ଏଇ ଭାରତରେ

ଭାରତକୁ ବର୍ଜ୍ୟମୁକ୍ତ କରିବାର ପ୍ରୟାସ କିିଛି କମ୍‌ କଥା ନୁହେଁ। ଦିଲ୍ଲୀର ରିପୁ ଦାମନ ବେଲ୍‌ଭି ଏମିତି କାର୍ଯ୍ୟରେ ଲାଗିଛନ୍ତି। ସେ ଭାରତର ବିଭିନ୍ନ ସହରରେ ସକାଳେ ଦୌଡ଼ିବା ସମୟରେ ସଫେଇ ଅଭିଯାନରେ ବର୍ଜ୍ୟ ସଂଗ୍ରହ କରୁଛନ୍ତି। ରିପୁଙ୍କ ବୟସ ୩୩ ।
ଇଞ୍ଜିନିୟରିଂରେ ଶିକ୍ଷା ଶେଷକରି ସେହି ବୃତ୍ତିରେ ରହିଛନ୍ତିି। ୨୦୧୬ରେ ସେ କୌଣସି ଏକ ଦୁର୍ଘଟଣାରେ ଆହତ ହୋଇ ସେଥିରୁ ମୁକୁଳିବା ଲାଗି ଦୌଡିବା ଅଭ୍ୟାସ କରୁଥିଲେ। ଏହି ସମୟରେ ସେ ରାସ୍ତା କଡ଼ରେ ବର୍ଜ୍ୟ ପଡିଥିବା ଲକ୍ଷ୍ୟ କରି ତାହାକୁ ଗୋଟାଇବା ବି ଆରମ୍ଭ କରିଥିଲେ। ଏହାପରେ ଗତ ୪ ବର୍ଷ ମଧ୍ୟରେ ବିଭିନ୍ନ ସହରରେ ଏହି ଧାରାରେ ବର୍ଜ୍ୟ ସଂଗ୍ରହ କରିବାକୁ ଚିନ୍ତା କରି ଏବେ ସୁଦ୍ଧା ୮୦ଟି ସହରରେ ୫୦୦ଟି ସଫେଇ ଅଭିଯାନ ଆୟୋଜନ କରିସାରିଲେଣି। ରିପୁଙ୍କ ଏଭଳି ଅଭିଯାନକୁ ସବୁଆଡୁ ପ୍ରଶଂସା କରାଯାଉଛି। ଜଗିଂ ସମୟରେ ବର୍ଜ୍ୟ ସଂଗ୍ରହକୁ ପ୍ଲଗିଂ କୁହାଯାଉଛି। ରିପୁ ଭାରତର ପ୍ଲଗିଂ ଆମ୍ବାସାଡର ବି ରହିଛନ୍ତି। ତାଙ୍କର ପ୍ରତ୍ୟେକ ସଫେଇ ଅଭିଯାନରେ ପାଖାପାଖି ୧୫୦ ଛାତ୍ରୀଛାତ୍ର ଯୋଗ ଦେଉଛନ୍ତି। ଏମାନେ ଦୌଡ଼ିବା ସମୟରେ ବି ରାସ୍ତାକଡ଼ ଦୋକାନୀମାନଙ୍କୁ ବି ସ୍ବଚ୍ଛତା ସମ୍ପର୍କରେ ସଚେତନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri