ଏଇ ଭାରତରେ

କୋଭିଡ୍‌ ମହାମାରୀରେ ଚାକିରି ହରାଇ ସେବାକୁ ବ୍ରତ ଭାବେ ଗ୍ରହଣ କରିଛନ୍ତି ପୁଣେର ଅନିତା ଗୋସାଭି। ସେ ପୁଣେ, ନାସିକ ଏବଂ ଲାଟୁର ଅଞ୍ଚଳରେ ଆମ୍ବୁଲାନ୍ସ ସେବା ଆରମ୍ଭ କରି କୋଭିଡ୍‌ ପୀଡ଼ିତଙ୍କୁ ହସ୍ପିଟାଲ ନେବା ଆଣିବା କରୁଛନ୍ତି। ୪୧ ବର୍ଷୀୟା ଅନିତା ଏକ ସ୍କୁଲ ବସ୍‌ରେ ସହାୟିକା ଭାବେ କାର୍ଯ୍ୟ କରୁଥିତ୍ଲେ। କୋଭିଡ୍‌-୧୯ ଯୋଗୁ ଚାକିରି ହରାଇବା ପରେ ଏଭଳି ସେବା ଯୋଗାଇ ଦେବା ପାଇଁ ସେ ନିଷ୍ପତ୍ତି ନେଇଥିଲେ। ଦିନ ରାତି ଯେତେବେଳେ ଯିଏ ଖୋଜିଲେ ନିଜେ ଆମ୍ବୁଲାନ୍ସ ଚଲାଇ ସେଠାରେ ପହଞ୍ଚି ଯାଉଛନ୍ତି। ଏବେ ସୁଦ୍ଧା ଅନିତା ୬୦ ଜଣ କୋଭିଡ୍‌ ପୀଡ଼ିତଙ୍କୁ ହସ୍ପିଟାଲ ନେବା ଆଣିବା କରିବା ସହ ୧୬୦ ମୃତଦେହ ଶ୍ମଶାନକୁ ନେଇ ସାରିଲେଣି। କେବଳ ଏତିକି ନୁହେଁ ଯେଉଁ ମୃତଦେହକୁ ପରିବାର ଲୋକେ ଛାଡି ଚାଲିଯାଆନ୍ତି ସେ ତାହାର ଦାହ କରୁଛନ୍ତି। ଏମିତି କି ଅନେକ କ୍ଷେତ୍ରରେ ରାତିରେ ସେ ଶ୍ମଶାନରେ ରହି ଉକ୍ତ କାର୍ଯ୍ୟ ସମ୍ପାଦନ କରିିଛନ୍ତି। ଆମ୍ବୁଲାନ୍ସ ସେବା ସେ ୨୦୨୦ ସେପ୍ଟେମ୍ବରରୁ ଆରମ୍ଭ କରିଥିଲେ। ପରିବାରେ ଚଳାଇବା ଦାୟିତ୍ୱ ତାଙ୍କ ଉପରେ ଥିଲେ ମଧ୍ୟ ସେ କେବେ ବି କୋଭିଡ୍‌ ପୀଡ଼ିତଙ୍କୁ ନେବା ଆଣିବାରେ ହେଳା କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri