ଏଇ ଭାରତରେ

ମାତ୍ର ୧୬ ବର୍ଷ ବୟସରେ ଉତ୍ତରପ୍ରଦେଶର ସମୀରା ଜଲାନ୍‌ଙ୍କ କାର୍ଯ୍ୟ ଅନ୍ୟମାନଙ୍କୁ ବେଶ୍‌ ପ୍ରଭାବିତ କରିପାରିଛି। ସମୀରାଙ୍କ ଘର ଗୋରଖପୁରରେ। ତାମିଲନାଡୁର ଇଣ୍ଟର୍‌ନ୍ୟାଶନାଲ ସ୍କୁଲ ଅଫ୍‌ କୋଡାଇକେନାଲରେ ୧୦ମ ଶ୍ରେଣୀରେ ପଢୁଛନ୍ତି। ଲକ୍‌ଡାଉନ ସମୟରେ ଘରକୁ ଆସି କମ୍‌ ଦିନରେ ପିିନ୍‌ଥ୍ରେଡ ସଂସ୍ଥା ଗଢ଼ି ତା’ ମାଧ୍ୟମରେ ଅଦରକାରୀ ପୋଷାକରୁ ବିଭିନ୍ନ ଆକର୍ଷଣୀୟ ଜିନିଷ ତିଆରି କରୁଛନ୍ତି। ସ୍ଥାନୀୟ ଗ୍ରାମୀଣ ମହିଳାମାନଙ୍କୁ ଏ ସମ୍ପର୍କରେ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ରୋଜଗାରକ୍ଷମ କରାଇପାରିଛନ୍ତି। ଏପରି କି ସମୀରା କୋଭିଡ୍‌ ମହାମାରୀରେ ସ୍କୁଲ ବନ୍ଦଥିଲାବେଳେ ବହୁ ପିଲାଙ୍କୁ ସିଲାଇ ଶିକ୍ଷା ଦେଇଛନ୍ତି। ପିନ୍‌ଥ୍ରେଡରେ ମାସ୍କ, ହଟ୍‌ ଓ୍ବାଟର ବ୍ୟାଗ୍‌, ପୋଟଳି ବ୍ୟାଗ୍‌, ଲାପଟପ୍‌ କଭର, ଶୁକଭର, ଲଣ୍ଡ୍ରି ବ୍ୟାଗ ଆଦି ତିଆରି କରାଯାଉଛି। ସେପ୍ଟେମ୍ବର ୨୦୨୦ରେ ପିନ୍‌ଥ୍ରେଡ ତା’ର ପ୍ରଥମ ଉପତ୍ାଦ ତିଆରି କରିବା ପରେ ସମୀରା ସେଗୁଡ଼ିକୁ ତାଙ୍କ ବନ୍ଧୁ ଓ ପରିବାରକୁ ଦେଇଥିଲେ। ତା’ପରଠାରୁ ପିନ୍‌ଥ୍ରେଡ ଏବେ ସୁଦ୍ଧା ୧.୨ ଲକ୍ଷ ଟଙ୍କା ଆୟ କରିପାରିଛି ଏବଂ ଏହାର ମହିଳା ସଦସ୍ୟମାନେ ସପ୍ତାହକୁ ୭୦୦ ଟଙ୍କା ଯାଏ ରୋଜଗାର କରିପାରୁଛନ୍ତି। ସେମାନେ ଦିନକୁ ମାତ୍ର ଦୁଇଘଣ୍ଟା କାମ କରୁଛନ୍ତି। ଶିକ୍ଷା ସହ ଏହି କାର୍ଯ୍ୟ ଜାରି ରଖିତ୍ବେ ବୋଲି କହିଛନ୍ତି ସମୀରା।


Enter your email to get our daily news in your inbox.

All Right Reserved By Dharitri.Com

ବିବାହର ବିଚିତ୍ର ମାନସିକତା

ଆଜିକାଲି ‘କମ୍ବଳ ସହ ବାହାଘର, ଏକୁଟିଆପଣ ଦୂର ହେବ’ ଶୀର୍ଷକ ଏକ ଖବରକୁ ନେଇ ଖୁବ୍‌ ଚର୍ଚ୍ଚା। ଏକୁଟିଆପଣ ଦୂର କରିବାକୁ ଏଭଳି ଉଦ୍ଭଟ ଉପାୟର...

ଶୂନ ଉତ୍ତରଦାୟିତ୍ୱ

ପ୍ରତି ମୁହୂର୍ତ୍ତରେ ଘଟୁଥିବା ଘଟଣା ଉପରେ ଟିକିନିକି ରିପୋର୍ଟିଂ କରି ଜନସାଧାରଣଙ୍କ ନିକଟରେ ଖବର ପହଞ୍ଚାଇବାର ଦାୟିତ୍ୱ ମିଡିଆ ବା ଗଣମାଧ୍ୟମର ରହିଛି। ଗଣତନ୍ତ୍ରର ଏକ...

ମାଗଣା ସୁନା

ଡ.ସତ୍ୟନାରାୟଣ ମିଶ୍ର ପ୍ରକୃତି ମଣିଷକୁ ଜଳ, ସ୍ଥଳ, ଆକାଶ ଓ ଭୂତଳ ଆଦି ସବୁ କିଛି ବ୍ୟବହାର କରିବା ପାଇଁ ଦେଇଛି ଓ ସେଥି ମଧ୍ୟରୁ...

ବ୍ରିଟେନ ସ୍ବରାଷ୍ଟ୍ର ସଚିବ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ୟୁରୋପୀୟ ସଂଘରୁ ବ୍ରିଟେନ୍‌ ଓହରିଯିବା ବା ବ୍ରେକ୍‌ଜିଟ ପ୍ରସଙ୍ଗ ଇଂଲିଶମାନଙ୍କ ପାଇଁ ଦୀର୍ଘଦିନ ହେବ ଅସ୍ପଷ୍ଟ ରହିଆସିଛି। ବ୍ରେକ୍‌ଜିଟ ସପକ୍ଷ ଓ...

ପିଲାଙ୍କ ବ୍ରେନ୍‌ ପାୱାର

ଡା. ସମ୍ରାଟ କର କରୋନା ପ୍ରକୋପ ପାଇଁ ପାଖାପାଖି ଦୁଇବର୍ଷ ପିଲାମାନେ ଘରେ ରହି ଅନ୍‌ଲାଇନରେ ପରୀକ୍ଷା ଦେଲେ। ତେବେ ଚଳିତ ବର୍ଷଠାରୁ ଅଫ୍‌ଲାଇନ ପରୀକ୍ଷା...

ପ୍ରାଣୀ ମଣିଷର ଭିନ୍ନ ରୂପ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ସବୁ ପ୍ରାଣୀ କ’ଣ ସମାନ? ହଁ, ମଣିଷ, ହାମରହେଡ୍‌ ପୋକ, ଶାମୁକା, କୁକୁଡ଼ା ଓ ଶାର୍କ: ସବୁ ପ୍ରାଣୀଙ୍କର ସମାନ...

ସମାପ୍ତ ନା ସମ୍ପ୍ରସାରଣ

ଭାରତରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ୧୭ ମେ’ରେ ସରିବାକୁ ଯାଉଛି। ଯଦି ଲକ୍‌ଡାଉନ୍‌ ୪.୦ କାର୍ଯ୍ୟକାରୀ ହୁଏ, ତେବେ ସଂକ୍ରମଣ ରୋକିବା ପାଇଁ ରେଳଗାଡ଼ି ବନ୍ଦ...

କଲେଜ ହତାରେ ପ୍ରାଣୀଙ୍କ ଯତ୍ନ

ମାନେକା ଗାନ୍ଧୀ ପଟିଆଲାର ଥାପର ଇନ୍‌ଷ୍ଟିଚ୍ୟୁଟ ଆଣ୍ଡ୍‌ ଟେକ୍‌ନୋଲୋଜି ଏବଂ ପଟିଆଲା କଲେଜର କ୍ୟାମ୍ପସ ବା ହତାରେ ଅନୁଷ୍କା, ଅଭିଷେକ, ସାର୍ଥକ ଏବଂ ଗର୍ବିତା ପ୍ରାଣୀ...

Advertisement
Archives

Model This Week