ଏଇ ଭାରତରେ

ମାତ୍ର ୧୬ ବର୍ଷ ବୟସରେ ଉତ୍ତରପ୍ରଦେଶର ସମୀରା ଜଲାନ୍‌ଙ୍କ କାର୍ଯ୍ୟ ଅନ୍ୟମାନଙ୍କୁ ବେଶ୍‌ ପ୍ରଭାବିତ କରିପାରିଛି। ସମୀରାଙ୍କ ଘର ଗୋରଖପୁରରେ। ତାମିଲନାଡୁର ଇଣ୍ଟର୍‌ନ୍ୟାଶନାଲ ସ୍କୁଲ ଅଫ୍‌ କୋଡାଇକେନାଲରେ ୧୦ମ ଶ୍ରେଣୀରେ ପଢୁଛନ୍ତି। ଲକ୍‌ଡାଉନ ସମୟରେ ଘରକୁ ଆସି କମ୍‌ ଦିନରେ ପିିନ୍‌ଥ୍ରେଡ ସଂସ୍ଥା ଗଢ଼ି ତା’ ମାଧ୍ୟମରେ ଅଦରକାରୀ ପୋଷାକରୁ ବିଭିନ୍ନ ଆକର୍ଷଣୀୟ ଜିନିଷ ତିଆରି କରୁଛନ୍ତି। ସ୍ଥାନୀୟ ଗ୍ରାମୀଣ ମହିଳାମାନଙ୍କୁ ଏ ସମ୍ପର୍କରେ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ରୋଜଗାରକ୍ଷମ କରାଇପାରିଛନ୍ତି। ଏପରି କି ସମୀରା କୋଭିଡ୍‌ ମହାମାରୀରେ ସ୍କୁଲ ବନ୍ଦଥିଲାବେଳେ ବହୁ ପିଲାଙ୍କୁ ସିଲାଇ ଶିକ୍ଷା ଦେଇଛନ୍ତି। ପିନ୍‌ଥ୍ରେଡରେ ମାସ୍କ, ହଟ୍‌ ଓ୍ବାଟର ବ୍ୟାଗ୍‌, ପୋଟଳି ବ୍ୟାଗ୍‌, ଲାପଟପ୍‌ କଭର, ଶୁକଭର, ଲଣ୍ଡ୍ରି ବ୍ୟାଗ ଆଦି ତିଆରି କରାଯାଉଛି। ସେପ୍ଟେମ୍ବର ୨୦୨୦ରେ ପିନ୍‌ଥ୍ରେଡ ତା’ର ପ୍ରଥମ ଉପତ୍ାଦ ତିଆରି କରିବା ପରେ ସମୀରା ସେଗୁଡ଼ିକୁ ତାଙ୍କ ବନ୍ଧୁ ଓ ପରିବାରକୁ ଦେଇଥିଲେ। ତା’ପରଠାରୁ ପିନ୍‌ଥ୍ରେଡ ଏବେ ସୁଦ୍ଧା ୧.୨ ଲକ୍ଷ ଟଙ୍କା ଆୟ କରିପାରିଛି ଏବଂ ଏହାର ମହିଳା ସଦସ୍ୟମାନେ ସପ୍ତାହକୁ ୭୦୦ ଟଙ୍କା ଯାଏ ରୋଜଗାର କରିପାରୁଛନ୍ତି। ସେମାନେ ଦିନକୁ ମାତ୍ର ଦୁଇଘଣ୍ଟା କାମ କରୁଛନ୍ତି। ଶିକ୍ଷା ସହ ଏହି କାର୍ଯ୍ୟ ଜାରି ରଖିତ୍ବେ ବୋଲି କହିଛନ୍ତି ସମୀରା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତୃଣମୂଳସ୍ତରରେ ଜଣେ ସରପଞ୍ଚ ଭାବେ ନିରୁ ଯାଦବ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ନିରୁ ରାଜସ୍ଥାନର ଲାମ୍ବି ଅହିର ଗ୍ରାମପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ। ସେ…

ବିକାଶ ଦାବିରେ ପିଲାଙ୍କ ଭବିଷ୍ୟତ

ଆଜି ସକାଳୁ ଖବରକାଗଜ ପଢୁ ପଢୁ ଏକ ଶିରୋନାମା ଉପରେ ନଜର ପଡିଲା। ଭଙ୍ଗା ଛାତତଳେ ପ୍ରାଥମିକ ଶିକ୍ଷା। ଖବର ପଢିବା ପରେ ମନ ଭିତରେ ଉଙ୍କି…

ଜାଣି ଅଜଣା

ଆମେ କିଛି ଅନ୍ୟାୟ, ଅନୀତି, ଦୁର୍ନୀତି ସମ୍ପର୍କରେ ବିଭିନ୍ନ ଖବରକାଗଜ କିମ୍ବା ପତ୍ରପତ୍ରିକାରୁ, ଟିଭି ପରଦାରୁ, ସାମାଜିକ ଗଣମାଧ୍ୟମରୁ, ବିଭିନ୍ନ ସଭାସମିତିରୁ ଅବଗତ ହେଉ। କିନ୍ତୁ ଜାଣିବା…

ବାଂଲାଦେଶର ନାଲିଆଖି

ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ୧୧ ରାଷ୍ଟ୍ର…

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri