ଏଇ ଭାରତରେ

ଚାକିରିରୁ ଅବସର ନେବା ପରେ ଗଛର ମୋହରେ ପଡ଼ିଯାଇଛନ୍ତି ବେଙ୍ଗାଲୁରୁର ଇଞ୍ଜିନିୟର ନଟରାଜ ଉପାଧ୍ୟାୟ। ସେ ତାଙ୍କ ଘରର ୧୫୦୦ ବର୍ଗଫୁଟ ଅଗଣାରେ ୩୦୦ ପ୍ରକାରର ୧୭୦୦ ଗଛ ଲଗାଇଛନ୍ତି। କମ୍‌ ଜାଗାରେ ଏତେ ଅଧିକ ଗଛ କିପରି ଲଗାଯାଇଛି ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି। ହେଲେ ଏଭଳି ଜଙ୍ଗଲ ସୃଷ୍ଟି କରିବା ଲାଗି ନଟରାଜ ଭିନ୍ନ ଉପାୟ ଆପଣାଇଛନ୍ତି। ସେ ଡ୍ରମ୍‌ରେ କେବଳ ଖତ ଭର୍ତ୍ତିକରି ଗଛ ଲଗାଇଛନ୍ତି। ଏହାଦ୍ୱାରା ଗଛ ମଧ୍ୟ ୧୫ ଫୁଟ ଉଚ୍ଚତା ଯାଏ ବଢ଼ିପାରିଛି। ଘର ଚାରିପାଖ ଅଗଣାରେ ଜଙ୍ଗଲ ସୃଷ୍ଟି କରିବା ଦ୍ୱାରା ସେଠାରେ ଏବେ ୫୦ ପ୍ରକାରର ପ୍ରଜାପତି ରହିଛନ୍ତି। ଏହାବାଦ୍‌ ପାଖାପାଖି ୨୦ ପ୍ରଜାତିର ପକ୍ଷୀ ବସା ବାନ୍ଧିଛନ୍ତି। ଉଦୁପିର ପରମପାଲିରେ ଜନ୍ମିତ ନଟରାଜଙ୍କ କୃଷି ପ୍ରତି ପିଲାବେଳୁ ଆଗ୍ରହ ଥିଲା। ଏଣୁ ଇଞ୍ଜିନିୟର ବୃତ୍ତିରୁ ଅବସର ନେବାପରେ ସେ ୨୦୧୨ରେ ବେଙ୍ଗାଲୁରୁର ବିବେକାନନ୍ଦନଗରସ୍ଥିତ ତାଙ୍କ ଘରେ ମିନି ଜଙ୍ଗଲ ସୃଷ୍ଟି କରିବା ଲାଗି ଡ୍ରମରେ ଗଛ ଲଗାଇବା ଆରମ୍ଭ କରିଥିଲେ। ସେ ୫୫ ଲିଟର ଡ୍ରମରେ ଏହିସବୁ ଗଛ ବଢ଼ାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri