଇନର ଦ୍ୱାରସ୍ଥ ହେଉଥିବା ଲୋକ ନିଜ ହାତରୁ ପଇସା ଖର୍ଚ୍ଚ କରି ନ୍ୟାୟ ପାଇବା ପାଇଁ ବର୍ଷ ବର୍ଷ ଧରି କୋର୍ଟକୁ ଧାଉଁଛି।
ସହରର ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ସହରର ଜମି ଏବଂ ଘରର ମୂଲ୍ୟ ଆଶାତୀତ ବୃଦ୍ଧି ପାଉଛି। ଅନେକ କ୍ଷେତ୍ରରେ ଏହା ଏତେ ଅଧିକ ହୋଇଯାଉଛି ଯେ, ଜଣେ ନିଜର ସାରା ସଞ୍ଚତ୍ତ ଜମାପୁଞ୍ଜିକୁ ଦେଇ ମଧ୍ୟ ସହରରେ ଘର କରିବାକୁ ଅକ୍ଷମ ହେଉଛି। ଜଣେ ଘର କିଣିବା ଅର୍ଥ ହେଉଛି ଏହା ଦ୍ୱାରା ଅନେକ ଲୋକ ରୋଜଗାର ପାଇବା। ତେବେ ଯଦି ଜଣେ ଏଥିପାଇଁ ଠକେଇର ଶିକାର ହୁଏ, ଯଦି ଜଣେ ଲୁଟି ହେବାର ଅନୁଭବ କରେ, ତେବେ ଏହା ଏକ ସୁଖଦ ଅନୁଭବ ନୁହେଁ ନିଶ୍ଚିତ।
ଏପରି ସ୍ଥିତିରେ ସରକାର ନିଜେ ସ୍ବଳ୍ପମୂଲ୍ୟର ଘର ତିଆରି କରିବା ସହ ଏହାକୁ ମଧ୍ୟବିତ୍ତମାନଙ୍କୁ ବିକ୍ରି କରିବା ପାଇଁ ଆଗଭର ହେବା ଉଚିତ। ଏହାବାଦ୍‌ ସରକାରୀ- ବେସରକାରୀ ସହଭାଗିତାରେ ମଧ୍ୟ ସରକାର ସୁଲଭ ମୂଲ୍ୟରେ ପ୍ରକଳ୍ପ ଆରମ୍ଭ କରି ଲୋକଙ୍କୁ ଯୋଗାଇ ଦେଲେ ଲୋକ ଦଲାଲ ଏବଂ ଅସାଧୁ ବିଲ୍‌ଡରଙ୍କ ଦାଉରୁ ରକ୍ଷା ପାଆନ୍ତେ। ଲୋକ ଉଚିତ୍‌ ମୂଲ୍ୟରେ ଘର ପାଇବା ସହ ବ୍ୟାଙ୍କର ମୂଳଧନ ମଧ୍ୟ ସୁରକ୍ଷିତ ରୁହନ୍ତା। ସରକାର ଏ ଦିଗରେ ଗୁରୁତର ସହ ଚିନ୍ତା କରିବାର ଆବଶ୍ୟକତା ରହିଛି।
ଧବଳଗିରି, ଯାଜପୁର ରୋଡ
ମୋ: ୭୯୭୮୬୭୧୭୭୬


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?