ଏଇ ଭାରତରେ

ବୟସ କମ୍‌ ହେଲେ କ’ଣ ହେବ, କାମ କିନ୍ତୁ ପ୍ରଭାବଶାଳୀ। ଏମିତି ଜଣେ ପିଲା ହେଉଛନ୍ତି ତନ୍‌ଭୀ ଅରବିନ୍ଦ। ବୟସ ୧୪। ସେ ୯ମ ଶ୍ରେଣୀରେ ପଢୁଛନ୍ତି। ତନ୍‌ଭୀ ବରିଷ୍ଠ ନାଗରିକମାନଙ୍କୁ ଅନ୍‌ଲାଇନରେ ମେସେଜ ପଠାଇବା, ଆପ୍‌ କିମ୍ବା ଷ୍ଟ୍ରିମ୍‌ ଭିଡିଓ ଡାଉନ୍‌ଲୋଡ ଉପରେ ଶିକ୍ଷା ଦେଉଛନ୍ତି। ତନ୍‌ଭୀ ରହୁଛନ୍ତି ଚେନ୍ନାଇରେ। ସେ ଅନ୍‌ଲାଇନରେ ଟେକ୍‌ଇଡିଇନ୍‌ ମାଧ୍ୟମରେ ଏବେ ସୁଦ୍ଧା ୯୩ ବରିଷ୍ଠ ନାଗରିକଙ୍କୁ ଶିକ୍ଷା ଦେଇସାରିଲେଣି। ୨୦୧୯ରେ ୬୮ ଓ ୨୦୨୦ରେ ୨୫ ଜଣଙ୍କୁ ଟେକ୍‌ନୋଲୋଜିରେ ଦକ୍ଷ କରିପାରିଛନ୍ତି। ତାଙ୍କ ଜେଜେବାପା ଓ ଜେଜେମା ସ୍ମାର୍ଟ ଫୋନ୍‌ରେ ମେସେଜ ପଠାଇବାଠାରୁ ଆରମ୍ଭକରି ବିଭିନ୍ନ କାର୍ଯ୍ୟରେ ସମସ୍ୟାର ସମ୍ମୁଖୀନ ହେବା ଲକ୍ଷ୍ୟ କରିଥିଲେ ତନ୍‌ଭୀ । ପ୍ରଥମେ ସେମାନଙ୍କୁ ଶିକ୍ଷା ଦେବା ପରେ ତାଙ୍କ ଅଭିଯାନ ଆରମ୍ଭ କରିଥିତ୍ଲେ। ବରିଷ୍ଠ ନାଗରିକମାନଙ୍କୁ ଟେକ୍‌ନୋଲୋଜି ସମ୍ପର୍କିତ ଶିକ୍ଷା ପ୍ରଦାନ କରିବାରେ ତନ୍‌ଭୀଙ୍କୁ ତାଙ୍କ ଭଉଣୀ ମଧ୍ୟ ସହଯୋଗ କରୁଛନ୍ତି। ଆବଶ୍ୟକ ହେଲେ ସେ ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ଶିକ୍ଷା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

ବିଜ୍ଞାନର ଆଧ୍ୟାତ୍ମିକତା

ଅନେକ ଶତାବ୍ଦୀ ଧରି ମାନବ ସଭ୍ୟତା ବିଜ୍ଞାନ ଏବଂ ଆଧ୍ୟାତ୍ମିକତାକୁ ଦୁଇଟି ପରସ୍ପର ବିରୋଧୀ ମାର୍ଗ ଭାବରେ ଦେଖିଆସିଛି। ଗୋଟିଏ ପଟେ ବିଜ୍ଞାନ, ଯାହା ପ୍ରମାଣ, ପରୀକ୍ଷା,…

ବୈଦିକ ଭୂମିରେ ହିନ୍ଦୁଧର୍ମ

ସିନ୍ଧୁ ନଦୀର ଶାଖାନଦୀଗୁଡ଼ିକ ଦ୍ୱାରା ପ୍ଳାବିତ ପଞ୍ଜାବ ମୂଳ ବୈଦିକ ଭୂମି ଥିଲା। ହେଲେ ଏବେ ଯମୁନା-ଗଙ୍ଗା ଧୋୟାଞ୍ଚଳ ସହିତ ବେଦକୁ ଅଧିକ ଜଡ଼ିତ କରାଯାଉଥିବାବେଳେ ଅନ୍ୟପକ୍ଷରେ…

ବ୍ୟକ୍ତିନୀତି-ଗଣନୀତି-ଦୈବୀନୀତି

ପ୍ରାକ୍‌ ସ୍ବାଧୀନତା କାଳରେ ରାଜନୀତିର ସଂଜ୍ଞା ଓ ସ୍ବରୂପ ନିରୂପଣ କରିବା ଆଦୌ କଠିନ ନ ଥିଲା, ବରଂ ଅତ୍ୟନ୍ତ ସହଜ ସାଧ୍ୟ ଥିଲା। ମାତ୍ର ସ୍ବାଧୀନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?