ଏଇ ଭାରତରେ

କୋଭିଡ୍‌-୧୯ ମହାମାରୀ ଶିକ୍ଷାକୁ ପ୍ରଭାବିତ କରିଛି। ପିଲାଏ ସ୍କୁଲ୍‌ ନ ଯାଇ ଘରେ ଅନ୍‌ଲାଇନ କ୍ଲାସ୍‌ କରୁଛନ୍ତି। କେରଳରେ ଜୁନ୍‌ ୧ରୁ ଏହି ଧାରା ଜାରି ରହିଥିବାବେଳ ଅନ୍‌ଲାଇନ ଶିକ୍ଷାରୁ ବଞ୍ଚିତ କୋଚିର ଏକ ପୋଲ ତଳେ ରହୁଥିବା କିଛି ପିଲାଙ୍କୁ ଶିକ୍ଷକମାନେ ପଢ଼ାଉଛନ୍ତି। ମହୀଶୂରରୁ ଆସିିଥିବା ପ୍ରବାସୀ ଶ୍ରମିକଙ୍କ ପରିବାର ୧୦ ବର୍ଷ ହେବ ଏଠାରେ ରହୁଛନ୍ତି। ଏମାନଙ୍କର ୬ ପିଲା ସେଣ୍ଟ ଜନ ବସ୍‌କୋ ୟୁ.ପି. ସ୍କୁଲ୍‌ରେ ମାଗଣାରେ ପଢୁଛନ୍ତି। ପ୍ରତିବର୍ଷ ଜୁନ୍‌ରେ ସେମାନେ ଛୁଟିରେ ପରିବାର ସହ ମହୀଶୂର ଯାଆନ୍ତି କିନ୍ତୁ ଏଥର କରୋନା ଯୋଗୁ ଘରକୁ ଯାଇ ନ ପାରି ରହିଯାଇଛନ୍ତି। ପଞ୍ଚମ, ଷଷ୍ଠ ଓ ସପ୍ତମରେ ପଢୁଥିବା ଏହି ପିଲାଙ୍କ ପାଖରେ ମୋବାଇଲ କି ଲାପ୍‌ଟପ ନ ଥିବାରୁ ଅନ୍‌ଲାଇନରେ ପଢିପାରୁନାହାନ୍ତିି। ତେଣୁ ସେଣ୍ଟ ଜନ୍‌ ବସ୍‌କୋ ୟୁ.ପି. ସ୍କୁଲର ୪ ଜଣ ଶିକ୍ଷକ ଜୁନ ୨ରୁ ପୋଲ ତଳେ ସେମାନଙ୍କୁ ପଢ଼ାଇବା ଆରମ୍ଭ କରିଛନ୍ତି। ଅନ୍‌ଲାଇନରେ ଯେଉଁ ଦିନ ଯାହା ପଢ଼ାଯାଉଛି ତା’ପର ଦିନ ଏହି ଶିକ୍ଷକମାନେ ପିଲାମାନଙ୍କୁ ତାହା ପଢ଼ାଉଛନ୍ତି। ପଢାଇବା ସମୟରେ କରୋନା ସମ୍ବନ୍ଧିତ ସମସ୍ତ ନିୟମ ପାଳନ କରୁଛନ୍ତି। ପିଲାମାନଙ୍କୁ କଲମଖାତା ଯୋଗାଇ ଦିଆଯିବା ସହ ମାସ୍କ ଓ ସାନିଟାଇଜର ମଧ୍ୟ ଦିଆଯାଉଛି ବୋଲି କହନ୍ତି ପ୍ରଧାନଶିକ୍ଷୟିତ୍ରୀ ଏଲିଜାବେଥ୍‌ ପର୍ନାଡିଜ।


Enter your email to get our daily news in your inbox.

All Right Reserved By Dharitri.Com

ନୈତିକ ଦୁର୍ବଳତାର ପ୍ରତୀକ

ଚୌହାନ ଚଳଚ୍ଚିତ୍ରର ଟିଜର ହେଉଛି ସଂଖ୍ୟାବହୁଳବାଦ ସମ୍ପର୍କରେ ପ୍ରଚାର କରୁଥିବା ସିନେମାଗୁଡ଼ିକ ମଧ୍ୟରେ ଏକ ସଦ୍ୟତମ ଦୃଷ୍ଟାନ୍ତ। ଏଥିରେ କୁହାଯାଇଛି ଯେ, ଲୁହବୁହା ଗ୍ୟାସ୍‌ର ପ୍ରଭାବ ନାହିଁ।…

ପିଲା ଖୋଜୁଛନ୍ତି ସାର୍‌ଙ୍କୁ

ପ୍ରତି ଶିକ୍ଷା ବର୍ଷ ଆରମ୍ଭରେ ପିଲାମାନେ ସାର୍‌ଙ୍କୁ ଖୋଜନ୍ତି। କାହଁିକିନା ସେମାନଙ୍କର ପାଠପଢ଼ା ଆରମ୍ଭ ହେବ। ସାର୍‌ ନ ଥିଲେ ପାଠପଢ଼ା ସମ୍ଭବ ନୁହେଁ। ଅବଶ୍ୟ ଆଜିକାଲି…

ସବୁଜିମା ସୁରକ୍ଷାର ମହତ୍ତ୍ୱ

ସବୁଜିମା ସୃଷ୍ଟିର ଏକ ଅସାଧାରଣ ଦୃଷ୍ଟାନ୍ତର ଅବତାରଣା ଏଠାରେ ଅତ୍ୟନ୍ତ ପ୍ରଯୁଜ୍ୟ। ଦିବା ତାପମାତ୍ରା ୬୦ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରୁଥିବା ଏବଂ ରାତିରେ ହଠାତ୍‌ ଶୀତଳ…

କାର୍ଯ୍ୟକାଳ ବୃଦ୍ଧିରେ ଦ୍ୱନ୍ଦ୍ୱ

ହରିୟାଣା ସରକାର ମୁଖ୍ୟ ଶାସନ ସଚିବ ଅନୁରାଗ ରସ୍ତୋଗୀଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ୧ ବର୍ଷ ପାଇଁ ବୃଦ୍ଧି କରିବା ସକାଶେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।…

ଏଆଇ ବନାମ ଓଡ଼ିଆ ସାହିତ୍ୟ

ସଭ୍ୟତାର ବିକାଶ କ୍ରମରେ ମଣିଷ ନିଜର ବୁଦ୍ଧିମତ୍ତାକୁ ବ୍ୟବହାରକରି ଅନେକ ଅସାଧ୍ୟକୁ ସାଧନ କରିଛି। ସେଇ ପରିପ୍ରେକ୍ଷୀରେ ଚଳନ୍ତି ସମୟରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ)…

ନାଟୋ ଓ ପ୍ରତିରକ୍ଷା ବଜାର

୧୯୩୯ ମସିହାରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ସେତେବେଳେ କାନାଡ଼ା ପାଖରେ କୌଣସି ଆଖିଦୃଶିଆ ସାମରିକ ଶିଳ୍ପ ନ ଥିଲା। ହେଲେ ୬ ବର୍ଷ ପରେ,…

ମୁଇଁ ପାଠ ପଢ଼ିନି ଆଜ୍ଞା

ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ତୃତୀୟ ସ୍ବର୍ଣ୍ଣକ୍ଷେତ୍ର ଦିବସ ପାଳନ ଅବସରରେ ସମ୍ବର୍ଦ୍ଧିତ ହୋଇଥିଲେ ମାଣ୍ଡିଆ ରାଣୀ ନାମରେ ପରିଚିତା ଡ. ରାଇମତୀ ଘିଉରିଆ। କୋରାପୁଟ ଜିଲା କୁନ୍ଦୁରା…

ଏଇ ଭାରତରେ

ଏକତା ନହର ରହୁଛନ୍ତି ନଏଡାର ଏକ ଆପାର୍ଟମେଣ୍ଟରେ। ପେସାରେ ସେ ଜଣେ ଚିତ୍ରଶିଳ୍ପୀ। ଏବେ ତାଙ୍କୁ ବୟସ ୩୫। ବିଲୁପ୍ତିର ଦ୍ୱାର ଦେଶରେ ଥିବା କେତେକ ପ୍ରଜାତିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri