ଏଇ ଭାରତରେ

ଚାକିରିରୁ ଅବସର ନେବା ପରେ ଗଛର ମୋହରେ ପଡ଼ିଯାଇଛନ୍ତି ବେଙ୍ଗାଲୁରୁର ଇଞ୍ଜିନିୟର ନଟରାଜ ଉପାଧ୍ୟାୟ। ସେ ତାଙ୍କ ଘରର ୧୫୦୦ ବର୍ଗଫୁଟ ଅଗଣାରେ ୩୦୦ ପ୍ରକାରର ୧୭୦୦ ଗଛ ଲଗାଇଛନ୍ତି। କମ୍‌ ଜାଗାରେ ଏତେ ଅଧିକ ଗଛ କିପରି ଲଗାଯାଇଛି ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି। ହେଲେ ଏଭଳି ଜଙ୍ଗଲ ସୃଷ୍ଟି କରିବା ଲାଗି ନଟରାଜ ଭିନ୍ନ ଉପାୟ ଆପଣାଇଛନ୍ତି। ସେ ଡ୍ରମ୍‌ରେ କେବଳ ଖତ ଭର୍ତ୍ତିକରି ଗଛ ଲଗାଇଛନ୍ତି। ଏହାଦ୍ୱାରା ଗଛ ମଧ୍ୟ ୧୫ ଫୁଟ ଉଚ୍ଚତା ଯାଏ ବଢ଼ିପାରିଛି। ଘର ଚାରିପାଖ ଅଗଣାରେ ଜଙ୍ଗଲ ସୃଷ୍ଟି କରିବା ଦ୍ୱାରା ସେଠାରେ ଏବେ ୫୦ ପ୍ରକାରର ପ୍ରଜାପତି ରହିଛନ୍ତି। ଏହାବାଦ୍‌ ପାଖାପାଖି ୨୦ ପ୍ରଜାତିର ପକ୍ଷୀ ବସା ବାନ୍ଧିଛନ୍ତି। ଉଦୁପିର ପରମପାଲିରେ ଜନ୍ମିତ ନଟରାଜଙ୍କ କୃଷି ପ୍ରତି ପିଲାବେଳୁ ଆଗ୍ରହ ଥିଲା। ଏଣୁ ଇଞ୍ଜିନିୟର ବୃତ୍ତିରୁ ଅବସର ନେବାପରେ ସେ ୨୦୧୨ରେ ବେଙ୍ଗାଲୁରୁର ବିବେକାନନ୍ଦନଗରସ୍ଥିତ ତାଙ୍କ ଘରେ ମିନି ଜଙ୍ଗଲ ସୃଷ୍ଟି କରିବା ଲାଗି ଡ୍ରମରେ ଗଛ ଲଗାଇବା ଆରମ୍ଭ କରିଥିଲେ। ସେ ୫୫ ଲିଟର ଡ୍ରମରେ ଏହିସବୁ ଗଛ ବଢ଼ାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆଇଏଏସ୍‌ ଅଧିକାରୀ ଆର୍ମଷ୍ଟ୍ରଙ୍ଗ ପାମେ ମଣିପୁର ତାମେଙ୍ଗଲଙ୍ଗ ଜିଲାର ତୌସେମ୍‌ରେ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ୍‌ ଭାବେ ୨୦୧୨ରେ ଯୋଗଦେବା ପରେ ନିଜେ ପାଣ୍ଠି ଯୋଗାଡ଼ କରି ଏକ ରାସ୍ତା…

ସିଭିଲ୍‌ ସର୍ଭିସ୍‌ କା ବିନାଶ

ସରକାର ଚଳାଉଥିବା ଭାଜପାର ନାରା ହେଉଛି – ସବ୍‌କା ସାଥ୍‌ ସବ୍‌କା ବିକାଶ୍‌, ସବ୍‌କା ବିଶ୍ୱାସ୍‌ ଔର ସବ୍‌କା ପ୍ରୟାସ୍‌। ଏବେକାର ପ୍ରମୁଖ ବିରୋଧୀ ଦଳ କଂଗ୍ରେସ…

ଓଡ଼ିଶାରେ ଆଳୁ ପିଆଜ

ପିଲାଦିନରୁ ଯେବେଠାରୁ ମୋର ହେତୁ ପାଇଲା ସେବେଠାରୁ ମୁଁ ଗୋଟିଏ କଥା ଶୁଣି ଆସୁଛି ଯେ ଓଡ଼ିଶା ସର୍ବଦା ଆଳୁ ପିଆଜ ପାଇଁ ବାହାର ରାଜ୍ୟ ଉପରେ…

ଘରେ ଷଣ୍ଢ, ପଦାରେ ଛେଳି

ବିଶ୍ୱ ମାନଚିତ୍ରରେ ମହାଦେଶଗୁଡ଼ିକର ଆପେକ୍ଷିକ ଆକାରରେ ଥିବା ବିଭିନ୍ନ ତ୍ରୁଟିକୁ ସୁଧାରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ) ପକ୍ଷରୁ ୪ ସେପ୍ଟେମ୍ବରରେ ଏକ ସଂକଳ୍ପ ଅଣାଯାଇଥିଲା।…

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri