ମହାମାରୀର କାରଣ ଜାଗତିକ ଉଷ୍ମତା

ପ୍ର. ରମେଶ ଚନ୍ଦ୍ର ପରିଡ଼ା

ମାତ୍ର ୦.୧୨୫ ମାଇକ୍ରନ ବ୍ୟାସ ବିଶିଷ୍ଟ କ୍ଷୁଦ୍ରାତି କ୍ଷୁଦ୍ର ଭୂତାଣୁଟିଏ ଏବେ ସୃଷ୍ଟି କରିଛି ମାନବ ଜାତି ପାଇଁ ନୂତନ ଇତିହାସ। ଏଣିକି ହୁଏତ ଏହାକୁ ବିଭାଜିତ କରାଯିବ ପ୍ରାକ୍‌ -କୋଭିଡ୍‌ -୧୯ ଯୁଗ ଏବଂ ଏହା ପରବର୍ତ୍ତୀ ଯୁଗ ରୂପେ। ସମଗ୍ର ବିଶ୍ୱର ପ୍ରାୟ ୨୧୯ ଦେଶରେ ଏହା ଘଟାଇଥିବା ବିଭୀଷିକା ଫଳରେ ମୃତ୍ୟୁବରଣ କଲେଣି ଲକ୍ଷାଧିକ ଲୋକ ଏବଂ କୋଟି କୋଟି ଲୋକ ସଂକ୍ରମିତ ହୋଇଛନ୍ତି ।
ତା’ର ଧ୍ୱଂସର ତାଣ୍ଡବ କେବେ ଯେ ଶେଷ ହେବ ତାହା କହିହେଉ ନାହିଁ। ଏବେ ଏହା ପୁଣି ସାରାବିଶ୍ୱରେ ତା’ର କାୟା ମେଲାଇବାରେ ଲାଗିଛି। ଭରତରେ ମଧ୍ୟ ଦ୍ୱିତୀୟ ଲହର ଜାରି ରହିଛି। ଏହାର ପ୍ରତିଷେଧକ ଟିକାଗୁଡ଼ିକ ଉଦ୍ଭାବନ କରାଯାଇ ଟିକାକରଣ ବି ଜାରି ରହିଛି। ଫଳରେ ଏଥିରୁ ମୁକ୍ତି ଲାଗି ମନରେ କିଛିଟା ଆଶା ସଞ୍ଚାର କରିଛି।
ଏହି ପ୍ରଳୟଙ୍କରୀ ଭୂତାଣୁଟି ପ୍ରଥମେ ଚିହ୍ନଟ ହୋଇଥିଲା ଚାଇନାର ଉହାନ୍‌ ପ୍ରଦେଶରେ ୨୦୧୯ ନଭେମ୍ବର-ଡିସେମ୍ବର ମାସରେ। ଏହା ଯେ କିପରି ସୃଷ୍ଟି ହେଲା ଏବଂ ମଣିଷକୁ ସଂକ୍ରମିତ କଲା ତାହା ଏବେ ବି ଏକ ପ୍ରଶ୍ନବାଚୀ ହୋଇରହିଛି। ବୈଜ୍ଞାନିକମାନେ ଏହାର ଗୋଟିକ ପରେ ଗୋଟିଏ ସମ୍ଭାବନାକୁ ବିଶ୍ଲେଷଣ କରି ଚାଲିଛନ୍ତି। ତେବେ ବର୍ତ୍ତମାନ ସବୁଠାରୁ ଜନପ୍ରିୟ ଏବଂ ବ୍ୟାପକ ରୂପେ ଗ୍ରହଣୀୟ ହୋଇଥିବା ମତବାଦ ଅନୁସାରେ ଏହା ବାଦୁଡିଠାରୁ ମଣିଷକୁ ସଂକ୍ରମଣ କଲା। କେତେକ ଗବେଷକଙ୍କ ମତରେ ସମ୍ଭବତଃ ଏହା ମୂଳରେ ରହିଛି ଜାଗତିକ ଉଷ୍ମତା ହେତୁ ଏମାନଙ୍କର ବଂଶବୃଦ୍ଧି।
ଏହି ମତବାଦର ପ୍ରବକ୍ତା ହେଲେ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟ ଏବଂ ହାଓ୍ବାଇ ବିଶ୍ୱବିଦ୍ୟାଳୟର କିଛି ବୈଜ୍ଞାନିକ। ସାଇନ୍ସ ଅଫ୍‌ ଦି ଟୋଟାଲ୍‌ ଏନ୍‌ଭାଇରନ୍‌ମେଣ୍ଟ (୫ ଫେବୃୟାରୀ ୨୦୨୧) ପତ୍ରିକାରେ ପ୍ରକାଶିତ ଏକ ନିବନ୍ଧରେ ସେମାନେ ସୂଚନା ଦେଇଛନ୍ତି ଯେ, ବିଗତ ପ୍ରାୟ ଏକ ଶତାବ୍ଦୀ ପୂର୍ବେ ଚାଇନାର ଉହାନ୍‌ ପ୍ରଦେଶ ଏବଂ ଏହା ଆଖପାଖର ବହୁ ଅଞ୍ଚଳ ତୃଣ ଓ ଗୁଳ୍ମରେ ଭରି ରହିଥିଲା। କିନ୍ତୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଭଳି ସବୁଜ ଗୃହ ବାଷ୍ପର ମାତ୍ରା ବୃଦ୍ଧି ଘଟିବା ସହିତ ତାପମାତ୍ରା ଏବଂ ସୂର୍ଯ୍ୟାଲୋକ ବୃଦ୍ଧି ହେବା ଯୋଗୁ ଏହି ଭୂଭାଗର ଦୃଶ୍ୟପଟ ବଦଳିବାକୁ ଲାଗିଲା। ଏଠାରେ ବିଷୁବୀୟ ପର୍ଣ୍ଣମୋଚୀ ବୃକ୍ଷର ଜଙ୍ଗଲ ସୃଷ୍ଟି ହେଲା, ଯାହା କି ବାଦୁଡ଼ିଙ୍କୁ ଅଧିକରୁ ଅଧିକ ଆବାସ ଯୋଗାଇଲା। ସମ୍ଭବତଃ ତାହା କୋଭିଡ୍‌-୧୯ ଭୂତାଣୁ ସୃଷ୍ଟି ପ୍ରକ୍ରିୟାକୁ ତ୍ୱରାନ୍ବିତ କଲା।
ସେମାନଙ୍କ ଅଧ୍ୟୟନ ଅନୁସାରେ ୧୯୦୦ମସିହାଠାରୁ ୨୦୧୯ ମସିହା ମଧ୍ୟରେ ଏହି ଅଞ୍ଚଳରେ ପ୍ରାୟ ୪୦ ପ୍ରଜାତିର ବାଦୁଡ଼ିଙ୍କ ଅଭିବୃଦ୍ଧି ଏବଂ ପ୍ରାୟ ୧୦୦ ପର୍ଯ୍ୟନ୍ତ ବାଦୁଡ଼ି ବାହିତ କରୋନା ଭୂତାଣୁଗୁଡ଼ିକର ସୃଷ୍ଟି ହେଲା। ଅତଏବ ତନ୍ମଧ୍ୟରୁ ଅନ୍ୟତମ ହୋଇଥିବା ଭାଇରସ୍‌ ବା କୋଭିଡ୍‌ -୧୯ ଭୂତାଣୁର ମଧ୍ୟ ଏହିଠାରେ ଉଦ୍ଭବ ହେଲା ବୋଲି ମନେକରାଯାଏ। ସେମାନେ ହିଁ ଏ ଭୂତାଣୁକୁ ତାଙ୍କଠାରୁ ମଣିଷ ଦେହକୁ ପ୍ରେରିତ ହେବାରେ ମଧ୍ୟବର୍ତ୍ତୀ କାରକ ରୂପେ କାର୍ଯ୍ୟ କରିଥିବା ଅନୁମାନ।
ଏହା କିପରି ଘଟିଲା ତାହା ବୁଝିବା ପାଇଁ ଉପରୋକ୍ତ ବୈଜ୍ଞାନିକଗଣ ୧୯୦୧ରୁ ୨୦୧୯ ମଧ୍ୟରେ ସ୍ଥାନଟିର ଜଳବାୟୁ ସମ୍ପର୍କିତ ତଥ୍ୟାବଳୀ ସହିତ ଉଦ୍ଭିଦ ଜଗତର ମାନଚିତ୍ରଟିଏ ପ୍ରସ୍ତୁତ କଲେ। ତତ୍‌ ପରେ ତାହା କିପରି ବାଦୁଡ଼ିଙ୍କ ସଂଖ୍ୟା ଏବଂ ବସତି ବିସ୍ତାରକୁ ପ୍ରଭାବିତ କଲା ତାହା ନିର୍ଦ୍ଧାରଣ କରେ। ଏହି ଜୀବଗୁଡ଼ିକ ଖୋଲା ସ୍ଥାନରେ ରହିପାରନ୍ତି ନାହିଁ। କିନ୍ତୁ ଗଭୀର ଆର୍ଦ୍ର ଜଙ୍ଗଲକୁ ପସନ୍ଦ କରନ୍ତି। ଏହି ଅଞ୍ଚଳରେ ୧୯୦୦ ମସିହା ବେଳକୁ ବ୍ୟାପକ ତୃଣ ଏବଂ ଗୁଳ୍ମ ଥିଲା; ଯହିଁରେ ବି ଖୁବ୍‌ କମ ସଂଖ୍ୟକ ବାଦୁଡ଼ି ବାସ କରିପାରିବେ। କିନ୍ତୁ, ଯେତେବେଳେ ଏହା ବିଷୁବ ମଣ୍ଡଳୀୟ ସାଭାନା ବା ବନଭୂମିକୁ ରୂପାନ୍ତରିତ ହେଲା, ଏ ବସତି ବହୁସଂଖ୍ୟକ ବାଦୁଡ଼ିଙ୍କ ପାଇଁ ବାସୋପଯୋଗୀ ହୋଇପାରିଲା।
ବୈଜ୍ଞାନିକମାନଙ୍କ ମତରେ ଏକ ରୋଗ ସୃଷ୍ଟିକାରୀ ତତ୍ତ୍ୱବାହୀ ପ୍ରଜାତିଟିଏ ଗୋଟିଏ ନୂତନ ପରିବେଶ ମଧ୍ୟକୁ ଗଲେ ସେଠାରେ କିପରି ତାହାର ବିସ୍ତାର ଘଟିବ ସେଥିପାଇଁ ନୂଆ ନୂଆ ବାଟ ତିଆରି କରିପାରେ। ପୂର୍ବ ସୂଚିତ ଗବେଷଣା ପତ୍ରଟିର ଅନ୍ୟତମ ମୁଖ୍ୟ ଲେଖକ ଡକ୍ଟର ରବର୍ଟ ବେୟରଙ୍କ କହିବା ଅନୁସାରେ ପ୍ରଜାତିମାନଙ୍କର ନୂତନ ପରିବେଶ ମଧ୍ୟକୁ ବିସ୍ତାରିତ ହେବା ‘ନୂତନ ଭୂତାଣୁ ଭାଗୀଦାରି ବଣ୍ଟନ’ ବ୍ୟବସ୍ଥା ସୃଷ୍ଟି କରେ। ଉଦାହରଣ ସ୍ବରୂପ ଏକ ବାଦୁଡ଼ି ଦ୍ୱାରା ବାହିତ ଭୂତାଣୁ ହୁଏତ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ କୌଣସି ପ୍ରଜାତିକୁ ସଂକ୍ରମିତ କରି ନ ପାରେ। କିନ୍ତୁ ଏକ ଭିନ୍ନ ଅଞ୍ଚଳକୁ ଏହାର ବସତି ପରବର୍ତ୍ତନ ହେଲେ ସେଠାରେ ତାହା ସେଠାର ନୂତନ ପ୍ରଜାତିକୁ ଡେଇଁବାର ସମ୍ଭାବନା ଅଛି।
ଏହି ନୂତନ ପ୍ରଜାତିଠାରେ ଭୂତାଣୁଟିର ଅଭିନବ ଆତିଥ୍ୟ ପ୍ରଦାନକାରୀ ପରିବେଶରେ ଖାପ୍‌ ଖୁଆଇବା ଲାଗି କିଛି ମାତ୍ରାରେ ପରିବର୍ତ୍ତନ ଆସେ। ପକ୍ଷାନ୍ତରେ ତାହା ହୁଏତ ଏହାକୁ ଅନ୍ୟ ଏକ ପ୍ରଜାତିକୁ (ଯେପରି କି ମଣିଷ) ସଂକ୍ରମିତ କରିବାର କ୍ଷମତା ପ୍ରଦାନ କରେ। ବେୟରଙ୍କ ମତରେ ଜାଗତିକ ଉଷ୍ମତା ହେତୁ ପରିବର୍ଦ୍ଧିତ ତାପମାତ୍ରା ବାଦୁଡ଼ିଙ୍କୁ ‘ଭୂତାଣୁଭାର’ ବଢ଼ାଇବା ଏବଂ କୋଭିଡ୍‌-୧୯ ଭୂତାଣୁର ତାପ ସହନକାରୀ ଶକ୍ତି ବୃଦ୍ଧି କରିବାରେ ସହାୟକ ହେଲା, ଯାହା କି ଏହି ସଂକ୍ରମଣ ଏତେ ବ୍ୟାପକ ହେବାର କାରଣ ହୋଇପାରେ।
ଜୀବଜଗତର ସୃଷ୍ଟି ପରଠାରୁ ଅଦ୍ୟାବଧି ପୃଥିବୀରେ ପାଞ୍ଚୋଟି ମହାପ୍ରଳୟ ଘଟିଯାଇଛି- ପ୍ରାୟ ୬୦ରୁ ୯୦ ନିୟୁତ ବର୍ଷ ବ୍ୟବଧାନରେ। ତନ୍ମଧ୍ୟରୁ ଶେଷୋକ୍ତଟି ଘଟିଥିଲା ଆଜକୁ ପ୍ରାୟ ୬୦ରୁ ୬୫ ନିୟୁତ ବର୍ଷ ତଳେ। ସେତେବେଳେ ଧରାପୃଷ୍ଠରେ ବିଚରଣ କରୁଥିବା ଭୀମକାୟ ଡାଇନୋସର୍‌ଙ୍କ ସମେତ ପ୍ରାୟ ୮୦ ଶତାଂଶ ଜୀବଜାତିର ବିଲୁପ୍ତି ଘଟିଥିଲା। ଅତଏବ ଏବେ ଷଷ୍ଠ ବିଲୁପ୍ତି ଆରମ୍ଭ ହୋଇଯିବା କଥା। କିନ୍ତୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ପ୍ରଗତି ଏହାକୁ ବିଳମ୍ବିତ କରିଛି। ଅନ୍ୟପକ୍ଷରେ, ବର୍ତ୍ତମାନ ପ୍ରଗତି ନାମରେ ଧୀରେ ଧୀରେ ଅଧିକରୁ ଅଧିକ ଲାଳସାଗ୍ରସ୍ତ ହୋଇପଡ଼ୁଥିବା ମଣିଷ ବିବିଧ କ୍ରିୟା କର୍ମ ମାଧ୍ୟମରେ ଏ ବିଦ୍ୟାର ଅତ୍ୟଧିକ କିମ୍ବା ଅପବ୍ୟବହାର କରି ପ୍ରକୃତି ଉପରେ ଚାପ ମଧ୍ୟ ବୃଦ୍ଧି କରିବାରେ ଲାଗିଛି। ଏହାର ଅନ୍ୟତମ ଭୟାବହ ପରିଣାମ ରୂପେ ଉଭା ହୋଇଛି ଜାଗତିକ ଉଷ୍ମତା ଭଳି ଭୟଙ୍କର ସମସ୍ୟା; ଯାହାକି ପ୍ରକଟିତ ହେଉଛି ଘନ ଘନ ବନ୍ୟା ଓ ବାତ୍ୟା, ଅନାବୃଷ୍ଟି ଓ ଅତିବୃଷ୍ଟିଠାରୁ ଆରମ୍ଭ କରି ହିମବାହ ଚାଳନ, ସମୁଦ୍ର-ମହାସମୁଦ୍ରରେ ଜଳସ୍ତର ବୃଦ୍ଧି ଇତ୍ୟାଦି ମାଧ୍ୟମରେ। ନିକଟରେ (୭ ଫେବୃୟାରୀ, ୨୦୨୧) ଗାରଓ୍ବାଲ ହିମାଳୟର ତପୋବନ ଅଞ୍ଚଳରେ ନନ୍ଦାଦେବୀ ହିମବାହର ବିଗଳନ ହେତୁ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ଘଟଣା ଏହାର ଏକ ସଦ୍ୟତମ ଉଦାହରଣ। ଏସବୁ ସହିତ ଏବେ ଯୋଡ଼ି ହେଲାଣି ଭୂତାଣୁଜନିତ ମହାମାରୀ କୋଭିଡ୍‌-୧୯। ଏପରିସ୍ଥଳେ, ମଣିଷ ସଚେତନ ହୋଇ ଏହାର ନିରାକରଣ ଲାଗି ପଦକ୍ଷେପ ଗ୍ରହଣ ନ କଲେ ଏବଂ ବର୍ତ୍ତମାନର ଧାରା ଅବ୍ୟାହତ ରହିଲେ ଆଗାମୀ ସମୟରେ ଏହା ହୁଏତଃ ଆଉ ଯେ କେତେକ ଅଜଣା ମହାମାରୀର କାରଣ ନ ହେବ ସେ କଥା କିଏ କହିବ। ଅତଏବ ଷଷ୍ଠ ମହାବିଲୁପ୍ତିର ଆଗମନ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ସମ୍ଭବତଃ ଏହା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ।
ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର, ମୋ: ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri