ଘରେ ଷଣ୍ଢ, ପଦାରେ ଛେଳି

ବିଶ୍ୱ ମାନଚିତ୍ରରେ ମହାଦେଶଗୁଡ଼ିକର ଆପେକ୍ଷିକ ଆକାରରେ ଥିବା ବିଭିନ୍ନ ତ୍ରୁଟିକୁ ସୁଧାରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ) ପକ୍ଷରୁ ୪ ସେପ୍ଟେମ୍ବରରେ ଏକ ସଂକଳ୍ପ ଅଣାଯାଇଥିଲା। ଏଥିରେ ଭାରତ ସମେତ ୧୬୪ ଦେଶ ଏହା ସପକ୍ଷରେ ଭୋଟ ଦେଇଥିବା ବେଳେ କେବଳ ଆମେରିକା ବିଶ୍ୱ ମାନଚିତ୍ର ପରିବର୍ତ୍ତନ ବିରୋଧରେ ଭୋଟ ଦେଇଥିଲା। ୟୁକ୍ରେନ ସହିତ ଇସ୍ତୋନିଆ, ଜର୍ଜିଆ, ଲୁଥୁଏନିଆ, ମାଲ୍‌ଡୋଭା ଓ ସର୍ବିୟା ଭୋଟଦାନରୁ ବିରତ ରହିଥିଲେ।
ଫ୍ଲେମିଶ୍‌ (ବେଲଜିୟମ ଉତ୍ତରାଞ୍ଚଳର ଡଚ୍‌ଭାଷୀ) ଭୂଗୋଳବିତ୍‌ ତଥା ମାନଚିତ୍ରକାର ଭାବେ ଜଣାଶୁଣା ଜେରାର୍ଡସ ମର୍କେଟର ୧୫୬୯ରେ ବିଶ୍ୱ ମାନଚିତ୍ର ପ୍ରସ୍ତୁତ କରିଥିଲେ। ବସ୍ତୁତଃ ସେ ସ୍ଥିର ଦିଗ ବିଶିଷ୍ଟ ସାମୁଦ୍ରିକ ଯାତ୍ରାର ମାର୍ଗଗୁଡ଼ିକୁ ସରଳରେଖା ଭାବରେ ଦର୍ଶାଇ ଏକ ଅଭିନବ ଉଦ୍ଭାବନ କରିଥିଲେ, ଯାହା ଆଜି ମଧ୍ୟ ନୌଚାଳନା ଚାର୍ଟଗୁଡ଼ିକରେ ବ୍ୟବହୃତ ହେଉଛି। ହେଲେ ତାହାକୁ ପରବର୍ତ୍ତୀ ସମୟରେ ଭୂଭାଗ ମାପରେ ସନ୍ନିବେଶିତ କରାଇ ଦିଆଯାଇଥିଲା। ମର୍କେଟର ମ୍ୟାପ୍‌ ଭଳି ଅନ୍ୟ କେତୋଟି ପଦ୍ଧତି ଆଜିମଥ, କୋନିକ୍‌ ମାନଚିତ୍ର ମଧ୍ୟ ପ୍ରସ୍ତୁତ କରାଯାଇଥାଏ। ତନ୍ମଧ୍ୟରୁ ମର୍କେଟର ଅଧିକ ପ୍ରଚଳିତ। ୪୫୦ରୁ ଅଧିକ ବର୍ଷ ତଳେ ପ୍ରସ୍ତୁତ ହୋଇଥିବା ମର୍କେଟର ପ୍ରକ୍ଷେପଣ ବା ମର୍କେଟର ପ୍ରୋଜେକ୍‌ଶନ ବିଶ୍ୱସ୍ତରୀୟ ମାନକ ଭାବରେ ଗ୍ରହଣ କରାଯାଇଆସୁଛି। କିନ୍ତୁ ଏହା ଭୂଭାଗଗୁଡ଼ିକର ଆପେକ୍ଷିକ ଆକାରକୁ ଗୁରୁତର ଭାବେ ବିକୃତ ବା ଛୋଟ/ବଡ଼ କରିଦେଇଥାଏ ବୋଲି ଅଭିଯୋଗ ହେଉଛି। ମର୍କେଟର ମାନଚିତ୍ର ବିଷୁବରେଖାଠାରୁ ଦୂରରେ ଥିବା ଅଞ୍ଚଳଗୁଡ଼ିକୁ ବଡ଼ କରି ଦର୍ଶାଉଥିବା ବେଳେ ଏହାର ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକୁ ଛୋଟ କରି ଦେଖାଇଥାଏ। ଫଳରେ ଗ୍ରୀନ୍‌ଲାଣ୍ଡ୍‌ ଏବଂ ଆଫ୍ରିକା ଏକ ମାନକ ମାନଚିତ୍ରରେ ପ୍ରାୟ ସମାନ ଆକାରର ଦେଖାଯାଆନ୍ତି। ଦେଖିବାକୁ ଗଲେ ଆଫ୍ରିକା ହେଉଛି ଗ୍ରୀନ୍‌ଲାଣ୍ଡ୍‌ଠାରୁ ୧୪ ଗୁଣ ବଡ଼। ୟୁରୋପ ଏବଂ ଉତ୍ତର ଆମେରିକା ଅତ୍ୟଧିକ ବଡ଼ ଦେଖାଯାଉଥିବା ବେଳେ ବିଷୁବରେଖା ଅଞ୍ଚଳ ଯେପରିକି ଆଫ୍ରିକା, ଦକ୍ଷିଣ ଏସିଆ ଏବଂ ଦକ୍ଷିଣ ଆମେରିକା ସେମାନଙ୍କର ପ୍ରକୃତ ଆକାରଠାରୁ ଯଥେଷ୍ଟ ଛୋଟ ଦେଖାଯାଆନ୍ତି। ତେଣୁ ଆକାର ଓ ହିସାବରେ ଅସଙ୍ଗତି ଲକ୍ଷ୍ୟ କରାଯିବା ପରେ ଆଫ୍ରିକୀୟ ଦେଶଗୁଡ଼ିକ ମାନଚିତ୍ରରେ ସଂଶୋଧନ ଦାବି କରିବା ପରେ ୟୁଏନ୍‌ଜିଏ ପକ୍ଷରୁ ଏଭଳି ସଂକଳ୍ପ ଅଣାଯାଇଛି।
ତେବେ ପ୍ରଶ୍ନ ଉଠୁଛି ଯେ, ୟୁରୋପର ୬ଟି ଦେଶ ଯଥା-ୟୁକ୍ରେନ, ଇସ୍ତୋନିଆ, ଜର୍ଜିଆ, ଲୁଥୁଏନିଆ, ମାଲ୍‌ଡୋଭା ଏବଂ ସର୍ବିୟା ଭୋଟ ଦେବାରୁ କାହିଁକି ବିରତ ରହିଲେ। ଏହା ପଛରେ ମୁଖ୍ୟ କାରଣ ହେଉଛି ଏହି କେତୋଟି ଦେଶ ୟୁକ୍ରେନର ସନ୍ଦେହକୁ ସମର୍ଥନ କରି ଭୋଟ ଦେଲେ ନାହିଁ। ୟୁକ୍ରେନର କହିବା ହେଉଛି ଯେ, ନୂତନ ଭାବେ ପ୍ରସ୍ତୁତ ହେବାକୁ ଯାଉଥିବା ବିଶ୍ୱ ମାନଚିତ୍ରରେ ଯୁଦ୍ଧରେ ରୁଷିଆ ମାଡ଼ିବସିଥିବା ୟୁକ୍ରେନ ଅଞ୍ଚଳକୁ କେଉଁଭଳି ଦର୍ଶାଯିବ ତାହା ସ୍ପଷ୍ଟ ହୋଇନାହିଁ। ଉଲ୍ଲେଖଯୋଗ୍ୟ ଯେ, ଏହିସବୁ ୟୁରୋପୀୟ ଦେଶ ମଧ୍ୟରୁ ସର୍ବିଆକୁ ଛାଡ଼ି ଅନ୍ୟଗୁଡ଼ିକ ପୂର୍ବରୁ ସୋଭିଏଟ୍‌ ରୁଷିଆର ଅଙ୍ଗ ଥିଲେ ଏବଂ ସେଠାକାର ଜନସାଧାରଣଙ୍କ ମନରେ ଭୟ ସୃଷ୍ଟି ହୋଇଛି ଯେ ୟୁକ୍ରେନକୁ କବଳରେ ଆଣିବା ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଅନ୍ୟ ଦେଶ ଉପରେ ଆକ୍ରମଣ କରିପାରନ୍ତି। ତେଣୁ ୟୁକ୍ରେନକୁ ସମର୍ଥନ ଜଣାଇ ଭୋଟ୍‌ରୁ ବିରତ ରହିଲେ। ୟୁକ୍ରେନ୍‌ ଏବଂ ତାକୁ ସମର୍ଥନ କରୁଥିବା ଦେଶଗୁଡ଼ିକ ଆଫ୍ରିକୀୟ ରାଷ୍ଟ୍ରଙ୍କ ପ୍ରସ୍ତାବକୁ ବିରୋଧ କରି ନ ଥିଲେ। କିନ୍ତୁ ନିଜର ସ୍ଥିତି ସମ୍ପର୍କରେ ସମଗ୍ର ପୃଥିବୀକୁ ଜଣାଇ ଦେଇଥିଲେ। ଭାରତର ସେହିଭଳି ସମସ୍ୟା ଥିବା ବେଳେ କୌଣସି ସ୍ପଷ୍ଟ ନୀତି ଆପଣାଇବାରେ ସରକାର ଅସଫଳ ରହିଲେ। ସୂଚନା ଦିଆଯାଇପାରେ ଯେ, ଭାରତର କେତେକ ଅଞ୍ଚଳ ପାକିସ୍ତାନ ଏବଂ ଚାଇନା ଜବରଦଖଲ କରି ରଖିଛନ୍ତି। ସେହିସବୁ ଅଞ୍ଚଳକୁ ଭାରତ ସହ ମାନଚିତ୍ରରେ ଦର୍ଶାଯାଉ ବୋଲି ଭୋଟ୍‌ର ଦୁଇଦିନ ପରେ ଭାରତ ସରକାରଙ୍କ ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ ଜାତୀୟ ଗଣମାଧ୍ୟମକୁ କହିଛନ୍ତି। କିନ୍ତୁ ଅନ୍ତର୍ଜାତୀୟ ଗଣମାଧ୍ୟମ ସାମ୍ନାରେ ପାଟି ଫିଟାଇବାକୁ ଭୟ କଲେ ଏବଂ ସମର୍ଥନରେ ଭୋଟ ମଧ୍ୟ ଦେଇଦେଲେ। ପରବର୍ତ୍ତୀ ସମୟରେ ମାନଚିତ୍ରରେ ଭାରତ ସରକାର ଆଞ୍ଚଳିକ ଅଖଣ୍ଡତା ବିଷୟରେ ପାଟି ଫିଟାଇବା କଷ୍ଟକର ହେବ। ଯଦି କଶ୍ମୀରରୁ ଖଣ୍ଡେ କଟିଗଲେ ଦେଶ ଭିତରେ ଅନେକ ଲୋକ କ୍ରୋଧରେ ଡେଉଁଛନ୍ତି, ତେବେ ସରକାର ଏ ସମ୍ପର୍କରେ ଜାତିସଂଘରେ ଉଲ୍ଲେଖ କରିବା ଉଚିତ ଥିଲା। ଯଦି ନ୍ୟୁୟର୍କରେ ପାଟି ଫିଟାଇବାକୁ ଭୟ କରୁଛନ୍ତି ତେବେ ୨ଦିନ ବିଳମ୍ବରେ ଦେଶ ଭିତରେ ମତ ପ୍ରକାଶ କରିବା ଅତ୍ୟନ୍ତ ହାସ୍ୟାସ୍ପଦ କଥା। ଘରେ ଷଣ୍ଢ, ପଦାରେ ଛେଳି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆରାବଳୀ ମାମଲାରେ ସୁପ୍ରିମକୋର୍ଟଙ୍କ ଚେତାବନୀ, ନଭେମ୍ବର ୩୦ ସୁଦ୍ଧା ରିପୋର୍ଟ ନଦେଲେ…

ନୂଆଦିଲ୍ଲୀ,୮ା୯(ପି.ଟି.): ଆରାବଳୀ ପର୍ବତମାଳାର ସଂଜ୍ଞା ଏବଂ ସୁରକ୍ଷା ଉପରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଉଚ୍ଚସ୍ତରୀୟ କମିଟି ଏହାର ସମୟସୀମାକୁ ୬ ମାସ ବଢ଼ାଇବା ନିମନ୍ତେ…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଚାଉଳଧୁଆ ଜଳପ୍ରପାତ: ନୀରବତା ଭିତରେ ଝରଣାର କୁଳୁକୁଳୁ ନାଦ..

ନୂଆପଡ଼ା,୮ା୯ (ମକାରୁ ବେମାଲ):ବଣପାହାଡ଼ ଘେରା ପ୍ରାକୃତିକ ପରିବେଶରେ ରହିଛି ନୂଆପଡ଼ାର ପ୍ରସିଦ୍ଧ ଚାଉଳଧୁଆ ଜଳପ୍ରପାତ। ପାହାଡ଼ର ଛାତି ଚିରି ଝରିପଡ଼ୁଥିବା ଜଳଧାରାର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କ ଆକୃଷ୍ଟ…

୯/୧୧ ଆକ୍ରମଣକୁ ନେଇ ୨୫ ବର୍ଷ ପରେ ନୂଆ ଖୁଲାସା, ଅଲକାଏଦା ନେତାଙ୍କ ସହ ପେଣ୍ଟବଲ୍ ଖେଳୁଥିଲେ…

ୱାଶିଂଟନ୍,୮।୯: ଆମେରିକାରେ ୨୦୦୧ ମସିହାରେ ହୋଇଥିବା ୯/୧୧ ଆତଙ୍କୀ ଆକ୍ରମଣକୁ ନେଇ ୨୫ ବର୍ଷ ପରେ ଏକ ବଡ଼ ଖୁଲାସା ହୋଇଛି । ତଦନ୍ତରେ ଓମର ଅଲ-ବାୟୁମୀଙ୍କ…

ଜିଲାପାଳଙ୍କୁ ଫେରାଦ ହେଲେ ନିରାଶ ଆଶାୟୀ: ରାତିଅଧରେ ସ୍ପଷ୍ଟୀକରଣ ଦେଲା ବିଭାଗ

ବରଗଡ଼/ଅତାବିରା,୮।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର):ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡିଂ ଲାଇଭହୁଡସ୍‌ ଥ୍ରୁ…

ଅସଜଡ଼ା ଭିତ୍ତିଭୂମିରୁ ମୁହଁ ମୋଡ଼ୁଛନ୍ତି ପିଲା: ୫ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୨ ଶ୍ରେଣୀ କକ୍ଷ, ୨ ଶିକ୍ଷକ

ସମ୍ବଲପୁର,୮ା୯(ପ୍ରମୋଦ ବହିଦାର):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୧୨ ବର୍ଷର ପୁରୁଣା ଖଣ୍ଡୁଆଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ବଳ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରେ ଚାଲିଛି।…

ଦିଲ୍ଲୀରେ ମଣିପୁରୀ ମ୍ୟୁଜିକ୍ ଶିକ୍ଷକଙ୍କୁ ହତ୍ୟା, ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ନୂଆଦିଲ୍ଲୀ,୮।୯: ଦିଲ୍ଲୀର କିଲୋକରୀ ଗାଁରେ ମଣିପୁରର ଅବସରପ୍ରାପ୍ତ ମ୍ୟୁଜିକ୍ ଶିକ୍ଷକ ତଥା ସଙ୍ଗୀତଜ୍ଞ ଚୋଙ୍ଗଥମ ବିକ୍ରମ ସିଂଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି । ତାଙ୍କ…

୯ରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮ା୯(ବନ୍ଦନା ସେଠୀ):ରାଜ୍ୟରେ ଆସନ୍ତା ୯ ତାରିଖରୁ ବଢ଼ିପାରେ ବର୍ଷାର ପରିମାଣ। ଏହି ସମୟ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।…

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri