ସଂସ୍କାରରେ ଶିଥିଳତା

Dillip Cherian

ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିଆଙ୍କ ପୁସ୍ତକ ‘ଇଣ୍ଡିଆ ଅନ୍‌ଲିମିଟେଡ୍‌-ରିକ୍ଲେମିଂ ଦି ଲଷ୍ଟ୍‌ ଗ୍ଲୋରି’ ଗତବର୍ଷ ପ୍ରକାଶ ପାଇଥିତ୍ଲା। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଭାରତରେ କାର୍ଯ୍ୟରତ ବାବୁମାନେ ସୋସିଆଲ ହ୍ୟାଙ୍ଗ ଓଭରରେ ଆକ୍ରାନ୍ତ। ଏଣୁ ମୋଦି ସରକାର ଆରମ୍ଭ କରିବାକୁ ଚାହଁୁଥିବା ସଂସ୍କାର ଶିଥିତ୍ଳ ହୋଇଯାଉଛି। ପାନଗାରିଆ ତାଙ୍କ ପୁସ୍ତକରେ ମୋଦିଙ୍କ ସଂସ୍କାରଭିତ୍ତିକ ଦୃଷ୍ଟିକୋଣକୁ ସମର୍ଥନ କରିଛନ୍ତି। ଏହା ସହ ସେ ଏହି ପୁସ୍ତକରେ ମୋଦିଙ୍କ ଲାଟେରାଲ ଏଣ୍ଟ୍ରି (ସରକାର ବାହାର ସଂସ୍ଥାଗୁଡ଼ିକରୁ ଯୋଗ୍ୟ ତଥା ଦକ୍ଷତାସମ୍ପନ୍ନ ବ୍ୟକ୍ତିଙ୍କୁ ଅମଲାତନ୍ତ୍ରରେ ଅବସ୍ଥାପିତ କରିବା) ଅଭିଯାନ ସମ୍ପର୍କରେ ଦର୍ଶାଇଛନ୍ତି। ପାନଗାରିଆଙ୍କ ମତରେ,ବାବୁମାନେ ମୋଦିଙ୍କ ସଂସ୍କାର ପ୍ରକ୍ରିୟାକୁ ଏତେ ଧିତ୍ମା କରିଦେଲେ ଯେ,ତାଙ୍କ ଶାସନର ପ୍ରଥମ ପାଳିର ଶେଷ ବେଳକୁ ବାହାରୁ ମାତ୍ର ୯ ଜଣ ଅଧିକାରୀଙ୍କୁ ଅମଲାତନ୍ତ୍ରରେ ସାମିଲ କରାଯାଇପାରିଥିତ୍ଲା। ତେବେ ସରକାର ତାଙ୍କ ଅଭିଯାନରୁ ପଛକୁ ହଟିବା ଲକ୍ଷ୍ୟ କରାଯାଉନାହିଁ। ଏବେ ଘରୋଇ କ୍ଷେତ୍ରର ୩୦ ଜଣରୁ ଅଧିକ ଦକ୍ଷ ଅଧିକାରୀଙ୍କୁ ଆଣି ବିଭିନ୍ନ ସରକାରୀ ବିଭାଗରେ ନୀତି ନିର୍ଦ୍ଧାରଣରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଯୁଗ୍ମ ସଚିବ ଓ ନିର୍ଦ୍ଦେଶକ ପଦବୀରେ ଏମାନଙ୍କୁ ଚୁକ୍ତିି ଭିତ୍ତିକ ନିଯୁକ୍ତି ଦେବା ପାଇଁ ସରକାର ଆଉ ଥରେ ଆଗକୁ ବଢିଛନ୍ତି। ଇଣ୍ଟରଭ୍ୟୁ ପାଇଁ ଯୋଗ୍ୟ ଅଧିତ୍କାରୀମାନଙ୍କର ଏକ ତାଲିକା ୟୁନିୟନ ପବ୍ଲିକ ସର୍ଭିସ କମିଶନ( ୟୁପିଏସ୍‌ସି) ବା କେନ୍ଦ୍ର ଲୋକସେବା ଆୟୋଗ ପ୍ରସ୍ତୁତ କରିବ ବୋଲି ସୂତ୍ରରୁ ପ୍ରକାଶ । ଘରୋଇ କ୍ଷେତ୍ରର ନୂତନ ପ୍ରତିଭାମାନଙ୍କୁ ଅମଲାତନ୍ତ୍ରରେ ନିଯୁକ୍ତି ଦେବା ପ୍ରକ୍ରିୟା ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପ୍ରଥମ ପାଳିରେ ଆରମ୍ଭ କରିଥିଲେ। କିନ୍ତୁ ନିଯୁକ୍ତିର ପ୍ରଥମ ପର୍ଯ୍ୟାୟରେ ସରକାର ଯାହା ଆଶା କରୁଥିଲେ ସେଥିରେ ସଫଳତା ପାଇପାରିନାହାନ୍ତି। ସରକାର ୧୦ ଜଣ କ୍ଷେତ୍ର ବିଶେଷଜ୍ଞଙ୍କୁ ଚୟନ କରିଥିଲେ ,କିନ୍ତୁ ଏମାନଙ୍କ ମଧ୍ୟରୁ ୯ ଜଣଙ୍କୁ ନିଯୁକ୍ତି ଦେବାରେ ସକ୍ଷମ ହୋଇପାରିଥିଲେ। ଏମାନଙ୍କ ମଧ୍ୟରେ ଥିବା ଅରୁଣ ଗୋୟଲ ବାଣିଜ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭାବେ ଯୋଗ ଦେଇଥିଲେ ଓ ପ୍ରାୟ ବର୍ଷେ ପରେ ସେ ତାଙ୍କ ପଦବୀରୁ ଇସ୍ତଫା ପ୍ରଦାନ କରିଥିଲେ। ଏହାଦ୍ୱାରା ଲାଟେରାଲ ଏଣ୍ଟ୍ରି ପ୍ରଶାସନିକ ପଦ୍ଧତିରେ ସଂସ୍କାର ଆଣିବା ପରିବର୍ତ୍ତେ ଏଥିରେ ନିଯୁକ୍ତିପ୍ରାପ୍ତ ଯୋଗ୍ୟ ଅଧିକାରୀମାନେ ଗୋୟଲଙ୍କ ଭଳି ଇସ୍ତଫା ଦେଇ ଉଦାହରଣ ପାଲଟିବାର ଅଧିକ ସମ୍ଭାବନା ରହଛି। ଆଉ ମଧ୍ୟ ସେମାନଙ୍କ ନିଯୁକ୍ତିର ବର୍ଷେ ପରେ ଭାରତୀୟ ବନ ସେବା ଅଧିତ୍କାରୀ( ଆଇଏଫ୍‌ଏସ୍‌) ତଥା ହ୍ବିସିଲ ବ୍ଲୋୟର ସଞ୍ଜୀବ ଚତୁର୍ବେଦୀ ଲାଟେରାଲ ଏଣ୍ଟ୍ରିରେ ସରକାରଙ୍କ ଦ୍ୱାରା ନିଯୁକ୍ତ ୯ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ସେଣ୍ଟ୍ରାଲ ଆଡ୍‌ମିନିଷ୍ଟ୍ରେଶନ ଟ୍ରିବ୍ୟୁନାଲ(ସିଏଟି)ରେ ଦାଖଲ କରିବା ପରେ ୟୁପିଏସ୍‌ସିକୁ ନୋଟିସ ଜାରି କରିଥିଲେ ସିଏଟି। ଏହାକୁ ନେଇ ସରକାର ଏବେ ତୀବ୍ର ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ବିରୋଧୀ ଦଳର କେତେଜଣ ନେତା ଏହି ନୀତିରୁ ସରକାର ଓହରି ଯିବା ପାଇଁ ଦାବି କରୁଛନ୍ତି। ସରକାରଙ୍କ ଏଭଳି ପଦକ୍ଷେପ ସାମ୍ବିଧାନିକ ଅଧିକାର ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ ଆଣିଛନ୍ତି ଭୀମ ଆର୍ମିର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ । ସେ ପାର୍ଲାମେଣ୍ଟ ଘେରାଉ କରିବା ପାଇଁ ବି ଧମକ ଦେଇଛନ୍ତି। ୟପିଏସ୍‌ସିର ଲାଟେରାଲ ଏଣ୍ଟ୍ରି ପ୍ରକ୍ରିୟାରେ ନିଯୁକ୍ତି ଯୁବପିଢ଼ିଙ୍କ ପ୍ରତି ଅନ୍ୟାୟ ବୋଲି କହିଛନ୍ତି ରାଷ୍ଟ୍ରୀୟ ଜନତାଦଳ ନେତା ତେଜସ୍ବୀ ଯାଦବ। ଲାଟେରାଲ ଏଣ୍ଟ୍ରିକୁ ନେଇ ବାହାରୁ ରାଜନୈତିକ ପ୍ରତିରୋଧ ପ୍ରକାଶ ପାଉଛି। ଅନ୍ୟ ପକ୍ଷରେ ବାବୁମାନେ ସେମାନଙ୍କ ପଦବୀ ବଞ୍ଚାଇବା ପାଇଁ ପ୍ରବଳ ଚେଷ୍ଟା ବି କରିପାରନ୍ତି। ତେବେ ଏଭଳି ପରିସ୍ଥିତିରେ ଉପୁଜିଥିବା ସମସ୍ୟାରୁ ସରକାର କିପରି ପାର ପାଇବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
କେରଳ ନିର୍ବାଚନ ଓ ଇଡି
ବିଦେଶ ବିନିମୟ ନିୟନ୍ତ୍ରଣ ଆଇନ(ଏଫଇଆର୍‌ଏ) ଉଲ୍ଲଂଘନ ଅଭିଯୋଗରେ ଦି ଏନ୍‌ଫୋର୍ସମେଣ୍ଟ ଡିପାର୍ଟମେଣ୍ଟ (ଇଡି) ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେରଳ ଇନ୍‌ଫ୍ରାଷ୍ଟ୍ରକ୍‌ଚର ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ୍‌ ବୋର୍ଡ (କେଆଇଆଇଏଫ୍‌ବି)ର ବରିଷ୍ଠ ଅଧିକାରୀମାନଙ୍କ ବିିରୋଧରେ ମାମଲା ଦାୟର କରିଛି। ରାଜ୍ୟରେ ଚାରିଆଡ଼େ ନିର୍ବାଚନ ଉଷ୍ମତା ଲାଗି ରହିଥିତ୍ବାବେଳେ ତଦନ୍ତର ସମୟକୁ ନେଇ ପ୍ରଶ୍ନ ଉଠିଛି। କେରଳରେ ଶାସନରେ ଥିବା ଲେଫ୍ଟ ଡେମୋକ୍ରାଟିକ ଫ୍ରଣ୍ଟ୍‌ (ଏଲଡିଏଫ୍‌) ଇଡିଙ୍କ ଏଭଳି ପଦକ୍ଷେପକୁ ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଛି। ରାଜ୍ୟରେ ଶାସକ ଦଳକୁ କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରୁଥିବା ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରରୋଚିତରେ ଏହା କରାଯାଇଥିବା ପ୍ରକାଶ କରିଛି ଏଲ୍‌ଡିଏଫ୍‌। କେଆଇଆଇଏଫ୍‌ବିର ସିଇଓ ତଥା କେରଳର ପୂର୍ବତନ ମୁଖ୍ୟ ଶାସନ ସଚିବ ଡ.କେ.ଏମ୍‌.ଆବ୍ରହାମ ଓ କାର୍ଯ୍ୟରତ କେରଳ କ୍ୟାଡର ଆଇପିଏସ୍‌ ଅଧିକାରୀ ତଥା ଡେପୁଟି ପରିଚାଳନା ନିର୍ଦ୍ଦେଶକ ବିକ୍ରମଜିତ୍‌ ସିଂହଙ୍କୁ ଇଡି ନୋଟିସ ଜାରି କରିଛି। ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ବୋର୍ଡର ଅଧ୍ୟକ୍ଷ ରହିଛନ୍ତି। ଏଥିତ୍ପାଇଁ ଶାସକ ଦଳ ଇଡିଙ୍କ ପଦକ୍ଷେପକୁ ନିର୍ବାଚନ ସହ ଯୋଡିବାରେ କିଛି ଅଶ୍ଚର୍ଯ୍ୟ ହେବାର ନାହିଁ। ଏଲ୍‌ଡିଏଫ୍‌ ନେତାମାନେ କହିଛନ୍ତି ଯେ, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମନ ବୋର୍ଡ ବିରୋଧରେ ମନ୍ତବ୍ୟ ଦେବା ପରେ ହିଁ ଇଡି ଏଭଳି ତଦନ୍ତ କରିବାକୁ ଆଗକୁ ବଢ଼ିଲା। କିନ୍ତୁ କେନ୍ଦ୍ର ଏଲ୍‌ଡିଏଫ୍‌ର ଏଭଳି ଅଭିଯୋଗକୁ ଅସ୍ବୀକାର କରିଛି। ଇନ୍‌ଫ୍ରା ପ୍ରୋଜେକ୍ଟ ପାଇଁ ବୋର୍ଡ ବଣ୍ଡ୍‌ ଇସ୍ୟୁ କରି ୨,୧୦୦ କୋଟି ଟଙ୍କା ପାଇଛି, କିନ୍ତୁ ତାହାକୁ ସଂସ୍କୃତି, ମତ୍ସ୍ୟ ଏବଂ ପର୍ଯ୍ୟଟନ ବିଭାଗରେ ଖର୍ଚ୍ଚ କରାଯାଇଥିବା ଇଡିର ତଦନ୍ତରୁ ଜଣାପଡ଼ିବା ସହ ରାଜ୍ୟ ସରକାର କେନ୍ଦ୍ରର ବିନା ଅନୁମତିରେ ବଣ୍ଡ ଇସ୍ୟୁ କରି ନିୟମ ଭଙ୍ଗ କରିଥିବା କୁହାଯାଉଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?