ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ ଆଖି ବୁଜିବା ପର୍ଯ୍ୟନ୍ତ ଯେଉଁ ସାଥୀଟି ଆମ ସହ ରହେ, ସେ ହେଉଛି ମୋବାଇଲ। ସେଥିପାଇଁ ଆଜିର ପରିସ୍ଥିତିରେ ଅନେକେ ହସିହସି କହନ୍ତି-ସବୁଠୁ ନିଜର କିଏ? ମୋବାଇଲ!
ମୋବାଇଲ କେବଳ ଏକ ଯନ୍ତ୍ର ନୁହେଁ; ଏହା ଆଜି ଆମର ସମ୍ପର୍କ, ସୂଚନା, କାର୍ଯ୍ୟ, ମନୋରଞ୍ଜନ ଓ ସ୍ମୃତିର ଏକ ଛୋଟ ଭଣ୍ଡାର ହୋଇପଡ଼ିଛି। ଏହି ଛୋଟ ଯନ୍ତ୍ରଟି ଆମ ପକେଟରେ ରହିଥାଏ, କିନ୍ତୁ ତା’ ଭିତରେ ଆମର ବିଶାଳ ଜଗତ ଲୁଚି ରହିଥାଏ। ମଣିଷର ଜୀବନରେ ଅନେକ ସମୟରେ ମନର କଥା କହିବା ପାଇଁ କେହି ମିଳନ୍ତି ନାହିଁ। କିନ୍ତୁ ମୋବାଇଲ ପ୍ରାୟ ସବୁବେଳେ ଆମ ପାଖରେ ଥାଏ। ମନ ଖରାପ ହେଲେ ଆମେ ପସନ୍ଦର ଗୀତ ଶୁଣୁ, ଧାର୍ମିକ ପ୍ରବଚନ ଶୁଣୁ, ପୁରୁଣା ଫଟୋ ଦେଖୁ କିମ୍ବା ପ୍ରିୟଜନଙ୍କ ସହ କଥା ହେଉ। ମନ ଖୁସି ଥିଲେ ମୋବାଇଲରେ ଫଟୋ ଉଠାଇ ସେହି ଖୁସିକୁ ଅନ୍ୟମାନଙ୍କ ସହ ବାଣ୍ଟ। ଏହି ଅର୍ଥରେ ମୋବାଇଲ ଆମର ଏକ ନୀରବ ସାଥୀ। ସେ କୌଣସି ଅଭିଯୋଗ କରେନାହିଁ, ଆମର କଥା ଶୁଣିବାକୁ କ୍ଲାନ୍ତ ହୁଏନାହିଁ ଏବଂ ଗୋଟିଏ ବଟନ ଦବାଇଲେ ଆମକୁ ସାରା ପୃଥିବୀ ସହ ଯୋଡ଼ିଦିଏ।
ପୂର୍ବରୁ ଦୂରରେ ଥିବା ଲୋକଙ୍କ ଖବର ପାଇବା ପାଇଁ ଚିଠିର ଅପେକ୍ଷା କରିବାକୁ ପଡୁଥିଲା। ଏକ ଖବର ପହଞ୍ଚିବାକୁ ବେଶ୍‌ କିଛି ସମୟ ଲାଗୁଥିଲା। ଆଜି ମୋବାଇଲ ଯୋଗୁ ଆଉ ଦୂରତା ନାହିଁ। ଘରେ ବସିଥିବା ଜଣେ ବ୍ୟକ୍ତି କେବଳ କିଛି ସେକେଣ୍ଡରେ ବିଦେଶରେ ଥିବା ନିଜ ପୁଅ, ଝିଅ କିମ୍ବା ବନ୍ଧୁଙ୍କ ସହ କଥା ହୋଇପାରୁଛି। ଭିଡିଓ କଲ୍‌ରେ ପରସ୍ପରକୁ ଦେଖି ମଧ୍ୟ ପାରୁଛି। ଏହା ମୋବାଇଲର ସବୁଠୁ ବଡ଼ ଅବଦାନ। ଦୂରତା ଆଉ ସମସ୍ୟା ନୁହେଁ। ବିଶେଷକରି ବୃଦ୍ଧ ମାତାପିତାଙ୍କ ପାଇଁ ମୋବାଇଲ ଅନେକ ସମୟରେ ସନ୍ତାନଙ୍କ ଉପସ୍ଥିତିର ଅନୁଭବ ଦିଏ। ମୋବାଇଲ ଜ୍ଞାନର ଅସୀମ ଭଣ୍ଡାର। ହାତମୁଠାରେ ସତେ ଯେପରି ଏକ ପୁସ୍ତକାଗାର। ଛାତ୍ରୀଛାତ୍ରଙ୍କ ପାଠ, ଶିକ୍ଷକଙ୍କ ପଢ଼େଇବା, ଦେଶ-ବିଦେଶର ଖବର ସବୁ ଟିପ ଅଗରେ। କୃଷକର ପାଣିପାଗ ସୂଚନା, ସ୍ବାସ୍ଥ୍ୟ ସମ୍ପର୍କିତ ସୂଚନା, ବ୍ୟବସାୟୀର ବଜାର ଦର ଜାଣିବାକୁ ଡେରି ହୁଏନା।
ତେଣୁ ମୋବାଇଲ ଆମର କେବଳ ସାଥୀ ନୁହେଁ, ଏକ ନୀରବ ଶିକ୍ଷକ ମଧ୍ୟ। ମୋବାଇଲର ପ୍ରକୃତ ମୂଲ୍ୟ ଆପଦ ସମୟରେ ଅଧିକ ବୁଝାଯାଏ। ରାସ୍ତାରେ ଦୁର୍ଘଟଣା ହେଲା, ହଠାତ୍‌ ଶରୀର ଅସୁସ୍ଥ ହେଲା, କେହି ରାସ୍ତା ଭୁଲିଗଲେ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ଆସିଲା-ଏକ ମୋବାଇଲ କଲ୍‌ ସାହାଯ୍ୟ ପହଞ୍ଚାଇପାରେ। ଆପଦ ସମୟରେ ଆତ୍ମୀୟସ୍ବଜନଙ୍କୁ ଖବର ଦେବା, ଆବଶ୍ୟକ ସେବା ସହ ଯୋଗାଯୋଗ କରିବା କିମ୍ବା ନିଜ ଅବସ୍ଥାନ ଜଣାଇବାରେ ମୋବାଇଲ ଅତ୍ୟନ୍ତ ଉପଯୋଗୀ। ସତେ ଯେପରି ବିପଦରେ ବନ୍ଧୁ। କେହି ପାଖରେ ନ ଥିଲେ ଆମ ମୋବାଇଲ ସାହାଯ୍ୟ ସାଉଁଟି ଆଣେ।
ଆମ ଜୀବନର ଅନେକ ସୁନ୍ଦର ମୁହୂର୍ତ୍ତ ମୋବାଇଲରେ ସଂରକ୍ଷିତ ରହିଥାଏ। ଶିଶୁର ପ୍ରଥମ ହସ, ପରିବାରର ମିଳନ, ବିବାହ, ପୂଜାପର୍ବ, ଭ୍ରମଣ ଓ ଅନେକ ସ୍ମରଣୀୟ ଘଟଣା ଫଟୋ ଓ ଭିଡିଓ ରୂପେ ମୋବାଇଲରେ ରହିଯାଏ। ପରିବାରର ଆଧାରକାର୍ଡ, ଭୋଟ କାର୍ଡ, ପ୍ୟାନ କାର୍ଡ, ଦଲିଲ ଇତ୍ୟାଦି ଆବଶ୍ୟକୀୟ କାଗଜାତ ଡି ଜି ଲକରରେ ସୁରକ୍ଷିତ ରଖି ହୁଏ। ପୁରୁଣା ଫଟୋ ବେଳେ ବେଳେ ଅତୀତ ମନେ ପକାଏ। ମଣିଷ ଅନେକ କଥା ଭୁଲିଯାଏ, କିନ୍ତୁ ମୋବାଇଲରେ ରଖା ଛବି ଓ ଭିଡିଓ ଆମ ସ୍ମୃତିକୁ ଜୀବନ୍ତ ରଖେ। ସେଥିପାଇଁ ଏହାକୁ ଆମ ଜୀବନର ଏକ କ୍ଷୁଦ୍ର ପଞ୍ଜିକା କୁହାଯାଇପାରେ। ସତରେ ମୋବାଇଲ କ’ଣ ସବୁଠୁ ନିଜର? ଭାବିଲ ସେ କେବେ ମଣିଷର ପ୍ରକୃତ ସ୍ନେହକୁ ପୂରଣ କରିପାରିବ କି? ମା’ର ସ୍ନେହ, ବାପାଙ୍କ ଆଶୀର୍ବାଦ, ଭାଇଭଉଣୀଙ୍କ ଭଲପାଇବା, ସାଙ୍ଗର ସାନ୍ତ୍ୱନା ଓ ଜୀବନସାଥୀଙ୍କ ସହାନୁଭୂତି-ଏସବୁର ବିକଳ୍ପ କେବେ ହୋଇପାରିବ କି? ଏକାଠି ଥିବା ବେଳେ ମୋବାଇଲ ପ୍ରତି ଆସକ୍ତି କଥୋପକଥନରେ ବାଧକ ନୁହେଁ କି ?
ତେଣୁ ମୋବାଇଲକୁ ନିଜର ବୋଲି ଭଲପାଇବା ଠିକ୍‌, କିନ୍ତୁ ନିଜ ଲୋକଙ୍କଠାରୁ ଅଧିକ ନୁହେଁ। ଯନ୍ତ୍ର ଆମର ସେବକ ହେବା ଉଚିତ, ମାଲିକ ନୁହେଁ। ଆଜିର ଡିଜିଟାଲ ଯୁଗରେ ମୋବାଇଲ ନିଶ୍ଚୟ ଆମ ଜୀବନର ସବୁଠୁ ନିକଟତମ ସାଥୀ ସଦୃଶ। ସକାଳେ ଆମକୁ ଜଗାଇବାଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ, ଦୂରର ଲୋକଙ୍କ ସହ ଯୋଡ଼ିବାଠାରୁ ଆପଦରେ ସାହାଯ୍ୟ କରିବା ପର୍ଯ୍ୟନ୍ତ, ଜ୍ଞାନ ଦେବାଠାରୁ ସ୍ମୃତି ସଂରକ୍ଷଣ ପର୍ଯ୍ୟନ୍ତ-ମୋବାଇଲ ଆମ ଜୀବନରେ ଅପରିହାର୍ଯ୍ୟ ହୋଇପଡ଼ିଛି। ସେଥିପାଇଁ ଖୁସିରେ କୁହାଯାଇପାରେ-ସବୁଠୁ ନିଜର କିଏ? ମୋବାଇଲ।

ଭଗବାନ ଦାଶ
ମୋ:୮୨୪୯୦୮୨୪୦୦

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?