କସମେଟିିକ୍ସ୍ ବ୍ୟବହାର ସମୟରେ ରୁହନ୍ତୁ ସତର୍କ…

ସମ୍ପ୍ରତି ବିନା କସମେଟିକ୍ସରେ ବାହାରକୁ ବାହାରିବା ଲାଗି କେହି ପ୍ରାୟ ପସନ୍ଦ କରୁନାହାଁନ୍ତି। କିନ୍ତୁ କସମେଟିକ୍ସ ଯେ ଚେହେରା ଉପରେ ଖରାପ ପ୍ରଭାବ ପକାଇଥାଏ ଏକଥା ଅନେକକୁ ଜଣା ନ ଥାଏ। କସମେଟିକ୍ସ ତଥା ଲୋଶନରେ କ୍ଷତିିକାରକ ରାସାୟନିକ ପଦାର୍ଥ ମିଶି ରହିଥାଏ। ଅଧିକାଂଶ ମହିଳା ବୟସ ଲୁଚାଇବା ପାଇଁ ଆଣ୍ଟି ଏଜିଂ କ୍ରିମ୍‌ କିମ୍ବା ଏହି ପ୍ରକାରର ଅନ୍ୟ କିଛି ବ୍ୟବହାର କରିଥାନ୍ତି। ଫଳରେ ସୁନ୍ଦରଦେଖା ଯିବା ପାଇଁ ଅଜାଣତରେ କେତେକ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ହରାଇ ବସିଥାନ୍ତି। ଏସବୁ କସମେଟିିକ୍ସ୍ସରେ ଥିବା ରାସାୟନିକ ପଦାର୍ଥ ପ୍ରଭାବ ଯୋଗୁ ହୋଇଥାଏ। ଆଣ୍ଟି ଏଜିଂ କ୍ରିମ୍‌ରେ ରହିଛି ରେଟିନାଲ୍‌ ନାମକ କେମିକାଲ୍‌। ଗର୍ଭବତୀ ମହିଳାମାନେ ରେଟିନାଲ୍‌ଯୁକ୍ତ ପ୍ରଡକ୍ଟର ବ୍ୟବହାରଠାରୁ ନିଜକୁ ଦୂରେଇ ରଖିବା ଜରୁରୀ। ରେଟିନାଲ୍‌ଯୁକ୍ତ କ୍ରିମ୍‌ ବ୍ୟବହାର କରିବା ଦ୍ୱାରା ତ୍ୱଚା ସୂର୍ଯ୍ୟକିରଣ ପ୍ରତି ସମ୍ବେଦନଶୀଳ ହୋଇଯାଏ। ଫଳରେ ସାରାଜୀବନ ସନସ୍କ୍ରିନ୍‌ ଲୋଶନ ବ୍ୟବହାର କରିବାକୁ ପଡିଥାଏ। ତେଣୁ ଯେଉଁ କ୍ରିମ୍‌ରେ ହାଇଡ୍ରୋକୁଇନାନ୍‌ ରାସାୟନିକ ପଦାର୍ଥ ରହିଛି ତାହା ବ୍ୟବହାର କରିବା ଅନୁଚିତ। ଏହା କ୍ୟାନସର କାରକ ହୋଇଥାଏ। ଏହି ରାସାୟନ ଓକ୍ରୋନୋସିସ୍‌ ନାମକ ତ୍ୱଚା ରୋଗର କାରଣ ମଧ୍ୟ ପାଲଟିଥାଏ। ଏହି ରୋଗରେ ତ୍ୱଚା ବିକୃତ ହୋଇଯାଇଥାଏ। ଶରୀରକୁ ପରିଷ୍କାର କରିବା ପାଇଁ ବ୍ୟବହାର କରାଯାଉଥିବା କ୍ଲିନଜର୍ସରେ ଅଧିକ ମାତ୍ରାରେ ମିନେରାଲ୍‌ ଅଏଲ୍‌ ଥାଏ। ଏହା ତ୍ୱଚାର ଲୋମକୂପକୁ ବନ୍ଦ କରିଦିଏ। ତେଣୁ ପ୍ରସାଧନ ସାମଗ୍ରୀ ବ୍ୟବହାର ସମୟରେ ସତର୍କ ରହିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଔଷଧ ଖାଉଥିଲେ…

କୌଣସି ସ୍ବାସ୍ଥ୍ୟ ସମସ୍ୟା ଦେଖାଯିବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନ ନେଇ ମନଇଚ୍ଛା ଔଷଧ ଖାଇବା ଅଭ୍ୟାସ ଅନେକଙ୍କର ରହିଛି। ତେବେ ଏପରି କରିବା ଦ୍ୱାରା...

ଏହି ୪ ଜିନିଷ ଯେତେ ଥିଲେ ବି ଲାଗେ କମ୍‌

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶ୍ଲୋକ ମାଧ୍ୟମାର ମନୁଷ୍ୟ ଜୀବନ ସହ ଜଡିତ ବିଭିନ୍ନ ସମସ୍ୟା ଓ ତାର ସମାଧାନ ବିଷୟରେ ବର୍ଣ୍ଣନା କରିଛନ୍ତି। ଯାହାକୁ...

ସକାରାତ୍ମକ ମାନସିକତା ଓ ସୁସ୍ଥ ହାର୍ଟ

ହୃଦ୍‌ଜନିତ ରୋଗ ଆଜିକାଲି ଏକ ସାଧାରଣ କଥା ପାଲଟି ଗଲାଣି ବୋଲି କୁହାଯାଇପାରେ। ଅସନ୍ତୁଳିତ ଜୀବନଶୈଳୀ ବ୍ୟତୀତ ବ୍ଲଡପ୍ରେସର, ଡାଇବେଟିସ୍‌ ଆଦି ସ୍ବାସ୍ଥ୍ୟ ସମସ୍ୟାର ପ୍ରଭାବ...

ଯଶୋଦାଙ୍କ ସଚେତନତା

ସମାଜରେ ମହିଳାମାନଙ୍କ ପ୍ରତି କ୍ରମବର୍ଦ୍ଧିଷ୍ଣୁ ହିଂସା ଓ ଅପରାଧକୁ ନେଇ ସବୁ ସ୍ତରରେ ଉଦ୍‌ବେଗ ପ୍ରକାଶ ପାଉଛି । ନାରୀମାନେ ନିଜର ଆତ୍ମସୁରକ୍ଷା ପ୍ରତି ସଜାଗ...

ମେଦବହୁଳତାକୁ ନେଇ ଚିନ୍ତିତ କି….ଖାଆନ୍ତୁ ଏହା

ଥଣ୍ଡାପାଗରେ ଚିନାବାଦାମ ଖାଇବାକୁ ଅନେକେ ପସନ୍ଦ କରିଥାନ୍ତି। ଏଥିରେ ପ୍ରଚୁର ପରିମାଣରେ ପୋଷକତତ୍ତ୍ୱ ମିଳିଥାଏ, ଯାହାକି ବିଭିନ୍ନ ସମସ୍ୟା ଦୂର କରିଥାଏ। ବିଶେଷ ଭାବେ ଚିନାବାଦାମ...

ଗାଜର, ଧନିଆପତ୍ର ରୁଟି

ଆବଶ୍ୟକ ସାମଗ୍ରୀ ଗାଜର- ଅଧା କପ୍‌ (କୋରା), ଧନିଆ ପତ୍ର- ଅଳ୍ପ (କଟା), ଚାଉଳ ଗୁଣ୍ଡ- ଅଳ୍ପ, ସୋୟା ଅଟା- ଚଉଠ କପ୍‌, ହଳଦୀ ଗୁଣ୍ଡ-...

ମାତ୍ରାଧିକ ଫଳ ଖାଇଲେ…

ତଟକା ଫଳମୂଳ ଖାଇବା ଆମ ଶରୀର ପାଇଁ ବେଶ୍‌ ଉପକାରୀ। ହେଲେ ଏହାର ପରିମାଣ ଅଧିକ ହେଲେ ତାହାର ଖରାପ ପ୍ରଭାବ ଶରୀର ଉପରେ ପଡିବାର...

ନାରୀ ଓ ରଙ୍ଗ

ରଙ୍ଗ ଓ ଭାବକୁ ନେଇ ସାରା ଜୀବନ ଜିଏଁ ନାରୀଟିଏ। କେତେବେଳେ ସେ ରଙ୍ଗ ମୁହଁର ଅବିର ତ କେତେବେଳେ ସିନ୍ଥିର ସିନ୍ଦୂର। ପୁଣି କେତେବେଳେ...

Advertisement


Archives

Model This Week