ଏଇ ଭାରତରେ

ଧୁମ୍‌ଧାମରେ ବାହାଘର। ତା’ ପୁଣି ଦୁଇଟି ରାଜ୍ୟର କୁକୁରଙ୍କର। ଏକଥା ହୁଏତ ଅନେକଙ୍କୁ ଅଜବ ମନେ ହୋଇପାରେ, କିନ୍ତୁ ଏମିତି ଏକ ବାହାଘର ହୋଇଛି ମଧ୍ୟପ୍ରଦେଶର ପୁଛିକରଗୁବା ଗାଁରେ। ଇନ୍ଦ୍ର ଦେବତାଙ୍କୁ ଖୁସି କରି ଗାଁର ଜଳକଷ୍ଟ ଦୂର କରିବା ନିମନ୍ତେ ଗାଁ ଲୋକେ କୁକୁରମାନଙ୍କର ଏଭଳି ଏକ ଅଜବ ବାହାଘର କରିଛନ୍ତି। ମଧ୍ୟପ୍ରଦେଶର ପୁଛିକରଗୁବା ଗାଁରେ ମୁଲଚନ୍ଦ ନାୟକଙ୍କର ରଶ୍ମି ନାମକ ଏକ ମାଈ କୁକୁର ସହିତ ଉତ୍ତରପ୍ରଦେଶର ଅଶୋକ ଯାଦବଙ୍କର କୁକୁର ଗୋଲୁ ସହିତ ବାହାଘର ହୋଇଥିଲା। ଦୁଇ କୁକୁରଙ୍କର ବିବାହ ଧୁମଧାମରେ ହୋଇଥିଲା। ମୁଲଚନ୍ଦ କନ୍ୟାପକ୍ଷ ହିସାବରେ ଯଥାରୀତି ହିନ୍ଦୁ ପରମ୍ପରାରେ ବିବାହ କରାଇ ଗାଁର ୮୦୦ ଲୋକଙ୍କୁ ଭୋଜି ଦେଇଥିଲେ। ଏହାପରେ ରଶ୍ମିକୁ ବିଦା କରିବା ସମୟରେ ସେ ଓ ତାଙ୍କ ପରିବାର ଲୋକେ କାନ୍ଦି ପକାଇଥିଲେ। ଏଭଳି ଏକ ଭିନ୍ନ ଧରଣର ବିବାହକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି। ଗାଁ ଲୋକଙ୍କ ବିଶ୍ୱାସ କି କଥା କହି ପାରୁ ନ ଥିବା ପଶୁଙ୍କର ବିବାହ କରାଇଲେ ଇନ୍ଦ୍ର ଦେବତା ଖୁସି ହୁଅନ୍ତି ଏବଂ ଜଳ ଦାନ କରିଥାନ୍ତି। ମଧ୍ୟପ୍ରଦେଶର ପୁଛିକରଗୁବା ଗାଁରେ କିଛିଦିନ ଧରି ଜଳର ଅଭାବ ଦେଖାଦେଇଛି। ଲୋକେ ଏହି ପାଣି ସମସ୍ୟା ଦୂର କରିବା ପାଇଁ କୁକୁରଙ୍କର ବିବାହ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପିଲାଙ୍କୁ ଯେତେବେଳେ ପ୍ରଶ୍ନ କରାଯାଏ, ତୁମେ ବଡ଼ ହେଲେ କ’ଣ ହେବାକୁ ଚାହଁୁଛ, ସେମାନେ ଡାକ୍ତର, ଇଞ୍ଜିନିୟର, ପାଇଲଟ କିମ୍ବା ଲୟର ହେବେ ବୋଲି ଉତ୍ତର...

ତୋଷାମଦିର ତୀର୍ଥକ୍ଷେତ୍ରରେ ସ୍ବାର୍ଥ

ଡ.ସତ୍ୟ ନାରାୟଣ ମିଶ୍ର ସମୟର ଘୂର୍ଣ୍ଣୟନରେ ଯେତେବେଳେ ଶୈଶବରୁ ଗୋଟିଏ ଗୋଟିଏ ପାହାଚ ମଣିଷ ଅତିକ୍ରମ କରିଥାଏ, ସେହି ଅତିକ୍ରମ ମଧ୍ୟରେ ସେ ଅମୃତର ସନ୍ଧାନ...

ଜନପ୍ରତିନିଧିଙ୍କ ଶିକ୍ଷାଗତ ଯୋଗ୍ୟତା

ବୃହସ୍ପତି ସାମଲ ଭାରତ ଭଳି ଏକ ଗଣତାନ୍ତ୍ରିକ ଦେଶର ଶାସନ ମଙ୍ଗ ସମ୍ଭାଳୁଥିବା ବିଧାୟକ ଓ ସାଂସଦଙ୍କ କୌଣସି ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ନ ରହିବା...

Dillip Cherian

ଦିଲ୍ଲୀରେ ଜଳ ଚିନ୍ତା

ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ନେତା ଅରବିନ୍ଦ କେଜ୍‌ରିଓ୍ବାଲ ଏବେ ଇଡି ହେପାଜତରେ ରହି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ଜାରି ରଖିବେ ବୋଲି ଘୋଷଣା...

ମାଗଣା କିଏ କିଛି ଦିଏନା

ସୁପ୍ରିମକୋର୍ଟ ଫେବୃଆରୀ ୧୫ରେ ଇଲେକ୍ଟୋରାଲ ବଣ୍ଡ୍‌ ବା ନିର୍ବାଚନୀ ବଣ୍ଡ୍‌ ଉପରେ ବଡ଼ ରାୟ ଦେଇଥିଲେ। ଏହି ବଣ୍ଡ୍‌ ସମ୍ବିଧାନର ଅନୁଚ୍ଛେଦ ୧୯(୧)(ଏ)ରେ ପ୍ରଦତ୍ତ ସୂଚନା...

ଯକ୍ଷ୍ମା ଦୂରୀକରଣରେ ଏଆଇ

ଏବେ ଟେକ୍‌ନୋଲୋଜି କ୍ଷେତ୍ରରେ ଅଭୂତପୂର୍ବ ବିକାଶ ଘଟୁଛି। ଗୋଟିଏ ପରେ ଗୋଟିଏ ଅଧିକ ସଂଖ୍ୟାରେ ନୂଆ ଟେକ୍‌ନୋଲୋଜି ସାମ୍ନାକୁ ଆସୁଛି। ଏହି କ୍ରମରେ ନଭେମ୍ବର ୨୦୨୨ରେ...

ଅବଧାରିତ ଅପରାହ୍ନ

ମାର୍ଚ୍ଚ ୨୯ ତାରିଖ ପ୍ରାୟ ତିନିଟା ତିରିଶ ମିନିଟ – ଏକ ଅବଧାରିତ ଅପରାହ୍ନ, ଶ୍ରୀମା ଶ୍ରୀଅରବିନ୍ଦଙ୍କୁ ପ୍ରଥମେ ସାକ୍ଷାତ କରିଥିଲେ। ସ୍ଥାନଟି ଥିଲା ବର୍ତ୍ତମାନର...

ଏଇ ଭାରତରେ

ଗୁଗ୍‌ଲରେ ସର୍ଚ୍ଚ କରିବା ସମୟରେ ‘ଲିଓପାର୍ଡ କଣ୍ଟ୍ରି’ରେ କୌଣସି ଦେଶ ପାଇବେ ନାହିଁ , ବରଂ ରାଜସ୍ଥାନର ଜଓ୍ବାଇ ଭଳି ଏକ ଛୋଟ ଅଞ୍ଚଳ ପାଇବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri