ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ ଆଖି ବୁଜିବା ପର୍ଯ୍ୟନ୍ତ ଯେଉଁ ସାଥୀଟି ଆମ ସହ ରହେ, ସେ ହେଉଛି ମୋବାଇଲ। ସେଥିପାଇଁ ଆଜିର ପରିସ୍ଥିତିରେ ଅନେକେ ହସିହସି କହନ୍ତି-ସବୁଠୁ ନିଜର କିଏ? ମୋବାଇଲ!
ମୋବାଇଲ କେବଳ ଏକ ଯନ୍ତ୍ର ନୁହେଁ; ଏହା ଆଜି ଆମର ସମ୍ପର୍କ, ସୂଚନା, କାର୍ଯ୍ୟ, ମନୋରଞ୍ଜନ ଓ ସ୍ମୃତିର ଏକ ଛୋଟ ଭଣ୍ଡାର ହୋଇପଡ଼ିଛି। ଏହି ଛୋଟ ଯନ୍ତ୍ରଟି ଆମ ପକେଟରେ ରହିଥାଏ, କିନ୍ତୁ ତା’ ଭିତରେ ଆମର ବିଶାଳ ଜଗତ ଲୁଚି ରହିଥାଏ। ମଣିଷର ଜୀବନରେ ଅନେକ ସମୟରେ ମନର କଥା କହିବା ପାଇଁ କେହି ମିଳନ୍ତି ନାହିଁ। କିନ୍ତୁ ମୋବାଇଲ ପ୍ରାୟ ସବୁବେଳେ ଆମ ପାଖରେ ଥାଏ। ମନ ଖରାପ ହେଲେ ଆମେ ପସନ୍ଦର ଗୀତ ଶୁଣୁ, ଧାର୍ମିକ ପ୍ରବଚନ ଶୁଣୁ, ପୁରୁଣା ଫଟୋ ଦେଖୁ କିମ୍ବା ପ୍ରିୟଜନଙ୍କ ସହ କଥା ହେଉ। ମନ ଖୁସି ଥିଲେ ମୋବାଇଲରେ ଫଟୋ ଉଠାଇ ସେହି ଖୁସିକୁ ଅନ୍ୟମାନଙ୍କ ସହ ବାଣ୍ଟ। ଏହି ଅର୍ଥରେ ମୋବାଇଲ ଆମର ଏକ ନୀରବ ସାଥୀ। ସେ କୌଣସି ଅଭିଯୋଗ କରେନାହିଁ, ଆମର କଥା ଶୁଣିବାକୁ କ୍ଲାନ୍ତ ହୁଏନାହିଁ ଏବଂ ଗୋଟିଏ ବଟନ ଦବାଇଲେ ଆମକୁ ସାରା ପୃଥିବୀ ସହ ଯୋଡ଼ିଦିଏ।
ପୂର୍ବରୁ ଦୂରରେ ଥିବା ଲୋକଙ୍କ ଖବର ପାଇବା ପାଇଁ ଚିଠିର ଅପେକ୍ଷା କରିବାକୁ ପଡୁଥିଲା। ଏକ ଖବର ପହଞ୍ଚିବାକୁ ବେଶ୍‌ କିଛି ସମୟ ଲାଗୁଥିଲା। ଆଜି ମୋବାଇଲ ଯୋଗୁ ଆଉ ଦୂରତା ନାହିଁ। ଘରେ ବସିଥିବା ଜଣେ ବ୍ୟକ୍ତି କେବଳ କିଛି ସେକେଣ୍ଡରେ ବିଦେଶରେ ଥିବା ନିଜ ପୁଅ, ଝିଅ କିମ୍ବା ବନ୍ଧୁଙ୍କ ସହ କଥା ହୋଇପାରୁଛି। ଭିଡିଓ କଲ୍‌ରେ ପରସ୍ପରକୁ ଦେଖି ମଧ୍ୟ ପାରୁଛି। ଏହା ମୋବାଇଲର ସବୁଠୁ ବଡ଼ ଅବଦାନ। ଦୂରତା ଆଉ ସମସ୍ୟା ନୁହେଁ। ବିଶେଷକରି ବୃଦ୍ଧ ମାତାପିତାଙ୍କ ପାଇଁ ମୋବାଇଲ ଅନେକ ସମୟରେ ସନ୍ତାନଙ୍କ ଉପସ୍ଥିତିର ଅନୁଭବ ଦିଏ। ମୋବାଇଲ ଜ୍ଞାନର ଅସୀମ ଭଣ୍ଡାର। ହାତମୁଠାରେ ସତେ ଯେପରି ଏକ ପୁସ୍ତକାଗାର। ଛାତ୍ରୀଛାତ୍ରଙ୍କ ପାଠ, ଶିକ୍ଷକଙ୍କ ପଢ଼େଇବା, ଦେଶ-ବିଦେଶର ଖବର ସବୁ ଟିପ ଅଗରେ। କୃଷକର ପାଣିପାଗ ସୂଚନା, ସ୍ବାସ୍ଥ୍ୟ ସମ୍ପର୍କିତ ସୂଚନା, ବ୍ୟବସାୟୀର ବଜାର ଦର ଜାଣିବାକୁ ଡେରି ହୁଏନା।
ତେଣୁ ମୋବାଇଲ ଆମର କେବଳ ସାଥୀ ନୁହେଁ, ଏକ ନୀରବ ଶିକ୍ଷକ ମଧ୍ୟ। ମୋବାଇଲର ପ୍ରକୃତ ମୂଲ୍ୟ ଆପଦ ସମୟରେ ଅଧିକ ବୁଝାଯାଏ। ରାସ୍ତାରେ ଦୁର୍ଘଟଣା ହେଲା, ହଠାତ୍‌ ଶରୀର ଅସୁସ୍ଥ ହେଲା, କେହି ରାସ୍ତା ଭୁଲିଗଲେ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ଆସିଲା-ଏକ ମୋବାଇଲ କଲ୍‌ ସାହାଯ୍ୟ ପହଞ୍ଚାଇପାରେ। ଆପଦ ସମୟରେ ଆତ୍ମୀୟସ୍ବଜନଙ୍କୁ ଖବର ଦେବା, ଆବଶ୍ୟକ ସେବା ସହ ଯୋଗାଯୋଗ କରିବା କିମ୍ବା ନିଜ ଅବସ୍ଥାନ ଜଣାଇବାରେ ମୋବାଇଲ ଅତ୍ୟନ୍ତ ଉପଯୋଗୀ। ସତେ ଯେପରି ବିପଦରେ ବନ୍ଧୁ। କେହି ପାଖରେ ନ ଥିଲେ ଆମ ମୋବାଇଲ ସାହାଯ୍ୟ ସାଉଁଟି ଆଣେ।
ଆମ ଜୀବନର ଅନେକ ସୁନ୍ଦର ମୁହୂର୍ତ୍ତ ମୋବାଇଲରେ ସଂରକ୍ଷିତ ରହିଥାଏ। ଶିଶୁର ପ୍ରଥମ ହସ, ପରିବାରର ମିଳନ, ବିବାହ, ପୂଜାପର୍ବ, ଭ୍ରମଣ ଓ ଅନେକ ସ୍ମରଣୀୟ ଘଟଣା ଫଟୋ ଓ ଭିଡିଓ ରୂପେ ମୋବାଇଲରେ ରହିଯାଏ। ପରିବାରର ଆଧାରକାର୍ଡ, ଭୋଟ କାର୍ଡ, ପ୍ୟାନ କାର୍ଡ, ଦଲିଲ ଇତ୍ୟାଦି ଆବଶ୍ୟକୀୟ କାଗଜାତ ଡି ଜି ଲକରରେ ସୁରକ୍ଷିତ ରଖି ହୁଏ। ପୁରୁଣା ଫଟୋ ବେଳେ ବେଳେ ଅତୀତ ମନେ ପକାଏ। ମଣିଷ ଅନେକ କଥା ଭୁଲିଯାଏ, କିନ୍ତୁ ମୋବାଇଲରେ ରଖା ଛବି ଓ ଭିଡିଓ ଆମ ସ୍ମୃତିକୁ ଜୀବନ୍ତ ରଖେ। ସେଥିପାଇଁ ଏହାକୁ ଆମ ଜୀବନର ଏକ କ୍ଷୁଦ୍ର ପଞ୍ଜିକା କୁହାଯାଇପାରେ। ସତରେ ମୋବାଇଲ କ’ଣ ସବୁଠୁ ନିଜର? ଭାବିଲ ସେ କେବେ ମଣିଷର ପ୍ରକୃତ ସ୍ନେହକୁ ପୂରଣ କରିପାରିବ କି? ମା’ର ସ୍ନେହ, ବାପାଙ୍କ ଆଶୀର୍ବାଦ, ଭାଇଭଉଣୀଙ୍କ ଭଲପାଇବା, ସାଙ୍ଗର ସାନ୍ତ୍ୱନା ଓ ଜୀବନସାଥୀଙ୍କ ସହାନୁଭୂତି-ଏସବୁର ବିକଳ୍ପ କେବେ ହୋଇପାରିବ କି? ଏକାଠି ଥିବା ବେଳେ ମୋବାଇଲ ପ୍ରତି ଆସକ୍ତି କଥୋପକଥନରେ ବାଧକ ନୁହେଁ କି ?
ତେଣୁ ମୋବାଇଲକୁ ନିଜର ବୋଲି ଭଲପାଇବା ଠିକ୍‌, କିନ୍ତୁ ନିଜ ଲୋକଙ୍କଠାରୁ ଅଧିକ ନୁହେଁ। ଯନ୍ତ୍ର ଆମର ସେବକ ହେବା ଉଚିତ, ମାଲିକ ନୁହେଁ। ଆଜିର ଡିଜିଟାଲ ଯୁଗରେ ମୋବାଇଲ ନିଶ୍ଚୟ ଆମ ଜୀବନର ସବୁଠୁ ନିକଟତମ ସାଥୀ ସଦୃଶ। ସକାଳେ ଆମକୁ ଜଗାଇବାଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ, ଦୂରର ଲୋକଙ୍କ ସହ ଯୋଡ଼ିବାଠାରୁ ଆପଦରେ ସାହାଯ୍ୟ କରିବା ପର୍ଯ୍ୟନ୍ତ, ଜ୍ଞାନ ଦେବାଠାରୁ ସ୍ମୃତି ସଂରକ୍ଷଣ ପର୍ଯ୍ୟନ୍ତ-ମୋବାଇଲ ଆମ ଜୀବନରେ ଅପରିହାର୍ଯ୍ୟ ହୋଇପଡ଼ିଛି। ସେଥିପାଇଁ ଖୁସିରେ କୁହାଯାଇପାରେ-ସବୁଠୁ ନିଜର କିଏ? ମୋବାଇଲ।

ଭଗବାନ ଦାଶ
ମୋ:୮୨୪୯୦୮୨୪୦୦

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୋ’ ଚାଲାଣବେଳେ ଫାଟିଲା ପିକ୍‌ଅପ୍‌ ଟାୟାର, ୩ ବଳଦ ମୃତ

ଜଗନ୍ନାଥପ୍ରସାଦ,୭ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ବେଆଇନ ଗୋ-ଚାଲାଣ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିରାବାଡ଼ି ଗ୍ରାମ ନିକଟରେ…

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ICC ଏକ ଯୋଜନା ପ୍ରସ୍ତୁତ କରିଛି

ନୂଆଦିଲ୍ଲୀ,୭।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି କୌଣସି ଦ୍ୱିପାକ୍ଷିକ କିମ୍ବା ତ୍ରି-ସିରିଜ ଖେଳାଯାଇ ନାହିଁ। ଭାରତ ଏପରି କାର୍ଯ୍ୟକ୍ରମକୁ ନିରନ୍ତର ମନା କରିଆସିଛି,…

୭ ଦିନରେ ସାଇନ୍‌ବୋର୍ଡ ବନାନ ସଂଶୋଧନ କରିବାକୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ଓଡ଼ିଆ ଉଚ୍ଚାରଣ ସହ ସମନ୍ବୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନ ନାମର ଇଂଲିଶ ବନାନକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ସମାନ…

ବୃହତ୍ତମ ‘ଟି-ରେକ୍ସ’ ଡାଇନୋସର ମୃତ୍ୟୁ ରହସ୍ୟରୁ ହଟିଲା ପରଦା

ସାସ୍କାଚେୱାନ(କାନାଡା),୭ା୯: ପ୍ରାୟ ୬ କୋଟି ୬୦ ଲକ୍ଷ ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରୁ ବିଲୁପ୍ତ ହୋଇଯାଇଥିବା ବିଶ୍ୱର ସବୁଠାରୁ ବୃହତ୍ତମ ‘ଟାଇରାନୋସରସ୍‌ ରେକ୍ସ’ (ଟି-ରେକ୍ସ) ଡାଇନୋସର ‘ସ୍କଟି’…

ପ୍ରତି ୪ ଜନଧନ ଆକାଉଣ୍ଟରୁ ଗୋଟିଏ ଅଚଳ

ବ୍ୟାଙ୍କ ସେବା ସହ ସମସ୍ତଙ୍କୁ ଯୋଡ଼ିବା ଉଦ୍ଦେଶ୍ୟରେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆରମ୍ଭ କରିଥିଲେ। ଏପରି କି ଏହି ଯୋଜନାରେ…

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

ଦିଲ୍ଲୀ ସତ୍ୟ ନିକେତନ ଘଟଣା: ଭଗ୍ନାବଶେଷରୁ ୧୦ ଉଦ୍ଧାର, ୬ ମୃତ ଘରମାଲିକଙ୍କ ବିରୋଧରେ ଏଫଆଇଆର ରୁଜୁ

ନୂଆଦିଲ୍ଲୀ,୭।୯: ସୋମବାର ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି, ଯେଉଁଠାରେ ଏକ ପୁରୁଣା ତିନି ମହଲା କୋଠା ତାସ ଘର ପରି ଭୁଶୁଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri