ମାର୍କ ଜୁକରବର୍ଗଙ୍କ ଭଳି ଦେଖାଯାଉଥିବା ଅପରାଧୀଙ୍କୁ ଖୋଜି ଆଣିଲେ ମିଳିବ ୨୨ କୋଟି ଟଙ୍କା ପୁରସ୍କାର

କଲମ୍ବିଆ,୨।୭: କଲମ୍ବିଆ ପୋଲିସ ଦେଶର ରାଷ୍ଟ୍ରପତିଙ୍କ ହେଲିକପ୍ଟରକୁ ଗୁଳି ଚଳାଇବା ମାମଲାରେ ଦୁଇ ଅଭିଯୁକ୍ତଙ୍କ ସ୍କେଚ ଫେସବୁକରେ ଜାରି କରିଛି। ସେମାନଙ୍କ ଠିକଣା ପ୍ରକାଶ ପାଇଁ ୨୨ କୋଟି ଟଙ୍କା ପୁରସ୍କାର ଘୋଷଣା କରାଯାଇଛି। ବିଶେଷ କଥା ହେଉଛି ଏକ ସ୍କେଚରେ ଅଭିଯୁକ୍ତଙ୍କ ଚେହେରା ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ସହ ମେଳ ଖାଉଛି। ଫେବୃଆରୀ ୨୮ରେ ଫେସବୁକରେ ଅପଲୋଡ ହେବା ପରେ ହଜାର ହଜାର ଲୋକ ଏହି ସ୍କେଚ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ୟୁଜର୍ସ ଜୁକରବର୍ଗ ଉପରେ ଅନେକ ମଜାଳିଆ ମନ୍ତବ୍ୟ ମଧ୍ୟ ଦେଉଛନ୍ତି। ସୂଚନାଯୋଗ୍ୟ, କଲମ୍ବିଆର ରାଷ୍ଟ୍ରପତି ଇଭାନ ଡ୍ୟୁକ ଯାଉଥିବା ହେଲିକପ୍ଟରରେ ଅନେକ ଗୁଳି ବିନିମୟ ହୋଇଥିଲା। ଦେଶର ପ୍ରତିରକ୍ଷା ମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ରାଜ୍ୟପାଳ ମଧ୍ୟ ଏହି ହେଲିକପ୍ଟରରେ ଥିଲେ। ତଦନ୍ତରେ ପୋଲିସ କେତେକ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଥିଲା। ଫେସବୁକରେ ସନ୍ଦିଗ୍ଧଙ୍କ ସ୍କେଚ ଅପଲୋଡ କରି ଜାତୀୟ ପୋଲିସ କହିଛି ଯେ, ସେମାନଙ୍କୁ ଧରିବାରେ ପୋଲିସକୁ ସାହାଯ୍ୟ କରିବ। ଠିକଣା କହୁଥିବା ବ୍ୟକ୍ତିଙ୍କୁ ପ୍ରାୟ ୨୨ କୋଟି ଟଙ୍କା ପୁରସ୍କାର ଘୋଷଣା ସହିତ ଯୋଗାଯୋଗ ପାଇଁ ଫୋନ ନମ୍ବର ମଧ୍ୟ ଦିଆଯାଇଥିଲା। ସ୍କେଚରେ ଜଣଙ୍କ ଚେହେରା ମାର୍କ ଜୁକରବର୍ଗଙ୍କ ସହିତ ମେଳ ହେବା ପରେ ପୋଲିସର ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଆଇସୋଲେଶନରେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ,୧୬ ।୧୧: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନଶନ ପୁଣି ଥରେ ନିଜକୁ ଆଇସୋଲେଟ କରି ନେଇଛନ୍ତି । ନିକଟରେ ସେ ଜଣେ କରୋନା ପଜିଟିଭ ସାଂସଦଙ୍କ...

୫ ବ୍ୟାକ୍ଟେରିଆ ନେଇଛି ୬.୮ ଲକ୍ଷ ଭାରତୀୟଙ୍କ ଜୀବନ

ଓ୍ବାଶିଂଟନ୍‌, ୨୩।୧୧: ଜଟିଳ ଓ ପ୍ରାଣଘାତୀ ରୋଗଗୁଡ଼ିକରେ ବିଶ୍ୱର ବହୁ ଲୋକଙ୍କ ମୃତ୍ୟୁ ଘଟୁଛି। ପ୍ରାଣ ହରାଉଥିବା ଲୋକଙ୍କ ମଧ୍ୟରୁ ଅନେକଙ୍କ ପାଇଁ ବ୍ୟାକ୍ଟେରିଆ ସଂକ୍ରମଣ...

୧୦ ସନ୍ତାନ ଜନ୍ମ ଦେଲେ ମହିଳାଙ୍କୁ ମିଳିବ ମୋଟା ଅଙ୍କର ଟଙ୍କା

ମସ୍କୋ,୧୮।୮: କୋଭିଡ ମହାମାରୀ ଏବଂ ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ସୃଷ୍ଟି ହୋଇଥିବା ଦେଶର ଜନସଂଖ୍ୟା ସଙ୍କଟକୁ ପୁନଃସ୍ଥାପିତ କରିବା ଉଦ୍ଦେଶ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ...

୨୦ ବର୍ଷ ଯୁଦ୍ଧ ପରେ ଖାଲିହାତରେ ଫେରୁଛନ୍ତି ଆମେରିକା ସୈନ୍ୟବାହିନୀ, ୬,୩୮୪ ସୈନ୍ୟଙ୍କ ଯାଇଛି ଜୀବନ…

କାବୁଲ/ଓ୍ବାଶିଂଟନ,୧୨।୭: ଆଫଗାନିସ୍ତାନରୁ ଆମେରିକା ସୈନ୍ୟବାହିନୀ ସ୍ବଦେଶ ବାହୁଡ଼ିବା ଜାରି ରହିଛି। ଏପରିସ୍ଥଳେ ଦେଶର ୮୫ ପ୍ରତିଶତ ଅଞ୍ଚଳକୁ ତାଲିବାନ ଆତଙ୍କବାଦୀ ନିଜ କବ୍‌ଜାକୁ ମଧ୍ୟ ନେଇ...

ଇସ୍ରାଏଲ୍‌ରେ ନୂଆ ସରକାର ଗଢ଼ିଲେ ନେତାନ୍ୟାହୁ

ଜେରୁଜେଲମ୍‌,୨୩ା୧୨:ଇସ୍ରାଏଲ୍‌ର ବରିଷ୍ଠ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ନୂଆ ସରକାର ଗଢ଼ିବାରେ ସଫଳ ହୋଇଛନ୍ତି। ଏ ସମ୍ପର୍କରେ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ...

ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚଳାଇଲେ ତାଲିବାନ

କାବୁଲ,୧୮।୮: ଆଫଗାନିସ୍ତାନ ରେ ହିଂସାର ପରିସ୍ଥିତି ସୃଷ୍ଟି ହୋଇଛି। ଦେଶକୁ ତାଲିବାନ ନିଜ ହାତକୁ ନେବା ପରେ ବର୍ବର କାଣ୍ଡ ଘଟାଉଛନ୍ତି। ବୁଧବାର ସରକାରୀ ଅଫିସରେ...

ୟୁକ୍ରେନ୍‌ରୁ କ୍ୟାଶ୍‌ ନେଇ ପଳାଉଥିଲେ

ବୁଦାପେଷ୍ଟ, ୨୨ା୩: ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ରୁ ପ୍ରାୟ ୨୮ ମିଲିୟନ ଡଲାର ଏବଂ ୧.୩ ମିଲିୟନ ୟୁରୋ ନେଇ ପଳାଉଥିବାବେଳେ ହଙ୍ଗେରୀ ସୀମାରେ ଧରା ପଡ଼ିଛନ୍ତି...

୧୨ ସିଂହ ନିଲାମ କରିବ ପାକିସ୍ତାନ

ଇସଲାମାବାଦ,୬ା୮: ପାକିସ୍ତାନର ଏକ ଚିଡ଼ିଆଖାନା ଖାଦ୍ୟ ଓ ସ୍ଥାନ ଅଭାବ ଦୂର ପାଇଁ ୧୨ଟି ସିଂହ ନିଲାମ କରିବ। ସିଂହ ନିଲାମ ପାଇଁ ମୂଳ ମୂଲ୍ୟ...

Advertisement
Archives

Model This Week