ଏଇ ଭାରତରେ

ଧୁମ୍‌ଧାମରେ ବାହାଘର। ତା’ ପୁଣି ଦୁଇଟି ରାଜ୍ୟର କୁକୁରଙ୍କର। ଏକଥା ହୁଏତ ଅନେକଙ୍କୁ ଅଜବ ମନେ ହୋଇପାରେ, କିନ୍ତୁ ଏମିତି ଏକ ବାହାଘର ହୋଇଛି ମଧ୍ୟପ୍ରଦେଶର ପୁଛିକରଗୁବା ଗାଁରେ। ଇନ୍ଦ୍ର ଦେବତାଙ୍କୁ ଖୁସି କରି ଗାଁର ଜଳକଷ୍ଟ ଦୂର କରିବା ନିମନ୍ତେ ଗାଁ ଲୋକେ କୁକୁରମାନଙ୍କର ଏଭଳି ଏକ ଅଜବ ବାହାଘର କରିଛନ୍ତି। ମଧ୍ୟପ୍ରଦେଶର ପୁଛିକରଗୁବା ଗାଁରେ ମୁଲଚନ୍ଦ ନାୟକଙ୍କର ରଶ୍ମି ନାମକ ଏକ ମାଈ କୁକୁର ସହିତ ଉତ୍ତରପ୍ରଦେଶର ଅଶୋକ ଯାଦବଙ୍କର କୁକୁର ଗୋଲୁ ସହିତ ବାହାଘର ହୋଇଥିଲା। ଦୁଇ କୁକୁରଙ୍କର ବିବାହ ଧୁମଧାମରେ ହୋଇଥିଲା। ମୁଲଚନ୍ଦ କନ୍ୟାପକ୍ଷ ହିସାବରେ ଯଥାରୀତି ହିନ୍ଦୁ ପରମ୍ପରାରେ ବିବାହ କରାଇ ଗାଁର ୮୦୦ ଲୋକଙ୍କୁ ଭୋଜି ଦେଇଥିଲେ। ଏହାପରେ ରଶ୍ମିକୁ ବିଦା କରିବା ସମୟରେ ସେ ଓ ତାଙ୍କ ପରିବାର ଲୋକେ କାନ୍ଦି ପକାଇଥିଲେ। ଏଭଳି ଏକ ଭିନ୍ନ ଧରଣର ବିବାହକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି। ଗାଁ ଲୋକଙ୍କ ବିଶ୍ୱାସ କି କଥା କହି ପାରୁ ନ ଥିବା ପଶୁଙ୍କର ବିବାହ କରାଇଲେ ଇନ୍ଦ୍ର ଦେବତା ଖୁସି ହୁଅନ୍ତି ଏବଂ ଜଳ ଦାନ କରିଥାନ୍ତି। ମଧ୍ୟପ୍ରଦେଶର ପୁଛିକରଗୁବା ଗାଁରେ କିଛିଦିନ ଧରି ଜଳର ଅଭାବ ଦେଖାଦେଇଛି। ଲୋକେ ଏହି ପାଣି ସମସ୍ୟା ଦୂର କରିବା ପାଇଁ କୁକୁରଙ୍କର ବିବାହ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶ କଇଁଆ ଚିଲିକା ମାଛ

ଆଧୁନିକ ସମାଜ ବିପର୍ଯ୍ୟୟର ବିବିଧ କାରଣ ଥିଲା ବେଳେ ନିଶାଗ୍ରସ୍ତ ସମାଜ ଏକ ପ୍ରମୁଖ କାରଣ। ନିଶା ଘର ଉଜାଡୁଛି, ଅକର୍ମଣ୍ୟ କରୁଛି, ଜୀବନ ମଧ୍ୟ ନେଉଛି।…

ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ

ଶ୍ରୀଜଗନ୍ନାଥଙ୍କର ପହଣ୍ଡି ବିଜେ ଉପରେ ଆଲୋଚନା କରିବା ପୂର୍ବରୁ ଆମକୁ ପ୍ରଥମେ ବୁଝିବାକୁ ହେବ ଯେ, ପହଣ୍ଡି ବିଜେ କ’ଣ? ଅତି ସରଳଭାଷାରେ ବୁଝାଇ କହିଲେ ଜଣାଯିବ…

ଗଣତନ୍ତ୍ର ବିରୋଧୀ ଭାବନା

ବିଂଶ ଶତାବ୍ଦୀର ରାଜନୈତିକ ବିପର୍ଯ୍ୟୟଗୁଡ଼ିକରୁ ମିଳିଥିବା ଏକ ପ୍ରମୁଖ ଶିକ୍ଷା ଆପାତତଃ ବିରୋଧାଭାସପୂର୍ଣ୍ଣ ମନେହୁଏ। ତାହା ହେଉଛି, ଯେଉଁମାନେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚତୁରତାର ସହ ବ୍ୟବହାର କରି…

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri