ଏଇ ଭାରତରେ

ମହାମାରୀ କରୋନା ସମୟରେ ସୁରକ୍ଷିତ ରହିବା ଲାଗି ଆମେ ଘରେ ରହୁଥିତ୍ବାବେଳେ ପୁଡୁଚେରୀର ମଣିକନ୍ଦନ କିନ୍ତୁ ଦିନରାତି କୋଭିଡ୍‌ ସଂକ୍ରମିତଙ୍କ ସେବାରେ ଲାଗିଛନ୍ତି। ସେ ରୁହନ୍ତି ରାମନାଥପୁରମ୍‌ରେ ଓ ପ୍ରତିଦିନ କୋଭିଡ୍‌ ପୀଡ଼ିତଙ୍କୁ ଆମ୍ବୁଲାନ୍ସ ଯୋଗେ ମାଗଣାରେ ହସ୍ପିଟାଲ ନେଉଛନ୍ତି। ଏଭଳି ମାଗଣା ସେବା ଯୋଗାଇ ଦେବା ପାଇଁ ତାଙ୍କୁ ଜଣେ କାର୍‌ ସେଲ୍ସମ୍ୟାନ୍‌ ଭାବେ କାମ କରିବାକୁ ପଡୁଛି। ଏଥିରୁ ସେ ଯାହା ରୋଜଗାର କରୁଛନ୍ତି, ତାହାକୁ ଆମ୍ବୁଲାନ୍ସ ସେବାରେ ଲଗାଉଛନ୍ତି। ସେ କାହାଠାରୁ କିଛି ଆର୍ଥିକ ସାହାଯ୍ୟ ନେଉନାହାନ୍ତି। ମହାମାରୀ ଦେଖାଦେବା ପରଠାରୁ ଘର ଲୋକେ ସଂକ୍ରମିତ ହେବାର ଆଶଙ୍କା ଥିତ୍ବାରୁ ସେ ଆଦୌ ଘରକୁ ଯାଉନାହାନ୍ତି। ଆମ୍ବୁଲାନ୍ସରେ ଶୋଉଛନ୍ତି ଓ ଖାଦ୍ୟ ପାଇଁ ସ୍ଥାନୀୟ ପୋଲିସ ଉପରେ ନିର୍ଭର କରୁଛନ୍ତି। ଏବେ ସୁଦ୍ଧା ସେ ୨୪ ଜଣ ଗର୍ଭବତୀ ମହିଳାଙ୍କ ସମେତ ୬୫ ଜଣ କୋଭିଡ୍‌ ପୀଡ଼ିତଙ୍କୁ ହସ୍ପିଟାଲକୁ ନେଇସାରିଲେଣି। ତାଙ୍କ ସାନଭାଇଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ମଣିକନ୍ଦନ ଏହି ମାଗଣା ଆମ୍ବୁଲାନ୍ସ ସେବା ଆରମ୍ଭ କରିଥିଲେ। ଏହି ସେବା ପାଇଁ ତାଙ୍କୁ ଲୋକେ ଶ୍ରଦ୍ଧାରେ ଡାକନ୍ତି ଆମ୍ବୁଲାନ୍ସ ମଣି। କୋଭିଡ୍‌ ପୀଡ଼ିତଙ୍କ ମୃତଦେହକୁ ମଧ୍ୟ ମଣି ଶ୍ମଶାନକୁ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?