ଦିଲ୍ଲୀର ‘ମାଠିଆ ମଣିଷ’ ନଟରାଜନ- ଏଭଳି ସମ୍ବୋଧନ ଅଜବ ଲାଗୁଥିଲେ ବି ଏହା ପଛରେ ରହିଛି ଏକ ବାସ୍ତବ କାହାଣୀ। ନଟରାଜନ ଦିଲ୍ଲୀର ଲୋକଙ୍କୁ ଥଣ୍ଡା ମାଠିଆ ପାଣି ପିଇବାକୁ ଦେଉଥିବାରୁ ତାଙ୍କୁ ଲୋକେ ଶ୍ରଦ୍ଧାରେ ଏଭଳି ଡାକୁଛନ୍ତି। ନଟରାଜନଙ୍କ ବୟସ ୭୭ ଓ ଆଜକୁ ୧୦ ବର୍ଷ ହେଲା ସେ ଏହି କାର୍ଯ୍ୟ କରିଆସୁଛନ୍ତି। ଅନେକ ହଜାର ଶ୍ରମକ, ଟ୍ୟାକ୍ସି କିମ୍ବା ଅଟୋ ଚାଳକମାନେ ଏଥିରେ ବିଶେଷ ଉପକୃତ ହେଉଛନ୍ତି। ଦିଲ୍ଲୀର ବିଭିନ୍ନ ସ୍ଥାନରେ ସେ ୧୦୦ ମାଠିଆ ଷ୍ଟେଶନ କରିଛନ୍ତିି। ନଟରାଜନ ସକାଳ ୪ଟାରୁ ଉଠି ପ୍ରତ୍ୟେକ ମାଠିଆ ଷ୍ଟେଶନରେ ପାଣି ଭରିବାର ବନ୍ଦୋବସ୍ତ କରିଥାନ୍ତି। ଏହା ବ୍ୟତୀତ ସେ ପ୍ରତି ସପ୍ତାହରେ ଅସହାୟ ଲୋକଙ୍କୁ ଖାଇବାକୁ ଦେଉଛନ୍ତି। ପିଇବା ପାଣିଠାରୁ ଆରମ୍ଭ କରି ଖାଦ୍ୟ ଯୋଗାଇବା ପର୍ଯ୍ୟନ୍ତ ଯାହା ଖର୍ଚ୍ଚ ହେଉଛି ତାହାକୁ ନଟରାଜନ ନିଜ ପକେଟରୁ ଦେଉଛନ୍ତି। ନଟରାଜନ ବିଦେଶରେ ଚାକିରି କରିଥିଲେ। ସେଠାରୁ ଭାରତ ଫେରିବା ପରେ ସେ କର୍କଟ ପୀଡ଼ିତ ବୋଲି ଜଣାପଡ଼ିଥିଲା। ପରେ ସେ କ୍ୟାନ୍ସରକୁ ହରାଇ ଏଭଳି ଜନସେବାରେ ନିଜକୁ ସମ୍ପୂର୍ଣ୍ଣ ଭାବେ ସମର୍ପିତ କରିଦେଇଛନ୍ତି।

