ଓଡ଼ିଶାରେ ଆଳୁ ପିଆଜ

ପିଲାଦିନରୁ ଯେବେଠାରୁ ମୋର ହେତୁ ପାଇଲା ସେବେଠାରୁ ମୁଁ ଗୋଟିଏ କଥା ଶୁଣି ଆସୁଛି ଯେ ଓଡ଼ିଶା ସର୍ବଦା ଆଳୁ ପିଆଜ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରେ । ଏହାର କାରଣ ଆଜିଯାଏ ମୁଁ ବୁଝିପାରୁନି। ଓଡ଼ିଶାରେ କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ୧୯୬୨ ମସିହାରେ ସ୍ଥାପିତ ହେଇଥିଲା, ଯାହା କି ପୂରା ଦେଶରେ ଦ୍ୱିତୀୟ କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ଭାବରେ ଗଣାଯାଏ। ଓଡ଼ିଶାରେ ପ୍ରତି ବର୍ଷ ପ୍ରାୟ ୬ଲକ୍ଷ ମେଟ୍ରିକ୍‌ ଟନ ପିଆଜ ଦରକାର ପଡୁଥିବା ବେଳେ ଏଠାରେ କେବଳ ୩.୫ରୁ ୩.୯ ଲକ୍ଷ ମେଟ୍ରିକ୍‌ ଟନ ଉତ୍ପାଦନ ହୋଇଥାଏ। ବାକି ପିଆଜ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଆମଦାନୀ କରିବାକୁ ହୋଇଥାଏ। ସେହିପରି ଆମ ରାଜ୍ୟରେ ପ୍ରାୟ ପ୍ରତିବର୍ଷ ୧୩/ ୧୪ ଲକ୍ଷ ମେଟ୍ରିକ୍‌ ଟନ ଆଳୁର ଆବଶ୍ୟକତା ଥିବାବେଳେ ଏଠାରେ କେବଳ ୩.୫ରୁ ୪.୭ ମେଟ୍ରିକ୍‌ ଟନ ଉତ୍ପାଦନ ହୁଏ। ବାକି ଆଳୁ ପାଇଁ ପଡ଼ୋଶୀ ରାଜ୍ୟ ଉପରେ ସର୍ବଦା ନିର୍ଭର କରିବାକୁ ପଡ଼ିଥାଏ। ତେବେ ଏଠାରେ ଗୋଟିଏ କଥା ସୂଚିତ କରାଯାଇପାରେ ଯେ, ଆମ ରାଜ୍ୟରେ ଦେଶର ଦ୍ୱିତୀୟ କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ରହିଛି, ଏବେ ମଧ୍ୟ ବେସରକାରୀ ସ୍ତରରେ କେତୋଟି କୃଷି ମହାବିଦ୍ୟାଳୟ ଖୋଲିଯାଇଛି। ସେ ଯାହା ହେଉ ପ୍ରତି ବର୍ଷ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟରେ ନୂଆ ନୂଆ ଛାତ୍ରୀଛାତ୍ରମାନେ କୃଷି ବିଜ୍ଞାନ ପଢ଼ିବା ପାଇଁ ଭର୍ତ୍ତି ହେଉଛନ୍ତି ଏବଂ କିଛି ଗବେଷକ ତାଙ୍କର ପ୍ରୟୋଗଶାଳାରେ ଗବେଷଣା କରି ଅଧିକ ଅମଳକ୍ଷମ ଆଳୁ, ପିଆଜ ମଞ୍ଜି ଉଦ୍ଭାବନ କରୁଛନ୍ତି। ତେବେ ସେହି ନୂତନ ଉଦ୍ଭାବନ ଯାଉଛି କୁଆଡ଼େ। ସେଗୁଡ଼ିକ ଯଦି ଆମ ରାଜ୍ୟର ଚାଷୀମାନଙ୍କ ମଧ୍ୟରେ ବଣ୍ଟାଯାଇ କିପରି ଭାବରେ ଅଧିକ ଉତ୍ପାଦନ ହେବ, କେଉଁ ପ୍ରଣାଳୀରେ ଚାଷ କରାଯିବ , କି ପ୍ରକାରର ସାର, ଔଷଧ ଇତ୍ୟାଦି ବ୍ୟବହାର କରିବା ଉଚିତ; ଯଦି ତାହା ଠିକ୍‌ ଭାବରେ ବୁଝାଇ ଦିଆଯାଆନ୍ତା ତେବେ ଚାଷୀମାନେ ଉପକୃତ ହୋଇପାରନ୍ତେ ଓ ଆଳୁ ପିଆଜର ଉତ୍ପାଦନ ଅଧିକ ହୋଇପାରନ୍ତା।
ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ଆଳୁ, ପିଆଜ ଉତ୍ପାଦନ ପରେ ବଜାରରେ ବିକ୍ରି କରାଯାଏ। ଏହାସହ ବଳକା ଆଳୁ, ପିଆଜକୁ ରଖିବା ପାଇଁ ଶୀତଳ ଭଣ୍ଡାରର ଆବଶ୍ୟକତାକୁ ଏଡ଼ାଇ ଦିଆଯାଇ ନ ପାରେ। କେବେ କେବେ ପଶ୍ଚିମବଙ୍ଗ ସରକାର ତାଙ୍କ ଦରକାର ମୁତାବକ ଆଳୁ ନିଜ ଚାହିଦା ପୂରଣ କରିବା ପରେ ଯଦି ନିଅଣ୍ଟ ହେଲା ତେବେ ସେମାନେ ବାଧ୍ୟ ହୋଇ ଆମକୁ ରପ୍ତାନି କରୁଥିବା ଉତ୍ପାଦ ଉପରେ ରୋକ୍‌ ଲଗାଇବେ ଓ ଆମେ ଅସୁବିଧାରେ ପଡ଼ିବା। ସେହିପରି ନାସିକ୍‌ରୁ ଯେଉଁ ପିଆଜ ଓଡ଼ିଶାକୁ ଆସୁଛି କେବେ କେବେ ବର୍ଷା କାରଣରୁ ଶଢ଼ି ଯିବାରୁ ସେମାନେ ଅନ୍ୟ ସ୍ଥାନକୁ ପଠାଇ ପାରନ୍ତି ନାହିଁ। ଫଳରେ ଆମକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ସାଧାରଣତଃ ଏକ ଗରିବ ପରିବାରରେ କୌଣସି ପରିବା ନ ଥିଲେ ସେମାନେ ପଖାଳ ସହ ପିଆଜ କିମ୍ବା ଆଳୁ ପୋଡ଼ା ବା ସିଝା ଖାଇ ଦିଅନ୍ତି। କିନ୍ତୁ ଆଳୁ ଓ ପିଆଜ ଦର ବୃଦ୍ଧି ପାଇଲେ ଗରିବ ଲୋକମାନେ ଯେ କି ଅବସ୍ଥାରେ ରହନ୍ତି ତାହା କେବଳ ଅନୁଭବୀ ବୁଝି ପାରିବେ। ସରକାର ଗରିବ ବୋଲି ଚିହ୍ନଟ କରୁଥିବା ଲୋକମାନଙ୍କୁ ତାଙ୍କ ସ୍ତରରୁ ଉପରକୁ ଉଠାଇ ସାରିଲେଣି। ଏବେ ଅଶୀ କୋଟି ଲୋକଙ୍କୁ ସରକାର ମାଗଣା ଚାଉଳ ଦେଉଛନ୍ତି। ତେବେ ଲୋକେ କ’ଣ ଖାଲି ଭାତ ଖାଇବେ କି ?
ସରକାର କୃଷିର ଉନ୍ନତି ପାଇଁ କେବଳ ଯୋଜନା ପ୍ରସ୍ତୁତ କରୁଛନ୍ତି ଓ ତାକୁ ବିଭାଗୀୟ ଅଧିକାରୀଙ୍କ ଉପରେ ଥାପି ଦେଉଛନ୍ତି ଏବଂ ଜାଣିବାକୁ ଚାହୁଁନାହାନ୍ତି ଯେ ଯୋଜନାଟି କେତେଦୂର କାର୍ଯ୍ୟ କରୁଛି। ଓଡ଼ିଶାର ପ୍ରତି ଅଞ୍ଚଳର ମୃତ୍ତିକା କୃଷି ପାଇଁ ବେଶ୍‌ ଫଳଦାୟୀ। ଯଦି କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ମାଧ୍ୟମରେ କୃଷି ବିଜ୍ଞାନୀମାନେ ତୃଣ ମୂଳ ସ୍ତରରୁ ଚାଷୀଙ୍କ ପାଖକୁ ଯାଇ ବିଭିନ୍ନ ପ୍ରକାରର ଉନ୍ନତ ମାନର ବିହନ ଓ ସାର, ଔଷଧ ବ୍ୟବହାର କରିବା ପଦ୍ଧତି ଦେଖାଇ ପାରିବେ ତେବେ ଆମ ରାଜ୍ୟ ମଧ୍ୟ ଆଳୁ ଓ ପିଆଜ ନିଜ ରାଜ୍ୟର ଚାହିଦା ପୂରଣ କରି ବାହାରକୁ ରପ୍ତାନି କରିପାରିବ। ସରକାରୀ ସ୍ତରରେ କେବଳ ବୈଠକ ପରେ ବୈଠକ କରି ଯୋଜନା ପ୍ରସ୍ତୁତ କରି ଚାଲିଲେ କିଛି ଫଳ ମିଳିବ ନାହିଁ। ତା’ ପାଇଁ ସରକାରୀ ସ୍ତରରେ ଯେତିକି ଆନ୍ତରିକତାର ଆବଶ୍ୟକତା ରହିଛି ତା’ଠାରୁ ଅଧିକ ଆନ୍ତରିକତା ମଧ୍ୟ ଚାଷୀମାନେ ଦେଖାଇବା ଉଚିତ।
ଆଳୁ ଚାଷ ବୃଦ୍ଧି ପାଇଁ ଚାଷୀମାନଙ୍କୁ ଉତ୍ସାହିତ କରିବା ସକାଶେ ଗତ ସରକାର ୨୦୧୫ରେ ଆଳୁ ମିଶନ ଆରମ୍ଭ କରିଥିଲେ। କିନ୍ତୁ ତାହା ଠିକ ଭାବେ କାର୍ଯ୍ୟକାରୀ ହୋଇ ପାରିଲା ନାହିଁ। କୃଷି ବିଭାଗର ଉଚ୍ଚ ପଦାଧିକାରୀମାନେ କେବେ ବି ପ୍ରତ୍ୟକ୍ଷ ଭାବରେ ଚାଷୀଙ୍କ ସହ ଯୋଗାଯୋଗ କରି କୌଣସି ଆଲୋଚନା କରିବା ଦେଖାଯାଏ ନାହିଁ। ଏବେ ବୋଧ ହୁଏ ଆଗରୁ ଥିବା ଗ୍ରାମସେବକ ବା ସେବିକା ଦେଖାଯାଉ ନାହାନ୍ତି। ସେମାନଙ୍କ ଦ୍ୱାରା ତୃଣମୂଳ ସ୍ତରରେ ଥିବା ଚାଷୀମାନେ ଚାଷ ବିଷୟରେ ଅନେକ ସାହାଯ୍ୟ ପାଉଥିଲେ। ଫଳରେ ଛୋଟ ଚାଷୀଟିଏ ହେଲେ ବି ବର୍ଷ ସାରା ଚାଷ କରି ଗୁଜୁରାଣ ମେଣ୍ଟାଇ ପାରୁଥିଲେ। ହେଲେ ଏବେ ସରକାରୀ ସ୍ତରରେ ଥିବା କର୍ମଚାରୀମାନେ ସରକାରୀ ତହବିଲରୁ ଅନେକ କୋଟି ଟଙ୍କା ଦରମା ନେଇ କେବଳ ନିଜ ଆସନ ଅଳଙ୍କୃତ କରିବା ଛଡ଼ା ଆଉ କିଛି ଆଖିଦୁର୍ଶିଆ କାମ କରୁନାହାନ୍ତି, ଯାହା କି ଆମ ରାଜ୍ୟ ପାଇଁ ଏକ ବଡ଼ ସମସ୍ୟା। ଯଦି ସରକାର ଆନ୍ତରିକତାର ସହିତ ଚାଷୀମାନଙ୍କ ସହ ସମନ୍ବୟ ରକ୍ଷା କରି ଚାଷକୁ ଅଗ୍ରାଧିକାର ଦିଅନ୍ତି, ତେବେ ଓଡ଼ିଶା ପିଆଜ ଓ ଆଳୁ ରପ୍ତାନି କରିପାରିବ।

ପ୍ରଦୀପ୍ତ କୁମାର କର

ମୋ: ୯୮୬୧୦୭୫୪୦୪

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?