Posted inଖେଳ

ପୂଜାରାଙ୍କ ମନ୍ଥର ବ୍ୟାଟିଂକୁ ନେଇ ଚର୍ଚ୍ଚା

ସିଡ୍‌ନୀ,୧୦।୧(ପି.ଟି.): ଭାରତ ପ୍ରଥମ ଇନିଂସରେ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରାଙ୍କ ମନ୍ଥର ବ୍ୟାଟିଂକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଛି। ପୂଜାରା ପ୍ରଥମ ଇନିଂସରେ ୧୭୬ ବଲ ଖେଳି ୫ ଚୌକା ସହ ୫୦ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ୧୭୪ଟି ବଲ ଖେଳି ଅର୍ଦ୍ଧଶତକ ହାସଲ କରିବା ପରେ ହିଁ ଆଉଟ ହୋଇଥିଲେ ଓ ଭାରତକୁ ସମସ୍ୟାରେ ଛାଡି ପ୍ୟାଭିଲିୟନ ଫେରିଥିଲେ। ଏଥିସହିତ ସେ ଟେଷ୍ଟ ଇତିହାସର ସବୁଠାରୁ ମନ୍ଥର ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ନିଜ ନାମରେ କରିଛନ୍ତି। ଏହି କ୍ରମରେ ସେ ନିଜର ରେକର୍ଡ ଭାଙ୍ଗିଛନ୍ତି। ପୂର୍ବରୁ ସେ ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୭୩ଟି ବଲ ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କ ଇନିଂସରେ ପୂଜାର ପୁଲ୍‌ କିମ୍ବା ହୁକ୍‌ ଶଟ୍‌ ଖେଳି ନ ଥିଲେ। ଏପରିକି ସେ କଟ୍‌ ଓ ଡାଇଭ୍‌ ମଧ୍ୟ କରି ନ ଥିଲେ। ତାଙ୍କର ଏହି ମନ୍ଥର ଇନିଂସକୁ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ସମାଲୋଚନା କରିଛନ୍ତି। ତାଙ୍କର ଏହି ମନ୍ଥର ଇନିଂସ ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ସୃଷ୍ଟି କରିଥିଲା। ସେ ମଧ୍ୟ ଷ୍ଟ୍ରାଇକ ରୋଟେଟ୍‌ କରିବାକୁ ପ୍ରୟାସ କରି ନ ଥିଲେ। ଫଳରେ ଭାରତ ବଡ଼ ସ୍କୋର କରିପାରି ନ ଥିଲା। ଅନ୍ୟପଟେ ଫ୍ଲାଟ୍‌ ପିଚ୍‌ ଭଳି ମନେହେଉଥିଲେ ମଧ୍ୟ ଏଠାରେ ରନ୍‌ ସ୍କୋର କରିବା ସହଜ ନ ଥିଲା ବୋଲି ପୂଜାରା କହିଛନ୍ତି। ଭାରତ ପ୍ରଥମ ସେସନରେ ୩୪ ଓଭରରେ ମାତ୍ର ୮୪ ରନ ସଂଗ୍ରହ କରିଥିଲା। ସ୍କୋରବୋର୍ଡ ଚାପ ଯୋଗୁ ରାହାନେ ମଧ୍ୟ ଆଉଟ ହୋଇଥିଲେ ବୋଲି କହିଲେ ଭୁଲ୍‌ ହେବନାହିଁ।

୩ ରନ ଆଉଟ୍‌
ପ୍ରଥମ ଇନିଂସରେ ଭାରତର ୩ଜଣ ବ୍ୟାଟ୍ସମ୍ୟାନ ରନ ଆଉଟ୍‌ ହୋଇଥିଲେ। ହନୁମା ବିହାରୀ, ରବିଚନ୍ଦ୍ରନ ଅଶ୍ୱିନ ଓ ଯଶପ୍ରୀତ ବୁମ୍‌ରା ସାଥୀ ଖେଳାଳିଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ ରନ ଆଉଟ୍‌ ହୋଇଥିଲେ ଓ ଏହାର ପ୍ରଭାବ ଭାରତୀୟ ବ୍ୟାଟିଂ ଉପରେ ପଡିଥିଲା। ଗତ ୨୦ ବର୍ଷ ମଧ୍ୟରେ ତୃତୀୟଥର ପାଇଁ ଭାରତର ୩ ବ୍ୟାଟ୍ସମ୍ୟାନ ରନ ଆଉଟ୍‌ ହୋଇଛନ୍ତି। ଏହି କ୍ରମରେ ଭାରତ ଏକ ଅଲୋଡ଼ା ରେକର୍ଡର ଅଧିକାରୀ ହୋଇଛି। ଏହା ପୂବରୁ ୨୦୦୮ରେ ଇଂଲଣ୍ଡ ବିପକ୍ଷରେ ବୀରେନ୍ଦ୍ର ସେହ୍ବାଗ, ଭିଭିଏସ୍‌ ଲକ୍ଷ୍ମଣ ଓ ଯୁବରାଜ ସିଂ ରନ ଆଉଟ୍‌ ହୋଇଥିଲେ। ସେହିପରି ୨୦୦୧ରେ ଶ୍ରୀଲଙ୍କା ବିପକ୍ଷରେ ଭାରତର ରାହୁଲ ଡ୍ରାଭିଡ୍‌, ମହମ୍ମଦ କୈଫ୍‌ ଓ ସମୀର ଦିଘେ ରନ ଆଉଟ୍‌ ହୋଇଥିଲେ। ଏହି କ୍ରମରେ ଦେଖିବାକୁ ଗଲେ ଅଷ୍ଟ୍ରେଲିଆ ସବୁଠାରୁ ଆଗରେ ରହିବ। ଟେଷ୍ଟ ଇତିହାସରେ ଅଷ୍ଟ୍ରେଲିଆର ୩ ବ୍ୟାଟ୍ସମ୍ୟାନ ଗୋଟଏ ମ୍ୟାଚରେ ୮ ଥର ରନ୍‌ ଆଉଟ ହୋଇଛନ୍ତି। ଭାରତ ଏହି ଦୃଷ୍ଟିକୋଣରୁ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତ ଟେଷ୍ଟ କ୍ରିକେଟରେ ୭ଥର ଏଭଳି ଘଟଣାର ଶିକାର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri