ଏଇ ଭାରତରେ

କୋଭିଡ୍‌-୧୯ ମହାମାରୀ ଶିକ୍ଷାକୁ ପ୍ରଭାବିତ କରିଛି। ପିଲାଏ ସ୍କୁଲ୍‌ ନ ଯାଇ ଘରେ ଅନ୍‌ଲାଇନ କ୍ଲାସ୍‌ କରୁଛନ୍ତି। କେରଳରେ ଜୁନ୍‌ ୧ରୁ ଏହି ଧାରା ଜାରି ରହିଥିବାବେଳ ଅନ୍‌ଲାଇନ ଶିକ୍ଷାରୁ ବଞ୍ଚିତ କୋଚିର ଏକ ପୋଲ ତଳେ ରହୁଥିବା କିଛି ପିଲାଙ୍କୁ ଶିକ୍ଷକମାନେ ପଢ଼ାଉଛନ୍ତି। ମହୀଶୂରରୁ ଆସିିଥିବା ପ୍ରବାସୀ ଶ୍ରମିକଙ୍କ ପରିବାର ୧୦ ବର୍ଷ ହେବ ଏଠାରେ ରହୁଛନ୍ତି। ଏମାନଙ୍କର ୬ ପିଲା ସେଣ୍ଟ ଜନ ବସ୍‌କୋ ୟୁ.ପି. ସ୍କୁଲ୍‌ରେ ମାଗଣାରେ ପଢୁଛନ୍ତି। ପ୍ରତିବର୍ଷ ଜୁନ୍‌ରେ ସେମାନେ ଛୁଟିରେ ପରିବାର ସହ ମହୀଶୂର ଯାଆନ୍ତି କିନ୍ତୁ ଏଥର କରୋନା ଯୋଗୁ ଘରକୁ ଯାଇ ନ ପାରି ରହିଯାଇଛନ୍ତି। ପଞ୍ଚମ, ଷଷ୍ଠ ଓ ସପ୍ତମରେ ପଢୁଥିବା ଏହି ପିଲାଙ୍କ ପାଖରେ ମୋବାଇଲ କି ଲାପ୍‌ଟପ ନ ଥିବାରୁ ଅନ୍‌ଲାଇନରେ ପଢିପାରୁନାହାନ୍ତିି। ତେଣୁ ସେଣ୍ଟ ଜନ୍‌ ବସ୍‌କୋ ୟୁ.ପି. ସ୍କୁଲର ୪ ଜଣ ଶିକ୍ଷକ ଜୁନ ୨ରୁ ପୋଲ ତଳେ ସେମାନଙ୍କୁ ପଢ଼ାଇବା ଆରମ୍ଭ କରିଛନ୍ତି। ଅନ୍‌ଲାଇନରେ ଯେଉଁ ଦିନ ଯାହା ପଢ଼ାଯାଉଛି ତା’ପର ଦିନ ଏହି ଶିକ୍ଷକମାନେ ପିଲାମାନଙ୍କୁ ତାହା ପଢ଼ାଉଛନ୍ତି। ପଢାଇବା ସମୟରେ କରୋନା ସମ୍ବନ୍ଧିତ ସମସ୍ତ ନିୟମ ପାଳନ କରୁଛନ୍ତି। ପିଲାମାନଙ୍କୁ କଲମଖାତା ଯୋଗାଇ ଦିଆଯିବା ସହ ମାସ୍କ ଓ ସାନିଟାଇଜର ମଧ୍ୟ ଦିଆଯାଉଛି ବୋଲି କହନ୍ତି ପ୍ରଧାନଶିକ୍ଷୟିତ୍ରୀ ଏଲିଜାବେଥ୍‌ ପର୍ନାଡିଜ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ଆର୍ଥିକ ସ୍ଥିତି ଭଲ ନାହିଁ

ଡ. ସନ୍ତୋଷ କୁମାର ମହାପାତ୍ର ନିକଟରେ ଏକ ଜାତୀୟ ଇଂଲିଶ ଖବରକାଗଜକୁ ସାକ୍ଷାତ୍‌କାର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ୨୦୧୪ ନିର୍ବାଚନ ଏକ...

ଖୁସି ଗଲା କୁଆଡ଼େ

ମେ ୩ରେ ଅନୁଗୋଳ ଜିଲା ବଅଁରପାଳ ବ୍ଲକ ବଳରାମପ୍ରସାଦର ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରାଯାଇଛି। ଏହାକୁ ମିଶାଇ ଗତ ତିନି ମାସ ମଧ୍ୟରେ ଓଡ଼ିଶାରେ ରାଜନୈତିକ...

ପରିବେଶ ସନ୍ତୁଳିତ ବିକାଶ ଆବଶ୍ୟକ

ଇଂ. ଶକ୍ତି ପ୍ରସାଦ ଦାସ   ଆମେ ସମସ୍ତେ ଜାଣୁ, ଜଳବାୟୁ ପରିବର୍ତ୍ତନ ଆମ ସଭ୍ୟତା ପାଇଁ ସବୁଠାରୁ ବଡ଼ ଆହ୍ବାନ। ତେଣୁ, ପରିବେଶକୁ ରକ୍ଷା...

ବାରି ବରକୋଳି

ଝିଅ ଅଳି କରି କହିଲା, ବାପା ବରକୋଳି ଆଣିବ। କଲିକତି କୋଳି ନୁହଁ, ଦେଶୀ କୋଳି। ବଜାରରେ ଆଖି ବୁଲେଇଲି। ସବୁଠି ଦେଖିଲି ବଡ ବଡ...

ପାଠ ଓ ପରୀକ୍ଷା

ଡ. ପ୍ରଫୁଲ୍ଲ କୁମାର ସାହୁ ମହାମାରୀ କରୋନା ଦେଶର ପ୍ରତ୍ୟେକ କ୍ଷେତ୍ରକୁ ପ୍ରଭାବିତ କରିଥିଲେ ବି ସେଥିରେ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛି ଶିକ୍ଷା ବ୍ୟବସ୍ଥା।...

ପ୍ରକୃତି କୋଳରେ ମଣିଷ

ପ୍ରେମାନନ୍ଦ ନାୟକ ପୃଥିବୀକୁ ଘେରି ରହିଥିବା ବାୟୁମଣ୍ଡଳ ହେଉଛି କେତେଗୁଡ଼ିଏ ବାଷ୍ପର ସମଷ୍ଟି। ସେହି ବାଷ୍ପଗୁଡ଼ିକ ମଧ୍ୟରେ ଯବକ୍ଷାରଜାନ, ଅମ୍ଳଜାନ ଓ ଅଙ୍ଗାରକାମ୍ଳ ହେଉଛି ମୁଖ୍ୟ...

ଶିଶୁ ଅନୁକୂଳ ପୋଲିସ ଷ୍ଟେଶନ

ଥାନା ଏବଂ କୋର୍ଟର ନଁା ଶୁଣିଲେ କିଏ ନ ଡରେ। ଶିଶୁମାନଙ୍କ କଥା ଛାଡ଼, ବଡ଼ ଲୋକଙ୍କୁ ବି ଥାନା ଏବଂ କୋର୍ଟକୁ ଟିକେ କେହି...

ସଜ ସମ୍ପତ୍ତି – ବାସି ସମ୍ପତ୍ତି

ନାରାୟଣ ପଣ୍ଡା କୌଣସି ଏକ ଜନପଦରେ ଜନୈକ ଧନୀ ବ୍ୟବସାୟୀ ବାସକରୁଥିଲେ। ଅଚଳାଚଳ ସମ୍ପତ୍ତିର ମାଲିକ ଥିବା ବ୍ୟବସାୟୀଙ୍କର ନିକଟବର୍ତ୍ତୀ ଗ୍ରାମପୁଞ୍ଜରେ ଥିଲା ଯଥେଷ୍ଟ ସମ୍ମାନ...

Advertisement
Archives

Model This Week